Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Kulamani Sarangi

Tragedy

3  

Kulamani Sarangi

Tragedy

ଫୁଲ ଦେଈ

ଫୁଲ ଦେଈ

6 mins
530


ଗାଁ' ମୁଣ୍ଡ ଆମ୍ବଗଛମୂଳ ଝାଟି କୁଡିଆ ଭିତରୁ ରାତି ଅଧ ପର୍ଯ୍ୟନ୍ତ ଫୁଲଦେଈର ପାଟି ଶୁଭୁଥିଲା..ଏ ବାଡିପଡା...ଏ ରଇଜଳା କୁଷୁନିଆ..ଏ ଚୁଲିପଶା ..ଏ ଯୋଗିନୀ ଖିଆ କୁଷୁନିଆ,କୁଆଡେ ମଲୁ ଗଲୁ କିରେ..ମୋ ଧନ ଖାଇ ତୋର ହଜମ ହବନିରେ ପିତାଶଖିଆ ଯୋଡ଼ା ବାଡ଼ିରେ ଯିବୁ...ମୋ ହାଇ ପଡ଼ିବ ତୋ ଉପରେ।ତତେ ବିଲୁଆ ଶାଗୁଣା ଖାଇବେ ରେ ଆଣ୍ଡର ପୁଅ।*


ରାତି ଅଧରୁ ଆଉ ପାଟି ଶୁଣା ଯାଉ ନାହିଁ।

ସକାଳୁ ବେବର୍ତ୍ତାଙ୍କ ପୁଅ ଜଗନ୍ନାଥ କୁଡିଆ ଭିତରକୁ ଉଣ୍ଡିବାର ଦେଖି କୁନ ଭାଇନା ସାହାଡ଼ା ଦାନ୍ତକାଠି ଚୋବେଇ ଚୋବେଇ ଆସି ପଚାରିଲେ...କଣ ଉଣ୍ଡିଚୁଚୁ କିରେ?ଅଛି ନା ଖଲାସ ?

କୁନ କହିଲା... କାଇଁ କିଛି ଜଣା ପଡୁନି ତ। ନିଦରେ ଶୋଇଚି ନାଁ ମରିଗଲା କେଜାଣି?


ଫୁଲଦେଈ ଏମିତି ନଥିଲା। ଗାଁ ମଝିରେ ତା'ର ଦି'ମହଲା ଘର ଥିଲା।ଗେରସ୍ତ 'କେଙ୍କଟ'ର ସିମେଣ୍ଟ-ଛଡ ଦୋକାନ।ସୁଲୋଚନା ଗୋଟିଏ ବୋଲି ଝିଅ।ଘିଅ ମହୁରେ ଭାସୁଥିଲା ତାର ଛୋଟ ସଂସାର।ଖାଲି ପୁଅ ବକଟେ'ର ଯାହା ଅଭାବ ଥିଲା। 


ସପନେଶ୍ବର ମହାଦେବଙ୍କୁ ଡାକି ଡାକି ପୁଅ ଚାଖେଣ୍ଡେ ଦେଲେନି ତା କୋଳରେ। କେତେ ଓଷା ଉପାସ କଲା...କେତେ ବୋଦା ହାଣିଲା ଗାଁ'ମୁଣ୍ଡ ବାଶେଳୀ ଠାକୁରାଣୀଙ୍କ ଠେଇଁ । ସବୁ ବେକାର ଗଲା। କିଛି ନାଭ ହେଲାନି। ବନମାଳୀପୁରର ଛେଳିଦାଢିଆ ଶୁକୁଟା ବାବାଜି ଶହେ ଟଙ୍କା ନେଇ ହୁକୁମ ଓଷଦ ଦେଇଥିଲା ଯେ କିଛି କାମ ଦେଲାନି। ଫୁଲଦେଈ ଯୋଉ ଆଣ୍ଠୁକୁଡୀ କୁ ସେଇ ଆଣ୍ଠୁକୁଡୀ ହେଇ ରହିଲା। ଫୁଲ କଷି ତ ଧରିଲାନି,ଫଳ ତ ଦୂରର କଥା।


ମଝିରେ ଗାଁକୁ ବୀର ବାବା ଆଠଦିନ ପାଇଁ ଆସିଥିଲା। ତା'ଠୁ ହୁକୁମ ଔଷଧ ଖାଇଲା। ଯିବା ପୂର୍ବଦିନ ବାବା ଏକେଲା ତାକୁ ପାଖକୁ ଡକେଇଲା। କହିଲା...ମୋ ସାଙ୍ଗେ ଯୋଗ ବିଦ୍ୟା କଲେ ତତେ ପୁଅ ଦେବି...ଯୋଗ କରିବ କଣ,ନଙ୍ଗଳା ମୁକୁଳା କରିବା ଆରମକଲା। ଚୁଲିପଶାର କାନକୁ ଏମିତି ଯୋରରେ କାମୁଡି ଦେଲା ଫୁଲଦେଇ ଯେ ଡାହାଣ କାନଟା ପୁରା ଛିଣ୍ଡିଗଲା। ଛିଣ୍ଡା କାନିଟାକୁ ଧରି,ରକ୍ତମୁଖା ହୋଇ ଗାଁ ଦାଣ୍ଡରେ ଡେଇଁ ଡେଇଁ ଘର ମୁହାଁ ହେଲା ଫୁଲ। ଗେରସ୍ତ ଜଡାତେଲ-ପଜା ବାଉଁଶ ଠେଙ୍ଗେଣି ଧରି ବୀର ବାବାର ହିସାବ କିତାବ କରିବାକୁ ପହଞ୍ଚିଲା ବେଳକୁ ନଙ୍ଗଳା ମୁକୁଳା ହୋଇ ଗାଁ ଗହୀରରେ ପଡ଼ି ଭାଗିସ୍ ବୀର ବାବା।


ତାପରେ ପୁଅ ପାଇବା ଆଶା ଛାଡି ଦେଇଥିଲା ଫୁଲ ଦେଈ। ଏକମାତ୍ର ଝୁଅ ସୁଲୋଚନା ଉର୍ଫ ସୁଲ'କୁ ପୁଅ ଝିଅ ସବୁ ମାନି ସବୁ ସ୍ନେହ ତା'ଉପରେ ଢାଳି ଦେଇଥିଲା ଫୁଲଦେଈ ।


ସୁଲୋଚନା ଶୁକ୍ଳପକ୍ଷ ଜହ୍ନ ଭଳିଆ ‌ହାଉ ହାଉ ଏମିତି ବଢିଲାଯେ ଷୋଳବରଷଠି ଗାଁ'ଯାକର ଟୋକାଙ୍କ ମୁଣ୍ଡ ଖରାପ୍ କରିଦେଲା। ମହାନଦୀ ଭଳି ବଢୁଥିବା ଝୁଅଟାକୁ କୋଉଠି ନୁଚେଇବ ଜାଣି ପାରୁନଥିଲା ଫୁଲ ଦେଈ। ଖାଲି ତାଗିଦା କରି କହିଥିଲା...ଜଗିରଖି ଚଳେ ଲୋ ଚୁଲିପଶି.. ଖିର ବେଶି ଉତୁରିଲେ ଚୁଲିକି ଯାଏ।


କିନ୍ତୁ କୃଷ୍ଣଚନ୍ଦ୍ର ପୂଜାପଣ୍ଡା(ଉର୍ଫ କୁଷୁନିଆ)ବାବୁଙ୍କ ଶକୁନ ଦୃଷ୍ଟିରୁ ସୁଲକୁ ବଞ୍ଚେଇ ରଖି ପାରିଲାନି ଫୁଲଦେଈ।


ବାସ୍ତବରେ କୃଷ୍ଣଚନ୍ଦ୍ରଙ୍କ ବାସସ୍ଥାନ ହେଉଛି ପୁରୀ ଏବଂ ସେ "ପଶ୍ଚିମ କବାଟ" ନାମକ ବିଶାଳ ଉପାଧିର ଅଧିକାରୀ। ଜଗନ୍ନାଥ ମନ୍ଦିରର ପଶ୍ଚିମ ଦ୍ଵାର ପଟେ ଠିଆହୋଇ ଯାତ୍ରୀଧରା କାମ କରୁଥିବାରୁ ଏହି ବିରତ୍ବ ଉଦ୍ଦିପକ ଉପାଧିରେ, ସାଙ୍ଗ ପଣ୍ଡା ମାନଙ୍କ ଦ୍ଵାରା ସେ ବିଭୂଷିତ ହୋଇଥିଲେ। ଦିନେ ଯାତ୍ରୀଧରା ଜନିତ ଗଣ୍ଡଗୋଳ ରେ ଲିପ୍ତ ହୋଇ ସେ ଜଣେ ସହକର୍ମୀ ପଣ୍ଡାଙ୍କୁ ପିଟି ପିଟି ଅର୍ଦ୍ଧମୃତ କରିବା ଅପରାଧରେ ଛଅ ମାସ ଜେଲ୍ ଦଣ୍ଡ ଭୋଗ କରିଥିଲେ ଏବଂ ତାପରେ ପରେ ପୁରୀଆ ଗୁଣ୍ଡା ଲିଷ୍ଟରେ ତାଙ୍କ ନାମ ପ୍ରଥମ ପୃଷ୍ଠା ବିମଣ୍ଡିତ କରିଥିଲା।


ବାପା ଏବଂ ମାଆଙ୍କଠାରୁ ଅଲଗା ହୋଇ ନିଜ ଭାଗ ପୈତୃକ ସମ୍ପତ୍ତିକୁ ବିକ୍ରିବଟା କରି, ଫୁଲଦେଈଙ୍କ ଗ୍ରାମ ଲକ୍ଷୀପ୍ରସାଦକୁ ସେ ନିଜ ଭାଗ୍ୟ ଅନ୍ବେଷଣରେ ଚାଲି ଆସିଥିଲେ। ଜଣେ ବନ୍ଧୁଙ୍କ ଆମନ୍ତ୍ରଣ ପାଇ, କିଛି ଚାଷଜମି ଲିଜରେ ନେଇ ଏଠାରେ କୃଷି ଫାର୍ମ କରିବାର ମହତ ଉଦ୍ଦେଶ୍ୟ ନେଇ ଆସିଥିଲେ ସିନା କିନ୍ତୁ ସେ ଦିଗରେ ଅନୁଭୂତିର ଘୋର ଅଭାବ ଥିଲା... କଥାରେ ଅଛିନା ଅଜାତିକୁ ବଣିଜ ଅଡୁଆ... ଚାଷବାସ କଣ ଯାତ୍ରୀଧରା କାମ ହେଇଚି ?


ସୁଲୋଚନାକୁ ଦେଖୁ ଦେଖୁ କୃଷ୍ଣଚନ୍ଦ୍ରଙ୍କୁ ଭାରି ଯୋରରେ ପ୍ରେମ ମଡେଇଲା। ଭାବିଲେ... ଭାଡ୍ ମେ ଯାଏ ଫାର୍ମ...ଅସଲି କାମ... ସୁଲୋଚନା ପ୍ରେମ।  


 କୁଷୁନିଆ ବାବୁ ଭାବିଲେ... ଶ୍ରୀକୃଷ୍ଣ ଭଳି ମୁଣ୍ଡରେ ମୟୂର ଚୁଳ ଖୋସି ଗାଁମୁଣ୍ଡ ଡାହୁକା ନାଳ କୂଳରେ ବସି ବଂଶୀ ବାଦନ କଲେ ଆଜିକାର ସୁଲୋଚନା ମାନେ ଫସିବା ପ୍ରଶ୍ନ ଉଠୁନାହିଁ। ଫୁଟାଣି ହିଁ ପରମ ଅସ୍ତ୍ର। ତେଣୁ ଦିନେ କେଙ୍କଟ ବାବୁଙ୍କ ଦୋକାନରେ ପହଞ୍ଚି ଫୁଟାଣି ମୁଣିଟି ସମ୍ପୂର୍ଣ୍ଣ ଝାଡି ଦେଲେ କୃଷ୍ଣ ଚନ୍ଦ୍ର। କହିଲେ... ମୁଁ କୋଟିଏ ଟଙ୍କା ସାଙ୍ଗରେ ନେଇ ଆସିଛି ଏଠି ଫାର୍ମ କରିବାପାଇଁ। ଫାର୍ମ ଘର ତିଆରିରେ ଯାହା ସିମେଣ୍ଟ ଦରକାର ପଡିବ ସବୁ ଆପଣଙ୍କ ଦୋକାନରୁ ହିଁ ଯିବ କେଙ୍କଟ ବାବୁ।

କେଙ୍କଟ ବାବୁ କୃତକୃତ୍ୟ ହୋଇ ଗୋଟାଏ ସ୍ପେସାଲ୍ ମଲାଇମରା ଚା ମଗାଇଲେ। ମୁହଁଟାକୁ ମୋଡ଼ି ଦେଇ କୃଷ୍ଣ ବାବୁ କହିଲେ.... ମୁଁ ନେସ୍ କଫି ଛଡ଼ା ଅନ୍ୟ କିଛି ପିଏ ନାହିଁ।


 ନିଜର ଷ୍ଟେଟସ୍ ଦେଖେଇ ହେବାପାଇଁ ସେ ଗୋଟିଏ ବଳଦ ଗାଡ଼ିରେ ନାଲି ନେଳି ଗଦି ପକେଇ ସେଥିରେ ବସି ଗାଁ ଭିତରେ ଯା'ଆସ କଲେ।ମୁଣ୍ଡ ଉପରେ ପାଟ କନାରେ ତିଆରି ରଙ୍ଗିନ୍ ଛତ୍ରିଟିଏ ଟେକି ଧରି ଜଣେ ପାଖରେ ଠିଆହେଲା।ବଳଦଙ୍କ ବେକରେ ଘଣ୍ଟିଘାଗୁଡି ଟଣ୍ ଟଣ୍ ବାଜୁଥାଏ ଏବଂ ଶଗଡ଼ ଚାଲିଲା ବେଳେ ବଳଦଙ୍କ ଶିଁଘରେ ନାଲି ପାଟଫୁଲି ତାଳଦେଇ ଝୁଲୁଥାନ୍ତି।ବାବୁ ଗୋଟିଏ ହୁକାରୁ ଗୁଲି ଘୁଡୁ ଘୁଡୁ କରି ଟାଣି ନବାଵୀ ଠାଣିରେ ବସିଥାନ୍ତି ଏବଂ ଗାଁ ଭିତରେ ବୈଲ୍ ଗାଡ଼ି କାଚ ମାର୍ଗେ ଚାଲୁଥାଏ।


 ଦି'ଚାରିଟା ଗୋଡାଣିଆଙ୍କୁ ଆସ୍କାଫଟି ତେଣ୍ଡେଇ ଦେଇ ଏମିତି ଷ୍ଟେଜ୍ ଫିଟ କରିଦେଇଥାନ୍ତି ଯେ ସେମାନେ ବୁଲି ବୁଲି କହୁଥାନ୍ତି... ବାଃ ଶ' କୋଟିପତିଟେ ଆସିଛି ତ। ଆମ ଗାଁ ଟାକୁ ଉଠେଇ ଦବ...ସନ୍ଦେହ ନାହିଁ।


ଏଭଳି ବଡଲୋକୀ ବାନା ଉଡେଇ ଉଡେଇ ସୁଲୋଚନା ଆଗରେ ଥୋପଟି ପକେଇ ଦେଲେ କୃଷ୍ଣ ଚନ୍ଦ୍ର ଉର୍ଫ କୁଷୁନିଆ ବାବୁ। ଥୋପଟି ଗିଳିବାର କିଛି ଦିନ ପରେ ଫୁଲଦେଈ ଜାଣିବାକୁ ପାଇଲା। ଝୁଅକୁ ଗାଳିଗୁଲଜ କରି କହିଲା...ତତେ କହୁଥିଲି ନାଁ ଉତୁରୁନା ବୋଲି...ସେ ବାଡିପଡା ବଡଲୋକ। ମହୁ ଖାଇଦେଇ ଉଡିଯିବ,କୋଉଠି ଥୋଇବି ତତେ ସେତେବେଳେ ଲୋ ସବାଖାଇ ?


ଏଭଳି ମଧୁର ସମ୍ଭାଷଣ କରିବା ସମୟରେ କୁଷୁନିଆ ବାବୁ ପହଞ୍ଚିଗଲେ। କହିଲେ...ଶାଶୁମା' ଚିନ୍ତା କରନାହିଁ। ମୁଁ ଆଜିଠାରୁ ତୁମର ପୁଅ ସମାନ... ଜୋଇଁ କିଏ ପୁଅ କିଏ ? ମତେ ଘରଜୋଇଁ କରିନିଅ। ତମୁକୁ ମଲାପରେ ପୋଡିବି ପୋତିବି ..ପିଣ୍ଡ ପାଣି ଦେବି ...ସବୁ କରିବି।


ଫୁଲ ଦେଈର ପାଟିରୁ ବାହାରି ପଡ଼ିଲା...ଏ ସବାଖିଆ,ଆମେ ହିନ୍ଦୁ ରେ ,ତୁ ପୋତିବୁ କହୁଚୁ କଣ ?


କୁଷୁନିଆ ବାବୁ କହିଲେ..ଓହୋ କଥାକୁ ଲଥା ନା,ସତରେ କ'ଣ ମୁଁ ପୋତି ବି ତମକୁ ଶାଶୁମା'...ପୋଡିବି ନା।


ମହା ଜାକ ଜମକରେ କୃଷ୍ଣଚନ୍ଦ୍ରଙ୍କ ସହିତ ସୁଲୋଚନାର ବା'ଘର ଶେଷ ହେଲା। ବେଦୀରେ ଉପବିଷ୍ଟ କୃଷ୍ଣଚନ୍ଦ୍ର ସୋମରସ ପ୍ରଭାବରେ ଟଳମଳ ହୋଇ ଏଭଳି ଅଣଆୟତ୍ତ ଥିଲେ ଯେ ତାଙ୍କୁ ଦିଜଣ ଗୋଡାଣିଆ ଧରାଧରି କରି ହାତଗଣ୍ଠି ପକେଇଲେ। ତଥାପି ବେଦୀରୁ ଉଠି ଆସୁ ଆସୁ ଭାରସାମ୍ୟ ହରାଇ ପାଖ ଡ୍ରେନ୍'ରେ ଗଳି ପଡ଼ିଲେ ବର ମହାଶୟ।କିଛି ଦୂରରେ ଠିଆ ହୋଇଥିବା ଆଠ ବର୍ଷର ପିଲାଟିଏ ତା ସାଙ୍ଗକୁ ପଚାରୁଥିଲା...ଶ' ମଦୁଆ ଜୋଇଁ ଟା କିରେ ? 


ସେ ଯା'ହେଉ ସର୍ତ୍ତ ଅନୁସାରେ ବାହାଘର ପୂର୍ବରୁ ସମସ୍ତ ସମ୍ପତ୍ତିବାଡ଼ି କୃଷ୍ଣ ଚନ୍ଦ୍ରଙ୍କ ନାମରେ ରେଜେଷ୍ଟ୍ରି ହୋଇଗଲା।

ଏବେ ଘର ଜୋଇଁଆ କୃଷ୍ଣଚନ୍ଦ୍ର କେଙ୍କଟ ବାବୁଙ୍କ ସିମେଣ୍ଟ ଦୋକାନର ମାଲିକ।ପୁରୀରୁ ଜମି ବିକ୍ରିକରି ଯାହା ମାଲ ମସଲା ଆଣିଥିଲେ ମଦ ମାଂସରେ ଅଳ୍ପ ଦିନରେ ଶେଷ।ସିମେଣ୍ଟ ଦୋକାନଟି ମଧ୍ୟ ଅଳ୍ପଦିନରେ ଚଳୁ କରିଦେଲେ।


ଶଶୁର କେଙ୍କଟ ବାବୁଙ୍କର ଆଗରୁ ଅଳ୍ପ ସୋମରସ ସେବନ ଅଭ୍ୟାସ ଥିଲା...ଏବେ ଜୋଇଁ ଙ୍କ ସହିତ ମିଶି ଘୋଡା ମଦୁଆ ପାଲଟି ଯାଇଛନ୍ତି।ବାରିପଟ ବୋତି ଘରେ ଆସ୍କାଫଟି,ମିକ୍ଶଚର୍ ଇତ୍ୟାଦି ଧରି ବସିଯାଆନ୍ତ ସନ୍ଧ୍ୟା ବେଳେ ଶଶୁର ଜୋଇଁ ଦୁଇ ସାଙ୍ଗ।ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ଗପ ଜମେ ରାତି ଅଧଯାଏ। ସେ ଗୁଲିଗପ ଭିତରେ ଥାଏ କେଙ୍କଟ ବାବୁ କିପରି ଫୁଲଦେଈକୁ ଫସେଇ ପ୍ରେମ କରିଥିଲେ ଏବଂ କୃଷ୍ଣ ବାବୁ କିପରି ସୁଲୋଚନାକୁ ଫସେଇ ସମ୍ପତ୍ତି ହଡ଼ପ କଲେ।ମଦୁଆ ହେଲେ କଥା ସରିଲା।


ଦିନେ ମାତାଲ୍ ଅବସ୍ଥାରେ ଶଶୁର ଜୋଇଁ ପ୍ରବଳ ବାଡିଆପିଟା ହେଲେ।ଗଣ୍ଡଗୋଳର କାରଣ ଥିଲା ଚାଖଣା ପ୍ଳେଟ୍। କେଙ୍କଟ କହିଲେ...ଶ' କୁଷୁନିଆ, ତୁ ସବୁ ଚାଖଣା ଖାଇଦେଲୁ ମୁଁ ଦାରୁ ପିଇବି କେମିତି। କୃଷ୍ଣ ବାବୁ କହିଲେ...ଶ' ଚାଖେଣା କଣ ଦର୍କାର, ସେମିତି ତେଣ୍ଡି ଦଉନୁ।ଗଣ୍ଡଗୋଳ ଭୟଙ୍କର ରୂପ ନେଲା।ଶେଷରେ ମଦନିଶା ପ୍ରଭାବରେ ଜୋଇଁ, ଶଶୁରଙ୍କର ଡାହାଣ ହାତ ବୁଢା ଆଙ୍ଗୁଠିକୁ ଏଭଳି କାମୁଡି ଦେଲେ ଯେ ତାହା ଅଧା ଛିଣ୍ଡିଗଲା।


ଯନ୍ତ୍ରଣାରେ ଚିତ୍କାର କରି କେଙ୍କଟଵାବୁ ଦାଣ୍ଡରେ ଆସି ଡେଇଁଲେ। ଗାଁ ଲୋକ ଜମା ହୋଇଗଲେ...କି ଲାଜ କଥା...ଫୁଲ ଦେଈ ସରମରେ ମୁହଁ ଘୋଡେ଼ଇ କବାଟ ଫାଙ୍କରୁ ସକସକ ହେଇ ଆଖିରୁ ଲୁହ ପୋଛୁଥାଏ।ଘଟଣା ଦେଖି ସୁଲୋଚନା ବେହୋସ୍।


କେଙ୍କଟ ବାବୁ ଡ଼ାକ୍ତର ଖାନାରୁ ମରମପଟି ହୋଇ ଫେରିଲେ। ଜୋଇଁ ପୁଅ ଦି'ଦିନ ହେଲା ଫେରାର।ଦି'ଦିନ ପରେ ଦିନେ ରାତିଅଧରେ ଘରେ ପହଞ୍ଚି ଶୁଶୁରଙ୍କ ଗୋଡହାତ ଧରି ଅନୁତାପ କଲେ...ମ‌ହାନ ହୃଦୟରେ ଶଶୁର କହିଲେ.... ହଁମ ଶଶୁର-ଜୋଇଁ କଣ କେବେ ମାଡଗୋଳ ହୋଇପାରନ୍ତି...ମଦ ସେଭଳି ଆମକୁ କରାଉଥିଲା ନା।


କୃଷ୍ଣଚନ୍ଦ୍ରଙ୍କ କାଟେଣାର ବିଷ କିନ୍ତୁ କେଙ୍କଟ ବାବୁଙ୍କ ଦେହରେ ଚରି ଯାଇଥିଲା। ସହଜେ ମଧୁମେହ ରୋଗୀ...ଘା'ଶୁଖିଲା ନାହିଁ।ଯେତେ ଉପଚାର କଲେ କିଛି କାମ ଦେଲା ନାହିଁ।ଘା'ମାତିଯାଇ ସମ୍ପୂର୍ଣ୍ଣ ହାତଟିକୁ ପଚେଇ ଦେଲା। ଅଳ୍ପଦିନରେ କେଙ୍କଟ ବାବୁ ଉପରକୁ ଟିକେଟ କାଟିଲେ।


 ସିମେଣ୍ଟ ଦୋକାନ ଉଜୁଡିଯିବା ପରେ କୃଷ୍ଣ ବାବୁ ଦିନେ କହିଲେ... ଏଠାରେ ପଡ଼ି ଲାଭ କଣ?ଚାଲ କଟକ ପଳେଇବା।ଚାଉଳିଆଗଞ୍ଜ ପାଖରେ ମୋର ଜଣେ ସାଙ୍ଗ ଅଛି, ଚାକିରି କରେଇ ଦବ ବୋଲି କହିଛି।


ଅଗତ୍ୟା ପେଡ଼ି ପୁଟୁଳି ବାନ୍ଧି ଫୁଲଦେଈର ପରିବାର କଟକରେ ପହଞ୍ଚିଲେ। ଚାଉଳିଆଗଞ୍ଜ ପାଖରେ ଗୋଟିଏ ବସ୍ତି ଭିତରେ ବଖରିକିଆ ଘରଟିଏ ନେଇ କୁଷୁନିଆ ସପରିବାର ର‌ହିଲେ।ବଖରେ ଘରକୁ ଦେଖି ଫୁଲଦେଈର ରାଗ ପଞ୍ଚମକୁ ଉଠିଗଲା।କହିଲା...ଉଡାବୁଡା ଚୁଲିପଶା,ମୋ ସୁନାର ସଂସାର ଚୁନାକରି ମତେ ଦାଣ୍ଡର ଭିକାରୀ କଲୁ...ଶେଷରେ ବସ୍ତିରେ ଆଣି ରଖିଲୁ... ମୁଁ ଏଠି ରହିବିନି ରେ ରଇଜଳା...


ମଦମସ୍ତ୍ ଅବସ୍ଥାରେ ଥିବା ସମୟରେ ଶାଶୁଙ୍କ ଏଭଳି ସମ୍ଭାଷଣ କୁଷୁନିଆ ବାବୁଙ୍କର ପସନ୍ଦ ହେଲାନାହିଁ। ଶାଶୁଙ୍କ ପେଟରେ ଦିଚାରିଟା ଲାତ ମାରି ଘର ବାହାରକୁ ଫିଙ୍ଗିଦେଲେ କୃଷ୍ଣ ବାବୁ।ସୁଲୋଚନାର କଇଁ କଇଁ ହୋଇ କାନ୍ଦିବାଛଡା ଆଉ ବା ଉପାୟ କ'ଣ?


ବୁଢୀ ଫେରି ଆସିଲା ଗାଁ କୁ।କିନ୍ତୁ ନିଜ ଘର ଭିତରେ ପଶି ପାରିଲା ନାହିଁ।ଘରଟି କୃଷ୍ଣଚନ୍ଦ୍ର ଏ ଭିତରେ ବିକ୍ରି କରି ଦେଇଥିଲେ। 


ତା ପରଠାରୁ ପାଗଳୀ ହୋଇ ଯାଇଛି ଫୁଲ ଦେଈ।ଦିନ ରାତି ଚବିଶ୍ ଘଣ୍ଟା କୃଷୁନିଆକୁ ବକାଶୋଧା କରି ଗାଁ ମୁଣ୍ଡ ଆମ୍ବ ଗଛ ତଳେ ପଡ଼ିଛି... ଖିଆପିଆ ସମ୍ପୂର୍ଣ୍ଣ ଛାଡ଼ି ଦେଇଛି। ଗାଁ ପିଲାମାନେ ମିଶି ଗଛମୂଳେ ପତ୍ର କୁଡିଆଟିଏ କରିଦେଇଛନ୍ତି।

ଯେ ଯାହା ଖାଇବାକୁ ଦେଉଛି ଫୁଲ ଦେଈ ତାକୁ ଛୁଉଁ ନାହିଁ।

ସମସ୍ତଙ୍କର ଚିନ୍ତା...ନଖାଇ ନପିଇ କେତେ ଦିନ ବଞ୍ଚିବ ବୁଢୀ?


କୁନ ଭାଇନା ଜଗନ୍ନାଥକୁ କହିଲେ..ଠିଆଟା ହେଇଚୁ କଣ ବା...ଭିତରେ ଦେଖୁନୁ ବଞ୍ଚିଛି ନାଁ ନାଇଁ।

କୁଡିଆ ଭିତରକୁ ଯାଇ ଜଗନ୍ନାଥ କହିଲା... ହଁ କକେଇ ଗୋଡହାତ ହଲୁଚି।



Rate this content
Log in

More oriya story from Kulamani Sarangi

Similar oriya story from Tragedy