Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lalita Mohan Mishra

Inspirational

2  

Lalita Mohan Mishra

Inspirational

ପରାକାଷ୍ଠା

ପରାକାଷ୍ଠା

6 mins
294



         ଗୋଟିଏ ଛୋଟ ଗାଁ ର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଥିଲେ | ତାଙ୍କର ପ୍ରତିଦିନର ଅଭ୍ୟାସ ଶ୍ରେଣୀ କକ୍ଷକୁ ଗଲେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଁ ତୁମକୁ ଭଲପାଏ ବୋଲି କହି ପାଠ ପଢା ଆରମ୍ଭ କରନ୍ତି କିନ୍ତୁ ସେ ବାସ୍ତବରେ ଛାତ୍ରଛାତ୍ରୀଙ୍କୁ ସେତେଟା ଭଲ ପାଆନ୍ତି ନାହିଁ |

     ଶ୍ରେଣୀରେ ଏପରି ଏକ ଛାତ୍ର ଥିଲା ଯାହାର କି ଚରିତ୍ର ସମସ୍ତଙ୍କ ଠାରୁ ଅଲଗା | ତାର ନାମ ମୁନା | ମୁନା ସଫାସୁତୁରା ନ ହୋଇ ବିଦ୍ୟାଳୟକୁ ଆସୁଥିଲା | ସେ ଭଲ ଭାବରେ ମୁଣ୍ଡ କୁଣ୍ଡାଉ ନ ଥିଲା କି ଯୋତାର ରସି ବାନ୍ଧୁ ନ ଥିଲା | ପାଠ ପଢିବା ସମୟରେ ତାର ମନ ଅନ୍ୟତ୍ର ରହୁଥିଲା | ତାକୁ ଗୁରୁମା ବିରକ୍ତ ହେଉଥିଲେ | ସେ ଶାରୀରିକ ରୁପରେ ସିନା ଶ୍ରେଣୀରେ ଥାଏ କିନ୍ତୁ ତାର ମନ ସଦାସର୍ବଦା ଅନ୍ୟତ୍ର ରହୁଥିଲା |ଧିରେ ଧିରେ ଗୁରୁମାଙ୍କର ମୁନା ପ୍ରତି ଘୃଣା ଭାବ ସ୍ରୁଷ୍ଟି ହେବାରେ ଲାଗିଲା |

     ଶ୍ରେଣୀରେ ଗୁରୁମା ପ୍ରବେଶ କଲା ମାତ୍ରକେ ମୁନା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଗଲା | ଯେତେ ସବୁ ଖରାପ ଉଦାହରଣ ମୁନାକୁ ଲକ୍ଷ୍ୟ କରି ଗୁରୁମା କହୁଥାନ୍ତି ଶ୍ରେଣୀରେ ଛାତ୍ରଛାତ୍ରୀମାନେ ହସୁଥାନ୍ତି, ଗୁରୁମା ଏଥିରେ ସନ୍ତୋଷ ଲାଭ କରୁଥିଲେ | ମୁନା ମଧ୍ଯ ଗୁରୁମାଙ୍କର କୌଣସି ପ୍ରଶ୍ନର ଉତ୍ତର ନ ଦେଇ ପାରି ନିଜେ ନିଜକୁ ଦୁଃଖିତ ଅନୁଭବ କରୁଥିଲା |ଗୁରୁମାଙ୍କର ସ୍ନେହ, ପ୍ରେମ, ଭଲ ପାଇବା ଅପେକ୍ଷା ଘୃଣା, ପ୍ରତାରଣା ଓ ସନ୍ଦେହ ବେଶୀ ଥିଲା |

      ଧିରେ ଧିରେ ଗୁରୁମାଙ୍କର ହ୍ରୁଦୟ, ମୁନା ପ୍ରତି କଠୋରରୁ କଠୋରତ୍ତର ହେବାକୁ ଲାଗିଲା | ମୁନା ପ୍ରତି ଟିକିଏ ବି ବାସ୍ତଲ୍ୟ ମମତା ଭାବ ରହିଲା ନାହିଁ | ପ୍ରତ୍ୟେକ କଥାରେ ରାଗିବା, ସବୁ କଥା ହସରେ ଉଡେଇ ଦେବା ଭଳି ଭାବ ରହିଲା | ମୁନା କିନ୍ତୁ କୌଣସି ଜବାବ୍ ଦେଉ ନ ଥିଲା | ମୁନାକୁ ପ୍ରଶ୍ନ କଲେ ଉତ୍ତର ନ ଦେଇ ମୁଣ୍ଡ ହଲାଇ ଦିଏ ଗୁରୁମା ଆହୁରି ଚିଡିଚିଡା ହୋଇଯାଆନ୍ତି | ନିଷ୍ଠୁରତାର ଚରମସୀମାରେ ମଧ୍ଯ ଗୁରୁମାଙ୍କର ଆଶା ଆକାଂକ୍ଷା ଲୀନ ହୋଇ ନ ଥିଲା | ମଣିଷ ଜୀବନଟା ସାଧା ପାଣି ପରି ସ୍ବାଦହୀନ, ରଙ୍ଗହୀନ, ଗନ୍ଧହୀନ |

     ପ୍ରଥମ ମାସିକ ପରୀକ୍ଷା ସରିଯାଇଥାଏ, ଶ୍ରେଣୀ ଶିକ୍ଷିକା ଭାବରେ ଗୁରୁମା ମୁନାର ପ୍ରଗତି ପତ୍ରରେ ସବୁ ଖରାପ ଦର୍ଶାଇଲେ | ପ୍ରଗତି ପତ୍ରଟି ପିତାମାତାଙ୍କୁ ଦେଖାଇବା ପୂର୍ବରୁ ପ୍ରଧାନଶିକ୍ଷକଙ୍କ ନିକଟକୁ ଯାଇଥାଏ, ମୁନାର ଏହି ଭଳି ପ୍ରଗତି ପତ୍ର ଦେଖି ପ୍ରଧାନଶିକ୍ଷକ ଗୁରୁମାଙ୍କୁ ଡକାଇଲେ ଏବଂ ଗୁରୁମାଙ୍କୁ କହିଲେ ମୁନାର ପ୍ରଗତି ବିଷୟରେ କିଛି ତ ଲେଖିବା କଥା | ସବୁ ବିଷୟରେ ଶୂନ୍ଯ ଲେଖିଲେ ତାର ପିତାମାତା ନିରାଶ ହୋଇଯିବେ |

      ଗୁରୁମା ଉତ୍ତର ଦେଲେ ମୋତେ କ୍ଷମା କରିଦେବେ, ମୁନା ଏକ ଅଳସୁଆ ଏବଂ ଅଭଦ୍ର ସ୍ବଭାବର ଛାତ୍ର ଅଟେ | ମୁଁ ଭାବୁନାହିଁ ତାର କେଉଁଥିରେ ପ୍ରଗତି ହୋଇଛି ନା ହେବ ଏହା କହି ଗୁରୁମା ପ୍ରଧାନ ଶିକ୍ଷକଙ୍କ ଠାରୁ ଉଠି ପଳାଇଯାଇଥିଲେ | ନିଜର ଦୁର୍ବଳତା ଓ ନିଜର ଅସ୍ତିତ୍ଵ ସେହି ଲୋକମାନଙ୍କ ପାଖରେ ପ୍ରକାଶ କରାଯାଏ ଯିଏ ମଜବୁତ ସହ ଆପଣଙ୍କ ସହିତ ସବୁ ସମୟରେ ଛିଡା ହୋଇପାରିବ ଓ ସମାଧାନ କରିପାରିବ |

    ପ୍ରଧାନଶିକ୍ଷକ ଗୋଟିଏ ଉପାୟ କଲେ, ପିଅନ ହାତରେ ମୁନାର ପୂର୍ବ ବର୍ଷ ଗୁଡିକର ପ୍ରଗତି ପତ୍ର ରିପୋର୍ଟ ଗୁରୁମାଙ୍କ ପାଖକୁ ପଠାଇ ଦେଲେ | ପରଦିନ ଯେତେବେଳେ ଗୁରୁମା ଶ୍ରେଣୀରେ ପାଠ ପଢ଼ାଇବାକୁ ଆସିଲେ ସେତେବେଳେ ସେ ସବୁ ରିପୋର୍ଟ ଗୁରୁମାଙ୍କର ନଜରକୁ ଆସିଲା | ଗୁରୁମା ତନ୍ନ ତନ୍ନ କରି ପଢିଲେ ଏବଂ ଆଶ୍ଚର୍ଯ୍ୟ ହେଲେ, ଗତ ବର୍ଷର ଶ୍ରେଣୀ ଶିକ୍ଷକ ମୁନାକୁ ଅନୁପ୍ରାଣିତ କରିବା ନିମିତ୍ତ ଏବଂ ମାତାପିତାଙ୍କୁ ଖୁସି କରାଇବା ନିମିତ୍ତ ଏପରି ଅଧିକ ମାର୍କ ଦେଇଥିଲେ ତତ୍ ସଙ୍ଗେ ସଙ୍ଗେ ତଳେ ମଧ୍ଯ ଲେଖିଥିଲେ ମୁନା ପରି ବୁଦ୍ଧିମାନ, ଗୁଣୀ, ସହ୍ରୁଦୟୀ, ସହନଶୀଳ ଛାତ୍ର ଆଜି ପର୍ଯ୍ୟନ୍ତ ଦେଖି ନାହିଁ | ସେ ବହୁତ ସମ୍ବେଦନଶୀଳ ଛାତ୍ର ଓ ଶିକ୍ଷକ ଅନୁରାଗୀ ଛାତ୍ର ଅଟେ |

      ଗୁରୁମା ଅନିଶ୍ଚିତତା ମଧ୍ୟରେ ତା ପୂର୍ବ ବର୍ଷର ରିପୋର୍ଟ ମଧ୍ୟ ଦେଖିଲେ | ସେଥିରେ ଅନ୍ତିମ ମାସିକ ପରୀକ୍ଷାରେ ମୁନା ପ୍ରଥମ ସ୍ଥାନ ଅଧିକାର କରିଥିଲା ଆହୁରି ମଧ୍ୟ ଲେଖାଥିଲା, ମୁନାର ମାଆ କର୍କଟ ରୋଗରେ ପୀଡିତ ଥିଲେ ସେଥିପାଇଁ ମୁନା ପାଠ ପଢାରେ ସମୟ ଦେଇ ପାରୁ ନ ଥିଲା | ଏହା ଦ୍ବାରା ତାର ପାଠପଢା ବେଶୀ ପ୍ରଭାବିତ ହୋଇଥିଲା | ମୁନା ନିରାଶାର ଅନ୍ଧକାର ମଧ୍ୟରେ ଆଶା ରୁପକ ଆଲୋକର ପ୍ରଦୀପ ଖୋଜୁଥାଏ | ସଂଘର୍ଷମୟ ଜୀବନର ପଥ କେତେ ଅତିକ୍ରମ କରିବାକୁ ପଡିବ ଜଣା ନାହି |

      ଶେଷରେ ମାଆ ଆଖିବୁଜି ଦେଲା | ଜୀବନର ସମସ୍ତ ଖୁସି ଚାଲିଗଲା | ଜଗତଟା ଯେପରି ତାରି ପାଇଁ ଅନ୍ଧକାରମୟ ହୋଇଗଲା | ସମସ୍ତେ ସୁଖ ଦୁଃଖରେ ବିମୋହିତ ହୋଇପଡୁଥିବା ବେଳେ, ମୁନା ପାଇଁ ଭବିଷ୍ୟତ ବିଧାତା କଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା |

      ଗୁରୁମା ଏ ସବୁକୁ ପଢିବା ପରେ ବହୁତ ଦୁଃଖିତ ଓ ଅନୁତପ୍ତ ହୋଇଥିଲେ | ମୁନାର ବିରାଟ ବୋଝଟି ଯେପରି ଗୁରୁମାଙ୍କ ଉପରେ ଲଦି ହୋଇଗଲା ସେ ସେପରି ଅନୁଭବ କଲେ | ନିଜ ଆଖିରୁ ଅଜାଣତରେ ଲୁହ ଝରିଗଲା ଏବଂ କମ୍ପିତ ହସ୍ତରେ ମୁନାର ପ୍ରଗତି ପତ୍ରକୁ ବନ୍ଦ କରିଦେଇଥିଲେ |

    ପରଦିନ ଶ୍ରେଣୀ କକ୍ଷରେ ପୂର୍ବ ବକ୍ତବ୍ୟ ମୁଁ ତୁମକୁ ଭଲପାଏ ବୋଲି କହି ପାଠ ପଢା ଆରମ୍ଭ କରି ଥିଲେ କିନ୍ତୁ ଏଥର ତାଙ୍କର ମାତ୍ରୁତ୍ତ୍ବ ହ୍ରୁଦୟ କରୁଣାରେ ବିଗଳିତ ହୋଇଯାଇଥିଲା | ଜୀବନ ହେଉଛି ଗୋଟିଏ ପ୍ରତିଧ୍ଵନି | ଭଲ,ଖରାପ, ମିଛ, ସତ ଦୁନିଆକୁ ସଦାବେଳେ ଭଲ ଦେବାକୁ ପ୍ରଚେଷ୍ଟା କରେ |

     ଗୁରୁମା ପାଠପଢାଇବା ସମୟରେ ମୁନାକୁ ପ୍ରଶ୍ନ କଲେ ପୂର୍ବ ଭଳି ମୁଣ୍ଡ ହଲାଇ ଦିଏ, ଛାତ୍ର ଛାତ୍ରୀ ମାନେ ହସନ୍ତି | ଗୁରୁମା ଛାତ୍ର ଛାତ୍ରୀ ମାନଙ୍କୁ ବିରକ୍ତ ହୁଅନ୍ତି ଏବଂ ମୁନାକୁ ପାଖକୁ ଡାକି ସେହି ପ୍ରଶ୍ନର ଉତ୍ତର କୁହନ୍ତି ସମସ୍ତ ଆଗରେ କହିବା ପାଇଁ ସୁଯୋଗ ସୃଷ୍ଟି କରନ୍ତି | ଧିରେ ଧିରେ ମୁନା ସମସ୍ତଙ୍କ ଆଗରେ ନିର୍ଭୟରେ କହିବା ପାଇଁ ଅଭ୍ୟାସ କଲା, ତାର ଭୟ ଧିରେ ଧିରେ ଦୂର ହେଲା | ମୁନା ଉତ୍ତର ଦେବା ମାତ୍ରକେ ଛାତ୍ରଛାତ୍ରୀ ମାନେ ତାଳି ବଜାଇ ଆକ୍ରୁଷ୍ଟ ଓ ଆନନ୍ଦିତ କରାଇବା ନିମିତ୍ତ ପରିବେଶ ସୃଷ୍ଟି କଲେ | ମୁନା ଏଥର ଉତ୍ତମ ନମ୍ବର ରଖି ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲା |

     ବିଦ୍ୟାଳୟରୁ ମୁନାର ବିଦାୟ ଦିନ ଆସିଲା | ବିଦାୟ ସମାରୋହରେ ସମସ୍ତ ଛାତ୍ରଛାତ୍ରୀ ଗୁରୁମାଙ୍କ ପାଇଁ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଉପହାର ଆଣି ଗୁରୁମାଙ୍କ ଟେବୁଲ ଉପରେ ରଖିଥାନ୍ତି ତା ମଧ୍ୟରେ ଏକ ପୁରୁଣା ଖବରକାଗଜରେ ଗୁଡା ହୋଇଥିବା ଉପହାରଟିଏ ଗୁରୁମାଙ୍କର ନଜରକୁ ଆସିଲା | ଛାତ୍ରଛାତ୍ରୀ ମାନେ ସେହି ଉପହାରକୁ ଦେଖି ହସୁଥିଲେ, ସେହି ଉପହାରଟି କାହାର ହୋଇଥିବ ସନ୍ଦେହର ଅବକାଶ ରହିଲା ନାହିଁ |ମନରେ ସାହାସ ଓ ଧୈର୍ଯ୍ୟ ରଖିଥିବା ବ୍ୟକ୍ତିଙ୍କର ସ୍ବପ୍ନ ଅଧୁରା ରହେ ନାହିଁ, ଯାହାର କର୍ମ, ଉଦ୍ଦ୍ୟେଶ୍ୟ ଭଲ ଭଲ ତାର ଜୀବନରେ ଅନ୍ଧକାର ଆସେନାହିଁ |

     ଏତେ ଉପହାର ମଧ୍ଯରୁ ଗୁରୁମା ସେହି ଉପହାରଟିକୁ ଆଣି ଖୋଲିବାକୁ ଲାଗିଲେ ଅତି ସୁନ୍ଦର ଶଙ୍ଖାଟିଏ କେତେ ଗୁଡ଼ିଏ ମୋତି ସେଥିରୁ ଖସିଯାଇଛି | ଗୁରୁମା ଧିରେ ସେ ଶଙ୍ଖାଟିକୁ ନିଜ ହାତରେ ପିନ୍ଧିଲେ | ସବୁ ଛାତ୍ରଛାତ୍ରୀ ଏହି ଦ୍ରୁଶ୍ୟଟି ଦେଖୁଥିଲେ | ମୁନା ନିଜକୁ ନିୟନ୍ତ୍ରଣ କରିପାରିଲା ନାହିଁ, ଅଜାଣତରେ ଗୁରୁମାଙ୍କ ପାଖରେ ଆସି କେତେବେଳେ ଠିଆ ହୋଇଯାଇଛି ଜଣାନାହିଁ | କିଛି ସମୟ ପରେ ସେ ଗୁରୁମାଙ୍କୁ କହିଲା ଆପଣ ମୋ ମାଆ ଭଳି ଦିଶୁଛନ୍ତି | ସ୍ରୁଷ୍ଟିର ସୁନ୍ଦର ଉପସ୍ଥାପନାକୁ ଧାରଣ କରିଛି ଯିଏ ସେ କେବେ ଜନନୀ, ଜାୟା ଓ ଭଗିନୀ ଭାବରେ ଭିନ୍ନ ଭିନ୍ନ ରୁପ ନିଏ, ହ୍ରୁଦୟରେ ତାର ଅମାପ ସେନେହ, ତାର କୋଇଲି ଭଳି କଣ୍ଠ | ଆପଣାର ପର ଭାବ ନାହିଁ ତାର, ମାଆ ସେ ବୋଲାଇ ଥାଏ | ଗଙ୍ଗା ରୁପେ ଅବତାରେ ଧରାର ଧାମରେ, ମା ରୁପେ ଅଭିହିତ ପୂଣ୍ୟ କର୍ମ ଅନୁସାରେ | ଛାଇ କଣ କେବେ ପାଖ ଛାଡେ. କେବେ ପଛରେ ତ କେବେ ଆଗରେ | ପଛ କଥା ଇତିହାସ ପ୍ରୁଷ୍ଠାକୁ ଚାଲିଯାଏ, ଇତିହାସକୁ ମନେ ପକାଇ ନୂତନତ୍ବ ଆଡକୁ ଧାଏଁ | ପ୍ରତିଟି ନିଃଶ୍ବାସ ପ୍ରଶ୍ବାସରେ ସେ କଥା ମନେ ପଡିଯାଏ କେଉଁ ଅଲକ୍ଷ୍ୟରେ.

     ସମୟ କାହାକୁ ଅପେକ୍ଷା କରେନାହିଁ | କାହାଣୀଟିର ଆରମ୍ଭ. କେତେ ଆଶା, ଆକାଂକ୍ଷା ଓ ଉତ୍କଣ୍ଠାର ଅନ୍ତ କଣ ହେବ କିଏ ବା ଜାଣେ | ଦୁଃଖ ହେଉ ବା ସୁଖ ହେଉ, ହସ ହେଉ ଅବା ଲୁହ, ପ୍ରେମ ହେଉ ଅବା ପ୍ରତାରଣା, ଅଧୁରା ହେଉ ଅବା ପୂର୍ଣ୍ଣତା ସମୟ ସାଥିରେ ସମସ୍ତେ ଗତି କରୁ | ଦିନ ପରେ ସମୟ, ସମୟ ପରେ ମାସ, ମାସ ପରେ ବର୍ଷ ଏହି ଭଳି ବିତିଗଲା | ମୁନା ସବୁ ବର୍ଷ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଗୁରୁମାଙ୍କ ପାଖକୁ ଚିଠି ଲେଖୁଥିଲା, ମୁଁ ଏ ବର୍ଷ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଅଛି, କେତେ ନୂତନ ଶିକ୍ଷକଶିକ୍ଷୟିତ୍ରୀଙ୍କ ସାନ୍ନିଧ୍ୟ ଲାଭ କରିଛି କିନ୍ତୁ ଆପଣଙ୍କ ଭଳି ଆଜି ପର୍ଯ୍ୟନ୍ତ କାହାକୁ ପାଇ ପାରିଲି ନାହିଁ | ଆପଣ ମୋ ପାଇଁ ନିଖୋଜ ମୌସୁମୀ, ନିରୁଦ୍ଦିଷ୍ଟ ଜନନୀ , ନିଦାଘ ଯନ୍ତ୍ରଣା ଏବଂ ଅସରନ୍ତି ତ୍ରୁଷ୍ନା ସଦ୍ରୁଶ.

     ମୁନାର ଏପଟେ ଶିକ୍ଷା ସାରି ଭାରତୀୟ ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲା, ସେପଟେ ଗୁରୁମା ଚାକିରୀରୁ ଅବସର ନେଲେ | କିଛିଦିନ ପରେ ଗୁରୁମା ପାଖକୁ ଏକ ପତ୍ର ଆସିଲା, ଯେଉଁଥିରେ ଲେଖାଥିଲା ମୁଁ ଏ ମାସ ଶେଷରେ ବିବାହ କରିବାକୁ ଯାଉଛି | ଆପଣଙ୍କ ବିନା ଏ ବିବାହ ସମ୍ଭବପର ନୁହେଁ ଆପଣ ନିଶ୍ଚୟ ଆସିବେ | ଶେଷରେ ଲେଖାଥିଲା ଆପଣଙ୍କ ପରି ବ୍ୟକ୍ତିତ୍ୱକୁ ମୁଁ ଆଜି ପର୍ଯ୍ୟନ୍ତ ପାଇ ପାରିଲି ନାହିଁ, ଇତି... ତୁମର ସେହି ପ୍ରିୟର ମୁନା | ସେହି ଲଫାପାରେ ଯିବା ଆସିବା ପାଇଁ ବିମାନ ଟିକେଟ ମଧ୍ଯ ଥିଲା | 

      ଗୁରୁମା ଚିଠିଟିକୁ ପଢି କାନ୍ଦି ପକାଇଥିଲେ | ବିବାହ ଦିନ ଗୁରୁମା ବିବାହ ସ୍ଥଳରେ ପହଞ୍ଚିବାକୁ ସାମାନ୍ୟ ଡେରି କରିଦେଲେ | ସେ ଭାବୁଥିଲେ ବିବାହ କାର୍ଯ୍ୟ ନିଶ୍ଚିତ ସମ୍ପନ୍ନ ହୋଇସାରିଥିବ | ଜୀବନଟା ଗୋଟିଏ ବଗିଚା ସ୍ୱରୂପ | ମନୁଷ୍ଯର ସ୍ରୁଜନଶୀଳତା, ତାର ପରିଶ୍ରମରେ ସେ ବଗିଚା ରେ ନାନା ରଙ୍ଗବେରଙ୍ଗର ଫୁଲ ଫୁଟାଇ ଥାଏ | ଚତୁର୍ଦ୍ଦିଗରେ ବାସ ଚହଟାଏ, ଭ୍ରମର ଓ ପ୍ରଜାପତିମାନେ ଫୁଲକୁ ଆକ୍ରୁଷ୍ଟ ହୋଇ ଆସନ୍ତି | ବଗିଚାକୁ ସରସ ସୁନ୍ଦର କଲେ ଯେପରି ସମସ୍ତେ ଆକ୍ରୁଷ୍ଟ ହୁଅନ୍ତି ସେହିପରି ଜୀବନକୁ ସରସ ସୁନ୍ଦର ସାବଲୀଳ କଲେ ଆମେ ସମସ୍ତଙ୍କ ଠାରେ ନିଜର ଏବଂ ଆଦରର ପ୍ରିୟପାତ୍ର ହୋଇପାରିବା |

        ବିବାହ କାର୍ଯ୍ୟରେ ଯୋଗଦାନ କରିବା ନିମିତ୍ତ ମନ୍ତ୍ରୀ, ସେକ୍ରେଟାରୀ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, କେତେ ବଡ ପାହ୍ୟାର ଅଧିକାରୀ, ବିଜିନେସ୍ ମ୍ୟାନ ଯୋଗ ଦେଇଥାନ୍ତି | ଏମାନଙ୍କ ମଧ୍ୟରେ ମୁନା କାହାକୁ ଅପେକ୍ଷା କରିଅଛି ଜଣାପଡୁ ନଥାଏ, ସେ ବିବାହ ମଣ୍ଡପରେ ନ ବସି ମୂଖ୍ୟ ଫାଟକ ପାଖରେ ଅପେକ୍ଷା କରିଥାଏ | 

      ଗୁରୁମା ଯେତେବେଳେ ଆସିଲେ ସଙ୍ଗେ ସଙ୍ଗେ ମୁନା ତାଙ୍କ ହାତ ଧରି ପାଛୋଟି ନେଲା,ଗୁରୁମା ସେହି ଶଙ୍ଖାଟି ପିନ୍ଧିଥାନ୍ତି | ମୁନା ଗୁରୁମାଙ୍କର ହାତ ଧରି ସିଧା ମଞ୍ଚ ଉପରକୁ ନେଇଗଲା ଏବଂ ମାଇକ୍ ଧରି କହିଲେ, ବନ୍ଧୁଗଣ ଆପଣମାନେ ସବୁବେଳେ ପଚାରୁଥିଲେ ମୋର ମାଆ ବିଷୟରେ. ମୁଁ କହେ ମୋର ମାଆର ପରିଚୟ ନିଶ୍ଚିତ କରାଇବି ବୋଲି, ଆଜି ମୋର ପାଖରେ ଯେ ଅଛନ୍ତି ସେ କେହି ନୁହେଁ ସେ ମାଆ ରୁପି ଗୁରୁମା. ମାଆ ହିଁ ସତ୍ଯ, ମାଆ ହି ସମ୍ପୂର୍ଣ୍ଣ | ମାଆ ହିଁ ସ୍ନେହ, ମାଆ ହିଁ ପ୍ରେମ | ମାଆ ହିଁ ସ୍ରୁଷ୍ଟି, ମାଆ ହିଁ ସୁନ୍ଦର | ମାଆ ହିଁ ଆଶା, ମାଆ ହିଁ ବିଶ୍ବାସ | ମାଆ ହିଁ ତ୍ଯାଗ, ମାଆ ହିଁ ପରାକାଷ୍ଠା | ମାଆ କୋଳେ ଶାନ୍ତି, ମାଆ କୋଳେ ତ୍ରୁପ୍ତି | ମାଆ ପାଇଁ ଆମେ ନେଉଛେ ନିଃଶ୍ବାସ


Rate this content
Log in

More oriya story from Lalita Mohan Mishra

Similar oriya story from Inspirational