Premasila Raut

Inspirational Others

4.5  

Premasila Raut

Inspirational Others

ଦୁର୍ଭାଗ୍ୟ

ଦୁର୍ଭାଗ୍ୟ

4 mins
634


ସମୟ ହେବ ରାତି ୬ ଟା । ଗ୍ରୀଷ୍ମ ସଂଧ୍ୟା ତ ଚାରିଆଡ଼େ ପରିଵେଶଟା ଗହଳି ଲାଗୁଛି ।ପାଖ ବଜାର ରୁ କିଛି ଜିନିଷ ପତ୍ର କିଣା କିଣି କରି ଫେରୁଥାନ୍ତି ସୁଦାମ ।ସୁଦାମ କୁଳି ଭୁତି କରି ଓ ଜମି ଖଣ୍ଡେରେ ନିଜର ଜୀବନ ନିର୍ବାହ କରନ୍ତି। ତାଙ୍କର ପରିବାର କହିଲେ ସେ ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଦେବୀ , ପିଲାପିଲି ତାଙ୍କର କେହି ନାହାନ୍ତି ସେଇଥିପାଇଁ ତାଙ୍କର ବେଶି ଦୁଃଖ । ହାତରେ ଧରିଥାନ୍ତି ବ୍ୟାଗ୍ ଟିଏ । ଗୁଣୁଗୁଣୁ ହୋଇ ଚାଳି ଚାଳି ଆସୁଥାନ୍ତି । ହଠାତ୍ ରାସ୍ତାରେ ତାଙ୍କ ପାଦ ରହିଗଲା କଇଁ କଇଁ କାନ୍ଦ ଶୁଣି, ଚାରିଆଡ଼େ ଅନେଇଲେ ପରିବେଶଟା ଗହଳି ଲାଗୁଥିଲେ ମଧ୍ୟ ପାଖେ ଆଖେ ଦେଖିଲା କେହି ନାହିଁ , ଦୂରୁ ଲୋକମାନଙ୍କର କଥାବାର୍ତ୍ତା ଶବ୍ଦ ଶୁଭୁ ଥାଏ କିନ୍ତୁ ପାଖରେ କେହି ନଥାନ୍ତି ।ଛୂଆର କଇଁ କଇଁ କାନ୍ଦ ଶୁଣି ସୁଦାମ ମନରେ ଭୟର ଛାୟା ଖେଳିଗଲା ।ଭୁତପ୍ରେତ ନା ସତସତିକା କିଛି ବୁଝି ପାରିଲେ ନାହିଁ । ପାଖରେ ଥାଏ ବିରାଟ ବରଗଛ ଟିଏ ଓ ପୋଖରୀ ,ପୋଖରୀ ପାଖରେ ଅଳିଆଗଦା , ଗାଁର ସମସ୍ତେ ସେଠାରେ ଅଦରକାରୀ ,ମଇଲା,ପଚାସଢା ଜିନିଷପତ୍ର , ପଲିଥିନ ଅଦରକାରୀ କାଗଜପତ୍ର ସବୁ କିଛି ଅଳିଆ ସେ ପୋଖରୀ ପାଖ ଅଳିଆଗଦାରେ ଫୋପାଡ଼ିଥାନ୍ତି ।ସୁଦାମ ମନରେ ସାହାସ ବାନ୍ଧି କାନ୍ଦ ଶୁଭୁଥିଵା ଦିଗକୁ ଧିରେ ଧିରେ ପାଦ ପକାଇ ଅଗ୍ରସର ହୁଅନ୍ତେ ଅଳିଆଗଦା ଆଡୁ ଶୁଭି ଆସୁଥାଏ ଛୁଆର ବିକଳ ଭରା କଇଁ କଇଁ କାନ୍ଦ । ସୁଦାମକୁ ଆହୁରି ଭୟଭୀତ କରି ଦେଉଥାଏ ସେ କୋହଭରା କଇଁ କଇଁ କାନ୍ଦ । ତଥାପି ସେ ଆଗେଇ ଚାଲିଥାନ୍ତି । ରାସ୍ତାରୁ ପ୍ରାୟ ୨୦ହାତ ଖଣ୍ଡେ ହେବ ଅଳିଆଗଦାଟା ।ମନରେ ଭୟ ଥୀଲେ ସୁଦ୍ଧା ଛୁଆର କଇଁ କଇଁ କାନ୍ଦ ସୁଦାମକୁ ତା ନିକଟକୁ ଡାକି ଆଣୁଥାଏ,ମନେ ମନେ ଭଗବାନଙ୍କୁ ଡାକି ଡାକି ସୁଦାମ ଅଳିଆଗଦା ପାଖକୁ ଯାଇ ଯାହା ଦେଖିଲା ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଛୁଆ ଟିଏ ରକ୍ତ ଜୁଡୁବୁଡୁ ହୋଇ ଅଳିଆଗଦାରେ ପଡ଼ିଛି ।ଦେଖିଲେ ଜଣା ପଡୁଛି ଜନ୍ମ ପରେ କିଏ ଆଣି ଅଳିଆଗଦାରେ ଫୋପାଡ଼ି ଦେଇଛି ।ଜୋର୍ ରେ କଇଁ କଇଁ କାନ୍ଦୁଥିବା ଛୁଆଟିକୁ ଦେଖି ସୁଦାମ ସହି ନପାରି ହାତରେ ଥିବା ବ୍ୟାଗ୍ ଟିକୁ ଫୋପାଡ଼ି ଦେଇ କୁନି ଛୁଆଟିକୁ କୋଳକୁ ନେଲେ । ସେ କୁନି ଛୁଆଟି ସୁଦାମ ହାତର ସ୍ପର୍ଶ ପାଇ ଟିକେ ଶାନ୍ତ ହୋଇଗଲା ,ତାର ଶାନ୍ତରୁ ଜଣା ପଡୁଥାଏ ସତେକି ତା'ର କେହି ସାହାରା ମିଳିଯାଇଛି। ସୁଦାମ ନିଜ ଗାମୁଛାରେ ଛୁଆଟିକୁ ପୋଛାପୋଛି କରି ନିଜ ଛାତିରେ ଜାବୁଡ଼ି ଧରି କାନ୍ଦି ପକେଇଲେ।ଆଉ ଆକାଶକୁ ଚାହିଁ କହିଲେ ହେ ଭଗବାନ ମୋ ଭାଗ୍ୟ କ'ଣ ଏତେ ଖରାପ , ମୁଁ ଏ ଦୁନିଆରେ କଣ ପାପୀ , ମୁଁ କେଉଁ ଜନ୍ମ ରେ କଣ ଭୁଲ୍ କରିଥିଲି କି କାହାର ଅନିଷ୍ଟ କରିଥିଲି ଯେ ତୁମେ ମୋତେ ଦଣ୍ଡ ଦେଇ ଚାଲିଛ ।ଆଉ ଆଜି ଲୁହ ଭିଜା ଓଠେ ହସ ଦେଇ ନିଜକୁ ଧନ୍ୟ ମନେ କରୁଛ । ତୁମେ ଦେଇ କି ବି ଦେଇ ଜାଣିଲ ନାହିଁ ପ୍ରଭୁ । ତୁମ ଉପହାରକୁ କିଏ ଖୁସିରେ ଗ୍ରହଣ କରୁଛି ତ କିଏ ଶିଶୁକନ୍ୟା ବୋଲି ନଈ କୂଳେ ତ କିଏ ଏହି ପରି ଅଳିଆଗଦାରେ ଫୋପାଡ଼ୁଛନ୍ତି । ମୁଁ ତୁମକୁ ସକାଳେ ସଂଧ୍ୟାରେ ସବୁବେଳେ ଗୋଟିଏ ମାଗୁଣି କରେ ,ପୁଅ ଟିଏ କି ଝିଅ ଟିଏ ।ତୁମ ପାଇଁ କ'ଣ ନ କରିଛି ପୂଜା,ବ୍ରତ ଭୋଗ ନୈବେଦ୍ୟ ରେ କେବେ କମ୍ କରିଛି, ତୁମ ପାଖରେ ଦୀପ ଲଗେଇବା ଧୂପକାଠି ଜଳେଇବା କେବେ ଭୁଲି ନାହିଁ , ସକାଳେ ଆରତୀ କରିବା, ତୁମ ମଥାରେ ସିନ୍ଦୂର ଚନ୍ଦନ ଲଗେଇବା , ମୁଣ୍ଡରେ ଫୁଲ ଚଢ଼େଇବା କେଉଁଥିରେ ବି କମ୍ କରିନି ହେଲେ ତୁମେ ଠାକୁର ସ୍ବାର୍ଥପର,ନିର୍ଦ୍ଦୟ ଅଟ। ମୋ ଡାକ ତୁମେ କେବେ ହେଲେ ଶୁଣିଲ ନାହିଁ ।ମୋ ଭାଗ୍ୟ ରେ ଖାଲି ଦୁଃଖ ହିଁ ଲେଖିଛ ଏମିତି କହି ଛୁଆଟିକୁ କାନ୍ଦରେ ପକାଇ ଘର ଅଭିମୁଖେ ସୁଦାମ ଅଗ୍ରସର ହେଲେ । ଘରକୁ ପହଞ୍ଚି ସ୍ତ୍ରୀ ଆଗରେ ସବୁକଥା ଜଣାଇଲେ ।ସୁଦାମର ସ୍ତ୍ରୀ ସୁମିତ୍ରା ଦେବୀ ସବୁକଥା ଶୁଣି ଅତ୍ୟନ୍ତ ଖୁସି ହେଲେ ଓ ଭଗବାନଙ୍କୁ ମନେ ମନେ ସୁମରଣା କରି ଧନ୍ୟବାଦ ଜଣାଇ କୁନି ଛୁଆଟିକୁ କୋଳେଇ ନେଲେ ଓ ଅତି ଶ୍ରଦ୍ଧାରେ ଛୁଆଟିର ଦେହସାରା ଚୁମ୍ବନ ଦେଇ ଗେଳ କଲେ । ତାଙ୍କ ଆଖିରୁ ଝରି ପଡୁଥାଏ ଖୁସିର ଲୁହଗୁଡିକ ।ମନେ ମନେ ଭବବାନଙ୍କୁ ନିଜର ଅନ୍ତର ର ବେଦନାକୁ ପରିପ୍ରକାଶ କରି କହୁଥାନ୍ତି ସୁମିତ୍ରା ଦେବୀ ଯାହା ହେଉ କେଉଁ ନା କେଉଁ ରୂପରେ ତ ମୋତେ ଏ ଶିଶୁକନ୍ୟା ଟିକୁ ଉପହାର ସ୍ବରୂପ ଦେଇଛ ପ୍ରଭୁ , ମୋର ଏତିକି ହିଁ ଦରକାର ଥିଲା କହି ଭଗବାନ ଙ୍କୁ ବହୁତ କୃତଜ୍ଞତା ଜଣାନ୍ତି । ଦୁହେଁ ସ୍ୱାମୀ ସ୍ତ୍ରୀ କୁନି ଛୁଆଟିକୁ ପାଇ ବହୁତ ଖୁସି । କାହା ପାଇଁ ସିନା ଝିଅ ମସ୍ତବଡ ବୋଝ ଥିଲା, ଅଦରକାରୀ ବସ୍ତୁ ଟିଏ ଥିଲା କିନ୍ତୁ ସୁଦାମ ଓ ସୁମିତ୍ରାଙ୍କ ପାଇଁ ଝିଅଟି ସାକ୍ଷାତ ଲକ୍ଷ୍ମୀ ଓ ମୂଲ୍ୟବାନ ରତ୍ନ ଟିଏ ଥିଲା ।ସେ ଦୁହେଁ ଦିନରାତିକୁ ଏକ କରି ଛୁଆଟିକୁ ଲାଳନପାଳନ କଲେ । ନିଜେ ନ ଖାଇ ନ ପିଇ ଛୁଆର ସେବା ଯତ୍ନ କଲେ । ୨୧ ଦିନ ପରେ ଛୁଆର ନାମକରଣ କରାଇଲେ । ଛୁଆଟିର ନାମ ଦେଲେ ସିତା । ଦିନକୁ ଦିନ ଛୁଆଟି ବଢ଼ିବାକୁ ଲାଗିଲା । ଦୁହିଁଙ୍କର ପ୍ରତିପୋଷଣରେ ଛୁଆଟି ବସିଲା ଉଠିଲା ଚାଲିଲା ଖେଳିଲା ବୁଳିଲା କଥା କହିଲା । ଛୁଆର ଏଭଳି ଧିରେଧିରେ ପରିବର୍ତ୍ତନ ଦେଖି ଦୁହିଁଙ୍କର ମନ ଖୁସିରେ ନାଚି ଉଠେ । ଦୁହେଁ ମନେ ଭାବନ୍ତି ନିଜର ନ ହେଲେ କ'ଣ ହେଲା କେଉଁ ନା କେଉଁ ରୂପରେ ତ ଭଗବାନ ଆମକୁ ଏ ଗୁରୁଦାୟିତ୍ଵ ତୁଳେଇବାକୁ ଦେଇଛନ୍ତି ,ଆଉ ଆମେ ନିଶ୍ଚୟ ଛୁଆଟିକୁ ପାଲିପୋଷି ସମାଜରେ ଜଣେ ଭଲ ମଣିଷ କରି ଛିଡ଼ା କରିବୁ । ଛୁଆଟିକୁ ବର୍ଷ ପୁରି ଦୁଇ ବର୍ଷ ହେଲା , ଖେଳୁଛି ବୁଲୁଛି ,କଥା କହୁଛି , ତା'ରି ପାଇଁ ତ ଘରଟା ପୁରି ଉଠିଛି ।ନ ହେଲେ ଘରଟା ପୁରାପୁରି ଶୁନ୍ ଶାନ୍ । ଛୁଆଟିକୁ ପାଇ ସୁଦାମ ଓ ସୁମିତ୍ରା ଦେବୀ ଦୁହେଁ ଦିନଗୁଡିକୁ ଏବେ ବେଶ୍ ହସଖୁସିରେ କଟାଉ ଅଛନ୍ତି।ମନରେ ଯେତେ ଅଭାବ କଷ୍ଟ ଯନ୍ତ୍ରଣା ଥିଲେ ମଧ୍ୟ ଛୁଆର ମୁହଁ ଚାହିଁ ଦିନଗୁଡ଼ିକୁ ଖୁସି ରେ ବିତେଇ ଦିଅନ୍ତି ।


Rate this content
Log in

Similar oriya story from Inspirational