STORYMIRROR

Usharani Sahoo

Tragedy Others

4  

Usharani Sahoo

Tragedy Others

ପିତା

ପିତା

3 mins
250


"ପିତା ସ୍ୱର୍ଗ ପିତା ଧର୍ମ, ପିତା ହିଁ ପରମ ତପ 

ପିତରି ପ୍ରୀତି ମାପର୍ଣ୍ଣେ,ପ୍ରିୟନ୍ତେ ସର୍ବ ଦେଵତା।"


'ବାପା ' ଶଦ୍ଦ କହିବା ବହୁତ ସହଜ କିନ୍ତୁ ଗୋଟିଏ ବାପାର ଦାୟିତ୍ଵ ଓ କର୍ତ୍ତବ୍ୟ ତୁଲାଇବା ବହୁତ କଷ୍ଟ। ପଞ୍ଚଭୂତର ଦୁଇଟି ଉପାଦାନ ବାୟୁ ଓ ପାଣିର ସମାହାର ,ଯିଏକି ସର୍ବଦା ଅହରହ ସେବା କରି ଚାଲିଥିଵେ। ଗୋଟିଏ ପରିବାରର ମୁଖ୍ୟ ମେରୁଦଣ୍ଡ ହେଉଛନ୍ତି ବାପା। ନିଜର ସର୍ବସ୍ବ ସୁଖକୁ ଜଳାଞ୍ଜଳି ଦେଇ ପରିବାରର ଖୁସି ଚାହିଁଥାନ୍ତି ବାପା। ଆକାଶ ଭଳି ବିଶାଳ ହୃଦୟ ତାଙ୍କର। ବିଶ୍ୱାସ ଭରସାର ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କର ଅନୁଶାସନ, ଶୃଙ୍ଖଳା, କର୍ତ୍ତବ୍ୟ, ଦାୟିତ୍ଵ ନିକଟରେ ସମସ୍ତେ ଋଣି ହୋଇ ରହିବେ।

    ଠିକ୍ ସେହିପରି ଭାବରେ ଚକରା ନିଜର ପିତାର ଦାୟିତ୍ଵ ତୁଲାଇବାକୁ ଯାଇ ଅସହାୟ ହୋଇପଡିଛି।ଘରର ସମସ୍ତ ଭାର ତା ମୁଣ୍ଡ ଉପରେ ପାହାଡ଼ ଭଳି ଲଦି ହୋଇପଡିଛି। ବହୁତ ଅଭାବ ଅନଟନ ଦାରିଦ୍ର୍ୟର କଷାଘାତରେ ସତେ ଯେପରି ସେ ଅହରହ ସଂଗ୍ରାମ କରିଚାଲିଛି।ମନରେ ତାର କେତେ ଆଶା ଅସୁମାରୀ, ଉଚ୍ଚ ଅଭିଳାଷ, ଆକାଂକ୍ଷା ଭରିରହିଛି।ଏଥର ଭୋଟ ପରେ ସବୁକିଛି ସମାଧାନ ହୋଇଯିବ ବୋଲି ସରପଞ୍ଚ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ସେହି ଭିତରେ ବି ଜଣେ ସାଧାରଣ ମୂଲିଆ ଲୋକ ।କାମ କରି କିଛି ଅର୍ଥ ଆଣେ ,ଆଉ ସେହିଥିରେ ତା'ର ମାଆ ବାପା, ସ୍ତ୍ରୀ, ଗୋଟିଏ ଝିଅ , ଦୁଇଟି ପୁଅ ଏମାନଙ୍କ କଥା ବୁଝେ। ବଡ଼ ପୁଅ ଭଲ ପାଠ ପଢେ । ତେଣୁ ତାକୁ ଅଧିକ ପାଠ ପଢ଼ାଇ ଅଫିସର କରାଇବା ପାଇଁ ଉଚ୍ଚ ଅଭିଳାଷ ରଖିଛି। ଏପଟେ ଝିଅର ବାହାହେବା ବୟସ ହୋଇ ଗଲାଣି। ସାନ ପୁଅର ଦେହ ଖରାପ ହେତୁ ତାର ଅପରେସନ ଦରକାର। ତେଣୁ ଏଭଳି ପରିସ୍ଥିତି ଭିତରେ ସେ ଆଜି ପେଶି ହେଇଛିଯାଇଛି। ସେହି ଚିନ୍ତା ଚକରାକୁ ବାରମ୍ବାର ବ୍ୟତିବ୍ୟସ୍ତ କରି ପକାଉ ଥାଏ। ତଥାପି ସେ ମନରେ ଦୃଢ ବିଶ୍ବାସ ରଖିଛି ସରପଞ୍ଚଙ୍କ ଉପରେ, ଭଗବାନଙ୍କ ଉପରେ। ଏମିତି ବସି ଭାବୁ ଭାବୁ କେତେବେଳେ ରାତ୍ରିର ସେହି ଘମାଘୋଟ ଅନ୍ଧକାର ଉଭେଇ ଯାଇ ପୂର୍ବ ଆକାଶରେ ନବ ପ୍ରତ୍ୟୁଷର ସ୍ବର୍ଣ୍ଣାଭ କିରଣ ସ୍ପର୍ଶ କରିସାରିଲାଣି ସେ ଜାଣିପାରିଲାନି।

    ହଠାତ୍ ତା'ର ସାଙ୍ଗ ମକରା ଆସି ଡାକ ପକାଇଲା ଚକରାକୁ ପଞ୍ଚାୟତ ଅଫିସ୍ କୁ ଯିବା ପାଇଁ।ଚକରା କିଛି ନ କହି ଧାଇଁ ଗଲା ମକରା ସହିତ ପଞ୍ଚାୟତ ଅଫିସ୍ କୁ । ଦେଖିଲାବେଳକୁ ସେଠି ଲମ୍ବା ଧାଡ଼ି ଲାଗିଛି।ତାକୁ ସେହି ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିଲା।ତା ମନରେ ଅଜଶ୍ର ପ୍ରଶ୍ନ ଯେ ତା'ର କାଳିଆ ଯୋଜନା, ଇନ୍ଦିରା ଆବାସ,ରାସନ୍ କାର୍ଡ ଲିଷ୍ଟ ରେ ନାଁ ଅଛି କି ନାହିଁ,ଆଉ ଯଦି ଅଛି ତେବେ କେତେ ଟଙ୍କା ମିଳିବ? ତା'ର କେତେ ସିରିୟଲ୍ ରେ ଅଛି ଏମିତି ଚକରା ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥାଏ। ହେଲେ କିଛି ସମୟ ପରେ ତା'ର ସବୁ ଆଶା ସ୍ୱପ୍ନ ଧୂଳିସାତ ହେଇଯାଇଥିଲା ।ତା ମୁଣ୍ଡରେ ଏକ ବଜ୍ର ପଡ଼ିଲା ଭଳି ଲାଗିଲା। ସରପଞ୍ଚ ଦେଇଥିବା କଥା ତା ପାଇଁ ଦୁଃସ୍ୱପ୍ନ ହୋଇଗଲା।ଭୋଟ୍ ପୂର୍ବରୁ ସମସ୍ତେ କେତେ କ'ଣ କହିଥାନ୍ତି। କିନ୍ତୁ ଭୋଟ୍ ପରେ କିଏ କାହାର। ବାହାଘର ପରେ ବେଦୀ ମୁହଁ ପୋଡ଼ା। ବିଚରା ଚକରା ଆଉ କ'ଣ କରିପାରିବ!ତା'ର ଜୀବନରେ ସତେ ଯେମିତି ପୂର୍ଣ୍ଣିମା ଚାନ୍ଦର କିରଣ ଉପରେ ଅମାବାସ୍ୟାର ଛାଇ ଘୋଟିଯାଇଥିଲା। ତେଣୁ ସେ ସେଠାରୁ ନିରାଶ ହୋଇ ଘରକୁ ଫେରିଲା।

    ଚକରା ଯେତେ ଉପାୟ କଲେ ମଧ୍ୟ ସେ ସବୁଥିରେ ବିଫଳ ହେଉଥିଲା।ଏଣେ ଘରର ସମସ୍ତ ଦାୟିତ୍ବ ତୁଲାଇବାକୁ ତାକୁ ଦିନକୁ ଦିନ ଅସହାୟ ହୋଇପଡୁଥିଲା। ପିଲାମାନଙ୍କ ଇଚ୍ଛାକୁ କେମିତି ପୂରଣ କରିବ ଏବଂ ସେମାନଙ୍କ ମନରେ କିପରି ହସ ଫୁଟାଇବ ସେ ସେହି କଥା ଭାବି ଭାବି ଭାଙ୍ଗି ପଡୁଥାଏ।ସେ ଦିନ ରାତି ଯେତେ ପରିଶ୍ରମ କଲେ ମଧ୍ୟ ତା ପାଇଁ ସମୁଦ୍ରକୁ ଶଙ୍ଖେ ଭଳି ଲାଗୁଥିଲା। ଏଣେ ତା ଶରୀର କ୍ଷୀଣ ହେବାରେ ଲାଗିଲା। ତା'ର ବାପାଙ୍କ କଥା ବାରମ୍ବାର କର୍ଣ୍ଣଗୋଚର ହେଉଥାଏ ଯେ ସ୍ୱାଭିମାନ ସହିତ ବଞ୍ଚିବାକୁ ଶିଖ, କେବେହେଲେ ଅନ୍ୟାୟର ବାଟ ଦେଖିବା ନାହିଁ କି କାହା ଆଗରେ ହାତ ପତାଇବା ନାହିଁ।

    ତେଣୁ ଏହି କଥା ବସି ଭାବୁ ଭାବୁ ତା ମନରେ ଅନେକ ଭାବନା ସୃଷ୍ଟି ହେଉଥାଏ।ତା ପିଲାମାନଙ୍କ ଦୁଃଖ ଦୁର୍ଦ୍ଦଶା ଭରା କରୁଣ ଚାହାଣୀ ତା ଆଖି ଆଗରେ ନାଚି ଯାଉଥାଏ।ତା ପିଲାମାନଙ୍କ ସ୍ୱପ୍ନ କ'ଣ ଆଉ କେବେ ବି ପୂରଣ ହୋଇ ପାରିବନି ଏ କଥା ତାକୁ ଦୁର୍ବଳ କରି ଦେଉଥାଏ। ତେଣୁ ସେ ନିଜର ଦୁଃଖକୁ ଅନ୍ତର ମଧ୍ୟରେ ଚାପି ଶେଷରେ ଧାଇଁ ଗଲା ଡାକ୍ତରଖାନା ଆଡ଼କୁ।

 ସେଠାରୁ ସେ ଅନେକ ଟଙ୍କା ଆଣି ନିଜ ପରିବାରର ସମସ୍ତଙ୍କ ଇଚ୍ଛା ପୂରଣ କରି ସମସ୍ତଙ୍କ ମୁହଁରେ ହସ ଫୁଟାଇ ପାରିଥିଲା। କିନ୍ତୁ ଟଙ୍କା କେଉଁଠୁ ଆଉ କିପରି ଆସିଲା ସେ କଥା କେହି ଜାଣି ପାରିଲେ ନାହିଁ।ଚକରା ଦୀପ ମଧ୍ୟରେ ସଳିତା ପରି ସେ ପରିବାରର ସଳିତା ହୋଇ ଜଳି ଜଳି କ୍ରମେ ଅତି ଅସୁସ୍ଥ ହୋଇ ପଡିଲେ ।ତା ଶରୀର ଦିନକୁ ଦିନ ଗୁରୁତର ଅବସ୍ଥା ଆଡକୁ ଗତି କରୁଥାଏ ଓ କିଛି ଦିନ ପରେ ତା'ର ଜୀବନ ଦୀପ ଲିଭିଯାଇଥିଲା। ଶେଷରେ ଜାଣିବାକୁ ମିଳିଲା ଯେ ସେ ନିଜର ପିଲାଙ୍କ ଖୁସି ଆଉ ଇଚ୍ଛା ପୂରଣ ପାଇଁ ନିଜର ହାର୍ଟ ବିକ୍ରି କରିଦେଇଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy