ପାଉଁଶ ତଳର ନିଆଁ
ପାଉଁଶ ତଳର ନିଆଁ


ପାଉଁଶ ତଳର ନିଆଁ; ସେ । ପବନର ସ୍ପର୍ଶରେ ମନରେ ପଡି କ୍ଷତାକ୍ତ କରିଦିଏ । ମୁଁ ଭାବେ ପାଣି ଟିକିଏ ଛିଞ୍ଚିଦେଇ; ତାକୁ ଲିଭେଇ ଦେବି । ମାତ୍ର ପାଉଁଶ ତଳର ନିଆଁ କ’ଣ ଲିଭିବ ?
ତାକୁ ବେଶି ଜାଣିନି । ତଥାପି ସେ ଆତ୍ମୀୟ ଥିଲା । ମୁଁ ଚିହ୍ନ ପାରିଲି ନାହିଁ । ପ୍ରଥମ ଦେଖାର ସେ ମିଠା ସ୍ମୃତି ଲେସି ଯାଇଚି ମନରେ । ବର୍ଷାର ମୁକ୍ତା ପୃଥିବୀକୁ ଆଗମନ କରିବାର ସୂଚନା ଦଉଥିଲା । ସେ ଦିନ ଆକାଶରେ ଇନ୍ଦ୍ରଧନୁ ପଡିଥିଲା । ତା ରଙ୍ଗକୁ କାଳୀ କରି ମେଘର କଳା କାଗଜରେ କବିତା ଲେଖିବାକୁ ମନ ଡାକୁଥିଲା । ମୁଁ ମୋର ଆନମନା ଭାବନାକୁ ନେଇ ରାସ୍ତା ରେ ଚାଲୁଥାଏ । ହଠାତ୍ ପଚ୍ଥରୁ କେହି ଜଣେ ପ୍ରଶ୍ନ କଲା ।
ପଚ୍ଥକୁ ମୁହଁ ଫେରାଇଲି । ଗୋଟିଏ ଯୁବକ କହୁଥିଲା; "ବର୍ଷାରେ ଓଦା ହୋଇ ଯାଉଛନ୍ତି କାହିଁକି?? " ତା କଥା ଶୁଣି ହସ ଲାଗିଲା । ଉତ୍ତର ଦେଲି; "ବର୍ଷାର ଆଗମନ ହେଇନି ଆହୁରି । ସେ ଆସିବ ବୋଲି ଚ୍ଥୋଟ ଚ୍ଥୋଟ ଟୋପା ମୁକ୍ତା ଝରାଇ ସୂଚନା ଦଉଚି । ଓଦା ମାଟିର ବାସ୍ନାକୁ ନ ବାରି, ପାଗକୁ ଉପଭୋଗ ନ କରି ଆଶ୍ରୟ ଖୋଜିବି !" । ମୋ ଉତ୍ତର ଶୁଣି ସେ ହସିଲା ।" ଆପଣଙ୍କ ପାଖରେ ଚ୍ଥତା ଅଛି ବ୍ଯବହାର କରୁନାହାନ୍ତି; ମୋ ପ୍ରତି ତାହାର ପ୍ରଶ୍ନ ଥିଲା । ମନକୁ ରାଗଟା ଗ୍ରାସ କରିଦେଲା । ଶୁଣାଇଲି ଚାରି ପଦ କଥା । ହସି ଦେଇ ଚାଲିଗଲା; ନିଜ ବାଟରେ ।
ସେହି ଦିନଠାରୁ ରାସ୍ତାରେ ଦେଖିଲେ ପ୍ରଶ୍ନ କରେ । ଉତ୍ତର ରେ ମୋ ଠାରୁ ଗାଳି ଶୁଣେ । ମୁଖମଣ୍ଡଳରେ ହସଟିଏ ଆଙ୍କି ଦେଇ ଚାଲିଯାଏ । ତା ଉତ୍ତର ଦେବାକୁ ପ୍ରସ୍ତୁତ ହେଲା ବେଳକୁ; ସେ ପୃଥିବୀର ଜନ ସମୁଦ୍ରରେ ଲୀନ ହେଇଗଲା । ବହୁତ ଖୋଜିଲି । ପାଇଲି ନାହିଁ । ଆଜି ତା ସ୍ମୃତି ପାଉଁଶ ତଳର ନିଆଁ ।