STORYMIRROR

shibaram dalai

Abstract Inspirational

3  

shibaram dalai

Abstract Inspirational

ଫରକ

ଫରକ

2 mins
448


ଦୁଇ ଯା ନୁହଁନ୍ତି ତ ଦୁଇ ସଉତୁଣୀ ପରି ପ୍ରତିଦିନ କଜିଆ(ଝଗଡା)କରନ୍ତି ସାବି ଆଉ ଲତା । ସଂସାରର ସବୁ ସୁଖ ପାଇ ମଧ୍ୟ କେବଳ ଭଗବାନ କୋଳକୁ ଗୋଟେ ଦେଇନାହାନ୍ତି ବୋଲି ଲତା ଠାରୁ ଗଞ୍ଜଣା ଶୁଣେ ସାବି । ଏଥର ଆଉ ଶୁଣିବା ଅବସ୍ଥାରେ ନଥିଲା ସାବି ତେଣୁ ଦୁଇ ଯା ମଧ୍ୟରେ ଝଗଡା । ସାବିର ସ୍ୱାମୀ ହରି ବି ଅଥୟ ହେଇଯାଏ ଦୁହିଁଙ୍କ କଜିଆ ଶୁଣି ଶୁଣି ।ଶେଷରେ ହରି ଚିନ୍ତା କଲା ଦୁଇ ଯା ଆଉ ଗୋଟିଏ ଛାତ ତଳେ ରହି ପାରିବେ ନାହିଁ ।ତେଣୁ ଶେଷରେ ନିଷ୍ପତ୍ତି ନେଲା ସେ ଦୁହେଁ ଅନ୍ୟତ୍ର ଭଡ଼ା ଘରେ ରହିବାକୁ ।ବଡ଼ ଭାଇ ଠାରୁ ପରାମର୍ଶ ନେଇ ଦୁହେଁ ଘର ଠାରୁ ଦୁଇ ତିନି କି.ମି. ଦୂରରେ ରହିବାକୁ ଲାଗିଲେ ।ସେହି ଦିନ ଠାରୁ ଆଜି ଯାଏ କେଭେ ଦୁଇ ଯା ଭିତରେ ଝଗଡା ହେଇନାହିଁ ।ହରି ଆଉ ସାବି ଏବେ ବହୁତ ଭଲରେ ଦିନ କାଟୁଛନ୍ତି ।


     ବଡଭାଇ ପରି ଆଉ ଲତା ସେ ବି ଭଲରେ ରହୁଛନ୍ତି ।ଆଉ ଦୁଇ ପୁଅ ବୋହୂ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ । ଜଣେ ଆମେରିକାରେ ଡାକ୍ତର, ଆଉ ଜଣେ ଜାପାନରେ software engineer ।ବଡ଼ ପୁଅର ଗୋଟିଏ ପୁଅ, ଆଉ ସାନ ପୁଅର ଗୋଟିଏ ବୋଲି ଝିଅ । ସେମାନେ ବିଦେଶରେ ହିଁ ପାଠ ପଢ଼ନ୍ତି । ଅତି ଦରକାର ପଡ଼ିଲେ ନଚେତ କାର୍ଯ୍ୟରୁ ଫୁରୁସତ ମିଳିଲେ ସେମାନେ ବନ୍ଧୁ ପରି ବୁଲି ଆସନ୍ତି ନିଜ ଘରକୁ । ବାହ୍ୟ ରାଷ୍ଟ୍ର ଆଜି ବିକାଶଶୀଳ । ଭାରତ ସ୍ୱାଧୀନତା ର ୭୨ବର୍ଷ ବୟସରେ ଅନ୍ୟ ରାଷ୍ଟ୍ର ଠାରୁ ପଛରେ, ଏଠି ତେଲିଆ ମୁଣ୍ଡରେ ତେଲ ବୋଳିବାକୁ ସମସ୍ତେ ଭଲ ପାଆନ୍ତି । ଗରିବ ଏଠି ନ୍ୟାୟ ପାଏନାହିଁ ।ଗରିବ ସଦା ଗରିବ ହେଇ ରହିଯାଏ ।ଧନୀ ଲୋକ ସବୁ ସବୁ କ୍ଷେତ୍ରରେ ସରକାରଙ୍କ ଠାରୁ ସହାୟତା ଲୋଭରେ ଗରିବ(BPL) ତାଲିକା ଉପରେ ନାଁ ଲେଖନ୍ତି । ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ନିଜ ପଦବୀରେ ଉଚିତ ପାରିଶ୍ରମିକ ପାଆନ୍ତି ନାହିଁ। ତେଣୁ ବାହ୍ୟ ରାଷ୍ଟ୍ରକୁ ଚାଲିଯିବାକୁ ଉଚିତ ମନେ କରନ୍ତି । ବୋଧ ହୁଏ ଉଚ୍ଚ ଶିକ୍ଷିତ ମାନଙ୍କ ଭାଗ୍ୟରେ ଏଇଆ ଲେଖାଥାଏ ।


     ଗତକାଲି ରାତିରେ ଘଡଘଡି ସହ ପ୍ରଚଣ୍ଡ ବର୍ଷା ସାଙ୍ଗକୁ ପରି ବାବୁଙ୍କୁ ଭୀଷଣ ଜ୍ୱର ।ରାତ୍ରିର ନିର୍ଜନତା ଭିତରେ ପରିବାବୁଙ୍କୁ ଡାକ୍ତରଖାନା ପହଞ୍ଚେଇବା କୁ ନାଁ ଥିଲେ ନିଜର ପୁଅ ,ନାଁ ଥିଲେ ସାନଭାଇ ହରି । ସେହି କାଳରାତ୍ରିର ଅନ୍ଧକାର ଭିତରେ ପରିବାବୁଙ୍କ ଜୀବନ ଦୀପ ଲିଭିଗଲା ।


     ସକାଳ ପାହିଲା ବେଳକୁ ଚାରିଆଡେ ହୋ ହାଲ୍ଲା ।ଖବର ପାଇ ସାନ ଭାଇ ପହଞ୍ଚି ପୁତୁରା ମାନଙ୍କୁ ଖବର କଲା,ହେଲେ ଜଣେ ବିଳମ୍ବରେ ପହଞ୍ଚିବ କହି ଫୋନ କାଟିଦେଲା ତ ଜଣେ ସ୍ତ୍ରୀ କଥାରେ ପିଲାର ପରୀକ୍ଷା (Examination) ଚାଲିଛି ପରୀକ୍ଷା ପରେ ପହଞ୍ଚିବୁ କହିଲା । ଗାଁ ଲୋକଙ୍କ କହିବା ଅନୁଯାୟୀ ସାନଭାଇ ହିଁ ବଡ଼ ଭାଇର କ୍ରିୟା କର୍ମ କଲା। ଲତା ସ୍ୱାମୀ ଚାଲିଯିବାର ଦୁଃଖରେ ଘଣ୍ଟାକୁ ଘଣ୍ଟା ମୋହ ଯାଉଥାଏ । ବଡ଼ ଭାଇର କ୍ରିୟା କର୍ମ ସାରି ହରି ଆଉ ସାବି ବାହାରିଲେ ନିଜ ଭଡ଼ା ଘରକୁ ।ଲତା ଦୁଆର ମୁଁହରେ ବସି ପଛ କଥାକୁ ଭାବି ପଶ୍ଚାତାପ କରୁଥାଏ ।ସେ ପାଶ୍ଚାତାପରେ ଜଳୁଥାଏ ସତ କିନ୍ତୁ ସାବୀ ଆଉ ହରିକୁ ଅଟକାଇବାକୁ ତା ପାଖରେ ଭାଷା ନଥାଏ । ସେ କେବଳ ଅନୁତାପ କରୁଥାଏ ପିଲା ଜନ୍ମ ଦେବା ଆଉ ନିଃସନ୍ତାନ ହେବା ଭିତରେ ଫରକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract