STORYMIRROR

Trushna Das

Drama Crime Thriller

4  

Trushna Das

Drama Crime Thriller

ପୋଲିସ ଫାଇଲ (ଏ କେମିତି କା ପ୍ରେମ ଥିଲା)

ପୋଲିସ ଫାଇଲ (ଏ କେମିତି କା ପ୍ରେମ ଥିଲା)

5 mins
250

ପୋଲିସ୍ ଫାଇଲ (ଏ କେମିତି କା ପ୍ରେମ ଥିଲା) 

ନମସ୍କାର ମୁଁ ଅରବିନ୍ଦ, ଆପଣମାନଙ୍କୁ ପୋଲିସ ଫାଇଲରେ ସ୍ବାଗତ ଜଣାଉଛି। ଆଜି ଏମିତି ଏକ ଘଟଣା ଉପରେ ମୁଁ ଆପଣମାନଙ୍କୁା ଜଣାଇବି ଆପଣ ଭାବିବେ ଏ କେମିତି କା ପ୍ରେମ ଥିଲା। ଏହା ପାଖ ସବିରା ପୁର ଗ୍ରାମରେ ଘଟିଛି। ଆସନ୍ତୁ ଜାଣିବା ତା ବିଷୟରେ :


 ଘଟଣା :


ଏକ ପଚିଶି ବର୍ଷର ଝିଅ ନମିତା ବିବାହ କରିଥିଲେ ଷାଠିଏ ବର୍ଷର ବ୍ୟକ୍ତି ସୁଭାଷଙ୍କୁ। ଏ ଘଟଣା ଚାରିଆଡ଼େ ହଇଚଇ ।


ଏତେ କମ ବୟସର ହୋଇ ନମିତା ଏତେ ବୟସ୍କ ବ୍ୟକ୍ତିକୁ କିପରି ବିବାହ କଲେ। ପୁଣି ସୁଭାଷଙ୍କ ନମିତାଙ୍କ ଠାରୁ ବି ବଡ ବୟସର ଝିଅ ପୁଅ ଅଛନ୍ତି । ବୋଧେ ନମିତା ଟଙ୍କା ସମ୍ପତ୍ତି ଲୋଭରେ ଏ ବିବାହ କରିଛନ୍ତି। 


ନମିତା ସବୁବେଳେ ମୁହଁ ଶୁଖାଇ ରହୁଥିଲେ। ଲାଗୁ ଥିଲା ଯେମିତି ସେ ଏ ବିବାହରେ ଖୁସି ନୁହଁନ୍ତି।


କିଛି ଦିନ ପରେ ନମିତାଙ୍କ ମୃତ୍ୟୁ ଖବର ଶୁଣିବାକୁ ମିଳିଲା। ସମସ୍ତେ କହିଲେ ସେ ଏ ବାହାଘରରେ ଖୁସି ନ ଥିଲେ। ସେଥିପାଇଁ ସେ ଆତ୍ମହତ୍ୟା କଲେ। କିନ୍ତୁ ସେତେବେଳକୁ ହଠାତ୍ ନମିତାଙ୍କ ଜଣେ ସାଙ୍ଗ ନମନ ଆସି କହିଲେ ନମିତା ଆତ୍ମହତ୍ୟା କରି ନାହାଁନ୍ତି।ତାଙ୍କୁ ମାରି ଦିଆ ହୋଇଛି। ଏହାର ତଦନ୍ତ ହେଉ।


କେସଟି ପାଖ ପୋଲିସ ଷ୍ଟେସନରେ ଫାଇଲ୍ ହେଲା। ପୋଲିସ ଆସି ନମିତାଙ୍କ ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଲେ। ପୋଲିସ ତଦନ୍ତରୁ ଜାଣିବାକୁ ପାଇଲେ ଯେ ନମନ ଓ ନମିତା ପରସ୍ପରକୁ ଭଲ ପାଉଥିଲେ। କିଛି ମାସ ପରେ ସେମାନଙ୍କ ବିବାହ ସ୍ଥିର ହୋଇଥିଲା। 


ଏବେ ପୋଲିସ ପାଖରେ ସବୁ ଠାରୁ ବଡ ପ୍ରଶ୍ନ ତେବେ ନମିତା ନମନଙ୍କୁ ବିବାହ ନ କରି ସୁଭାଷଙ୍କୁ କଣ ପାଇଁ ବିବାହ କଲେ। ପୋଲିସ ପଚରା ଉଚରା କରିବା ପାଇଁ ସୁଭାଷଙ୍କ ଘରେ ପହଞ୍ଚିଛନ୍ତି। ସେତେବେଳେ ପୋଲିସକୁ ଫୋନରେ ପୋଷ୍ଟମର୍ଟମ ରିପୋର୍ଟ ମିଳିଲା ଯେ ନମିତା ତିନି ମାସର ଗର୍ଭବତୀ। ପୋଲିସର ଚିନ୍ତା ବଢିଗଲା କାରଣ ନମିତାଙ୍କ ବାହାଘର ତ ପନ୍ଦର ଦିନ ଭି ହୋଇ ନାହିଁ ପୁଣି ସେ ଗର୍ଭବତୀ। 


ସେ ସଙ୍ଗେ ସାଙ୍ଗ ସୁଭାଷଙ୍କୁ ଡି. ଏ. ନେ ପରୀକ୍ଷା ପାଇଁ ନେଲେ ଏବଂ ନମନଙ୍କ ଭି ପରୀକ୍ଷା କରାଇଲେ। ହେଲେ ପୋଲିସର ଚିନ୍ତା ଆହୁରି ବଢିଲା ଯେ ନମୀତା ଗର୍ଭରେ ଥିବା ସନ୍ତାନଟି କାହାର....? ସେ ତ ନମନର ନୁହଁ କି....ସୁଭାଷଙ୍କର ଭି ନୁହେଁ। କଣ ନମିତାଙ୍କ ଆଉ କାହା ସହ ସମ୍ପର୍କ ଥିଲା କି? ପୋଲିସ ତାର ତଦନ୍ତ ଆଗକୁ ବଢାଇଲା। ତଦନ୍ତରୁ ପୋଲିସ ଜାଣିଲେ ଯେ ନମିତା ବହୁତ ଶାନ୍ତ ଝିଅ । ସେ ନମନଙ୍କୁ ଛୋଟ ବେଳୁ ଭଲ ପାଉଥିଲେ ଏବଂ ତାଙ୍କ ସହ ହିଁ ବିବାହ କରିବେ ବୋଲି ସ୍ଥିର କରି ଥିଲେ। ପୁଣି ପୋଲିସ ସାମନାରେ ସେଇ ପ୍ରଶ୍ନ ଯେ ନମିତା କାହିଁକି ସୁଭାଷଙ୍କୁ ବିବାହ କଲେ....କଣ ପଇସା ପାଇଁ ନା ଆଉ କିଛି ଅଛି ? ପୁଣି ନମିତାଙ୍କ ଗର୍ଭରେ ଥିବା ସନ୍ତାନଟି କାହାର। 


ନମିତାଙ୍କ ଘରକୁ ଗଲେ। ସେଠାରେ ଦେଖିଲେ ନମିତା ମୃତ୍ୟୁ ଖବର ପାଇ ତାଙ୍କ ବାପା ଅଚଳ....ତାଙ୍କୁ ପାରାଲିସିସ୍ ହୋଇ ଯାଇଛି ଏବଂ ତାଙ୍କ ନିଜର କହିଲେ ଆଉ କେହି ନାହାଁନ୍ତି। କେବଳ ଦୂର ସମ୍ପର୍କୀୟମାନେ ଏବେ ତାଙ୍କର ଯତ୍ନ ନେଉଛନ୍ତି। 


ପୋଲିସ ନମନ ପାଖକୁ ଯାଇ ପଚାରିବାରୁ ଜାଣିଲେ ଯେ ନମନ ମୁମ୍ବାଇରେ ଚାକିରୀ ପାଇ ଯିବାରୁ ସେ ମୁମ୍ବାଇରେ ଚାରି ମାସ ହେବ ଥିଲେ। ସେ ସବୁ ଦିନ ନମିତାଙ୍କ ସହ ଫୋନରେ କଥା ହେଉଥିଲେ। କିନ୍ତୁ ତିନି ମାସ ତଳେ ହଠାତ୍ ନମିତା ନମନଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ। ସେ ନମିତାଙ୍କ ସାଙ୍ଗ ମୋବାଇଲରୁ କଥା ହେଉଥିଲେ। କିନ୍ତୁ ନମିତା ଆଉ ଆଗ ଭଲି ଭଲରେ କଥା ହେଉ ନ ଥିଲେ। ଉଦାସ ରହୁ ଥିଲେ। ତାପରେ ସେ ହଠାତ୍ ଶୁଣିଲେ ଯେ ନମିତା ସୁଭାଷଙ୍କୁ ବିବାହ କଲେ। 


ପୋଲିସ ସୁଭାଷଙ୍କୁ ପଚାରିଲାରୁ ସୁଭାଷ କହିଲେ ଯେ ନମିତାଙ୍କ ବାପାଙ୍କ ଦେହ ଖରାପ ରହୁଥାଏ। ଟଙ୍କା ଦରକାର ତାଙ୍କର ଥିଲା। ତେଣୁ ନମିତା ନିଜେ ଆସି ବିବାହର ପ୍ରସ୍ତାବ ଦେଇଥିଲେ। ନମିତାଙ୍କ ସୁନ୍ଦରତା ପାଇଁ ସେ ଏ ବିବାହ କରିଥିଲେ ସତ ହେଲେ ବିବାହ ପରେ ତାଙ୍କର ଶାରୀରିକ ସମ୍ପର୍କ ହୋଇ ନାହିଁ। 


ଏବେ ପୋଲିସ ନମିତାଙ୍କ ଘର ପାଖାପାଖି ଲୋକମାନଙ୍କ ଠାରୁ ଜାଣିଲେ ଯେ ତିନି ମାସ ତଳେ ସୁଭାଷଙ୍କ ପୁଅ ଅମିତ ତିନି ଚାରି ଥର ନମିତାଙ୍କ ଘରକୁ ଯାଇ ଥିଲେ ଏବଂ ଅମିତ ନମିତାଙ୍କୁ ଖରାପ ନଜରରେ ଦେଖୁଥିଲେ। 


ଏବେ ପୋଲିସର ସନ୍ଦେହ ଅମିତଙ୍କ ଉପରେ। ଅମିତଙ୍କୁ ଡାକି ପୋଲିସ ପଚରାଉଚରା ଆରମ୍ଭ କଲା ଏବଂ ଡି.ଏନ.ଏ ପରୀକ୍ଷାରୁ ଜାଣିଲା ଅମିତ ନମିତାଙ୍କ ଗର୍ଭରେ ଥିବା ସନ୍ତାନର ବାପା। ପୋଲିସ ଏବେ ପୁରା ଅମିତଙ୍କୁ ଏବଂ ସୁଭାଷଙ୍କୁ ପଚରାଉଚରାରୁ ଜାଣିଲା ଯେ ଅମିତ ନମିତାଙ୍କ ସୁନ୍ଦରତାରେ ଆକର୍ଷିତ ହୋଇ ତାଙ୍କ ସହ ଭଲ ପାଇବା ଛଳନା କରି ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁ ଥିଲେ। ତେଣୁ ସେ ନମିତାଙ୍କ ଘରକୁ ଯାଉଥିଲେ। ନମିତାଙ୍କୁ ମନା କରି କହିଲେ ସେ କେବଳ ନମନଙ୍କୁ ବାହା ହେବେ। ତାହା ସହି ନ ପାରି ଅମିତ ସୁଯୋଗ ରଖି ତାଙ୍କର ବଳାତ୍କାର କରିଥିଲେ। ନମିତା ଆଉ ତାଙ୍କ ବାପା ଏ କଥା ଲଜ୍ଜାରେ କାହାକୁ ନ କହି କେବଳ ଅମିତଙ୍କ ବାପା ସୁଭାଷଙ୍କୁ କହିଥିଲେ। ସୁଭାଷ ସେମାନଙ୍କୁ କ୍ଷମା ମାଗି କାହାକୁ କହିବା ପାଇଁ ମନା କରି ଥିଲେ କାରଣ ଦୁଇ ପରିବାରର ମାନ ଇଜ୍ଜତ ଯିବ। ପୁଣି ଅମିତଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ ଏବଂ ତାଙ୍କ ଅବସ୍ଥା ଖରାପ ଥିଲା। ସେ ଏହା ଜାଣିଲେ ମାଆ ଛୁଆ ବଞ୍ଚିବା କଷ୍ଟ ହୋଇଯିବ। ସୁଭାଷ କହିଥିଲେ ସେ ଅମିତର ଭୁଲ ପାଇଁ ନମିତାଙ୍କର ସବୁ କଥା ବୁଝିବେ। ହେଲେ କିଛି ଦିନ ପରେ ସେ ଜାଣିଲେ ନମିତା ଗର୍ଭବତୀ ଅଛନ୍ତି ଏବଂ ନମିତା ଦୁର୍ବଳ ଥିବାରୁ ଗର୍ଭପାତ କଲେ ସେ ଆଉ ଜୀବନରେ କେବେ ମାଆ ହୋଇ ପାରିବେ ନାହିଁ। ତେଣୁ ନମିତାଙ୍କ ସନ୍ତାନକୁ ବାପର ନାମ ଦେବା ପାଇଁ ସୁଭାଷ ନମିତାଙ୍କୁ ବିବାହ କରିଥିଲେ। ହେଲେ ସେ ନମିତାଙ୍କୁ ସ୍ତ୍ରୀ ନୁହେଁ ଝିଅ ଭଳି ଦେଖୁ ଥିଲେ। କିନ୍ତୁ ନମିତାଙ୍କୁ ସେମାନେ ମାରି ନାହାଁନ୍ତି । ସେମାନେ ସେଦିନ ତାଙ୍କ ସମ୍ପର୍କୀୟ ବାହାଘରକୁ ଯାଇଥିଲେ। କେବଳ ନମିତା ଏକା ଘରେ ଥିଲେ। ତାହାର ବି ପ୍ରମାଣ ସେମାନେ ଦେଲେ। 


ପୋଲିସ ସୁଭାଷଙ୍କ ଘର ପଡିଶାଙ୍କ ଠାରୁ ଜାଣିବାକୁ ପାଇଲା ଯେ ମରିବା ଆଗ ଦିନ ମନ୍ଦିରରେ ସେମାନେ ନମିତା ଏବଂ ନମନଙ୍କୁ ଏକା ସାଙ୍ଗରେ କଥା ହେଉଥିବା ଦେଖିଥିଲେ ଏବଂ ନମିତା କହୁଥିଲେ ନମନ ତୁମେ ବୁଝୁନ କାହିଁକି.... ତୁମେ ଯାହା ଚାହୁଁଛ ତାହା ଆଉ ହେବ ନାହିଁ। ପଡିଶାଙ୍କୁ ଦେଖି ନମିତା ପଳାଇଲେ। ମରିବା ଦିନ ସନ୍ଧ୍ୟା ବେଳକୁ ସେମାନେ ନମନଙ୍କୁ ସୁଭାଷଙ୍କ ଘର ପାଖରେ ଦେଖି ଥିଲେ। ଏବେ ପୋଲିସର ସନ୍ଦେହ ଦୃଢ ହୋଇ ଗଲା ଯେ ନମିତାଙ୍କ ମୃତ୍ୟୁରେ ନମନଙ୍କ ହାତ ଅଛି।ମିଛରେ ପୋଲିସ ନମନଙ୍କୁ ଯାଇ କହିଲେ ତୁମେ ନମିତାକୁ ମାରିବାର ଦେଖି ଥିବା ସାକ୍ଷୀ ସୁଭାଷଙ୍କ ଚାକର ଆସି ସବୁ କହିଛି ଏବଂ ତୁମେ ନମିତାକୁ ମାରିଥିବା ଛୁରୀ ମଧ୍ୟ ଆମକୁ ମିଳିଛି। 


ଏ କଥା ଶୁଣି ନମନ କହି ପକେଇଲେ ମିଛ.... ସେଦିନ ତ ଘରେ କେହି ନ ଥିଲେ ଆଉ ଛୁରୀ ତ ମୋ ପାଖରେ ଅଛି। 


ଏବେ ପୋଲିସକୁ ସବୁ ପ୍ରମାଣ ମିଳି ଗଲା ଏବଂ ସେମାନେ ନମନକୁ ଗିରଫ କରି ତାଙ୍କୁ ପଚାରିଲେ ପ୍ରକୃତ ଘଟଣା। ନମନ କହିଲେ ମୁଁ ନମିତାକୁ ପାଗଳ ପରି ଭଲ ପାଉଥିଲି। ହେଲେ ସେ ସୁଭାଷଙ୍କୁ ବିବାହ କଲେ। ପୁଣି ଗର୍ଭବତୀ ଥିଲେ। ମୁଁ ମନ୍ଦିରରେ ଭି ଏବଂ ଘରେ ଭି ବୁଝାଇଲି ଗର୍ଭପାତ କରି ଡିଭର୍ସରେ ଟଙ୍କା ମାଗ। ହେଲେ ସେ ମୋ କଥା ନ ମାନି କହିଲେ ସୁଭାଷ ବାବୁ ବହୁତ ଭଲ। ତାଙ୍କ ସମ୍ମାନ ପାଇଁ ସେ ଏମିତି କରିବେ ନାହିଁ। ନିଜ ରାଗ ସମ୍ଭାଳି ନ ପାରି ମୁଁ ଛୁରୀ ମାରି ଦେଲି। ତାପରେ କେସ ଏଥିପାଇଁ କରିବାକୁ କହିଲି ମୋତେ ଲାଗିଲା ମୋ ନାମ ତ କେବେ ଆସିବ ନାହିଁ। ବରଂ ଯେଉଁମାନଙ୍କ ପାଇଁ ନମିତା ମୋ ଠାରୁ ଅଲଗା ହେଲେ ସେମାନେ ବର୍ବାଦ ହୋଇ ଯିବେ। ଏବେ ନମନଙ୍କୁ ଆଜୀବନ କାରାଦଣ୍ଡ ସଜା ମିଳିଲା।


ଅରବିନ୍ଦ : ଦେଖିଲେ ତ ପ୍ରେମରେ ପାଗଳ ହୋଇ କେମିତି ନିଜ ଭଲ ପାଇଥିବା ବ୍ୟକ୍ତିଙ୍କୁ ମାରି ଦେଲେ। ତେଣୁ ପ୍ରେମ କର କିନ୍ତୁ ପାଗଳ ପରି ନୁହେଁ। ଏଥିରୁ ଆପଣମାନେ ଜାଣିଲେ ତ ସତ କେବେ ଲୁଚେଇ ହୁଏ ନାହିଁ। ସାବଧାନ ରୁହନ୍ତୁ ସତ୍ତର୍କ ରୁହନ୍ତୁ। ଆଜି ପାଇଁ ଏତିକି। ଶୁଭ ବିଦାୟ।


Rate this content
Log in

Similar oriya story from Drama