ପେଟ ପୁରୁନି
ପେଟ ପୁରୁନି
ଦଶହରା ସମୟ । ସହର ବଜାର ସବୁଠି ଖଚା ଖଚ ଭିଡ଼ । ସୁନା ରୂପା ଠୁ ଆରମ୍ଭ କରି ନୂଆ ନୂଆ ପୋଷାକ ଘରକରଣା ସାମଗ୍ରୀ ନାହିଁ ନଥିବା ଜିନିଷ ବ୍ୟାପାର ଚାଲିଛି । ସେଇଥର ଆମର ଶେଷ ସେମିଷ୍ଟର ପରୀକ୍ଷା । ଛୁଟିରେ ବି ସେମିତି ରେ ଘରକୁ ଯାଇ କିଛି ପଢ଼ାପଢ଼ି ହେଇପାରିବନି,ଆଊ ଛୁଟି ଖୋଲୁ ଖୋଲୁ କଲେଜ ଆସି ନିଜକୁ ପ୍ରସ୍ତତ କରିବା ଏତେ ସହଜ ନୁହଁ , ପୁଣି ଶେଷରେ ପରୀକ୍ଷା ଖରାପ ହେଲେ କିଛି ଉପାୟ ନାହିଁ ।ତେଣୁ ଆଗ ପଛ ନ ଦେଖି ଆମେ ଚିନ୍ତା କରିଥିଲୁ ଏଇ ଥର ଦଶହରା ଟା ଏଇଠି ହଷ୍ଟେଲ ରେ ହିଁ ହେଇଯାଉ। ତା ଛଡା ଆର ବରଷ କୁ ଆଊ କଣ କିଏ ଥିବ କି ? ,, ଆମକୁ ଦେଖି ଆଊ କିଛି ପିଲା ବି ସେୟା ଚିନ୍ତା କରିଥିଲେ ।
ରାତି ପାହିଲେ ଦଶହରା । ଆମେ ଭାବିଲୁ ମାର୍କେଟ ଆଡେ ସନ୍ଧ୍ୟାରେ ଯାଇ ଯାହା କିଣା ବିକା କରି ଆସିବୁ । ସାଙ୍ଗରେ ଆଦର୍ଶ, ମୁକେଶ , ସୂର୍ଯ୍ୟକାନ୍ତ ଏମିତି ଆମେ ଚାରି ପାଞ୍ଚ ହୋଇ କିଛି ଖାଇଦେଇ ଚାଲିଗଲୁ ବଜାରକୁ । ଏତେ ଗହଳି ,ତଥାପି କୁଆଡେ ନ ଦେଖି ମାଡିଗଲୁ shopping complex ଭିତରକୁ । ସବୁ ଚଢା ଦରରେ ବିକ୍ରୀ ହେଉଛି । ତଥାପି ଯେ ଯା' ପସନ୍ଦର ଜିନିଷ ବାଛି ଚାଲିଲେ । ମୁକେଶ କୁ ଜୋତା ଦରକାର, ସୂର୍ଯ୍ୟ କୁ କପଡା ଆଊ କିଛି mobile appliances । ମୁଁ ବି ପସନ୍ଦ ର ଘରକରଣା ବାଛି ଚାଲିଲି।। ଖୁବ୍ ଲମ୍ବା ଧାଡ଼ି ରେ ଲମ୍ବା ବିଲ୍ ପୈଠ କରି ସେଇ ଅଣନିଃଶ୍ବାସୀ ପରିବେଶ ଭିତରୁ ବାହାରକୁ ଆସି ଖୁବ୍ ହାଲୁକା ଲାଗିଲା । ସମସ୍ତଙ୍କ ହାତରେ ପାର୍ବଣ ର ଅସରାଏ ଆନନ୍ଦର ବ୍ୟାଗ୍। କିନ୍ତୁ ଆଦର୍ଶ ଖାଲି ହାତରେ । ଭାବିଲି ପଇସା ପତ୍ର ଟିକେ ଅଭାବ ବୋଧେ ତେଣୁ ତାକୁ ଟିକିଏ ପାଖକୁ ଡାକି କହିଲି," କିରେ ପଇସା କିଛି ଅଛି କି ?, ନା ଦେବି କିଛି କହୁନୁ ?କିଛି ବି କିଣାକିଣି କଲୁନି ? " ସେ ମୋ ଆଡେ ଚାହିଁ ଅଳ୍ପ ହସିଦେଲା । ମୁଁ କିଛି ବୁଝି ପାରୁ ନଥାଏ । ,,,,
ଏମିତି ହସି ହସି ଆମେ ଗହଳି ଭିତରକୁ ମାଡ଼ିଚାଲିଥାଉ। ହଠାତ୍ ଆଦର୍ଶ ମୋ ହାତ ଟାଣି କହିଲା " ଏ ପିଲା ! ଚାଲ୍ କିଛି ଫଳ ନେଇ ଆସିବା " ।
ବଜାର ରେ ବଡ଼ ବଡ଼ ଫଳ ଦୋକାନ। ସେ କିନ୍ତୁ କୁଆଡେ ନ ଦେଖି ସିଧା ମୋତେ ନେଇଗଲା ବସଷ୍ଟାଣ୍ଡ ପାଖରେ ଥିବା ଗୋଟାଏ ବଡ଼ ବତିଖୁଣ୍ଟ ତଳେ ବସିଥିବା ବୁଢୀଟି ପାଖକୁ । ବୟସ ପ୍ରାୟ ୭୦ ଛୁଇଁବଣି। ମୁହଁସାରା ଆଙ୍କ ବାଙ୍କ ଗାର, ଚମ ବି ଓହଳି ଯାଇ ବଡ଼ ବିକଳ ଲାଗୁଛି , ପାଦରେ ଚପଳ ଖଣ୍ଡେ ବି ନାହିଁ , ବାଳ ସବୁ ଭସା ବାଦଲ ପରି ଧଳା, ଯାହା ତାର କରୁଣ ଚେହେରା କୁ ଅଧା ଲୁଚେଇ ଦେଉଛି , ଏମିତି ରେ ମୋଟା ମୋଟି ସେ ବଡ଼ ବିକଳ ଦିଶୁଛି। ବୁଢ଼ୀ ତଳେ ବସି ବଡ଼ ଗୋଟାଏ ଆଖା ଉପରେ କିଛି ସେଓ କମଳା ଆଊ କିଛି କଦଳୀ ରଖି ସମସ୍ତଙ୍କୁ "ଆସ ଆସ ବାବୁ! ମା, ନିଅ ନିଅ କହି ଡାକୁଛି । କିଛି ଲୋକ ଆସୁଛନ୍ତି ମୁହଁ ଫେରେଇ ପୁଣି ଚାଲି ଯାଉଛନ୍ତି । ରଙ୍ଗୀନ୍ ଆଲୁଅ ରେ ଚକ୍ ମକ କରୁଥିବା ଫଳଗୁଡାକୁ ନ କିଣି ଏଠି ଏମିତି ଅକାନ୍ତରେ ପଡିରହିଥିବା ଫଳଗୁଡ଼ାକ କଣ ସତେଜ ଥିବା ଯେ କିଏ କିଣିବା ? ମୋର ବି ସେଇ ଏକା ପ୍ରକାର ଭାବନା । କହିଲି " ପାଗଳ କିରେ ! ସେଇଠି complex ଭିତରେ ଏତେ ସୁନ୍ଦରିଆ ସେଓ କମଳା ସବୁ ଥିଲା ତୁ ଏଠି କାଈ ମନେ ପକେଇଲୁ?,, ସେ କିଛି ଉତ୍ତର ଦେଲାନି।
ଆଊ ଜଣେ ଧୋବ ଧଉଳିଆ ବାବୁ ସେଇ ବୁଢ଼ୀ ମା ସହ ମୂଲ ଚାଲ କରି କମ୍ ପଇସା ରେ ନେଇଗଲେ ଉପରକୁ ଆଊ ଗୋଟାଏ ଫଳ ଜବରଜସ୍ତି ଉଠେଇ ନେଇ ଚାଲିଗଲେ।
ସେଓ ଗୋଟେ କିଲୋ ବାଛି ଆଣି ଆଦର୍ଶ ଶହେ ଟଙ୍କିଆ ନୋଟ୍ ଟି ବଢେଇ ଦେଇ ବୁଢ଼ୀ କୁ ପଚାରିଲା ,
# "ମାଉସୀ ।।। ଏତେ ବୟସ ହେଲାଣି ଘରେ ନା ରହି ଏଇଠି ଫଳ କାଈ ବିକୁଛ ?
ବୁଢ଼ୀ ଡଵା ଭିତରେ ନୋଟ୍ ଟି ରଖୁ ରଖୁ କହିଲା
*ବାବୁ ରେ କିଏ ଅଛି ମୋର ଯେ ମୋତେ ଖାଇବାକୁ ଦବ ? ପୁଅ ଦି ଟା ପାଇଥିଲି ଯେ। ,,,,, କହୁ କହୁ ବୁଢ଼ୀର ଆଖି ଜକେଇ ଆସିଲା। ଲୁହ ପୋଛି ପୋଛି କହିଲା,,,,,, #ପେଟ_ପୂରୁନି ରେ ପୁଅ... ସେଇ ଲାଗି ଆସି ବସିଛି,,, ଦିହ ପା ଖରାପ ହେଲେ କିଏ ନାହିଁ ପାଖକୁ , ନ ହେଲେ ମଶାଣି କୁ ଗୋଡେ଼ ଘରକୁ ଗୋଡେ ହେଇ ଏଇଟି ଫଳ ବିକନ୍ତି,,,ବୁଢ଼ୀ ଚିରା ପଣତ କାନି ଲୁହ ପୋଛି ବଳକା ଆଊ ଦଶ ଟଙ୍କା ଏଣୁତେଣୁ କରି ଛୋଟ ଡବା ଭିତରୁ ଖୁଚୁରା ବାହାର କରି ଆଦର୍ଶ ହାତକୁ ବଢ଼େଇଲା।
*ଥାଉ ଥାଉ ମାଉସୀ ରଖ ,,, ଏତିକି ରେ କଣ ଆମ ପେଟ ପୁରିଯିବ କି।। ତୁମେ ଖୁସିରେ ରୁହ ।। ମୁଁ ଯେବେ ବି ଆସିବି ତୁମ ପାଖରୁ ନେଇ ଯିବି। ,,,,,, ଆସୁଛୁ ବୁଢ଼ୀ ମା
ଫେରିଲା ବେଳେ ବୁଢ଼ୀ ଚାହିଁ ରହି କାନ୍ଦୁଥାଏ । ମୁଁ ଅଳ୍ପ ଦୂର ପରେ ପଚାରିଲି "କିରେ ସେଇଠି ପଇସା ନାହିଁ ବୋଲି କିଛି କିଣିଲୁନି ଆଊ ଏଠି ,,,, ମୂର୍ଖ ଟା କିରେ ? ସେ ଲୋକକୁ ଦେଖିଲୁ ନା ସେ କେମିତି ଅଶୀ ଟଙ୍କାରେ ନେଇଗଲା ଉପରେ ଫଳ ଗୋଟେ ଉଠେଇ ନେଲା ।। ଆଊ ତୁ ମୂର୍ଖ ବୁଢ଼ୀ କଥାରେ ଭସିଗଲୁ"।। ସେ ମୋ ଆଡେ ଚାହିଁ ଅଳ୍ପ ହସିଦେଇ କହିଲା,
* ହଁ।।। ଆଣିଲି।। ମୂର୍ଖ ମୁଁ ନୁହଁ ରେ ମୂର୍ଖ ଆମେ ସମସ୍ତେ , ନ ହେଲେ ଏମିତି ବଡ଼ ବଡ଼ ଏସି କୋଠାରେ ୧୦୦ ଟଙ୍କାର ଫଳ କୁ ଦେଢ ସହ ଟଙ୍କାରେ କିଣି ଉପରେ tax ଦେଇ ଆସନ୍ତେ କି?
ତା ଛଡା ସେ ଯୋଉ ଭଦ୍ରଲୋକ ଏଠି ମୂଲ ଚାଲ କରି ଉପରକୁ ଆଊ ଗୋଟେ ନେଇ ଚାଲିଗଲେ ସେ କଣ ସେଇ complex ଭିତରୁ ଏମିତି ଉଠେଇ ପାରନ୍ତେ? ନା,, ସେ ପାରିନଥନ୍ତେ। ଏଠି ଦୁର୍ବଳ ଉପରେ ସେ ଅତ୍ୟାଚାର କରି ଚାଲିଗଲେ । କାରଣ ସେ ଜାଣନ୍ତି ମାଉସୀ ପେଟ ପାଇଁ କମ୍ ଦର ରେ ବି ଦେଇ ଦେବ।। ସେ ଏକା କାହିଁକି ଆମେ ସମସ୍ତେ ତ ସେମିତି ହିଁ ଭାବନ୍ତି ନା,,,, ଥରେ ଭାବିବା କଥା ରେ,,, ବିଚରା ଗୁଡାକ ଏଠି କିଛି ବ୍ୟାଙ୍କ୍ ରେ saving କରିବା ପାଇଁ ନୁହଁ ବରଂ survive କରିବା ପାଇଁ ବସିଛନ୍ତି । ରଙ୍ଗୀନ୍ ଆଲୁଅ ରେ କିଛି କିଣି ବଡ଼ ବଡ଼ ବାବୁଙ୍କୁ ଧନୀ କରିବା ଅପେକ୍ଷା ମୋତେ ଏମିତି ପେଟ ପାଇ ବସିଥିବା ଲୋକଙ୍କ ଠାରୁ କିଣିଲେ ଖୁବ୍ ଭଲ ଲାଗେ। ,, ଭାବେନି ମୁଁ ଦୟା କଲି। ଏତିକି ହିଁ ମୁଁ ଦୁଇଶହ କି ଦେଢ଼ଶହ ରେ ଆଣିଥାନ୍ତି ।।। ସେ କେମିତି ବିକଳ ରେ କହୁଥିଲା ଦେଖିଲୁନି #ପେଟ_ପୁରୁନି ବୋଲି ,,,।।।। ,,, ଚାଲ୍ ଚାଲ୍ ଯିବା,,,,,,ଆମେ ଡେରି କଲେ ହଷ୍ଟେଲ ଗେଟ ପଡ଼ିଯିବ ଯେ।।।।।।
ଆଦର୍ଶ କଥା ରେ ସତରେ କଣ ଯାଦୁ ଥିଲା କେଜାଣି ମୋତେ ଖୁବ୍ ଖୁସି ଲାଗିଲା।। ତା ପାଇଁ ମନରେ ବଡ଼ ସମ୍ମାନ ଗୋଟେ ସାଲମ୍ ଟେକି ହେଇଗଲା। ଏମିତି ମାଉସୀ ମାନଙ୍କୁ ଆମେ ରାସ୍ତା ଘାଟ ବଜାର ରେ ଦେଖୁ କିନ୍ତୁ ସେଇ ଭଦ୍ର ଲୋକ ପରି କରି ନିଜକୁ ଖୁବ୍ ଚାଲାକ ଭାବୁ । ଆଦର୍ଶ ଟା ଅଲଗା।। ସମସ୍ତଙ୍କୁଠୁ ଅଲଗା ଭାବେ।।
ଆସନ୍ତୁ ନା ଆମେ ବ୍ ଟିକିଏ ଅଲଗା ଭାବିବା ଠିକ୍ ଆଦର୍ଶ ପରି।
