STORYMIRROR

Nityananda Sahu

Tragedy Inspirational

3  

Nityananda Sahu

Tragedy Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

8 mins
50


ବୟସର ଅପରାହ୍ନରେ, ଆଉ ବା କେତେ ବଳ । କର୍ମ କରିବାର ସମୟ ସରି ତ ଗଲାଣି, ଯେଉଁ ଅବସ୍ଥାରେ ନାତି ନାତୁଣୀମାନଙ୍କ ପାଖରେ ଜୀବନର ବାକି ସମୟ ସରିବା କଥା ।ଆଜି ଏ ଭିଜା ଶ୍ରାବଣରେ ରାସ୍ତା କଡ ଏକ କନିଅର ଗଛ ମୂଳେ ପିଜୁଳି ବିକୁ ଥିବା ମଦନ, ଆଜି ଆଉ ବା କଣ କରିପାରିବ ।

ଜୀବନର ପ୍ରଥମାର୍ଦ୍ଧରେ ଭୀଷଣ ସଂଘର୍ଷ କରି ଉପାର୍ଜିତ ଧନରେ, ପୁଅ ଆଉ ଝିଅକୁ ବଡ କଲି । ଝିଅ ବିବାହ କରି ଚାଲିଗଲା ତା ଶାଶୁଘର ।

ସବୁ ଆଶା ତ ପୁଅ ପାଖରେ ଥିଲା, ମୋ ବେସାହାରା ସମୟରେ ଆମ ଦୁଇ ଜଣଙ୍କର ସାହାରା ହୋଇ ସେବା ଯତନ କରିବ । ତାର କୌଣସି ଇଚ୍ଛାକୁ ଆମେ କେବେ ଅପୂରଣ ହେବାକୁ ଦେଇନୁ । ସେଥିପାଇଁ ତ ସେ ଗାଁ ଠୁ ଦୂରେ ସୁଦୂର ସହରେ ଭଲରେ ଅଛି ।

ଭଗବାନ କୁହନ୍ତି ନିଜ ସ୍ୱାର୍ଥ ପାଇଁ କିଛି ଆଶା କରିବାଟା ଠିକ ନୁହେଁ, ବୋଧହୁଏ ଆମେ ଟିକେ ବେଶି ସ୍ଵାର୍ଥପର ହୋଇଗଲୁ, ସେଥିପାଇଁ ଆମ ଭଲ ପାଇବାକୁ ବେଶି ଦେଇ ଦେଇଥିଲୁ ।

ଆମ ଆଦରପଣରେ ବୋଧେ ଏତେ ଟିକେ କମି ରହିଯାଇଥିଲା, ତା ନ ହେଲେ ତାର ହତାଦର ଆମ ପ୍ରତି ଚାରି ଗୁଣ କିପରି ବଢାଯାଇଛି ଯ଼

ଅରେ ମୁଁ ତ ବାପା । ଆକଟ କରେ, ଗାଳି ଦିଏ, ହେଲେ ଯେଉଁ ମା ତାକୁ ଦଶ ମାସ ଦଶ ଦିନ ଗର୍ଭରେ ରଖି, ଭୀଷଣ ଯନ୍ତ୍ରଣା ଅନୁଭବ କରି ଏନ୍ତୁଡି ଘରେ ଜନ୍ମ ଦେଲା ପରେ, ନିଜେ ନ ଖାଇବାକୁ ପାଇ ବି, ତା ଅମୃତ ପାନ କରି ତାକୁ ଛୋଟରୁ ବଡ କଲା, ଶେଷରେ ସେ ତା ମାକୁ ହିଁ ଭୁଲିଗଲା ।

ହେ ଭଗବାନ୍ ।

ଜୀବନରେ କାହା ଆଗେ ହାତ ପତେଇ କେବେ କିଛି ମାଗିନି । ସ୍ୱାଭିମାନରେ ବଂଚିବା କଣ ମୋ ଅପରାଧ ଥିଲା କି ? ଆଜି ଯାହା ହାତ ଧରି ସୁଖ ଦୁଃଖରେ ସାଥି ହୋଇ ରହିବାର ଯେଉଁ ବଚନ ଦେଇ ମୁଁ ବିବାହର ଅଗ୍ନିରେ ସାକ୍ଷୀ ରଖିଥିଲି । 

ଆଜି ସର୍ବସ୍ୱ ହରାଇ ବି ସେ ମୋ ସହ ଖୁସିରେ ଅଛି ।

ହେଇଟି ଶୁଣୁଛ, ତୁମେ ରାମକୁ ଭୁଲ ବୁଝୁଛ ।

ସେ ଆମ ପୁଅ, ମୋ ଦେହ ଖରାପ ଖବର ପାଇ ନଥିବ, ସେଥିପାଇଁ ଆସି ପାରିନି !!ସେ ନିଶ୍ଚୟ ଆସିବ ।ମୁଁ ତ ଭଲ ଅଛି ।ମୋ ପୁଅ ଆସିଲେ ମୁଁ ପୁରା ଠିକ ହେଇଯିବି ।

ସକାଳେ ଏତିକି କହିଛି କି ନାହିଁ ମୋ ପାରୋ କାଶି କାଶି ରକ୍ତ ବାନ୍ତି କରି ଦେଇଥିଲା।କେମିତି ବୁଝେଇ କହିବି ତାକୁ, ପୁଅ ତାର ପଣତ କାନିର ବନ୍ଧନରୁ ମୁକୁଳି ସାରିଛି ।

ପାଖ ଗାଁ ମଧୁ ଭାଇ ସହର ଗଲା ବେଳେ ଖବର ଦେଇଥିଲି। ମା'ର ଦେହ ଖରାପ ଅଛି, ବାବୁ ତୁ ଟିକେ ସମୟ ବାହାର କରି ଆସିବୁ ।

ହେଲେ ଭାଇ ଫେରି ଆସି କହିଲେ, ସେ କର୍ମ ମୟ ଜୀବନରେ ବହୁତ ବ୍ୟସ୍ତ ରହୁଛି । ଆସିପାରିବନି ବୋଲି କହି ଟଙ୍କା ହଜାର ଦେଇ ପଠେଇଛି ।

ସେତକ ଟଙ୍କା ଦେଲା ବେଳେ ମଧୁ ଭାଇ ପଦେ ମତେ ଦରଦ ଗଳାରେ କହିଲେ, ସମୟ ବଦଳି ଯାଇଛିରେ ମଦନା, ଆଉ ସେ କାଳ ପଖାଳ ନାହିଁରେ। ତେଣିକି ଯାହା ଆମ ଭାଗ୍ୟରେ ଥିବ ।

ସେହି ଟଙ୍କାରେ ଯାହା ଔଷଧ ଆଣି ଥିଲି, ମାସେ ହବ ସରିଲାଣି, ।

ଆଜି ସକାଳେ ପାରୋର ଯନ୍ତ୍ରଣା ଦେଖି ଆଉ ସହି ପାରିଲିନି । ହାତ ପତେଇ କାହାକୁ ଟଙ୍କା ମାଗିବାକୁ ଖରାପ ଲାଗୁଥିଲା, କଣ କହିବେ ଲୋକେ ?ପୁଅ ସହରରେ ଚାକିରି କରିଛି । କଣ ତୁମ ପାଇଁ ପଇସା ପଠଉନି କି ?

ଏତକ ମୁଁ କାହା ଠାରୁ ଶୁଣି ପାରିବିନି, ସେଥିପାଇଁ ତ ବାରି ପିଜୁଳି ଆଣିଛି ବିକିବା ପାଇଁ, କିଛି ବି ବିକି ସାରିଲାଣି ।

ଏଇ ଦୁଇଶହ ଟଙ୍କା ହେଇଛି ।

ହେଲେ ଏତିକିରେ ମୋ ପାରୋର ଔଷଧ କିଛି ହେବନି ।

ଆଉ ମତେ ଅଳ୍ପ କିଛି ଟଙ୍କା ଦରକାର ।ସବୁ ପିଜୁଳି ବିକ୍ରି ହେଇଗଲେ ହେଇଯିବ ।

ଏମିତି ଭାବୁ ଭାବୁ ଭୀଷଣ ବର୍ଷାକୁ ବେଖାତିର କରି ।ସେମିତି ବସି ରହିଛି ମଦନ ।

ଦେହ ବର୍ଷା ପାଣି ପିଇ ପିଇ ବଢି ଚାଲିଛି ଭୀଷଣ ଜର ।

ତଥାପି ମନରେ ବଳ ଅଜିବି ପୂର୍ବ ପରି ଅଛି ।

ରାତି ପ୍ରାୟ ନଅଟା ହେବ । ମଦନ ଜରରେ ଥରୁ ଥାଏ ।

ତଥାପି ସେ ଆଶା ରଖିଛି, ସବୁ ପିଜୁଳି ଆଜି ବିକି କି ଯିବ ।

ଏମିତି କିଛି ସମୟ ବିତି ଗଲା ପରେ, ଟିକେ ଦୂରରେ ସଦାଶିବ କାର ଭିତରେ ଥାଇ, ମଦନକୁ ଦେଖୁ ଥାଏ ।

ପରିବାର ଜଞ୍ଜାଳରେ ସେ ବି ମର୍ମାହତ ।

ତଥାପି ସେ ନିରୁପାୟ । ଆସିଲା ବେଳେ ନିଶା କହି ଥିଲେ ପିଜୁଳି ଆଣିବ, ମିଟୁ(ଶାରୀ)ର ଖାଇବା ସରିଯାଇଛି । ଦେଖେ ଯାଇ ଲୋକଟି ପାଖରେ କଣ ଅଛି । 

ସେଥିପାଇଁ କାରରୁ ଛତା ଧରି ସେ ମଦନ ଆଡକୁ ବଢେ ।

ସମ୍ମୁଖରେ ପିଜୁଳି ଦେଖି ସେ ଅତ୍ୟନ୍ତ ଖୁସି ହେଇଗଲେ ।

ପୁରା ସତେଜ ପିଜୁଳି, ଯେମିତି ଏବେ ଏବେ ଗଛରୁ ତୋଳ ହୋଇ ଆସିଛି ।

:-ମଉସା ପିଜୁଳି କେତେ ?

:-ବାବୁ ପଚାଶ ଟଙ୍କା କେଜି । ଆପଣଙ୍କୁ ତିରିଶରେ ଦେବି ।

କେତେ ନେବ ?

ଅସହାୟ ଅବସ୍ଥାରେ ଲୋକ ଟିକୁ ଦେଖି ସଦାଶିବ କହିଲା, ମଉସା ତିନି କେଜି ଦିଅ ।ପିଜୁଳି ନେଇ ଟଙ୍କା ଦେଲା ବେଳେ, ମଦନ ହାତର ଛୁଆଁରେ ଚମକି ପଡେ ସଦାଶିବ ।

:- ଏ କଣ ଭୀଷଣ ଜର ତୁମକୁ ।ମଉସା ତୁମକୁ ଜର ହେଇଛି। 

ଟିକେ ହାଲକା ଅନୁଭବ କରେ ମଦନ, ଯେମିତି ରାମ କହୁଛି।

:-ନା ମ ପୁଅ, ସେ କିଛି ନୁହଁ ।

ଭଲ ହେଇଯିବ ଛାଏଁ, ଆପଣ ଆସନ୍ତୁ ।

ଟିକେ ମନ ଉଣା କରି ଫେରି ଆସିଲା ବେଳେ, ମଦନ ଉଠି କି ଯିବ କଣ, ତଳେ ପଡିଗଲା । ଦୌଡି ଯାଇ କୋଳେଇ ନିଏ ସଦାଶିବ ।

:-ଚାଲନ୍ତୁ ମଉସା, ମୁଁ ଆପଣଙ୍କୁ ଘରେ ଛାଡି ଦେବି ।

:- ନା' ବାବୁ ଥାଉ ।

:- ମୁଁ ଚାଲିଯିବି । ତା ଛଡା ଆପଣଙ୍କ ଗାଡି ଖରାପ ହେଇଯିବ ।

ମୁଁ ଗାଡିରେ ବସି କି ଗଲେ।

:-ଛାଡ ମ ମଉସା, ଆସନ୍ତୁ ଯିବା ।

ଥର ଥର ଅବସ୍ଥାରେ ମଦନକୁ ଧରି ଗାଡିରେ ବସେଇ କିଛି ବାଟ ଗଲା ପରେ, ହଠାତ ମଦନ ଔଷଧ ଦୋକାନ ଦେଖି କୁହିଲା, ବାବୁ ଟିକେ ରହିବେ।

ମୋ ପାରୋ ପାଇଁ ଔଷଧ ନେବାର ଅଛି, ତା ଦେହ ବହୁତ ଖରାପ ।

:- ଆଛା ହଉ, କେଉଁ ଔଷଧ ନବ । ମତେ ଚିଠା ଦିଅନ୍ତୁ, ମୁଁ ଆଣି ଦେବି ।

ଅଧା ଭିଜା କାଗଜ ଚିଠାକୁ ନେଇ ସଦାଶିବ ଔଷଧ ଆଣିବା ପାଇଁ ଚାଲିଯାଏ ଏବଂ ମଦନ ମଉସାଙ୍କ ଦେହରେ ଜର ଭଲ ହେବା ପାଇଁ ବି ଔଷଧ ଆଣି ଦିଏ ।

:-ମଉସା ଏଇ ନିଅନ୍ତୁ ଔଷଧ ।ତୁମ ପାଇଁ ବି ଆଣିଛି ।

ଖାଇଲା ପରେ ସକାଳେ ଆଉ ରାତିରେ ଖାଇବେ ।ଆଛା ମଉସା ଗୋଟେ କଥା ପଚାରିବି । ତୁମର କଣ କେହି ନାହିଁ ?

ଏତେ କଷ୍ଟ କରୁଛନ୍ତି ।

: କଣ କହିବି ବାବୁ ଆପଣଙ୍କୁ । କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ ମୋ କୁଳ ଭାସି ଯାଉଛି । ପୁଅଟିଏ ଅଛି ।ବହୁତ ଦୂରରେ ରହି ବଡ ଚାକିରି ବି କରିଛି ।କାମରେ ବ୍ୟସ୍ତ ଥିବାରୁ ଆସି ପାରୁନି । ପଇସା ବି ପଠାଏ ।

ଏଇ କେତେ ଦିନ ହବ ବର୍ଷା ପାଇଁ, ଆଉ ଖବର ଦେଇ ନ ପାରିବାରୁ, ସେ ଆଉ ପଠେଇ ପାରିନି ।

ମୋ ପୁଅ ଭଲ ଦାୟିତ୍ୱ ନିଏ ଆମମାନଙ୍କର । ସ୍ମିତ ହସି ଏତିକି ଗୋଟେ ନିଃଶ୍ୱାସରେ କହି, ମିଛ ଅଭିନୟ କଲା ପରି ମୁଣ୍ଡ ଭିଢା ଗାମୁଛାରେ ଆଖି ପଲକ ଆଢୁଆଳେ ଜକେଇ ଆସୁଥିବା, ଲୁହକୁ ପୋଛି ଦିଏ ମଦନ ।

ମଦନର ଆଖିର ଲୁହକୁ ଚିହ୍ନି ସାରିଥିଲା, ସଦାଶିବ କାରର କାଚ ମାଧ୍ୟମରେ ।

କିଛି ବାଟ ଗଲା ପରେ, ମଦନ ମଉସାଙ୍କ ଘର ଆସେ ।

ଦୂରରୁ ସଦାଶିବ ଘରର ଅବସ୍ଥା ଦେଖି ବହୁତ ଖୁସି ହୁଅନ୍ତି ।

ଛାତ ଘର, ଅଗଣାରେ ତୁଳସୀ ଚଉରା ।

ଆଉ ଘର ଚାରିପଟେ ବିଭିନ୍ନ ପ୍ରକାରର ଫୁଲ ଫଳ ଗଛ ।

ମଦନ କାରରୁ ଧିରେ ଧିରେ ବାହାରକୁ ଆସି ଦୌଡି ଯାଏ ଥରି ଥରି ଘର ଅଭିମୁଖେ ।

:-ଏ ପାରୋ କୁଆଡେ ଗଲୁ ।ଦେଖ ମୁଁ ତୋ ପାଇଁ ଔଷଧ ଆଣିଛି।

ସଦାଶିବ କାର ଭିତରେ ଥାଇ ମଦନ ମଉସାଙ୍କର ପ

ାରୋ ପ୍ରତି ଭଲପାଇବାର ଆବେଗରେ ମୁଗ୍ଧ ହୋଇଯାଇଥିଲା ।

କାରକୁ ୟୁ ଟର୍ଣ୍ଣ୍ କରି ଫେରିଯିବାକୁ ବାହାରିଲା ସମୟରେ ପଛ ସିଟରେ ପିଜୁଳି ଝୁଡି ରହିଯାଇଛି ଦେଖି, ମଉସାଙ୍କ ଦେବା ପାଇଁ ଅଗ୍ରସର ହେଲା ସମୟରେ, ଏକ ଧୂମକେତୁ ଯେମିତି ମାଟିରେ ପଢିଲେ ଶବ୍ଦ ହୁଏ, ସେମିତି ଏକ ଯନ୍ତ୍ରଣା ମୟ ଶବ୍ଦ ଶୁଣି, ଟିକେ ବି ଡେରି ନ କରି, ଘର ଅଭିମୁଖେ ଦୌଡି ଯାଇ, ଯାହା ଦେଖିଲେ ସେ ନିଜକୁ ବିଶ୍ୱାସ କରି ପାରିଲା ନାହିଁ ।

ପୁଅରେ ସବୁ ସରିଗଲା, ମୋ ଜୀବନର ବାକି ଥିବା ସମସ୍ତ ଖୁସି ଆଜି ମତେ ଛାଡି ପରଦେଶୀ ହୋଇଗଲା । ମୋର ଆସିବାରେ ଟିକେ ଅବହେଳା ହେବାରୁ, ମତେ ମୋ ପାରୋ କିଛି ନ କହି ଆର ପାରି କି ଏକା କରି ଚାଲିଗଲା ।

ମୁଁ ଏବେ କେମିତି ବଂଚିବି ।

:-ମଉସାଙ୍କୁ ବୁଝାଇ ଟିକେ ସାନ୍ତ୍ୱନା ଦେଇ, ଶବ ସତ୍କାର କରିବାକୁ ନିବେଦନ କରିବାରୁ ।

:-ହେଲେ ପୁଅ, ମୋ ପାରୋ କଣ ତା ପୁଅର ହାତ ନିଆଁ ବିନା, ଆରପାରିରେ ଖୁସିରେ ରହିପାରିବ ?

ରାମ କଣ ଆସିବ ?ହେ ଭଗବାନ୍, ପୁତ୍ର ଜନ୍ମର ଫଳ କଣ ଏୟା ।

ଶେଷ ସମୟରେ ଯେଉଁ ଆଶା ଟିକେ ଥାଏ, ଆମ ଶେଷ ନିଃଶ୍ୱାସ ପୁଅର କାନ୍ଧରେ ଯିବାର । ଆଉ ଗଢିଥିବା ଥିବା ଏନ୍ତୁଡିର ନିଆଁରେ ଆମ ଶେଷ ଜୀବନ ଜଳିବାର ସପ୍ନ କଣ ଅଧା ରହିଯିବ ।

ଏତିକି ଶୁଣିବା ପରେ ସଦାଶିବ ଭାବ ବିଭୋର ହୋଇଯାଏ ।

ମନେ ପଡିଯାଉଛି ତାର, ତା ଦ୍ୱାରା ହୋଇଥିବା ସେଇ ମହାପାପର ଉପଲବ୍ଧି ।

ସେ ବି ଦିନେ ନିଜର କର୍ତ୍ତବ୍ୟକୁ ହତାଧାର କରି ଶେଷ ସମୟରେ ନିଜର ପ୍ରେମ (ନିଶା)କୁ ହାସିଲ କରିବାକୁ ଯାଇ, ଦେଇ ପାରି ନଥିଲା, ମା ଶରୀରକୁ ଜୁଇରେ ମୁଖାଗ୍ନି ।

ଖବର ପାଇବାରେ ଡେରି ହେଇ ନ ଥିଲେ ବି, ସେ କଣ ପାଇଁ ଗାଁରେ ପହଞ୍ଚିବାକୁ ଡେରି କରି ଥିଲା ।ଆଜି ବି ସଂପର୍କ ମୋହରେ ତା ପାଇଁ ପ୍ରଶ୍ନ ବାଚୀ?

ଶବ ସତ୍କାର ହୋଇ ସାରିଥିଲା ସେ ଗାଁରେ ପହଞ୍ଚିଲା ପୂବର୍ରୁ, ଗୁରୁଜନଙ୍କ ତୀକ୍ଷ୍ଣ ନଜରରୁ ନିଜକୁ ଦୂରେଇ ରଖି ପାରି ନ ଥିଲା।

ପୁତ୍ର ଜନ୍ମର ତୁ କଣ ଏଇ ଉପହାର ଦେଲୁ ତୋ ମାକୁ ।

ଏତେ ବଡ ଶିକ୍ଷିତ ହୋଇ ବି ତୁ, ତୋର ପ୍ରଥମ ଦାୟିତ୍ୱକୁ ପ୍ରାଧାନ୍ୟ ଦେବାରୁ ବଞ୍ଚିତ କେମିତି ହୋଇ ଗଲୁ ।ଲୁହ ଛଳ ଛଳ ହୋଇ ଆସୁଥାଏ ସଦାଶିବର ଆଖି ।ମନେ ମନେ ଭଗବାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଥାଏ ।ସେ ଦିନର ଭୁଲକୁ ପ୍ରଭୁ, ଆଜି ପ୍ରାୟଶ୍ଚିତ କରିବାର ସୁଯୋଗ ଦେଇଥିବାରୁ ।ପୃଥିବୀରେ ସବୁ ମାଆ ସମାନ ।ଆଜି ମୁଁ ଆଉ ଏକ ମାଆର ଶେଷ ଆଶାକୁ ନିଶ୍ଚୟ ପୁଅ ନ ହେଲେ ବି, ନିଜ ପୁଅ ପରି କରିବି ।

ହଠାତ ମଦନକୁ ଏକ କାଗଜରେ ଫୋନ ନମ୍ବର ଥିବା ସଦାଶିଵ ଦେଖାଇ, ରାମକୁ ଫୋନ କଲ୍ ଲଗେଇବାକୁ ଅନୁରୋଧ କରେ ।

ନା, ରାମ ଆସିଲେ ଯାଇ ମୋ ଧର୍ମ ପତ୍ନୀର ଶବ ସତ୍କାର ହବ ।

ସଦାଶିବ ଫୋନ ନମ୍ବରକୁ ଡାୟଲ କରେ, କିନ୍ତୁ ନମ୍ବରଟି ଆଉଟ ଅଫ ଅର୍ଡର ଶୁଣିକି ନିରାଶ ହୁଏ ।

:-ମଉସା ନମ୍ବର ଠିକ ନାହିଁ, ଆଉ କିଛି ଅଛି କି ନମ୍ବର ରାମର ଅଛି କି ।

:-ନାଇଁରେ ପୁଅ ।

ସଦାଶିବ ବୁଝି ଯାଇଥିଲା କି, ସେ ବି ଦିନେ ହତାଦର କରି ଥିଲା ମା' କୁ, ଭୁଲ ନମ୍ବର ଦେଇ । କେମିତି ବୁଝେଇବ ମଉସାଙ୍କୁ ।ରାତି ଆସି ବାରଟା ହେବ ।ଏତିକି ବେଳେ ଫୋନ ରିଙ୍ଗ ହୁଏ ।

ମଦନ ବାବୁ ରାମ ଫୋନ କଲା ନା, ତାକୁ ଏମିତି କିଛି କୁହନି। ସେ ସହି ପାରିବନି । ତା ମାଆ 'ର ମୃତ୍ୟୁ ଖବର ଶୁଣି ।କୁହ ତା ମା' ଦେହ ବହୁତ ଖରାପ ଅଛି । ତୁମେ ଏବେ ସଙ୍ଗେ ସଙ୍ଗେ ଚାଲି ଆସ ।ମୋ ପୁଅକୁ, ଦୟାକରି ଆଉ କିଛି କୁହନି।

ପିତା ମାତାଙ୍କର ଏ ଉଦାର ଭଲପାଇବା, ଅଉ ବା କେଉଁଠି ଦେଖିବାକୁ ମିଳି ନ ପାରେ ।ନିଜ ପିଲାମାନଙ୍କର ସବୁ ଭୁଲକୁ ସଙ୍ଗେ ସଙ୍ଗେ କ୍ଷମା ଦେଇ ଦିଅନ୍ତି ।

:-ନାଇଁ ମଉସା ନିଶା ମୋ ଧର୍ମ ପତ୍ନୀର ଫୋନ ଆସିଛି ।

:-ହାଲୋ କଣ କୁହ ।ନରମ ଗଳାରେ କୁହେ ସଦାଶିବ । ରାତି କେତେ ହେଲାଣି ଜଣା ପଡୁନି କି ? କେତେ ବେଳେ ଘରକୁ ଫେରିବେ ମହାଶୟ ।

:-ହଁ ନାଇଁ ମାନେ, ଟିକେ ଅଫିସରେ ବେଶି କାମ ଅଛି ଯାଉ ଯାଉ ଲେଟ ହବ ।ତୁମେ ଡିନର କରି ଶୋଇପଡ ।ମୋ ପାଇଁ ଅପେକ୍ଷା କରନି ।ପ୍ରେମ ବିବାହ କଲା ପର ଠାରୁ, ସଦାଶିବ ଥିଲା ନିରୁପାୟ । କାହିଁକି ପ୍ରେମ ହିଁ ଥିଲା, ତା ମାତୃତ୍ୱର ଶେଷ ନିଃଶ୍ୱାସର ଶତୃ ।ତଥାପି ସେ କେବେ ନିଶାକୁ ବି ଦୋଷ ଦେଇନି । ଦୋଷ ଦେଇଛି ତ ନିଜକୁ ।

:-ମଉସା ଆଉ କେତେ ଅପେକ୍ଷା କରିବ । ରାମ ଆସିବା ବହୁତ ଡେରି ହୋଇ ପାରେ ।

:-କାନ୍ଥକୁ ଆଉଜି ବସି ମଉସା ଟିକେ ହସି କହିଲେ ।ଜାଣିଛୁ ପୁଅ, ମୁଁ ଜାଣେ ସେ ଆସିବନି । ହେଲେ ପୁତ୍ର ବିନା, ତା ମା 'ର ଶେଷ ବେଳେ କିଏ ମୁଖାଗ୍ନି ଦେବ ।ମୋ ମନକୁ ବୁଝେଇ ପାରୁନି । କଣ କରିବି ? ହାରିଗଲି ମୁଁ ହାରିଗଲି ।

:-ମୁଁ କଣ ଆପଣଙ୍କର ପୁଅ ପରି ନୁହେଁ କି, ନରମ ଗଳାରେ ସଦାଶିବ କହିଲା । ଚମକି ପଡିଲେ ମଦନ ।

:-ହଁ ମଉସା, ମୁଁ ରାମ ନ ହୋଇପାରେ କିନ୍ତୁ ପୁଅଟିଏ ହୋଇ ମାଆର ଅନ୍ତିମ ସତ୍କାର ତ କରି ପାରିବି ?ଆପଣ ଚାହିଁଲେ ।

ଲିଭି ଆସୁଥିବା ଦୀପରେ, କେହି ଜଣେ ତୈଳ ଟିକେ ଦେଇ ଯେମିତି ଜୀବନ୍ତ କରିଲା ପରି ଲାଗିଲା ମଦନକୁ ।

ଥରି ଥରି ହାତରେ ସଦାଶିବର ମୁଣ୍ଡକୁ ଆଉଁସି ଦେଇ କହିଲେ, ତୋ ପରି ପୁଅ ସବୁ ମାତା ପିତାଙ୍କୁ ମିଳୁ ।

ଏଇ ଆଶୀର୍ବାଦ, ଯେମିତି ଭୁଲ କରିଥିବା ସବୁଠୁ ବଡ ପାପର ଶେଷ ପ୍ରାୟଶ୍ଚିତ ଥିଲା ସଦାଶିବ ପାଇଁ ।ସମସ୍ତ ରୀତିନୀତିରେ ମାଆ'ର ଅନ୍ତିମ ସତ୍କାର କରି ଫେରି ଆସନ୍ତି ଘରକୁ ।

:- ଶେଷରେ, ବାପା ଏବେ ଯିବା (ମଦନ) ।

:-କଣ କହିଲୁରେ ପୁଅ ।

:-ହଁ ଆପଣ ଠିକ ଶୁଣିଛନ୍ତି, ବାପା ।ଏ ଅନାଥକୁ ତୁମେ ପୟରରେ ଅଶ୍ରୟ ଦେଲେ ମୋ ଜୀବନ ଧନ୍ୟ ହୋଇଯିବ।

ମଶାଣିରୁ ଫେରି, ପ୍ରଥମେ ସଦାଶିବ ବାପା ମଦନଙ୍କୁ ମେଡିକାଲରେ ଆଡମିସନ କରେଇ ଦିଅନ୍ତି । ଡାକ୍ତର ଚିକିତ୍ସା ଚାଲୁ ମଧ୍ୟ କରି ଦିଅନ୍ତି । ୟା ଭିତରେ ସକାଳ ହୋଇ ଯାଇଛି ।

ନବ ଦିଗନ୍ତର ଦୂର ଆକାଶରେ ସିନ୍ଧୁର ଫରୁଆ ମଧ୍ୟରେ ରବି ଙ୍କ କିରଣରେ ନୂତନ ଉପଲବ୍ଧିର ସଂଚାରର ଜାଗ୍ରତ ସଦାଶିବଙ୍କ ଶରୀରରେ । ଯେମିତି ଲାଗୁ ଥାଏ, ତା ପାପର ପ୍ରାୟଶ୍ଚିତ ହୋଇ ସାରିଛି ।

ବାପା (ମଦନ)ଙ୍କୁ ମେଡିକାଲରୁ ନେଇ ଘର ଅଭିମୁଖେ ଯାତ୍ରା କରେ ।ଜାଣେନା ନିଶା କଣ ଭାବିବେ ?ମୋ ଭଲପାଇବା ଯଦି ନିଶାଙ୍କ ପ୍ରତି ସତ୍ୟ ତେବେ ସେ ମୋ ନିଷ୍ପତିରେ ସମ୍ମତି ଦେବେ ।ଆଉ ମୁଁ ଜାଣେ, ସେ ଦେବେ ।

ସତକୁ ସତ ସେମିତି ହୁଏ ।ନିଶା ବି ବହୁତ ଖୁସି ଥିଲେ ମୋ ନିଷ୍ପତ୍ତିରେ ।

ମଦନ ବି ଅକ୍ଳାନ୍ତ ଦୁଃଖରୁ ଟିକେ ଆରାମ ଅନୁଭବ କରୁଥାନ୍ତି ।

ରାମକୁ ନ ପାଇ ପାଖରେ ବି, ଭଗବାନ ରାମଙ୍କ ରୂପ ଧାରି ସଦାଶିବର ଦାୟିତ୍ୱରେ ସେ ଥିଲେ ନତ ମସ୍ତକ ।

ନିଜକୁ ପାପରୁ ପଖାଳି, ସଦାଶିବ ବାପା (ମଦନ)ଙ୍କୁ ଆଶୀର୍ବାଦ ନେଇ କର୍ମ ଭୂମିକୁ ଚାଲି ଯାଏ ।

ଆଉ ପ୍ରତିଶୃତି ନିଏ, ସେ ଏଇ ଅସଜଡା ସଂସାରରେ ଥିବା ସନ୍ତାନମାନଙ୍କୁ, ଜଣ ଜଣ କରି କହିବ ତାଙ୍କର ଜୀବନର ସବୁଠୁ ଉଚ୍ଚ ସ୍ଥାନ ମାତା ପିତାଙ୍କର ଚରଣ ବନ୍ଦନା କରିବାର ମୂଲ୍ୟ ଯେ କେତେ ମହାନ୍ ।

ଆଜିର ଶିକ୍ଷାରେ ସେ ଜାଣି ସାରିଥିଲା । ଆଉ ପ୍ରତିଶୃତି ମଧ୍ୟ ନେଇ ଥିଲା । ସନ୍ତାନ ଦୁଃଖରେ ମ୍ରିୟମାଣ ସବୁ ପିତା ମାତାଙ୍କର ଯଥା ସମ୍ଭବ ସେ ସମସ୍ତ ପ୍ରକାର ସଦୁପଯୋଗ ପଦକ୍ଷେପ ନେଇ, ସେମାନଙ୍କ ମନରେ ଟିକେ ଖୁସି ଦେବା ପାଇଁ ଚେଷ୍ଟା କରିବ ।ତା ହେଲେ ତା ମା' ପରି ଅନେକ ମାଆଙ୍କର ଆତ୍ମାକୁ ସଦଗତି ମିଳିବ । 

ଆଉ ତା ପାପର ପ୍ରାୟଶ୍ଚିତ ହେବ ।



Rate this content
Log in

Similar oriya story from Tragedy