Kanan Bala Nayak

Tragedy

4.5  

Kanan Bala Nayak

Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

4 mins
196



  ଅନୀତା ଓ ଅନୀମା ଦୁଇ ଅନ୍ତରଙ୍ଗ ବାନ୍ଧବୀ। ଦୁଇ ବାନ୍ଧବୀ ଙ୍କ ଭିତରେ ସବୁବେଳେ ମାନ ଅଭିମାନ ଲାଗି ରହେ। ତଥାପି କେହି କାହାକୁ ଛାଡି କେବେ ରହନ୍ତି ନାହିଁ। ସେଦିନ ଯେତେବେଳେ କୌଣସି କଥାରେ ଦୁଇ ଜଣଙ୍କ ଭିତରେ ଯୁକ୍ତି ଲାଗିଲା ଅନୀତା ଅନୀମା ଙ୍କୁ କହିଲେ ରହ ମୋ ଝିଅ ବାହାଘର କଲେ ତୋତେ ଡାକିବି ନାହିଁ। ଅନୀମା ନିଃସନ୍ତାନ ଥିଲେ ଓ ଅନୀତା ଙ୍କ ପିଲା ମାନଙ୍କୁ ନିଜ ପିଲାଙ୍କ ଠୁ ଅଧିକ ସ୍ନେହ କରୁଥିଲେ। ଅନୀତା ଙ୍କ ପିଲା ମାନେ ମଧ୍ୟ ଅନୀମା ଙ୍କୁ ଯଥାଚିତ ଭକ୍ତି ଓ ସମ୍ମାନ କରୁଥିଲେ। ଅନୀତାଙ୍କ କଥା ଶୁଣି ଅନୀମା ହସିଦେଲେ। 


   ତାଙ୍କୁ ହସୁଥିବା ର ଦେଖି ଅନୀତା କହିଲେ ମୁଁ ତୋତେ ଏତେ ବଡ଼ କଥା ଟିଏ କହିଲି ଅଥଚ ତୁ ମୋ ଉପରେ ରାଗିବା ପରିବର୍ତ୍ତେ ହସୁଛୁ। ଅନୀମା କହିଲେ ତୋ କଥା ଶୁଣି ମୋର ଗୋଟେ କଥା ମନେ ପଡିଗଲା, ସେଥିପାଇଁ ମୁଁ ହସିଦେଲି।ଶୁଣ ତୁ ଯଦି ଭାବୁଛୁ ତୋ ଝିଅ ବାହାଘର କୁ ଡାକିବା ନ ଡାକିବା ଟା ତୋ ହାତରେ ଅଛି ବୋଲି ସେଇଟା ତୋର ଭୁଲ୍ ଧାରଣା। ଏବେ ମୁଁ କାହିଁକି ହସିଲି ସେ କଥା ଟି କହୁଛି ଶୁଣ। ତିରିଶି ବର୍ଷ ତଳର କଥା । ଗୋଟେ ପିଲା ଥିଲା । ଛୋଟବେଳୁ ତା ବାପା ଇହଧାମ ତ୍ୟାଗ କରିଥିଲେ। ତେଣୁ ପିଲାଟି ର ଜୀବନ ପ୍ରଥମରୁ ସଙ୍ଘର୍ଷମୟ ଥିଲା। ପିଲାଟି ର ମାଆ ଜଣେ ସାଧାରଣ ଗୃହିଣୀ ଥିଲେ। ପିଲାଟି ର ଯୈାଥ ପରିବାର। ତା ମାଆ ଦିନ ସାରା ଘରର ସମସ୍ତ କାମ କରନ୍ତି। ତଥାପି ପରିବାରର ସଦସ୍ୟ ଙ୍କ ଠାରୁ ତାଙ୍କୁ ସବୁବେଳେ ନାନା ଶୁଣିବାକୁ ପଡ଼େ। କେତେ ବେଳେ ବି କେହି ତାଙ୍କ କାମରେ ସନ୍ତୁଷ୍ଟ ହୁଅନ୍ତି ନାହିଁ।ଏ ସବୁ ପିଲା ଟିର ମନ ଭିତରେ ଭୀଷଣ ଆଘାତ ଦିଏ। କିନ୍ତୁ ସେ କରିବ କଣ ତାକୁ ବି ବିଭିନ୍ନ ସମୟରେ ବଡ଼ ବାପା ବଡ଼ ମାଆ କକା ଖୁଡ଼ି ଙ୍କ ଠାରୁ ନାନା ପ୍ରକାର ନିର୍ଯାତନା ସହିବାକୁ ପଡ଼େ। 


  ପିଲା ଟିର ମାମୁଁ ଘର ଆଭିଜାତ୍ୟ ସମ୍ପନ୍ନ ଥିଲେ।ତା ସହ ତା ମାମୁଁ ଜଣେ ସରକାରୀ କର୍ମଚାରୀ ମଧ୍ୟ ଥିଲେ। ପିଲା ଟିର ମାମୁଁ ମଝିରେ ତାଙ୍କ ଘରକୁ ଆସନ୍ତି। ହେଲେ ସେ ଭଉଣୀ ର ଦୁଃଖ ରେ ସମଦୁଃଖି ହୋଇ ତାକୁ କିଛି ସାହାଯ୍ୟ କରିବା ପରିବର୍ତ୍ତେ ଯେତେ ବେଳେ ବି ଆସନ୍ତି ତା ବଡ଼ବାପା ବଡ଼ ମାଆ,କକା ଖୁଡ଼ି ଙ୍କ ସହ ମିଶନ୍ତି ଓ ନାନା ପ୍ରକାର ବ୍ୟଞ୍ଜନ ର ବ୍ୟବସ୍ଥା ପାଇଁ କହନ୍ତି।ବେଳେ ବେଳେ ମାମୁଁ ତାଙ୍କ ସାଙ୍ଗ ମାନଙ୍କୁ ମଧ୍ୟ ନେଇ ହଠାତ୍ ପହଞ୍ଚି ଯାଉଥିଲେ।ଆଉ କକା ଙ୍କୁ ବାଡି ମଧ୍ୟରେ ଥିବା ଗଡିଆ ରୁ ମାଛ ଧରିବା ପାଇଁ କହୁଥିଲେ। ସେଦିନ ପିଲାଟି ତା ମାଆ ଙ୍କୁ ସାହାଯ୍ୟ କରୁଥିଲା।ଆଉ ମାମୁଁ ଙ୍କୁ ମନେ ମନେ ବହୁତ ରାଗୁଥିଲା। ମାମୁଁ ସମ୍ପନ୍ନ ହୋଇଥିଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମଝିରେ ମଝିରେ ପିଲାଟି ର ବଡ ବାପା ଓ କକା ଙ୍କ ପାଖରୁ ଧାର ନେଉଥିଲେ।


   ଆଉ କକା ବଡ଼ ବାପା ତା ମାଆକୁ ଦେଖାଇ ଶିଖାଇ ନାନା କଥା କହୁଥିଲେ। ତେଣୁ ପିଲାଟି ମନରେ ତା ମାମୁଁ ଙ୍କ ପ୍ରତି ରାଗ ଦିନ କୁ ଦିନ ବଢିବାକୁ ଲାଗିଲା।ତା ଛଡା ମାମୁଁ ଙ୍କ ପୁଅ ପିଲାଟି ସହ ପଢୁଥିବା ରୁ ସେ ସବୁବେଳେ ପିଲା ଟିକୁ ଏଣୁ ତେଣୁ କଥା କହନ୍ତି। ପିଲାଟି ଭଲ ନମ୍ବର ରଖିଲେ ତାକୁ କପି କରି ନମ୍ବର ରଖିଛୁ ବୋଲି ମଧ୍ୟ କହିବାକୁ ପଛାନ୍ତି ନି।ତେଣୁ ପିଲାଟି ମନେ ମନେ ମାମୁଁ ଙ୍କୁ ବହୁତ ରାଗେ ଓ ଭାବେ ମୁଁ ଏମିତି କିଛି କରିକି ଦେଖାଇବି ଯାହା ଫଳରେ ମାମୁଁ ତାକୁ ଆଉ କିଛି କହିବା ପରିବର୍ତ୍ତେ ତା ମାମୁଁ ବୋଲି କହିବାରେ ନିଜ କୁ ଗର୍ବିତ ଅନୁଭବ କରିବେ। ହେଲେ ସେ ତାଙ୍କୁ କେବେ ବି ନିଜ ମାମୁଁ ହିସାବରେ ପରିଚୟ ଦେବନି।କି କେବେ ବିବାହ କଲେ ମାମୁଁ ଙ୍କୁ ମାମୁଁ ହିସାବରେ ମାମୁଁ ଚିହ୍ନଟ କରିବ ନାହିଁ।


  କ୍ରମେ ପିଲା ଟି ବଡ଼ ହେଲା। ଉଚ୍ଚ ସରକାରୀ ଚାକିରୀ ଟିଏ ମଧ୍ୟ ପାଇଲା। ମାମୁଁ ମଧ୍ୟ ବୟସ୍କ ହେଲେ। ହେଲେ ପିଲାଟି ସେ ପର୍ଯ୍ୟନ୍ତ ତା ମାମୁଁ ଙ୍କ ପ୍ରତି ଥିବା ତା ମନରେ ଥିବା ରାଗକୁ କମ୍ କରି ପାରିନଥିଲା। ଯଦିଓ ମାମୁଁ ଙ୍କ ର ସେତେବେଳକୁ ତା ପ୍ରତିଥିବା ମନୋଭାବ ବଦଳି ଯାଇଥିଲା।ସେ ତାକୁ ଭଲ ପାଇବା ଆରମ୍ଭ କରି ଦେଇଥିଲେ। ପିଲା ଟି କିନ୍ତୁ ସେ ପର୍ଯ୍ୟନ୍ତ କହୁଥାଏ ଯେ ସେ ବିବାହ କଲେ କେବେ ବି ମାମୁଁ ଙ୍କୁ ତା ବିବାହ ରେ ମାମୁଁ ଚିହ୍ନଟ କରିବନି। ପିଲା ଟି ସେତେବେଳ କୁ ଭଲ ଚାକିରୀ ଟିଏ କରିଥିଲେ ମଧ୍ୟ ତା ବିବାହ ଠିକ୍ ହୋଇ ପାରୁ ନଥାଏ।ସେଇ ସମୟରେ ହଠାତ୍ ଦିନେ ପିଲାଟି ଶୁଣିଲା ତା ମାମୁଁ ବ୍ଲଡ୍ ପ୍ରେସର୍ ରେ ଆକ୍ରାନ୍ତ ହୋଇଛନ୍ତି ଆଉ ତାକୁ ଖୋଜୁଛନ୍ତି। ପିଲା ଟି ତା ଅନିଚ୍ଛା ସତ୍ତ୍ବେ ମଧ୍ୟ ତା ମାମୁଁ ଙ୍କୁ ଦେଖିବାକୁ ଗଲା‌। ସେତେବେଳକୁ ମାମୁଁ ଶଯ୍ୟାଶାୟୀ।ଖଟରୁ ଉଠି ପାରୁ ନ ଥାଆନ୍ତି। ମାମୁଁ ଙ୍କୁ ଦେଖି ପିଲାଟି ମନରେ ଥିବା ସବୁ ରାଗ କୁଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା। 


   କିଛି ଦିନ ପରେ ମାମୁଁ ଭଲ ହୋଇ ଗଲେ‌। ପିଲା ଟି ମନରେ ମଧ୍ୟ ମାମୁଁ ଙ୍କ ପ୍ରତି ଆଉ ରାଗ ନଥିଲା। ପିଲା ଟି ଭାବୁଥିଲା ତା ବାହାଘର ହେଲେ ସସମ୍ମାନେ ସେ ମାମୁଁ ଙ୍କୁ ମାମୁଁ ଚିହ୍ନଟ କରିବ। କିଛି ଦିନ ପରେ ପିଲା ଟି ଖାଇ ପିଇ ଶୋଇ ଥାଏ। ହଠାତ୍ ରାତିରେ ମାମୁଁ ଙ୍କ ‌ପୁଅ ଫୋନ୍ କଲା ବାପା ଚାଲିଗଲା। ଆସନ୍ତା କାଲି ତାଙ୍କର ଅନ୍ତିମ ସଂସ୍କାର ହେବ ପାରିବୁ ଯଦି ଆସିବୁ‌।ତା ପର ଦିନ ପିଲା ଟି ମାମୁଁ ଙ୍କ ଶେଷ ଦର୍ଶନ ପାଇଁ ଗଲା ଆଉ ମାମୁଁ ଙ୍କ ପ୍ରାଣହୀନ ଶରୀର କୁ ଦେଖି ଭାବିଲା ମୁଁ କଣ ଭାବୁଥିଲି ଯେ ମାମୁଁ କୁ ମୋ ବାହାଘର ରେ ମାମୁଁ ଙ୍କୁ ମାମୁଁ ଚିହ୍ନଟ କରିବି ନାହିଁ, ଭଗବାନ କହିଲେ ସେ ହିଁ ତୋ ବାହାଘର ରେ ମାମୁଁ ଚିହ୍ନଟ ହେବାପାଇଁ ରହିବ ନାହିଁ।


   ଜାଣୁ ଅନୀତା ଆମେ ଯାହା ଚାହୁଁ ତାହା କେତେ ବେଳେ ବି ହୁଏନା। ଆଉ ଈଶ୍ୱର ସବୁବେଳେ ଆମକୁ ଆମ ଅହଂକାର ଯେ କେତେ ମୂଲ୍ୟହୀନ ବୋଲି ଦେଖାଇବାକୁ ଯାଇ ଆମକୁ ପ୍ରାୟଶ୍ଚିତ କରିବା ର ସୁଯୋଗ ମଧ୍ୟ ଦେଇ ନ ଥାଆନ୍ତି। ମାମୁଁ ଙ୍କୁ ହରାଇଲା ପରେ ପିଲାଟି ଜାଣିଲା  କି ରାଗ ଅଭିମାନର ମୂଲ୍ୟ କିଛି ନଥାଏ।ଆଉ ଜାଣୁ ସେ ପିଲାଟି କିଏ ସେ ହେଉଛି ତୋର ସାଙ୍ଗ ଅନୀମା। ତେଣୁ ତୁ ଯେ କହୁଛୁ ତୋ ଝିଅ ବାହାଘର କୁ ମୋତେ ଡାକିବୁ ନାହିଁ କାହିଁ ଏମିତି ନହେଉ ମୁଁ ହିଁ ତୋ ଝିଅ ବାହାଘର କୁ ନଥିବି।ଅନୀମା ର କଥା ଶୁଣି ଅନିତା ନିଜେ କହିଥିବା କଥା ପାଇଁ ଭୁଲ୍ ମାଗିଲା ଓ ଅନୀମାକୁ କୁଣ୍ଢାଇ ଧରିଲା।


Rate this content
Log in

Similar oriya story from Tragedy