ପଦ୍ମଫୁଲ
ପଦ୍ମଫୁଲ
ସବୁଦିନ ପରି ଆଜି ଵି ସେ ମନ୍ଦିର ପାଖରେ ବସି ବସ୍ କୁ ଅପେକ୍ଷା କରିଥାଏ। ବସ୍ ରହିବା କ୍ଷଣି ବସ୍ ଉପରକୁ ଚାଲିଯାଏ । ସମସ୍ତଙ୍କୁ ପଚାରି ଵୁଲେ, ମୋ ପୁଅ କିଛି ଖବର ପଠାଇଛି କି? ମତେ ତା ପାଖକୁ ଡାକୁଥିଲା କି? କଣ କରିବି, ତା ଠିକଣା ଜାଣିନି। ନହେଲେ କଣ ଯାଇ ନଥାନ୍ତି। କିନ୍ତୁ କେହି ଜାଣନ୍ତି ନାହିଁ ,ତା ପୁଅ କିଏ।
ତା ପରେ ମନ୍ଦିର ଭିତରକୁ ଆସି ଠାକୁରଙ୍କ ଆଗରେ ଗୁହାରି କରେ। ମନ୍ଦିର ପ୍ରସାଦ ଖାଇ ସେ ଅଗଣାରେ ଶୋଇପଡ଼େ। ପୂଜକ କହିବା ଅନୁସାରେ ୩୦ ବର୍ଷ ପୂର୍ବେ ଏହି ମନ୍ଦିର ପଛ ପୋଖରୀରୁ ପଦ୍ମଫୁଲ ଆଣି ମନ୍ଦିର ଆଗରେ ଵିକ୍ରି କରେ। ଯାହା ମିଳେ ସେଥିରେ ପରିବାର ଚଳାଏ। ପରିବାର କହିଲେ ତା ମା ଆଉ ଗୋଟିଏ ପୁଅ। ପତ୍ନୀ ପୁଅର ଜନ୍ମ ପରେ ଆରପାରି କୁ ଚାଲି ଯାଇଥିଲେ।। ସାବତ ମା କାଳେ ପୁଅକୁ କଷ୍ଟ ଦେବ, ସେହି ଭୟରେ ଆଉ ଵାହା ହେଲା ନାହିଁ। କିଛି ଦିନ ପରେ ମା ଵି ଆଖି ବୁଜି ଦେଲା। ପୁଅ ମଣିଷ କରିବା ନିମନ୍ତେ ବହୁ କଷ୍ଟ ସହିଛି ସେ। ନିଜେ ବଳଦ ସାଜି କେତେ ଧାନ ଵେଙ୍ଗଳା କରିଛି ଠିକ୍ ନାହିଁ।
ପୁଅ ର ପଦ୍ମଫୁଲ ପସନ୍ଦ। ବଳକା ଫୁଲ ତାକୁ ମନ ପାଏନି। ପୁଅ ପାଇଁ ଖାସ୍ ଫୁଲ ତୋଳିବାକୁ ପୋଖରୀକୁ ଯାଏ।
ପୁଅ ବଡ ହେଲା, ଚାକିରି କଲା। ବାପାଙ୍କୁ ଟଙ୍କା ପଠାଏ, ଆଉ କହେ ଵାପା ତମେ ଵୁଢା ହେଲାଣି। ଆଉ ପଦ୍ମ ତୋଳି ଯାଅନି। ଏଥର ଆସିଲେ ମୋ ସହ ନେଇଯିବି ।
ଧିରେ ଧିରେ ପୁଅ ଚିଠି ସହିତ ଟଙ୍କା ପଠେଇଵା ଭି ବନ୍ଦ କରିଦେଲା। ୧୦ ଵର୍ଷ ହେଇଯିବ, ପୁଅର କିଛି ଖବର ନାହିଁ। ସେହି ଦିନଠାରୁ ଵୁଢା ସେମିତି ଅପେକ୍ଷା କରିଛି।
ବହୁ ବର୍ଷର ହେଲା ପରେ ପୁଅ ଗାଁ କୁ ଆସିଛି, ପତ୍ନୀ ଆଉ ପୁଅକୁ ନେଇ। ଵୁଢା ପଚାରିଲା, ଏଇ ଵୁଢାଵାପା କଥା କଣ ମନେ ପଡ଼ିଲା ନାହିଁ। ପୁଅ କହିଲା, ପ୍ରେମ ସମ୍ପର୍କ ଆଗରେ ଅନ୍ୟ ସମ୍ପର୍କର ମୂଲ୍ୟ ନଥାଏ। କେଉଁ ଵାପା ମା କେଉଁ ଛୁଆର ନୁହେଁ। ଶେଷ ସମୟରେ ପତ୍ନୀ କେବଳ ନିଜର। ମା ବାପା ଛୁଆ ଙ୍କ ପାଇଁ ଯାହା କରନ୍ତି ଭବିଷ୍ୟତ ଆଶା ପାଇଁ ନୁହେଁ। ଵାପା ମା ଵୁଢା ହେଲା ପରେ ଵୋଝ ପାଲଟି ଯାନ୍ତି।
ଵୁଢାଵାପାକୁ ପୁଅର କଥା ଆଘାତ ଦେଲା। ମନ୍ଦିର ପାଖରେ ବସି ପଡ଼ିଲା। ପଛେ ପଛେ ନାତି ଟୋକା। ନାତି କହିଲା, ଜେଜେ ମୁଁ ବଡ ହେଲେ ତମକୁ ମୋ ସହ ନେଇଯିବି। ଵୁଢା କହିଲା ତୋ ବାପା ଭି ଏମିତି କହୁଥିଲା। ଆଉ ମୁଁ ଖୁସି ହୋଇ ତାକୁ ପଦ୍ମଫୁଲ ତୋଳି ଦେଉ ଥିଲି। ନାତି କହିଲା ମତେ ବି ଦରକାର ପଦ୍ମଫୁଲ । ଵୁଢା କହିଲା, ରାତି ହେଲାଣି କାଲି ଦେବି। ପଛରୁ ପୁଅ ବହୁ ଦୁଇଜଣ ନାତିଙ୍କୁ ଧରି କହିଲେ, କୁଆଡେ ଚାଲି ଆସିଲୁ। ଆମେ ଡରି ଯାଇଥିଲୁ। ନାତି କହିଲା, ୧୦ ମିନିଟ୍ ମତେ ନ ଦେଖି ତମେ ଏମିତି ହେଉଛ। ସେଇ ବୁଢାଵାପା କଥା ଭାବ ଯେ ତମ ବିନା ୧୦ ବର୍ଷ ଅପେକ୍ଷା କରି ରହିଛି।
ରାତିସାରା ବିଛଣାରେ ପୁଅ ଛଟପଟ ହେଉଥାଏ, ସକାଳୁ ଉଠି ପତ୍ନୀ ସହ ଆଲୋଚନା କରି ପଦକ୍ଷେପ ନେଲା ଏଥର ଵୁଢାଵାପା କୁ ନେଇକି ସହର ଯିବ।ପତ୍ନୀ ବି ହଁ ଭରିଲା।
ରାତି ପାହି ସକାଳ ହେଲା। ସମସ୍ତେ ମନ୍ଦିର ପାଖକୁ ଗଲେ। ପୋଖରୀ କୂଳରେ ଭିଡ ଦେଖି ଦଉଡିଲେ । ଆଉ ଦେଖିଲେ ବୁଢ଼ା ଆଖି ବୁଜି ଦେଇଛି ସବୁଦିନ ପାଇଁ। ଅଣ୍ଟା ଲୁଗାରେ ପଦ୍ମଫୁଲ ଗୁନ୍ଥା ହେଇଛି ନାତିଟୋକା ପାଇଁ..........
ଵାପା ମା ଆମପାଇଁ ଦେଵତା। ସେମାନେ କେବେ ହେଲେ ତାଙ୍କ କର୍ତବ୍ୟରେ ହେଳା କରି ନଥାନ୍ତି। କିନ୍ତୁ ପିଲାମାନେ ଵଡହେଲା ପରେ ଟଙ୍କା ଆଗରେ ନିଜ ମଣିଷପଣିଆ କୁ ଵିକି ଦେଇ ନିଜ କର୍ତବ୍ୟ ଭୁଲି ଯାଆନ୍ତି।
