Archana Sahoo

Comedy Fantasy Inspirational

4.0  

Archana Sahoo

Comedy Fantasy Inspirational

ଫେସ୍ ବୁକ୍

ଫେସ୍ ବୁକ୍

4 mins
402


ହୃଦୟ ର ନୀରବତା କୁ ରୂପ ଦେଇ ଯେବେ ମୁଁ ଫେସବୁକ କୁ ଆସିଲି । ସେବେ ଦେଖିଲି ,ଆଉ ସେ ପିଲା ଦିନ ର ସାଙ୍ଗ ସାଥି ନାହିଁ । ଆଉ ବନ୍ଧୁ ଶବ୍ଦ ବି ନାହିଁ । ସବୁ ଆଡେ ଖାଲି ପ୍ରେମ ଆଉ ପ୍ରେମ । ଯାହା ସହିତ ଟିକେ କଥା ହେବ ସେ ଦୁଇ ଦିନ ପରେ କହିବ ,ମୁଁ ତୁମକୁ ଭଲ ପାଏ ବୋଲି । ତିନି ହଜାରେ ସାଙ୍ଗରୁ ,ଅନେକ ଖରାପ ମେସେଜ ବି କଲେ । ମୁଁ ବସିକି ସମସ୍ତ ଖରାପ ବ୍ୟବହାର କାରୀ ମାନଙ୍କୁ କାଢି ଦେଲି(unfriend) ଫେସବୁକ ରୁ । ମାତ୍ର କୋଡିଏ ଜଣଙ୍କୁ ଛାଡି । ଏବେ ଫୋନ ଖୋଲିଲେ ଟିକେ ଶାନ୍ତି ମିଳୁଥିଲା । ଅନ୍ତତଃ ଖରାପ ମେସେଜ ଆଉ ପଢିବାକୁ ପଡୁନଥିଲା । ତଥାପି ନୂଆ ନୂଆ ମତେ ଜମାରୁ ଭଲ ଲାଗୁ ନଥାଏ ଏ ଫେସବୁକ । କିନ୍ତୁ ଏଥିରେ କବିତା ଆଉ ଗଳ୍ପ ବି ଥିଲା । ତେଣୁ ଆକୁ ଛାଡିବାକୁ ବି ଜମା ଇଚ୍ଛା ହେଉନଥିଲା । 

   ଦିନକର ଘଟଣା ମୁଁ ଗୋଟେ ମଦ ବିରୋଧୀ କବିତା ମୋ ପ୍ରଥମ ପେଜ୍ ଆଉ storyରେ ଦେଇଥିଲି । ସେ କବିତା କୁ ଜଣେ ବ୍ୟକ୍ତି ପ୍ରଶଂସା କରି ମୋ ପାଖକୁ ମେସେଜ କରିଥିଲେ । ମୁଁ କିନ୍ତୁ କିଛି ଉତ୍ତର ଦେଉନଥାଏ । ସେ ବି ଛାଡ଼ିବା ପିଲା ନୁହେଁ । ଅନବରତ ମେସେଜ କରି ଚାଲିଲେ । ପୁରା ବିରକ୍ତି କରିଦେଲେ । 

       ସବୁଠାରୁ ମଜା କଥା ହେଲା । ସେ ଜାଣି ନାହାଁନ୍ତି ଯେ ,ମୁଁ ଟିକେ ମଜଳିଆ ପିଲା ବୋଲି । ତେଣୁ ତାଙ୍କ ମେସେଜ ର ପ୍ରତିଉତ୍ତରରେ ମୁଁ ବି ମେସେଜ କରିବା ଅରମ୍ଭ କରିଦେଲି :-

ତାଙ୍କ ନାମ ଥିଲା କିଶୋର....ଏହି ନାମ ଟି ମୋର ପିଲା ଦିନ ର ସାଙ୍ଗ ନାଁ । ତେଣୁ ତାଙ୍କ ସହ ମଜା କରିବାକୁ ମତେ ଟିକେ ବି ଡର ଲାଗୁ ନଥିଲା । 


କିଶୋର - ହାଏ (Hii)


ମୁଁ - (ସେ ବହୁତ ଥର ହାଏ ମେସେଜ କଲା ପରେ ମୁଁ ଉତ୍ତର ଦେଇଥିଲି ) ହାଏ


କିଶୋର - ଆରେ ମୁଁ କେତେ ଥର ମେସେଜ କଲାଣି । ହେଲେ ଆପଣ ଏବେ ତାହାର ପ୍ରତିଉତ୍ତର ଦେଉଛନ୍ତି !


ମୁଁ( ତାଙ୍କର ଗୋଟେ ମେସେଜ କୁ ଦେଖେଇ କହିଲି) - ଇଏ କ'ଣ ? 


କିଶୋର - ସେ....ମାନେ... ଆପଣ କ'ଣ ବୁଝିପାରୁନାହାଁନ୍ତି । ସେ କ'ଣ ବୋଲି ?


ମୁଁ - ହଁ ବାବା ମୁଁ ଭଲ ଭାବରେ ବୁଝି ପାରୁଛି ଯେ କ'ଣ ବୋଲି । 


କିଶୋର - ତେବେ ଆପଣ କିଛି କୁହନ୍ତୁ ନା....


ମୁଁ - ଆରେ କି ପିଲା , ମୋ ବିଷୟରେ ଆପଣ କ'ଣ ବା ଜାଣନ୍ତି ? ଯେ ଜୀବନର ଏତେ ବଡ ନିଷ୍ପତ୍ତି ନେଇ ଯାଉଛନ୍ତି । 


କିଶୋର - ପ୍ରେମରେ କିଛି ଜାଣିବା ବା ଜଣେଇବା ଦରକାର ହୁଏନି । ପ୍ରେମ ଅନ୍ଧ....


ମୁଁ (ମନେ ମନେ ହସିଦେଇ କହିଲି ,ହଉ ରେ ପିଲା ରହ ତୋ ପ୍ରେମ ର ପରୀକ୍ଷା ନେଉଛି ଏବେ ) - ଆଚ୍ଛା


କିଶୋର - ଆପଣଙ୍କ ର ଗୋଟେ ଫୋଟୋ( pic) ଦିଅନ୍ତୁ ନା


ମୁଁ - ଆରେ ବାବା ମୋ ବୟସ ତ ଆଗେ ଜାଣନ୍ତୁ


କିଶୋର - କୁହ ତମକୁ ବୟସ କେତେ ? 


ମୁଁ (ଟିକେ ହସିଦେଇ ପୁଣି ଆରମ୍ଭ କଲି)- ବାବା ରେ ! ମତେ ପରା ୬୫ ହେଲାଣି । 


କିଶୋର - କ'ଣ.?


ମୁଁ - ହଁ ବାବା ,ମତେ ବହୁତ ବୟସ । ଆରେ ନାତିଆ ! ତମେ କେମିତି ଅଛ। ଲାଗୁଛି ନାତୁଣୀ ବୋହୂ ନାହାଁନ୍ତି ବୋଧେ । 


କିଶୋର - ହଁ ଜେଜେ ମାଆ ଆପଣ କେମିତି ଜାଣିଲେ ମୋର ନାହିଁ ବୋଲି । ମୋର ଅଛି ପ୍ରେମିକା । ତା' ନାଁ ମୟୂରୀ । 


ମୁଁ - ଆରେ ବାଃ କି ସୁନ୍ଦର ନାଁ । ତେବେ ତମେ ଏମିତି ମେସେଜ କାହିଁକି କରୁଥିଲ ? 


କିଶୋର (କଥାକୁ ବୁଲେଇ କହିଲା)- ଜେଜେ ମାଆ ଆପଣ ନିଜ ପ୍ରୋଫାଇଲ ରେ ଏତେ କମ୍ ବୟସ କାହିଁକି ପକେଇଛନ୍ତି । ଆଉ ସିଙ୍ଗିଲ ବୋଲି କାହିଁକି ପକେଇଛନ୍ତି ? ଜେଜେବାପା ଆଉ ତମର ପସନ୍ଦ ନୁହେଁ କି ? ଆଉ ଜେଜେବାପା କ'ଣ କରୁଛନ୍ତି ?


ମୁଁ( ମୁଁ ମନେ ମନେ ଭାବିଲି ବାହା ହେଇନି ଜେଜେବାପା ଆସିବେ କୋଉଠୁ ? ଟିକେ ହସି ଦେଇ କହିଲି)- ଆରେ ନାତିଆ ମୁଁ ଟିକେ କୋଡିଏ ବୟସ କୁ ଫେରି ଯାଇଛି ଆଉ । 


କିଶୋର - ଜେଜେମାଆ ତମେ ବହୁତ ଇଏ ମୁଁ ଯାଉଛି ପରେ କେବେ ମେସେଜ କରିବି । ବାଏ ଜେଜେ ମାଆ


ସେଇ ବାଏ ପରେ ଆଉ କେବେ ମେସେଜ ଆସିନି । ସେଇ ଦିନ ଠାରୁ ଶହେ ଥର ଚିହ୍ନ ଆଉ ଆସିନି । ମୁଁ ଭାବୁଥିଲି ମନେ ମନେ ,ସତରେ କେତେ ସହଜରେ ଏଠି ଠକି ହେଉଛି । ସେ ବି ମତେ ଠକୁ ଥିଲା ,ଆଉ ମୁଁ ମୋ ସୁରକ୍ଷା ପାଇଁ ତାକୁ ଠକୁ ଥିଲି । 


ସେ ଯାହା ବି ହେଉ ମତେ ପ୍ରଥମ ଥର ପାଇଁ ଜେଜେମାଆ ଡାକ ଶୁଣିବାର ଆନନ୍ଦ ମିଳିଗଲା । କୋଡିଏ ବୟସ ରେ ମୁଁ ଦିନକ ପାଇଁ ଜେଜେମାଆ ହେଇଗଲି । ସତରେ ଫେସବୁକ ଭିତରେ ଯେତେ ଖରାପ ଗୁଣ ଥିଲେ କ'ଣ ହେଲା ? ସମ୍ପର୍କର ମିଠା ସୂତା ଖିଅ ଟିଏ ଅଛି । ଗଳ୍ପ କବିତା ଅଛି । କିଶୋର ମୋ ଠାରୁ ବଡ ହେଲେ ବି , ତାଙ୍କର ସେ ଜେଜେମାଆ ଡାକ ମତେ ଭାରି ଭଲ ଲାଗିଥିଲା। 

  ମୁଁ ସେଇ ଦିନ ଠାରୁ ଭାବିନେଇଥିଲି ଯେ ,ଏ ଆଧୁନିକ ଯୁବ ଗୋଷ୍ଠୀ ସବୁ ଏମିତି । ଟିକେ ରୋମାଣ୍ଟିକ । ହଁ ମୁଁ ରାଗୁନି ଏ ସବୁକୁ ନେଇ । ସେ ବିଚରାଙ୍କର କିଛି ବି ଦୋଷ ନାହିଁ ମ ,ସବୁ ସେଇ ବୟସ ର ଦୋଷ ପରା


ହେଲେ ମୋ ଭାବନା କୁ ଟିକେ ଧକ୍କା ଦେଇ , ଏଇ ଦୁଇ ଦିନ ହେବ ଜଣେ ପୁଅ ଦେଖା ହେଇଛନ୍ତି । ସେ ପ୍ରଥମ ମେସେଜ ରୁ ମତେ ମା' ବୋଲି ଡାକିଲେ ଆଉ କହିଲେ ,"ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ମା'। " ଆଉ ଆଶ୍ଚର୍ଯ୍ୟ ର କଥା ହେଉଛି ସେ ବି ମୋ ବୟସ ର । ଆଉ ସେ ମୋ ବୟସ ଜାଣିବା ପରେ ବି ମତେ ମା' ବୋଲି ସମ୍ବାଧନ କଲେ । 

  ଯେଉଁ ବ୍ୟକ୍ତି ଗୋଟେ ଅଜଣା ଝିଅ କୁ ପ୍ରେମିକା ବଦଳରେ ମା' ର ଆସନ ଦେଇପାରୁଛି । ସେ କେତେ ମହାନ । ବିରଳ କହିଲେ ଚଳିବ

    

ମୁଁ ଏବେ ମାଆ ଡାକ ଶୁଣି ଭାବୁଥିଲି ଯେ ସତରେ କେତେ ମହାନ ଏ ଶବ୍ଦ । ଯେ ମୋ ଭିତରେ ଏତେ ମମତା ଢାଳିଦେଲା

ସତରେ ଏ ସମ୍ପର୍କ ଅଜବ ଆଉ ଏ ଫେସବୁକ ବି।



Rate this content
Log in

Similar oriya story from Comedy