ଅଭ୍ୟାସ ହିଁ ସଫଳତା ର ଦିଗ୍ ଦର୍ଶକ
ଅଭ୍ୟାସ ହିଁ ସଫଳତା ର ଦିଗ୍ ଦର୍ଶକ


ଅଭ୍ୟାସ ହିଁ ସଫଳତାର ଦିଗ୍ ଦର୍ଶକ ପ୍ରିୟମ ନାମରେ ଜଣେ ଛାତ୍ର ଥିଲେ। ସେ ନିୟମିତ ବିଦ୍ୟାଳୟକୁ ଯାଉ ଥିଲେ। ସେ ଶିକ୍ଷକଙ୍କ ର ନିତାନ୍ତ ଅନୁଗତ ଓ ବାଧ୍ୟ ଥିଲେ ।ତାଙ୍କର ପାଠ ମନେ ରହୁନଥିଲା, ଶିକ୍ଷକ ଯେତେ ବୁଝେଇଲେ ବି ସେ ସହଜରେ କିଛି ବୁଝିପାରୁ ନଥିଲେ ।ଆଉ ଟିକେ ଅଳସୁଆ ସ୍ବଭାବର ମଧ୍ୟ ଥିଲେ । ସେ ପାଠ ପଢ଼ିବାକୁ ,କିଛି ଲେଖିବାକୁ ,ଘରେ ପାଠ କାମ କରିବାକୁ ବହୁତ ଇଛା ଥିଲେ ସୁଦ୍ଧା ତାଙ୍କୁ ଭଲରେ ଲେଖି ପଢି ଆସୁନଥିଲା । ସେଥିପାଇଁ ତାଙ୍କର ସହପାଠୀ ମାନେ ତାଙ୍କୁ ସବୁ ବେଳେ ଉପହାସ କରୁଥିଲେ। ସହପାଠୀ ମାନଙ୍କର କଠିନ ଉପହାସ ଓ ଶିକ୍ଷକ ଙ୍କ ଭର୍ସନା ରେ ଅତିଷ୍ଠ ହୋଇ ପଡୁଥିଲେ। ଏବଂ ନିଜକୁ ଦୋଷ ଦେଇ ଭାଗ୍ୟକୁ ନିନ୍ଦା କରୁଥିଲେ । ଦିନେ ଶିକ୍ଷକ ଘରକାମ ପାଇଁ କିଛି ପ୍ରଶ୍ନାବଳୀ ଦେଇଥିଲେ , ଆଉ ସମସ୍ତଙ୍କୁ କହିଥିଲେ - ଦୁଇ ଦିନ ସମୟ ଦେଉଛି ଖାତାରେ ଉତ୍ତର ଲେଖି ମୋତେ ଶୀଘ୍ର ଦେବ , କାଳି ତ ମୁଁ ସ୍କୁଲ କୁ ଆସି ପାରିବିନି ମୋର ଘରେ ଗୋଟାଏ ଜରୁରୀ କାମ ଅଛି ସେଥିପାଇଁ ତୁମେ ମାନେ ତା ପରଦିନ ଉତ୍ତର ଖାତା ମତେ ଆଣି କି ଦେବ। ସମସ୍ତ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ କଥାରେ ହଁ ଭରିଲେ । ଆଉ ନିଜ ନିଜ ବହିଖାତା ବାହାର କରି ଲେଖିବାକୁ ଲାଗିଲେ । କିନ୍ତୁ ଅଳସୁଆ ପ୍ରିୟମ ମନେ ମନେ ଭାବିଲା ମୁଁ କାଳି ଲେଖିବି ଆଉ ତା ପରଦିନ ଦେଇଦେବି ।ଆଜିଠୁ ଲେଖି କ'ଣ କରିବି ଭାବି ଖାତାରେ ବିଭିନ୍ନ ଚିତ୍ର କରିବାରେ ଲାଗିଲା । ଛୁଟି ହେଲା ପରେ ଘରକୁ ଆସି ମଧ୍ୟ କିଛି ପ୍ରଶ୍ନାବଳୀ କଲା ନି ସାଙ୍ଗ ମାନଙ୍କ ସହ ଖେଳି ଖେଳି ଦିନ ବିତେଇଦେଲା ।ତା ପର ଦିନ ଶିକ୍ଷକ ଆସି କ୍ଲାସକୁ ଆସି ପଚାରିଲେ - କିଏ ପ୍ରଶ୍ନାବଳୀ ର ଉତ୍ତର ଲେଖି କି ଆଣିଛ ଖାତା ଆଣି ଟେବୁଲ୍ ଉପରେ ରଖ ।ଗୋଟି ଗୋଟି କରି ସମସ୍ତେ ଖାତା ରଖିଲେ ।ତାପରେ ପୁଣି ପଚାରିଲେ କିଏ ପ୍ରଶ୍ନାବଳୀ ର ଉତ୍ତର କରିନ ଆଉ ଖାତା ଦେଇନ ହାତ ଉପରକୁ ଉଠାଅ ।ସବୁ ଛାତ୍ରଛାତ୍ରୀ ଙ୍କ ଭିତରୁ ଜଣେ କରିନଥିଲା ପ୍ରିୟମ । ହାତ ଉଠେଇ ଠିଆ ହେଲା । ଶିକ୍ଷକ ପ୍ରିୟମ ପାଖକୁ ଆସି ପଚାରିଲେ- ତୁମେ କାହିଁକି ପ୍ରଶ୍ନାବଳୀର ଉତ୍ତର ଲେଖିଲ ନାହିଁ । ମୁଁ କହିଥିଲି ନା ସମସ୍ତଙ୍କୁ ଲେଖିବାକୁ , ସମସ୍ତେ ଲେଖିଲେ ହେଲେ ତୁମେ କ'ଣ ପାଇଁ ଉତ୍ତର ଲେଖି ନାହଁ ।ତୁମର ପାଠ ପ୍ରତି ଟିକେ ହେଲେ ବି ଆଗ୍ରହ ନାହିଁ , ଏତିକି କହି ରାଗି ଯାଇ ପ୍ରିୟମ ଡାଳରେ ଗୋଟେ ଚାପୁଡା ଦେଲେ ଆଉ କହିଲେ - " ତୁମେ ବିଦ୍ୟାଳୟ ରେ ରହିବାକୁ ଯୋଗ୍ୟ ନୁହଁ, ତୁମେ ଅନ୍ୟ କିଛି କରିବା ଉଚିତ।" ଆଜି ଦିନଠୁ ବିଦ୍ୟାଳୟ ଛାଡି ଚାଲିଯାଅ । ଶିକ୍ଷକ ଙ୍କ ବାକ୍ୟ ଗୁଡିକ ପ୍ରିୟମଙ୍କୁ ଅତ୍ୟନ୍ତ ବାଧିଲା। ସେ କଣ କରିବେ ଚିନ୍ତା କରି ପାରିଲେ ନାହିଁ। ଶେଷରେ ସେ ବିଦ୍ୟାଳୟ ପରିତ୍ୟାଗ କରି ଚାଲିଗଲେ। କିନ୍ତୁ ତାଙ୍କ ମନରେ ବହୁତ ପଶ୍ଚାତାପ କରିଥିଲେ ଆଉ ନିଜକୁ ନିଜେ ମନେ ମନେ କହି ହେଉଥିଲେ , ଆଜି ମୋର ଅଳସୁଆ ପଣ ,ମୁର୍ଖତା ଓ ଆଜେବାଜେ ଚିନ୍ତାଧାରା ଦ୍ବାରା ସ୍କୁଲ ରୁ ତଡା ଖାଇଲି , ଯଦି ଅନ୍ୟ ପିଲାମାନଙ୍କ ପରି ମନଦେଇ ପାଠ ପଢି , ଶିକ୍ଷକଙ୍କ କଥା ଅନୁସାରେ ଚଳୁଥାନ୍ତି ତା ହେଲେ ଆଜି ଏମିତି ଦିନ ଦେଖିବାକୁ ପଡିନଥାନ୍ତା ।ଏମିତି ଦୁଃଖ ରେ ଭାଙ୍ଗି ପଡି ,କୁଆଡେ ଯିବି ଘରକୁ ନା ଆଉ କୁଆଡେ , ଘରେ ଯାଇ କ'ଣ କହିବି, କେମିତି କହିବି ,ଏମିତି ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରୁଥାଏ । କ'ଣ କରିବେ କ'ଣ ନାହିଁ କିଛି ଭାବି ପାରୁନଥାନ୍ତି । ଏମିତି ଯାଉ ଯାଉ ବାଟରେ ତାଙ୍କୁ ଶୋଷ ହେଲା ।ପାଣି ଖୋଜି ଖୋଜି ସେ ଗୋଟିଏ କୂଅ ନିକଟରେ ପହଞ୍ଚିଲେ ।ସେ କୂଅ ରୁ ପାଣି ପିଇ ନିକଟରେ ବସିଥିଲେ । ସେ ସେପରି ବଞ୍ଚିବା ଅପେକ୍ଷ। ମରିଯିବା ଭଲ ବୋଲି ମନେ ମନେ ଚିନ୍ତା କରୁଥିଲେ । ସେହି କୂଅ ରୁ ଗ୍ରାମର ସ୍ତ୍ରୀ ଲୋକ ମାନେ ପାଣି ନେଇ ଯାଉଥିଲେ । ଜଣେ ବୃଦ୍ଧା ପ୍ରିୟମଙ୍କୁ ଚିନ୍ତିତ ଅବସ୍ଥାରେ ବସିଥିବାର ଦେଖି ତାଙ୍କ ନିକଟକୁ ଯାଇ ପଚାରିଲେ -" ପୁଅ ! ତୁମର କ'ଣ ହେଇଛି, ତୁମେ କାହିଁକି ବିବ୍ରତ ଦେଖା ଯାଉଛ ?" ତାପରେ ପ୍ରିୟମ କିଛି ନ ଲୁଚେଇ କାନ୍ଦି କାନ୍ଦି ସବୁ ସାହସ ର ସହିତ ତାଙ୍କ ସହ ଘଟି ଥିବା ଘଟଣା ବିଷୟ ରେ କହିଲେ । ବୃଦ୍ଧା ଜଣକ ପ୍ରିୟମଙ୍କ ଠାରୁ ସବୁ କଥା ଶୁଣି କହିଲେ - " ପୁଅ, ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି "।ତୁମେ ଯେତେବେଳେ ମୋତେ ମାଁ ରୁପରେ ଦେଖି ତୁମ ସହ ଘଟିଥିବା ଘଟଣା ସବୁ କହିଲ ଆଉ ମୁଁ ଜଣେ ମାଁ ହୋଇ ତୁମ୍ଭଠାରୁ କେମିତି ମୁହଁ ଫେରେଇ ନେବି । ବୃଦ୍ଧା ଜଣକ ପ୍ରିୟମର ମୁଣ୍ଡ ଉପରେ ହାତ ରଖି ମୁଣ୍ଡକୁ ଆଉଁସି ଆଉଁସି କହିଲେ -ପୁଅ ତୁମେ ଟିକେ ବି ଚିନ୍ତା କରନି , ସବୁ ଠିକ୍ ହୋଇଯିବ । ଭଗବାନଙ୍କ ଉପରେ ବିଶ୍ବାସ ରଖ । ଆହୁରି ମଧ୍ୟ ପ୍ରିୟମଙ୍କୁ ଆଶ୍ଵାସନା ଦେଇ କହିଲେ - " ତୁମେ ଟିକେ ଆଗରୁ ମାରିବା କଥା ଚିନ୍ତା କରୁଥିଲ ନା । ପୁଅ, ସେପରି ଚିନ୍ତା କରନାହିଁ । ସେ ପଥରକୁ ଦେଖ । କୂଅ ଉପରେ ରହିଥିବା ସେହି ପଥର ଟି ଦଉଡିର ବାରମ୍ବାର ଘର୍ଷଣ ଫଳରେ କାଟି ହୋଇ ଯାଇଅଛି । ଯଦି ଦଉଡିର ବାରମ୍ବାର ଘର୍ଷଣ ଫଳରେ ପଥର ଉପରେ ଦାଗ ହୋଇ ପାରେ, ତେବେ ତମେ ବାରମ୍ବାର ଅଭ୍ୟାସ କରିବା ଫଳରେ କ'ଣ ପାଖକୁ ଆୟତ୍ତ କରିପାରିବ ନାହଁ ?" ପୁଣି ପ୍ରିୟମ କହିଲେ - "ମୁଁ ଯଦି ପାଠ ପଢିବି, ତେବେ ମୁଁ କଣ କୃତକାର୍ଯ୍ୟ ହୋଇପାରିବି ?" ବୃଦ୍ଧା କହିଲେ - " ପୁଅ ! ତୁମେ ନିଶ୍ଚୟ ଭାବରେ କୃତକାର୍ଯ୍ୟ ହେବ । କେହି କେବେ ହତୋତ୍ସାହିତ ହେବ ଉଚିତ ନୁହେଁ । ତୁମେ ନିଜକୁ ନିର୍ବୋଧ ବୋଲି ଭାବ ନାହି । ଅଭ୍ୟାସ ବଳରେ ତୁମେ ନିଶ୍ଚୟ ଅଧ୍ୟୟନ ରେ ସଫଳତା ଲାଭ କରିବ ।" ବୃଦ୍ଧାଙ୍କର ବାକ୍ୟ ପ୍ରିୟମଙ୍କ ମନକୁ ପାଇଲା । ସେ ବୃଦ୍ଧାଙ୍କର ପାଦ ଛୁଇଁ ତାଙ୍କର ଆଶୀର୍ବାଦ ନେଲେ । ତାପରେ ସେ ପୁଣି ଶିକ୍ଷକଙ୍କ ନିକଟକୁ ଫେରିଗଲେ ଏବଂ ବିଦ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଶିକ୍ଷକଙ୍କୁ ଅନୁମତି ମାଗିଲେ । ତାପରେ ଶିକ୍ଷକଙ୍କୁ କହ