STORYMIRROR

Sunanda Mohanty

Inspirational

2  

Sunanda Mohanty

Inspirational

ପିତା ମାତା

ପିତା ମାତା

1 min
100

ସକାଳୁଆ ମାଟ୍ରିକ ପରୀକ୍ଷା ଘରୁ ଆସିବାରେ ଅସୁବିଧା ନାହିଁ, ଏକରେ ପାଞ୍ଚ କିଲୋମିଟର ଭିତରେ ଥିବା ପାଖାପାଖି ସ୍କୁଲର ପିଲା ଓ ନିଜ ସ୍କୁଲର ପିଲାମାନେ ମିଶି ଗୋଟିଏ ସ୍କୁଲରେ ପରୀକ୍ଷା ଦେଉଛନ୍ତି, ତଥାପି ପିଙ୍କୁ ଆଡମିଟ କାର୍ଡ ମାସ୍କ, ସାନିଟାଇଜର ଇତ୍ୟାଦି ରଖି ବାହାରିପଡିଲା ପରୀକ୍ଷାକୁ l ହେଲେ ପଛରୁ ବାପା ଯେବେ ଡାକିକି ଡବଲ ପେନ ନେଇଛୁକି ନାହିଁ ପଚାରିଲେ ଓ ବଢ଼େଇଦେଲେ ପେନଟିଏ ପିଙ୍କୁ ବାପାଙ୍କୁ ମୁଣ୍ଡିଆ ମାରି ବାହାରିଗଲା ସେଣ୍ଟରକୁ l

  କିଛି ଉତ୍ତର ବାକି ଥାଏ ଲେଖିବାକୁ, ହଠାତ କାଳି ସରିଗଲା ପେନରୁ ତ ଡବଲ ପେନ ଅଣିଥିବାରୁ ସବୁ ଉତ୍ତର ଦେଇ ପିଙ୍କୁ ଖୁସିରେ ପରୀକ୍ଷା ହଲରୁ ବାହାରିଲା l ଘରେ ବାପା ମାଆ ବ୍ୟସ୍ତ ବିବ୍ରତ ଥିଲେ ଯେ ପିଲାଟାକୁ ପଛରୁ ଡାକି ସେମାନେ ହୁଏତ କିଛି ଭୁଲ କରିଦେଇଛନ୍ତି, ତେଣୁ ପିଙ୍କୁ ପହଂଚିବା ପରେ ଧନରେ ତୋର କିଛି ଅସୁବିଧା ହୋଇନି ତ?? ତ ପିଙ୍କୁ ଆଶ୍ଚର୍ଯ୍ୟରେ କହୁଥିଲା କିଛି ଅସୁବିଧା ତ ହେଇନି ବାପା ହେଲେ ଡବଲ ପେନ ନେବାକୁ ମନେପକେଇ ଦେଇଥିବାରୁ ଆଜି ମୋର କିଛି ଅସୁବିଧା ହୋଇନି, ଡବଲ ପେନ ନଥିଲେ ହୁଏତ ମୁଁ ଅସୁବିଧାରେ ପଡ଼ିଥାନ୍ତି, କାହାକୁ ମାଗିଥାନ୍ତି, ସମୟ ବି ନଷ୍ଟ ହୋଇଥାନ୍ତା, ଏହା କହି ପିଙ୍କୁ ପିତା ମାତାଙ୍କ ଚରଣ ଛୁଉଁ ଥିଲା ତ, ପିତା ମାତା ଦୁହେଁ ପିଙ୍କୁକୁ ପରବର୍ତ୍ତୀ ବିଷୟରେ ଲାଗିପଡେ କହୁଥିଲେ ସସ୍ନେହର ସହିତ l



Rate this content
Log in

Similar oriya story from Inspirational