Premasila Raut

Romance

2  

Premasila Raut

Romance

ଫେସ୍ ବୁକ୍ ପ୍ରେମ

ଫେସ୍ ବୁକ୍ ପ୍ରେମ

4 mins
337


ଫେସ୍ ବୁକ୍ ପ୍ରେମ

ବିବେକ ବାବୁ ଓ ରମା ଦେବୀ ଙ୍କ ଅଳି ଅଳି ଗୋଟିଏ ଝିଅ ଗିତା । ଦେଖି ବାକୁ ଯେମିତି ସୁନ୍ଦର ଗୁଣରେ ମଧ୍ୟ ସେତିକି ସୁନ୍ଦର । ସଭିଙ୍କର ଅତି ପ୍ରିୟ ଓ ଗେହ୍ଲା । ଘରେ ସମସ୍ତେ ତାକୁ ବହୁତ ଭଳ ପାଆନ୍ତି । ସ୍କୁଲରେ ଗିତା ଭଲ ପାଠ ପଡୁଥିବାରୁ ତାକୁ ସମସ୍ତେ ପସନ୍ଦ କରୁଥିଲେ ‌, ଶିକ୍ଷକ ଠାରୁ ଆରମ୍ଭ କରି ସ୍କୁଲ୍ ର ପିଲାମାନେ , ଗାଁ ରେ ସମସ୍ତେ ତାକୁ ବହୁତ ଆଦର କରୁଥିଲେ । ସ୍କୁଲ ପାଠ ସାରି ଏବେ ସ୍ନାତକୋତ୍ତର ବିଜ୍ଞାନର ଛାତ୍ରୀ । ତାର କଲେଜ ପାଠ ସାଙ୍ଗେ , କମ୍ପ୍ୟୁଟର ଶିକ୍ଷା ମଧ୍ୟ ଚାଳିଛି ‌। ଏହି ବୟସରେ ଏ ଆଧୁନିକ ଯୁଗରେ ସବୁ ପୁଅଝିଅ ମାନଙ୍କର ମୋବାଇଲ ବେଶି ପ୍ରିୟ । ସଭିଙ୍କ ମନରେ ପ୍ରେମକୁ ନେଇ ଏମିତି ବୟସରେ କିଛି ନା କିଛି ଆଶା ଆକାଂକ୍ଷା ରହିଥାଏ । ଆଉ ସମସ୍ତେ ପ୍ରେମ ଜାଳରେ ଛନ୍ଦି ହୋଇଥାନ୍ତି । ଠିକ୍ ଗିତା ମଧ୍ୟ । ଜଣେ ପୁଅର ଫଟୋ ଫେସ୍ ବୁକ୍ ଆଇଡି ରେ ଦେଖି ତାକୁ ପସନ୍ଦ କରିଥିଲା , ତାର ଠିକଣା , ତା ଯୋଗ୍ୟତା , ଚାକିରିକୁ ଦେଖି ଅନ୍ଧ ଭଲି ଭଲପାଇ ବସିଥିଲା ।ସେ ପୁଅ ସୁରେନ୍ଦ୍ର ମଧ୍ୟ ଗିତାକୁ ପସନ୍ଦ କରି ଭଲ ପାଇଲା । ଦୁହେଁ ଫୋନରେ ପ୍ରତିଦିନ କଥାବାର୍ତ୍ତା ହେଲେ , ଦୁହେଁ ଦୁହିଁଙ୍କୁ ଚିହ୍ନିଲେ ଜାଣିଲେ ବୁଝିଲେ , ଫୋନରେ ଭିଡିଓ କଲ୍ ରେ ଦେଖାସାକ୍ଷାତ ମଧ୍ୟ ହେଲେ । ଏମିତି ଦୁହିଁଙ୍କ ପ୍ରେମ ସମ୍ପର୍କ ବହୁତ ନିବିଡ଼ ହେଲା । ପରସ୍ପର ମଧ୍ୟରେ ପ୍ରେମର ସଂପର୍କ ବଢିବାରେ ଲାଗିଲା । ଦୁହେଁ ପ୍ରେମ ବନ୍ଧନ ରେ ବାନ୍ଧି ହୋଇ ଗଲେ । ଗିତା ସବୁବେଳେ ସୁରେନ୍ଦ୍ର କଥା ଭାବେ ।ମନେ ମନେ ସବୁବେଳେ ଖୋଜେ, ସୁରେନ୍ଦ୍ର ଗିତାକୁ ସବୁବେଳେ ଭଲ ଭଲ କଥା କହି ଗିତାର ମନକୁ ମୋହି ନିଏ । ନିଜକୁ ଭଳ ବୋଲି ବିବେଚିତ କରିବା ପାଇଁ ସେ ସର୍ବଦା ମିଛ ହିଁ ମିଛ କହିଥାଏ । ଗିତା କୁ ଓ ନିଜର ପ୍ରେମ ସଂପର୍କକୁ ବହୁତ ନିବିଡ଼ କରିବା ପାଇଁ କୁହେ - ଗିତା ମୁଁ ତୁମକୁ ବହୁତ ଭଲପାଏ, ନିଜ ଠାରୁ ବି ଅଧିକ । ଗିତା ମୁଁ ତୁମକୁ ମୋ ହୃଦୟର ରାଣୀ କରି ରଖିବି, ତୁମେ ମୋର ଆକୁ ମୁଁ ତୁମର , ତୁମେ ଖାଳି ଥରେ ମୋ ସହ ବାହା ହେବାକୁ ହଁ କହିଦିଅ , ଦେଖିବ ତୁମକୁ ଦୁନିଆର ସବୁ ଖୁସି ଦେବି , ତୁମର ସବୁ ଇଚ୍ଛା ଆଶାକୁ ପୂରଣ କରିବି ,ତୁମ ଆଖିରେ କେବେ ଲୁହ ଦେବିନି, ତୁମେ ଯାହା ଚାହିଁବ ମୁଁ ତାହା କରିବି , ତୁମେ ଯୋଉଠି କୁ ଯିବାକୁ ଚାହିଁବ ମୁଁ ତୁମକୁ ସେଇଠିକି ନେବି , ଆକାଶ ର ଚାନ୍ଦ ଯଦି ଚାହିବ ଜୀବନକୁ ହାରି ତୁମ ହାତରେ ଚାନ୍ଦକୁ ବଢେଇ ଦେବି ‌ଏମିତି ଅନେକ କଥା କୁହେ । ଗିତା ସୁରେନ୍ଦ୍ର ର ସବୁ କଥାକୁ ବିଶ୍ୱାସ କରି ପାଗଳଙ୍କ ପରି ଭଲପାଇ ଚାଳିଥାଏ । ଦିନେ କଥା ନ ହେଲେ କି ନ ଦେଖିଲେ ଗିତା ରହି ପାରୁନଥିଲା । ତାକୁ ଭାରି ଏକାପଣ ଓ ଅସ୍ତ ବ୍ୟସ୍ତ ମନେ ହେଉଥିଲା । ଆଉ ମୁହଁ ଶୁଖେଇ କାମଧାମରେ ମନ ଦେଇ ବସି ରହୁଥିଲା । ସୁରେନ୍ଦ୍ର ବିନା ଭଲରେ ଖାଉ ନ ଥିଲା କି ଟିକେ ଶୋଇ ପାରୁନଥିଲା ‌। ଯେଉଁଦିନ ଗୁଡିକରେ ସୁରେନ୍ଦ୍ର ସାଥିରେ ଦି ଚାରି ପଦ କଥା ହୁଏ ,ଚୋରା ଚାହାଣିରେ ଟିକେ ଆଖି ପୁରେଇ ଭିଡିଓ ‌କଲ୍ ରେ ଦେଖେ , ସେଦିନ ତା ମନଟା ଭାରି ଖୁସି ଥାଏ ।କିନ୍ତୁ ଗିତା ଜାଣିନଥିଲା ଯେ ସେ ସୁରେନ୍ଦ୍ର ଫେକ୍ ଆଇଡି ଖୋଳି ଝିଅମାନଙ୍କ ସହ ପ୍ରେମର ନାଟକ କରି ଖେଳୁଛି ବୋଲି । ଆହୁରି ବି ଜାଣି ନ ଥିଲା ଯେ ସେ ତା ସହ ମଧ୍ୟ ମିଛ ପ୍ରେମର ଅଭିନୟ କରୁଛି ବୋଲି । ଦିନେ କଲେଜରେ ଏକୁଟିଆ ବସିଥିବା ବେଳେ ଗିତାର ଆଗ ବେଞ୍ଚ ରେ ପଢୁଥିବା ସୁମି ସହିତ ଗିତାର ଦେଖାହେଲା । ଗିତାକୁ ଏକୁଟିଆ ବସିଥିବା ଦେଖି ସୁମି ପଚାରିଲା- କିରେ ଗିତା ଏଠି ଏକୁଟିଆ ବସିଛୁ ଯେ ? ତୋର କେହି ସାଙ୍ଗସାଥି ଆସି ନାହାନ୍ତି କି ? ଗିତା ଉତ୍ତରରେ କହିଲା - ହଁ ଦିଦି କେହି ଆସିନାହାନ୍ତି ତ ,ଭଲ ଲାଗୁନି , ଏକୁଟିଆ ବସିଛି । ଏମିତି ଭଲମନ୍ଦ କଥାବାର୍ତ୍ତା ହେଉ ହେଉ ଗିତା ପାଖକୁ ସୁରେନ୍ଦ୍ରର ଫୋନ୍ ଆସିଲା । ଫୋନରେ ନମ୍ବର ସେଭ ଥିଲା , ନାଁରେ ଲେଖା ହୋଇଥିଲା my love । ଆଉ ଯେଉଁ ଫଟୋଟି ଫୋନରେ ଦେଖାଯାଉଥିଲା ,ଦେଖିକି ଆଶ୍ଚର୍ଯ୍ୟ ହୋଇଗଲା ସୁମି । ଗିତା ଫୋନ୍ ରିସିଭ୍ କରି କଥାହେଲା । ହେଲେ କାହିଁକି କେଜାଣି ସୁମି ବହୁତ ବିବ୍ରତ ହେଉଥିଲା ଆଉ ଏ ସମୟରେ ତା'ର ମନେ ପଡି ଯାଉଥିଲା ତା ପ୍ରେମ କାହାଣୀ କୁ ,,ଆଖିରେ ତା'ର ନାଚି ଉଠୁଥିଲା ସବୁ ଅଭୁଲା ମୁହୁର୍ତ୍ତ ,, ତାର ଅତୀତ ପ୍ରେମିକର ଦେଇଥିବା କଥା ମାନ କାନରେ ପ୍ରତିଧ୍ଵନିତ କରୁଥିଲା। ତା ପ୍ରେମିକ ସୁମନ୍ ର ରୂପ ତା ଆଖି ଆଗରେ ନାଚି ଉଠୁଥିଲା ।ଫୋନ୍ ରେ କଥା ହୋଇ ସାରି ଗିତା ସୁମିର କାନ୍ଧ ଉପରେ ହାତ ରଖି କହିଲା - କ'ଣ ଭାବୁଛ ଦିଦି ।ସୁମି କହିଲା - ତୁ ଏବେ କାହା ସହିତ କଥା ହେଉଥିଲୁ ? ସେ ତୋର କିଏ ? ଗିତା କିଛି ନ ଲୁଚାଇ କହିଦେଲା ସେ ମୋର ପ୍ରେମିକ , ମୁଁ ତାକୁ ବହୁତ ଭଲପାଏ ଓ ସେ ମଧ୍ୟ ମୋତେ ବହୁତ ଭଲପାଏ । ପୁଣି ସୁମି ପଚାରିଲା ସେ ପିଲାଟିର ନାଁ କଣ ? ଗିତା ଉତ୍ତର ରେ କହିଲା - ସୁରେନ୍ଦ୍ର ।ସୁମି ପୁଣି ପଚାରିଲା ତାର ଘର କୋଉଠି? ଗିତା ଉତ୍ତର ଦେଲା କେବେ ପଚାରିନି ତାକୁ କିନ୍ତୁ ଫେସ୍ ବୁକ୍ ଆଇଡିରେ ଦେଖିଛି ଘର ପୁରୀ ।ସୁମିର ମୁହଁରେ ତ ବିଚଳିତ ର ଚିହ୍ନ ଦେଖାଯାଉଥାଏ ତଥାପି ହୁ କରି ଉପରେ ଉପରେ ଟିକେ ହସି ,ପୁଣି କହିଲା ମୋତେ ଫଟୋ ଟିକେ ଦେଖା ତ । ଗିତା ହଁ କହି ଫୋନ୍ ରୁ ଫଟୋ ଦେଖେଇଲା ।ଫଟୋଟି ଦେଖିଲା ପରେ ସୁମି ଆଖିରୁ ଅମାନିଆ ଲୁହ ଗୁଡିକ ଝରି ପଡ଼ୁଥିବା ଦେଖି ଗିତା ଆକୁଳେ ପଚାରିଲା - ଦିଦି କ'ଣ ହୋଇଛି ତୁମର , କାହିଁକି କାନ୍ଦୁଛ, ମୁଁ କ'ଣ କିଛି ଭୁଲ କହିଲି କି ? ସୁମି ନାଇଁ ରେ ଗିତା ତୁ କିଛି କହିନୁ । ଜାଣିଛୁ ତୁ ଯାହାକୁ ଭଲ ପାଉଛୁ ତାକୁ ମୁଁ ବି ଦିନେ ହୃଦୟରୁ ଭଲ ପାଇଥିଲି । ତାକୁ ନିଜଠୁ ଅଧିକ ବିଶ୍ୱାସ କରୁଥିଲି । ସୁଖ ଦୁଃଖ ତାକୁ ବାଣ୍ଟୁଥିଲି , ହେଲେ ସେ କ'ଣ କଲା ମୋ ବିଶ୍ୱାସରେ ବିଷ ଦେଲା ,, ମୋ ଭଲପାଇବାକୁ ପାଦରେ ଦଳି ଦେଲା । ମୋ ସହ ଭଲପାଇବାର


Rate this content
Log in

Similar oriya story from Romance