STORYMIRROR

Sasmita Mohanty

Inspirational

4  

Sasmita Mohanty

Inspirational

ପଡୋଶୀ

ପଡୋଶୀ

2 mins
707

ଅସୀମ ବାବୁ ବାଲେଶ୍ବରରେ ନିଜ ପରିବାର ସହ ରୁହନ୍ତି।ତାଙ୍କର ପରିବାର କହିଲେ ବାପା,ମାଆ,ପତ୍ନୀ, ପୁଅ ସାନୁ ଓ ଝିଅ ସୋନିକୁ ବୁଝାଏ।ସେ ଏକ ବ୍ଯାଙ୍କରେ କାର୍ଯ୍ୟରତ।ସ୍ବାମୀ ଏବଂ ସ୍ତ୍ରୀ ଦୁହେଁ ଭାରି ମେଳାପୀ।ସାହି ପଡିଶା ସମସ୍ତଙ୍କ ସହ ମିଳିମିଶି ଚଳିବାକୁ ଭଲପାଆନ୍ତି ।ବାପା ମାଆଙ୍କର ବୟସ ହେଲାଣି।ମଝିରେ ମଝିରେ ଦେହ ଖରାପ ଲାଗି ରୁହେ।ସେମାନେ ନୂଆ ହୋଇ ବାଲେଶ୍ବର ଆସିଥାଆନ୍ତି।କାହା ସହ ବେଶୀ ଚିହ୍ନା ପରିଚୟ ହୋଇ ନଥାଏ।ହଠାତ୍ ଅସୀମ ବାବୁଙ୍କ ମାଆଙ୍କର ଦେହ ଖରାପ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା।ଖବର ଶୁଣି ପଡୋଶୀ ସୁମିତ୍ ବାବୁ ଏବଂ ତାଙ୍କ ସ୍ତ୍ରୀ ଅନିତା ଆସି ପହଞ୍ଚିଲେ।ଅସୀମ ବାବୁ ଓ ତାଙ୍କ ସ୍ତ୍ରୀଙ୍କୁ ଧୈର୍ଯ୍ଯର ସହ କାମ କରିବାକୁ କହିଲେ। ଅନ୍ୟ ପଡୋଶୀମାନେ ମଧ୍ୟ ଆସି ସାହାଯ୍ୟ ସହଯୋଗ କଲେ। ମାଆ ହସ୍ପିଟାଲରୁ ଫେରିବା ପର୍ଯ୍ୟନ୍ତ ଅନିତା ଭାଉଜ ରାନ୍ଧିବାଢି ଖାଇବାକୁ ଦେବା ସହ ସୋନି ଓ ସାନୁଙ୍କର ଦେଖା ଶୁଣା କରିଥିଲେ।ସୋନିର ଅଧିକାଂଶ ସମୟ ଅନିତା ଭାଉଜଙ୍କ ପାଖରେ କଟୁଥିଲା।ଅସୀମ ବାବୁଙ୍କର ବଦଳି ଚାକିରୀ।ତେଣୁ ସେମାନଙ୍କୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବାକୁ ପଡୁଥିଲା।ତଥାପି ଉଭୟ ପରିବାର ମଧ୍ୟରେ ଆଜି ପର୍ଯ୍ୟନ୍ତ ସୁସମ୍ପର୍କ ରହିଆସିଛି।


ସମୟ କ୍ରମେ ପିଲାମାନେ ବଡ ହୋଇଛନ୍ତି।ବାପାମାଆଙ୍କର ଦେହାନ୍ତ ହୋଇଛି।ଅସୀମ ବାବୁ ବର୍ତ୍ତମାନ କଲିକତା ମହାନଗରୀ ରେ ଅବସ୍ଥାପିତ।ସାନୁ ଏବର୍ଷ ଦିଲ୍ଲୀରେ ମେଡିକାଲ କଲେଜରେ ନାମ ଲେଖାଇଥାଏ।କଲିକତାରେ ଏକ ଆପାର୍ଟମେଣ୍ଟରେ ଅସୀମ ବାବୁ ପତ୍ନୀ ଓ ଝିଅକୁ ନେଇ ରହୁଥାଆନ୍ତି।ମହାନଗରୀରେ ଲୋକମାନେ ସବୁବେଳେ ବ୍ଯସ୍ତ।ଟିକିଏ ଛିଡା ହୋଇ କଥା ହେବାକୁ ସମୟ ନଥାଏ କାହାପାଖରେ।ଆପାର୍ଟମେଣ୍ଟରେ ଗୋଟିଏ ଛାତ ତଳେ ବିଭିନ୍ନ ପରିବାରର ଲୋକ ରହିଲେ ମଧ୍ୟ କେହି କାହାକୁ ଚିହ୍ନନ୍ତିନି।କରିଡୋର କିମ୍ବା ଲିଫ୍ଟରେ ଦେଖାହେଲେ ହାତ ହଲେଇ ହାଏ କି ହ୍ଯାଲୋ କହି ପୁଣି ନିଜ କାମରେ ଲାଗିଯାଆନ୍ତି।ଅସୀମ ବାବୁଙ୍କ ପରିବାର ଏହି ପରିବେଶ ସହିତ ଅଭ୍ୟସ୍ତ ହେବାକୁ ଚେଷ୍ଟା କରନ୍ତି।ଥରେ ଅସୀମ ବାବୁ ବ୍ଯାଙ୍କର କାମରେ ଚାରିଦିନ ପାଇଁ କଲିକତା ବାହାରକୁ ଯାଇଥାଆନ୍ତି।ହଠାତ୍ ସୋନିର ମାଆଙ୍କର ଦେହ ଖରାପ ହେଲା।ନୂଆଜାଗା ଏବଂ ଏକୁଟିଆ ଥିବାରୁ ସୋନି ଖୁବ୍ ବିଚଳିତ ହୋଇଗଲା।ପାଖଘର ଚାଟାର୍ଜୀ ଆଣ୍ଟିଙ୍କୁ ଡାକି ମାଆଙ୍କ ଦେହ ଖରାପ କଥା କହିଲା।ଆଣ୍ଟି ସବୁ ଶୁଣି ଜଣେ ଡାକ୍ତରଙ୍କ ଠିକଣା ଦେଇ ମାଆଙ୍କୁ ଶୀଘ୍ର ନେଇଯିବାକୁ କହିଲେ ଓ ଅନ୍ୟ ଏକ ନମ୍ବର ଦେଇ କହିଲେ ଏଇଟା ଜଣେ କ୍ଯାଟେରର୍ ର ନମ୍ବର।ଯଦି ଖାଇବା ପାଇଁ କିଛି ଦରକାର ହୁଏ ଫୋନ୍ କଲେ ସେ ଆଣି ଘରେ ଦେଇଦେବେ।


ସୋନି ମନେ ମନେ ଅନିତା ମାଉସୀ ଏବଂ ଚାଟାର୍ଜୀ ଆଣ୍ଟିଙ୍କୁ ତଉଲୁ ଥିଲା ଏବଂ ସମୟଚକ୍ରରେ ପରିବର୍ତ୍ତିତ ସମ୍ପର୍କର ନିବିଡ଼ତାକୁ ପରଖୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational