STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ପିଢ଼ି ପରେ ପିଢ଼ି

ପିଢ଼ି ପରେ ପିଢ଼ି

2 mins
243

ଆଗ ପଛ ହୋଇ ଦୁଇ ଭାଇଙ୍କର ଗୋଟିଏ ଜାଗାକୁ ବଦଳି ହେଲା। ସାନ ଭାଇ ଆଗ ଯାଇ ଘର ନେଇ ରହୁଥିଲା ଅଫିସ ପାଖାପାଖି। ବଡ ଭାଇର ବ୍ୟାଙ୍କ ଠିକ ସାନ ଭାଇ ପାଖାପାଖି ଅଫିସ ପାଖରେ ତ ବଡ଼ଭାଇ ପାରିବାର ସାନ ଭାଈ ନେଇଥିବା ଭଡ଼ା ଘରେ ରହିବାକୁ ବାଧ୍ୟ ହେଲା, କାରଣ ପିଲାଦିନୁ ଏଯାଏଁ ଦୁଇ ଭାଇଙ୍କ ଭିତରେ ମାନ ମନାନ୍ତର ଦୂରର କଥା ମତାନ୍ତର ବି ନଥିଲା। ସହଜେ ସାନ ଭାଇର, ସ୍ନେହ ଶ୍ରଦ୍ଧା ପୂର୍ଣ୍ଣ କଥା କାଟି ବଡ଼ଭାଇ ବାଧ୍ୟ ହେଲା ସାନଭାଇ ପାଖରେ ରହିବାକୁ। ଘରଭଡ଼ା ଦେଲା ବେଳକୁ କିଏ କୋଉ ମାସରେ ଦେଇଦେଇଥାଏ। ଆଉ ପରିବା ମାଛ ଶାଗ ଇତ୍ୟାଦି କିଏ କେତେବେଳେ ନେଇ ଆସେ ବିନା ଆପତ୍ତି ଅଭିଯୋଗରେ। ଦୁଇ ଯାଆ ମଧ୍ୟ ମନରେ ଦ୍ଵନ୍ଦ ନରଖି କିଏ କୋଉ କାମ କରିଯାଏ ଆପେ ଆପେ। ସାବିତ୍ରୀ ରଜ ବା ବେଭାର ବନ୍ଦାଣ ମଧ୍ୟ କିଏ କେତେବେଳେ ନେଇଆସେ ଓ ଦେଇଦେଇଥାଏ। ଏଡେ ସୁନ୍ଦର ପାରିବାର ଦେଖି ସମସ୍ତେ ଭାବନ୍ତି କି ସୁନ୍ଦର ଅନୁଶାସନ ଓ ସହନଶୀଳତା ଦୁଇ ଭାଇଙ୍କର। ଏ ଯୁଗର ପିଲାଏ କିନ୍ତୁ ସାମିଲ କରିପାରୁନଥାନ୍ତି। ଆଗରୁ ସାନ ଦୁଇ ଭାଇଙ୍କ ପଢ଼ାଘରେ ଦୁଇ ନାନୀ ବସି ପଢିବା, ମୋବାଇଲ ଦେଖିବା, ସାଙ୍ଗ ସହ ଗପିବା ବା କମ୍ପ୍ୟୁଟର ଚଳାଇବାରେ ଅସୁବିଧା ଅନୁଭବ କରୁଥାନ୍ତି। ସାନ ଭାଇର ଦୁଇ ପୁଅ ଙ୍କୁ ମାଆ ବାପା ତାଗିଦ କରନ୍ତି ଗୋଟିଏ ରୁମରେ ଦୁଇ ଭାଇଙ୍କ ପାଠପଢ଼ା ଇତ୍ୟାଦି ପାଇଁ ରଖି ଆର ରୁମଟି କୁ ବଡ ଭାଈଙ୍କର୍ ଦୂଇଝିଅ ଅର୍ଥାତନାନୀ ମାନଙ୍କୁ ଛାଡ଼ିଦେବାକୁ ନିର୍ଦ୍ଦେଶ ଦିଅନ୍ତି। କଥା ମାନିଗଲେ ମଧ୍ୟ ଚାରି ଭାଈ ଭଉଣୀ ଭିତରେ ମନାନ୍ତର ତଥା ମତାନ୍ତର ହୁଏ। ସଭିଏଁ ବ୍ୟକ୍ତିଗତ ସ୍ଵାଧୀନତା ଚାହୁଁଥିଲେ। ହେଲେ ଉପାୟ ନଥିଲା। ସେଦିନ ଘରେ କେହି ନଥିବା ବେଳେ ବଡ଼ପୁଅ ର ବଡ଼ଝିଅ ଖୁଡି, ଅର୍ଥାତ୍ ସାନଭାଇ ସ୍ତ୍ରୀଙ୍କ ପାଇଁ ଆସିଥିବା ରଜ ପାଇଁ ଉଦ୍ଦିଷ୍ଟ ଶାଢୀଟିକୁ କଇଁଚି ସହାୟରେ କାଟି ଦେବା ଫଳରେ ଦୁଇ ଯାଆ ଙ୍କ ମଧ୍ୟରେ ସନ୍ଦେହର ରେଖାପାତ ହେଲା, ପରେ ପରେ, ସାନଭାଇର ବଡ ପୁଅ, ବଡ଼ଭାଇ ଅର୍ଥାତ୍ ଦଦେଇ ବା ବଡବାପାଙ୍କର ରେଜେଷ୍ଟ୍ରି ବିବାହ ପ୍ରମାଣପତ୍ର ଟିକୁ କତୁରୀ ସାହାଯ୍ୟରେ କାଟି ପକାଇଲା। ପିଲାଙ୍କ କଥା ନଜାଣି ବଡ଼ପୁଅ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡ଼ା ବଢ଼ି ଛାଡପତ୍ର ଯାଏଁ କଥା ଗଲା। ଏକଥା ସହି ନପାରି ବଡଭାଇଙ୍କର ଝିଅ ଦୁହେଁ ପ୍ରତିଶୋଧ ପରାୟଣ ହୋଇ କୋଉଦିନ ସାନଭାଇର ବହି ଚିରିଲାଣି ତ କୋଉ ଦିନ ଭାଈ ଭଉଣୀର ଫୋନ ଭାଙ୍ଗିଲାଣି। ଦୁଇ ଭାଇ ସବୁ ସୁରାକ ପାଇ ପିଲାମାନଙ୍କୁ ଭଲମଣିଷ ହେବାକୁ ହେଲେ ନମ୍ର, ସହନଶୀଳତା ତଥା ସ୍ବାର୍ଥ ତ୍ୟାଗ କରି ସବୁ ବାତାବରଣରେ ନିଜକୁ ଖାପକୁଆଇ ଚଳିବାକୁ ପଡିବ ବୋଲି ଯେତେ ଶିଖାଇଲେ ବି ଫଳ ଓଲଟା ହେଲା ତ ବଡ଼ଭାଇ ନୂଆ ଘରକୁ ଉଠିଯିବା ପରେ ପିଲାମାନେ ଅଲଗା ରହିବାକୁ ଏସବୁ ଉପାୟ କରୁଥିଲେ ବୋଲି ମାନିଯାଇଥିଲେ ବି ପଛରେ ନିଜ ଭୁଲ ବୁଝି ପାରିଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract