ପରା କଅଁଳ କଳିକା
ପରା କଅଁଳ କଳିକା


ଆଜି ପରା ଶିଶୁ ଦିବସ ।ତୁମକୁ କଣ ଜଣାନାହିଁ ମାଆ !ଆଜି ଦିନରେ ମୋ ପରି କଅଁଳ କୁନି କଳିକାକୁ ହତ୍ୟା କରିଵ।ପାପ ଲାଗିବ ମାଆ ତୁମକୁ।ମୁଁ ଗୋଟେ କଅଁଳ କଳିକା ମାରିଦିଅନି ମାଆ।ମତେ ଜନ୍ମହେବା ପାଇଁ ଦିଅ।ମୋର ମଧ୍ୟ ଶରୀର ଦେହ ମାଂସ ହାଡରେ ଗଢା।ମୁଁ ଝିଅ ବୋଲି ମନ ଊଣା କରୁଛ ମାଆ।ଏମିତି କରନି ତୁମେ। ତୁମେ ମଧ୍ୟ ଜଣେ ଝିଅ ଥିଲ ମାଆ।ମୁଁ ତୁମର କଅଁଳ ଶିଶୁଟିଏ।ପୁଅ ଝିଅ ଭିତରେ କାହିଁକି ଫରକ ଦେଖୁଛ।ଆଜିର ଶିଶୁ କାଲିର ନାଗରିକ।ମୋର ମଧ୍ୟ ଜନ୍ମ ହେବାର ଅଧିକାର ଅଛି।ମାଆ ମୁୁଁ ତୁମର କି ପାପ କରିଥିଲି।ପୁଣି ମୁଁ ତୁମ ଗର୍ଭରେ ରହିଲେ ଆଉ ଥରେ ମତେ ନଷ୍ଟ କରି ଦେବ।ମାଆ ମାଆ କରନି ତୁମେ ଏମିତି।ମତେ ବୋଝ ବୋଲି ଭାବୁଛ।ମୁଁ ତୁମ ଉପରେ ବୋଝ ହୋଇ ରହିବି ନାହିଁ କେବେ।ମୁୁୁଁ ବାହାରକୁ ଆସିଲେ ଦୁନିଆ କଣ ଦେଖିବି।ଅନ୍ଧାର କୋଠରୀରେ ଆବଦ୍ଧ ହୋଇ ରହିଛି। ଛିନ୍ନଛତର ହୋଇଗଲେ ଚାଲିଯିଵ ମୋ ପ୍ରାଣ।କାହିଁକି କରୁଛ ତୁମେ ଏମିତି ?ଏମିତି ଘୃଣ୍ୟମନୋଭାବ ଆସୁଛି କାହିଁକି ତୁମ ମନକୁ।ଏହି କଅଁଳ ଶିଶୁ ପୁଅ ହେଉ କିମ୍ବା ଝିଅ ସେ ଇଶ୍ବରଙ୍କ ବରଦାନ ସଦୃଶ।
ମାଆ ତୁମେ ମତେ ଜନ୍ମ ହେବା ପୂର୍ବରୁ ମାରିଦେଵ। ମୋ ପରି ଆଉ କେତେ ଜଣ କଅଁଳ ଶିଶୁକୁ ଝିଅ ବୋଲି ଜାଣି ତାଙ୍କ ମାଆମାନେ ଫୋପାଡି ଦେଉଛନ୍ତି ଅଳିଆ ଗଦାରେ ଏବଂ ଆଉ କେତେବେଳେ ପଚାସଢା ନାଳରେ।
ଧଡକିନା ଉଠିବସିଲା ମିନା କଣ ଏ ଦୁଃସ୍ବପ୍ନ।ମୋ ପେଟର ଶିଶୁ ଠିକ୍ ଅଛି ତ! ମୁଁ ଯାହା ଭାବିଥିଲି ତାହା ସ୍ବପ୍ନ ଆକାରରେ ଦେଖିଦେଲି।ମୁଁ ଜମ୍ମା ଏ ପାପ କରିବିନି।ଆଜି ପରା ଶିଶୁ ଦିବସ।ଆଜି ମତେ ଜଳଦି ସ୍କୁଲ ଯିବାର ଅଛି ପିଲାମାନେ ଅପେକ୍ଷା କରିଥିବେ।ମତେ ମୋ ପିଲାମାନେ ଭାରି ଭଲ ପାଆନ୍ତି।ମୁଁ ସବୁପିଲାମାନଙ୍କୁ ସମାନ ଦେଖେ।ସେମାନେ ତ କଅଁଳ ଶିଶୁ।ପ୍ରଭେଦ କଣ ପୁଅ ଏବଂ ଝିଅ ଭିତରେ।କ'ଣ ମନରେ ଭାବିନେଇଥିଲି ତାହା ସ୍ବପ୍ନ ହୋଇ ଗଲା ଛି ଛି ଏ ଘୃଣ୍ୟ ବିଚାର।ସେପଟୁ ପାଟି ଶୁଭିଲା ମିଷ୍ଟର ରାଉତଙ୍କର ଠିକ୍ ସେ ଗାଡିରେ ବସ ମୁଁ ତୁମକୁ ନେଇ ସ୍କୁଲରେ ଛାଡିଆସିବି।କିଛି ମିଠା ଏବଂ ଚକଲେଟ୍ ପିଲାମାନଙ୍କ ପାଇଁ ନେଇକି ଯିବା।