STORYMIRROR

Sunanda Mohanty

Tragedy Action

4  

Sunanda Mohanty

Tragedy Action

ପ୍ରେମ ଏକ ପୁଲକ

ପ୍ରେମ ଏକ ପୁଲକ

2 mins
436

ବୋଉ ସବୁବେଳେ ବାପାଙ୍କ ଉପରେ ଚିଡିଚିଡି ହୁଏ କାରଣ ଅବସର ପରେ ପିଲାମାନଙ୍କ ଉପରେ ବୋଝ ନହୋଇ ନିଜ ପେନସନ ଗଣ୍ଡାକରେ ନିଜ ହାତ ଗୋଡ଼ ଚାଲିଲା ପର୍ଯ୍ୟନ୍ତ ଚଳିଯିବାକୁ ବୋଉ ର ଇଚ୍ଛା l ହେଲେ ବାପା ଏଵେ ଭକ୍ତିପୁଷ୍ପ ଭଜନ ମାଳା ବୋଲି ବହିଟିଏ ର ପ୍ରଥମ, ଦ୍ୱିତୀୟ, ତୃତୀୟ ଭାଗ ପ୍ରକାଶିତ କରି ଚତୁର୍ଥ ସଂସ୍କରଣ ପାଇଁ ଲେଖି ଚାଲିଛନ୍ତି l ସେଥିରେ ଅବଶ୍ୟ ବୋଉର ସଦିଚ୍ଛା ଅଛି କିନ୍ତୁ ନିଜ ସହରର ବହୁ ଅନୁଷ୍ଠାନରେ କୋଉଥିରେ ସଭାପତି, କୋଉଥିରେ ସମ୍ପାଦକ କୋଉଥିରେ କୋଷାଧ୍ୟକ୍ଷ ତ କୋଉଥିରେ ସଭ୍ୟ ହେବା ଦ୍ୱାରା ମାସିକ, ତ୍ରୟମାସିକ ତଥା ବାର୍ଷିକ ଚାନ୍ଦା ଦେବା ନେଇ ବୋଉର ଆପତ୍ତି କ୍ରମେ ଆମ ଭାଇ ଭଉଣୀଙ୍କୁ ସଂକ୍ରମିତ କରେ ଆଉ ବୋଉ ସହ ତାଳ ମିଳାଇ ବାପାଙ୍କ ଅଯଥା ଖରଚ ପାଇଁ ବାପାଙ୍କୁ ଦୋଷୀ ମଣୁ l

   ଭାଗ୍ୟର ଘୋର ବିପର୍ଯ୍ୟୟ ବଶତଃ ବାପା ଚାଲିଗଲେ l ଭକ୍ତି ପୁଷ୍ପ ଭଜନ ମାଳାର, ଚତୁର୍ଥ ସଂସ୍କରଣ ପୁର୍ବରୁ ଆଉ ବୋଉ ଭାଙ୍ଗି ପଡିଲା l ସେଦିନ ଆମ ଘରେ ଛୋଟ କାଟିଆ ବସନ୍ତ ସାହିତ୍ୟ ଆସରରେ ଯୋଗ ଦେଇଥାନ୍ତି ମୋ ବାପାଙ୍କ ଜନ୍ମିତ ତଥା ମୋ ସହର ପୁରୀ ର ବହୁ ବିଶିଷ୍ଠ ପ୍ରତିଭା l ଯେଉଁମାନେ ବାପାଙ୍କୁ ଜାଣିଥାନ୍ତି ଆଉ ମୋ ପିତୃ ପରିଚୟ ପାଇ,ବାପାଙ୍କର ବିଭିର୍ଣ୍ଣ ଅନୁଷ୍ଠାନ ସହ ସୁସମ୍ପର୍କ ତଥା ଆର୍ଥିକ ଅବଦାନର କଥା କହୁଥିଲେ ପ୍ରତ୍ୟକ l ସେମାନଙ୍କ ବକ୍ତୃତା ର ପ୍ରାରମ୍ଭରେ ତ ମୋ ଘରକୁ କିଛି ଦିନ ପାଇଁ ବୁଲିବାକୁ ଆସିଥିବା ମୋ ବୋଉ କାନରେ ସବୁ ପଡିଥିଲା l

   ତା ପରଠୁ ବୋଉ ଗୁମସୁମ ରହୁଥିଲା ଆଉ ମୁଁ ଯେବେ ଛୋଟ ମୋଟ କଥାରେ ମୋ ସ୍ୱାମୀଙ୍କୁ ଦୋଷ ଦେଇ ଚିଡି ଯାଉଥିଲି l ବୋଉ ପାଟି ଖୋଲି ମତେ କହିଥିଲା, ତାକୁ କିଛି କହନା ଝିଅ, ସେ ହିଁ ତୋର ଏକମାତ୍ର ସାହା, ଭରସା, ବନ୍ଧୁ ତଥା ଜୀବନର ପ୍ରତି ଟି ସନ୍ଧିକ୍ଷଣ ମୁହୂର୍ତ୍ତ ର ସାଥି l ଯିଏ କି ତୋ ସପକ୍ଷରେ ପଦେ କହିବ, ତୋ ମନ, ହୃଦୟ ହାଲକା କରି କହିବା ସହ ବୋଉ ତା ଦୁଇ ଆଖିରୁ ଗଡି ଆସୁଥିବା ଦୁଇଧାର ଲୁହ କୁ ପୋଛି ନେଉଥିଲା l ମୋ ଅଜଣାତରେ ଆଉ ସେଦିନ ବି ମୁଁ ବୁଝିପାରିଥିଲି ସ୍ୱାମୀହିଁ ପ୍ରକୃତରେ ସ୍ତ୍ରୀ ର ସବୁଠାରୁ ପ୍ରେମର ମଣିଷ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy