STORYMIRROR

Sunanda Mohanty

Abstract Romance Thriller

4  

Sunanda Mohanty

Abstract Romance Thriller

ପାଉଁଶ ତଳର ସ୍ବପ୍ନ

ପାଉଁଶ ତଳର ସ୍ବପ୍ନ

3 mins
574


ଅବସର ପରେ କାହିଁକି କେଜାଣି, ପ୍ରଥମ ଥର ନିଜ ଆଡୁ ବୁଲିଯିବାର ପ୍ରସ୍ତାବ ରେ ସ୍ତ୍ରୀ ଙ୍କର ଗାଁ କୁ ଯିବାର ଇଚ୍ଛା ମଦନ ବାବୁଙ୍କୁ ଏତେ ଆନନ୍ଦ ଦେଲା ଯେ ଦୁଇ ଦିନରେ ବାହାରି ପଡିଲେ ଦୁହେଁ ଆଉ ସକାଳୁ ସକାଳୁ ସିଧା ଗାଁ ମୁଣ୍ଡ ପୋଖରୀ ତୁଠ ଆଡକୁ ଚାଲିଲେ କହିଦେଇ ଗଲେ ଏକାଥରେ ଗାଧୋଇ ପାଧୋଇ, ନବଗ୍ରହ ଙ୍କୁ ଦର୍ଶନ କରି ଫେରିବେ l ହେଲେ, ପୋଖରୀ ତୁଠ ରେ ପାହାଚ ଉପରେ ବସିପଡି ଚାହିଁଲେ, ପୋଖରୀ ହୁଡ଼ାରେ ଥିବା ନବଗ୍ରହ ମନ୍ଦିର କୁ, ସବୁ ଗ୍ରାମରେ ପୋଖରୀ ହୁଡାରେ ଆରାଧ୍ୟ ଗ୍ରାମଦେବତୀ ବା ଭୋଳା ଶିବଶଙ୍କରଙ୍କ ମନ୍ଦିର ଥିଲା ବେଳେ ତାଙ୍କ ବାପାଙ୍କ ଆଗ୍ରହ କୁ ଦୃଷ୍ଟିରେ ରଖି ଗ୍ରାମବାସୀ ରାଜି ହୋଇଯାଇଥିଲେ l ଆଉ ପ୍ରତିଦିନ ସନ୍ଧ୍ୟାରେ ବୋଉ ସହ ସେ ଆସୁଥିଲେ ନବଗ୍ରହଙ୍କ ପାଖେ ସଞ୍ଜ ଧୂପ ବସେଇ, ପ୍ରତ୍ୟକ ରାଶି ବିଶେଷ ଲୋକଙ୍କର ମଙ୍ଗଳ କାମନା କରି ବୋଉ ସହ ଘରକୁ ଫେରିବା ବାଟରେ ବୋଉଠୁ ଜାଣିଥିଲେ ତାଙ୍କ ରାଶି ଆଉ ପରିବାର ସଦସ୍ୟଙ୍କ ରାଶି ସହ ନଅ ଗୋଟି ରାଶି, ଶୁଭାଶୁଭ ଫଳ ସହ ନବଗ୍ରହଙ୍କ ପ୍ରତି ଅହେତୁକ ଭକ୍ତି ଓ ଆସକ୍ତି ତାଙ୍କୁ ଆଜିଯାଏ ସମାଜରେ ତିଷ୍ଠି ରଖିଥିବାର ଭାବନା ଭିତରେ,ପିଇସୀ, ଦାଦା ମାନଙ୍କର ଜାତକ ଦେଖି ରାଶିଫଳ ମେଳକ କରି ନବଗ୍ରହଙ୍କ ପାଖେ ନିର୍ବନ୍ଧ କରାଇବାର ପରମ୍ପରା ତାଙ୍କ ସହ ତାଙ୍କ ଭଉଣୀ ମାନଙ୍କର ବି ହୋଇଥିଲା l

  ଗୋଟିଏ ପୁଅ ବୋଲି ଖୋଜି ଖୋଜି କନକବରଣା ସୁନାନାକୀ ବୋହୁ ସଙ୍ଗରେ ଜାତକ ରୁ ବାହାରିଥିବା ରାଶିରେ ମଦନ ବାବୁଙ୍କ ରାଶିଟା ସେମିତି କିଛି ଭଲ ମେଳକ ନଥିଲା l ବାପା ବୋଉ ଖୁବ ମନଦୁଃଖ କରିଥିଲେ ଆଉ ନବଗ୍ରହଙ୍କ ପାଖେ ହୋମ ଯଜ୍ଞ କରାଇ ମନୋନୀତ କନ୍ୟା କୁ ବୋହୁ କରି ଆଣିଥିଲେ l ଏସବୁ ଭିତରେ ମଦନ ମଧ୍ୟ ରାଶି ମେଳକ ରେ ଏତେ ପ୍ରଭାବିତ ହୋଇଯାଇଥିଲେ ଯେ ବେଳେ ବେଳେ ଜ୍ୟୋତିଷ ଦେଖାଇ ଭାଗ୍ୟଫଳ ଜାଣିବାକୁ ଚେଷ୍ଟା କରି ଜାଣନ୍ତି ଯେ ତାଙ୍କ ପିଲାଦିନ ପରି ଉଜ୍ଜ୍ୱଳମୟ ତଥା ଚମତ୍କାର ସମୟ କହିଦିଅନ୍ତି ତ ସ୍ତ୍ରୀ ଙ୍କ ରାଶି ମନେପକାଇ ନିଜ ରାଶି ସହ ମେଳକ ରେ ଜ୍ୟୋତିଷମାନଙ୍କୁ ପଚାରି ଉତ୍ତରରେ ସନ୍ତୁଷ୍ଟ ନହୋଇ ବେଳେ ବେଳେ ଛାଟିପିଟି ହେଲେ ବି ସଂସାର ରଥ ଠିକ ଥିଲା ପରି ଲାଗେ l ପିଲାମାନେ ଉଚ୍ଚ ଶିକ୍ଷା ପାଇ, ବାହାତୋଳା ହୋଇ ବିଦେଶରେ ଆଉ ବୁଢ଼ୀ, ତାଙ୍କ ସ୍ତ୍ରୀ ତ ତାଙ୍କ କଥାରୁ କେବେ ବାହାର ହୋଇଯାଇ ନାହାଁନ୍ତି l ହଉ ଛାଡ଼ କହି ତେଲ ଲଗେଇ ଗାଧୋଇବାକୁ ବାହାରିଛନ୍ତି ଗୋଟେ ଚମତ୍କାର ଦୃଶ୍ୟ ଆଖିରେ ପଡିଲା l

   ମୀନ ସବୁ ଖେଳୁଥାନ୍ତି ପାହାଚ ସାରା ଆଉ ଗୋଟେ ଦିଟା ଦଳ ରୁ ବାହାରି ଏକା ଏକା ପାଣି ଧାରେ ଧାରେ ତ ଉପରେ ମେଣ୍ଢା ଛୁଆଟିଏ ଅନୁସରଣ କରୁଛି l ଟିକେ ଘାସ ଚରି ମୀନ ର ଗତିବିଧି ସହ ତାଳ ଦେଇ ଖୋଜି ଖୋଜି ସେଇଆଡ଼େ ମୁଁହାଇଛି, ମୀନ ଟି ବି ମେଣ୍ଢା କୁ ଅନୁସରଣ କରୁଛି, ଜଣେ ଜଳଚର, ଜଣେ ସ୍ଥଳଚର, ଆକୃତି ପ୍ରକୃତି ପୁରା ଅଲଗା ହେଲେ ବି କେତେ ସୁନ୍ଦର ମେଳକ ଏ ମୀନ ଓ ମେଷ ଭିତରେ l

  ଧଇଁ ସଇଁ ହୋଇ ରାଧୁଆ ଖବର ଦେଲା ସୁର କକେଇଙ୍କ ଝିଅକୁ ଦେଖିବାକୁ ବନ୍ଧୁଘର ନାହାକ ପଣ୍ଡିତ ଧରି ଆସିଛନ୍ତି, l ଦୁହିଁଙ୍କ ପଟୁ ସବୁ ଛିଡ଼ିଛି, ଖାଲି ରାଶି ମେଳକ ହେଲେ ହେଲା l ତରତର ହୋଇ ମଦନ ନିତ୍ୟକର୍ମ ସାରି ନବଗ୍ରହଙ୍କୁ ମୁଣ୍ଡିଆ ମାରି ଘରେ ପହଂଚି ଗଲେ l ସ୍ତ୍ରୀ କହିଲେ ସୁର କକେଇ ଅପେକ୍ଷା କରିଛନ୍ତି, ଏତେ ଡେରି କଲ, ଆରେ ମୁଁ ପରା ମେଳକ କରୁଥିଲି l ଆମ ସୁର କକେଇଙ୍କ ଝିଅ ମିନୁ ଓ ଭାବିବର ର ରାଶି ମେଷ ଓ ମୀନ ହେଲେ, ସବୁଠୁ ବଢିଆ l ସ୍ତ୍ରୀ କହୁଥିଲେ, ହଁ ତ ହେଲେ ତୁମେ କେମିତି ଜାଣିଲ, ଆରେ ଆମ ଦୁହିଁଙ୍କର ପରା ସେୟା l ହଁ ଯେ ଆମ ର ତ ଠିକ ମେଳକ ନୁହେଁ, ଆରେ କିଏ କହିଲା, ଆମ ମେଳକ ଠୁ ଭଲା ଆଉ କାହାର ଅଛି କହିଲ? ସ୍ତ୍ରୀ ମନୋରମା ଲାଜେଇ ଯାଇ ନୂଆ ଭୁଆଶୁଣୀ ଭଳି ଦେଖା ଯାଉଥିଲେ ତ ସେପଟୁ ସୁର ମଉସା ଡାକ ଛାଡୁଥିଲେ l ଆଜି ଗଡ଼ିଗଲା ବୟସରେ ମନୋରମାଙ୍କ ପାଉଁଶ ତଳର ସ୍ବପ୍ନ ଟା ମିଛ ରୁ ସତ ହେଇଯାଇଥିଲା l


Rate this content
Log in

Similar oriya story from Abstract