STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ପଣ୍ଡାସାହି

ପଣ୍ଡାସାହି

2 mins
47

ଶୁକ୍ରବାର ହାଟ। ହାଟକୁ ବାହାରିଲି । ପନିପରିବା ପାଇଁ ନୁହେଁ। ଘରେ ପ୍ରାୟତଃ ପରିବା ଥିଲା।ଯିବାର କାରଣ ଲଙ୍କା ତଳି ବା ଚାରା ପାଇଁ । ଦେଖେ ତ ହାଟକୁ ଚାରା ବିକୁଥିବା ଲୋକଟି ଆସିନାହିଁ।ପଚାରି ବୁଝିଲି ତାଙ୍କ ଘର ପଣ୍ଡା ସାହି। ହାଟ ପାଖରୁ ପଣ୍ଡା ସାହି ପାଖ।ଯାଇ ପହଞ୍ଚିଲି। ଭୁବନ ଗ୍ରାମର ବା ଭୁବନ ମଠର ଉତର ପଶ୍ଚିମ କୋଣରେ ନଦୀ ବନ୍ଧକଡରେ ପଣ୍ଡା ସାହି। ପଣ୍ଡାସାହି କହିଲେ ଯେକେହି କହିବେ ସେ ଗ୍ରାମ ଟି ପଣ୍ଡା ବା ବ୍ରାହ୍ମଣ ମାନଙ୍କ ଗାଁ।


ଗାଁ ରେ ଗୋଟିଏ ପରିବାର ବି ବ୍ରାହ୍ମଣ ନାହାଁନ୍ତି। ଖଣ୍ଡାୟତ ଅଧିକ। ରାଉତ, ବିଶ୍ୱାଳ, ବରାଳ ସିଂ ଓ କେତେ ଘର ପଣ୍ଡିତ ଅଛନ୍ତି। ପଣ୍ଡିତ କହିଲେ ଜଉତିଷ ,ଯେଉଁମାନେ ଜାତକ କରନ୍ତି । ଜଉତିଷ ଶାସ୍ତ୍ର ପ୍ରାଚୀନ ଶିକ୍ଷା ପଦ୍ଧତିର ଅଙ୍ଗ। ବର୍ତମାନ ସଂସ୍କୃତ ବିଶ୍ବବିଦ୍ୟାଳୟ ମାନକରେ ପ୍ରଚଳିତ ଶିକ୍ଷା। ଏହି ଗାଁ ର ନାମ ପୁଣି ପଣ୍ଡା ସାହି। ଅଥଚ ଗୋଟିଏ ଘର ପଣ୍ଡା ନାହାନ୍ତି । ପାଖରେ ପାଢ଼ୀ ସାହି। ଏବେବି ପାଢ଼ିସାହିରେ ପ୍ରାୟ ଦଶ କି ପନ୍ଦର ପରିବାର ଅଛନ୍ତି। ଏହି ପାଢ଼ୀ ମାନେ ଗ୍ରାମ ଦେବତୀ ଭୁବନେଶ୍ଵରୀ ମା ଙ୍କ ସେବକ। ଭୁବନ ମଠ ତରଫରୁ ଠାକୁରାଣୀ ପୂଜା କରିବା ପାଇଁ ଜମି ମଧ୍ୟ ଜାଗିରି ଦିଆଯାଇଛି ।ପାଳି ଅନୁସାରେ ସେମାନେ ମାଆ ଙ୍କ ମନ୍ଦିରରେ ଠାକୁରାଣୀପୂଜା କରନ୍ତି। ପାଢ଼ୀ ସାହିକୁ ଲାଗି ମାଳି ସାହି। ପାଞ୍ଚ ଦଶଘର ମାଳି ପରିବାର ଅଛନ୍ତି ।ମଠର ଦକ୍ଷିଣ ପଟରେ ଗଉଡ଼ ସାହି, ବଢ଼େଇ ସାହି , ବାରିକ ସାହି, ଧୋବା ସାହି ,ମହାନ୍ତି ସାହି, ହରିଜନ ସାହି।ମାଳ ସାହି ଓ ବଳଭଦ୍ର ପାଟଣା ମଠ ପଶ୍ଚିମ କୁ ।ଗ୍ରାମ ମଝିରେ ପ୍ରାଥମିକ ରୁ ହାଇସ୍କୁଲ ପଯ୍ୟନ୍ତଅଛି ।ଭୁବନ ଗୋଟିଏ ପଞ୍ଚାୟତ ।ଚାନ୍ଦପୁର ଓ ମଣିନାଥପୁର ଓ ଭୁବନ ଗ୍ରାମକୁ ନେଇ ପଞ୍ଚାୟତ ।ଗ୍ରାମରେ ମିନି ଷ୍ଟେଟ ବାଙ୍କ ପଞ୍ଚାୟତ ଅଫିସ ଗୃହ ଓ ହାଇସ୍କୁଲ ଅଛି ।ଅରଖ ପଦା ଗ୍ରାମକୁ ଲାଗି ମଠର ଦକ୍ଷିଣ ପଟରେ କିଛି ପରିବାର ଭୁବନ ଗ୍ରାମର ଲୋକ। ସେଇଠି ନଦୀ ବନ୍ଧକୁ ଲାଗି ଗୋଡ଼ା ଟିଏ ଅଛି ତାହାକୁ ଦାସଘର ଗୋଡ଼ା ଲୋକେ ଡାକନ୍ତି। ଗୋଡ଼ା ତଳକୁ ଦାସଘର। ମହନ୍ତ କାର୍ତିକ ପୁରୀ ଥିଲାବେଳେ ମଠର ଟ୍ରଷ୍ଟ ବୋଡ଼ରେ ସୀତନାଥ ଦାସ,ବାଉରୀ ସର, ବଟ ମହାନ୍ତି ଗଙ୍ଗାଘର ପାଢ଼ୀ ଥିଲେ।ଭୁବନ ମଠର ସମୁଦାୟ ସମ୍ପତି ଥିଲା ଚାରିସହ ଏକର। ଏବେ ମୋଟେ ସତୁରୀ ଏକର ଅଛି । ଚାଷୀ ମାନେ ଭାଗ ଚାଷ କରୁଛନ୍ତି ।ତେବେ ଏହି ପଣ୍ଡା ସାହିର ପଣ୍ଡା ମାନେ ଗଲେ କୁଆଡେ? ଅନୁମାନ କରାଯାଏ ନଦୀକୁ ଲାଗି ଗ୍ରାମ ଥିବାରୁ ବାରମ୍ବାର ବନ୍ୟାରେ ପୀଡିତ ହୋଇ ସେ ସ୍ଥାନ ଛାଡି ଅନ୍ୟତ୍ର ସ୍ଥାନାନ୍ତର ହେବାର ଅନୁମାନ କରାଯାଏ। ଶଙ୍କର ଜଣେ ଚାଷୀ। ମତେଦେଖି ଲଙ୍କାତଳି ପକେଇଥିବା ନଦୀ ପାଳକୁ ଧାଇଁ ଆଣିଦେଲା।ନେଇ ଘରକୁ ଫେରିଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational