STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

2 mins
187

 ଏ ବର୍ଷ ପ୍ରତିଲିପି ଓ ଷ୍ଟୋରୀ ମିରର ଭଳି ଦୁଇଟି ବିଶ୍ୱସ୍ତରୀୟ ପ୍ଲାଟଫର୍ମରୁ ସମ୍ବର୍ଦ୍ଧନା ପାଇବା ପରେ, "ମନରମଣିଷ" ପତ୍ରିକାର ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହେବା ପାଇଁ ନିମନ୍ତ୍ରଣଟିଏ ପାଇ ଗୌରବ ଦାସ ଉଲ୍ଲସିତ ଓ ଆହ୍ଲାଦିତ, କିନ୍ତୁ କେବେ ବି ତାଙ୍କ ଲିଖିତ ଗଳ୍ପ କବିତା ବା ପ୍ରବନ୍ଧ କି ଉପନ୍ୟାସ ଏହି ପତ୍ରିକାରେ ସ୍ଥାନ ପାଇଥିବାର ମନେ ପଡୁନଥିଲା, ତ ସମ୍ପାଦିକାଙ୍କ ଦ୍ୱାରା ତାଙ୍କୁ ସମ୍ମାନିତ କରାଯିବା ଯେତିକି ବିସ୍ମୟ ସେତିକି ଚମତ୍କାର ଲାଗୁଥିଲା ଗୌରବ ଦାସଙ୍କୁ l

 ନିର୍ଦ୍ଦିଷ୍ଟ ତାରିଖରେ ନିର୍ଦ୍ଦିଷ୍ଟ ସ୍ଥାନରେ ସମୟର ଯଥେଷ୍ଟ ପୁର୍ବରୁ ପହଞ୍ଚି ଯାଇଥିଲେ ଗୌରବ ଦାସ, ମଞ୍ଚ ପରିଚାଳନା କରୁଥିବା ଉଦୟମାନ ଯୁବକ ପରିଚୟ ପ୍ରଦାନ କରୁଥିଲେ ଅତିଥିମାନଙ୍କର ଆଉ ସଭାପତି ଆସନରେ ଅଳଙ୍କୃତ ବିଶିଷ୍ଟ ସମାଜସେବୀ, ସାହିତ୍ୟାନୁରାଗୀ କଳ୍ପନା ସାମନ୍ତରାଏଙ୍କୁ ଦେଖି ଚମକି ପଡି ଅପ୍ରସ୍ତୁତ ହୋଇ ଯାଇଥିଲେ ଗୌରବ, ଫେରିଯାଇଥିଲେ, ବାଣୀବିହାରରେ ପାଠ ପଢ଼ୁଥିବା ବେଳକୁ l

  କଳ୍ପନା ସାମନ୍ତରାଏ ଗୌରବ ଦାସଙ୍କ ସିନିଅର ବ୍ୟାଚ, କିନ୍ତୁ ଦୁହିଁଙ୍କ ବିଷୟ ଏକା ହୋଇଥିବାରୁ ଅନେକ କ୍ଲାସ ଏକାଠି ହୁଏ ପି. ଜି କରିବା ସମୟରେ. ମେଧାବୀ, ସୁଶ୍ରୀ, ସୁଗୁଣୀ, ଜ୍ଞାନୀ, ସୌନ୍ଦର୍ଯ୍ୟମୟୀ ତଥା ବ୍ୟବହାର ଓ ଚାଲିଚଳନରେ ସ୍ଵାତନ୍ତ୍ର୍ୟତାରେ ଗୌରବ ପ୍ରେମରେ ପଡ଼ିଥିଲେ କଳ୍ପନାଙ୍କର, ଆଉ ସୁବିଧା ସୁଯୋଗ ଦେଖି କଥାଟାକୁ ପ୍ରକାଶ କରିଦେଇ ଶକ୍ତ ଚାପୁଡ଼ା ଖାଇଥିଲେ କଳ୍ପନାଙ୍କ ଠାରୁ, କଳ୍ପନା କହିଥିଲେ ମୁଁ ବଡ଼ ତୁମଠାରୁ ବୋଲି ଭୁଲିଯାଅନା ଗୌରବ, ଆଉ ସେହି କଳ୍ପନା ଯେ ମନର ମଣିଷ ପତ୍ରିକାର ସମ୍ପାଦିକା, ଏକଥା ଯେମିତି ବିଶ୍ୱାସ ହେଉନଥିଲା, କଳ୍ପନାଙ୍କୁ ହୁଇଲ ଚେୟାରରେ ବସିଥିବାର ଦେଖି ମଧ୍ୟ ଅବିଶ୍ୱାସ ହେଉଥିଲା l

 ଏ ଭିତରେ ତାଙ୍କ ନାମ ଡକା ସରିଥିଲା, ଆଉ ସେ ସମ୍ବର୍ଦ୍ଧିତ ହେଉଥିଲେ ତାଙ୍କ ଲିଖିତ ପୁସ୍ତକ, "ପ୍ରେମ ନୁହେଁ ପାପ", ପାଇଁ, ଯେଉଁ ବହିଟିରେ ସେ ତାଙ୍କ ଜୀବନର ପ୍ରେମ କାହାଣୀ ଓ ତାଙ୍କ ପ୍ରେମିକା, ଏଇ କଳ୍ପନାଙ୍କୁ ନେଇ ସୁନ୍ଦର କଳ୍ପନା ହିଁ କରିଥିଲେ, ଆଉ ବହିଟି କେମିତି ଯେ ମନର ମଣିଷ ସମ୍ପାଦିକଙ୍କ ହାତକୁ ଆସିଲା ସେ ଜାଣନ୍ତି ନାହିଁ, ସମ୍ବର୍ଦ୍ଧିତ ହୋଇ ମନ୍ତ୍ରମୁଗ୍ଧ ଭାବେ ଫେରିଆସୁଥିଲେ ଗୌରବ ହେଲେ ତାଙ୍କୁ ପୁଣି ଡାକରା ଯାଇଥିଲା ଷ୍ଟେଜକୁ ଆଉ ସଭାପତି କଳ୍ପନାଙ୍କ ପାଖରୁ ଯାଇ ରହିଯାଇଥିବା ଉତ୍ତରୀୟ ପକାଇଲା ବେଳେ, ଚୁପି ଚୁପି କଳ୍ପନା କହୁଥିଲେ, ମୁଁ ହାରିଯାଇଛି, ମନର ମଣିଷ, ଆଉ ଗୌରବଙ୍କ ପାଟିରୁ ଶବ୍ଦଟିଏ ବି ବାହାରୁନଥିଲା ତ କଳ୍ପନା କହୁଥିଲେ, ଆମେ ଦୁହେଁ ପରସ୍ପର ଆମ ବହିରେ ପ୍ରେମିକ ପ୍ରେମିକା ରହିଯାଇଛନ୍ତି ନା?? ଗୌରବ ଦାସ ତଥାପି ନିରୁତ୍ତର ରହି ତାଙ୍କ ଗାଲ ଆଉଁସି ଦେଉଥିଲେ, ସେଦିନର କଳ୍ପନାଙ୍କ ମାଡରେ ରକ୍ତିମ ଗାଲ ଆଜି ବି କୌଣସି ଅଜଣା ଶକ୍ତିରେ ରକ୍ତିମ ଲାଗୁଥିଲା. ସଂଯୋଜକ ଘୋଷଣା କରୁଥିଲେ " ପ୍ରେମ କେବେ ନୁହେଁ ପାପ "l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational