Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Suchismita Satpathy

Tragedy Inspirational Others

4.0  

Suchismita Satpathy

Tragedy Inspirational Others

ପାଉଁଶ କାନ୍ଦୁଛି

ପାଉଁଶ କାନ୍ଦୁଛି

6 mins
13



କାନ୍ଦୁଛି ପାଉଁଶ, କାନ୍ଦୁଛି ମଶାଣି,

ଧରା ଆଜି ଥରହର, 

କୋକେଇ ଆସୁଛି, କାନ୍ଧ ନାହିଁ ଆଜି, 

ଚକାଆଖି କୃପାକର।


ବିଳମ୍ବରେ ପରେ ବିଜୟ ଆସି ପହଞ୍ଚିଛି। ବାପା ମାଆ ଙ୍କୁ ଖୋଜି ଖୋଜି। ଘର ତାଲା ଦେଖି ବ୍ୟସ୍ତ ବିଚଳିତ ହୋଇ ପଡିଶା ଘରକୁ ପଚାରିବାକୁ ଯାଇ ସେଠୁବି ହତାଶ ହୋଇ ଫେରିଲା। ପଡିଶା ଘର ବି ତାଲା ପଡିଛି। କାହାକୁ ପଚାରିବ। 


ଏଇଟା ସହର,

ଏଠି କେହି ନୁହେଁ କାହାର।


ତାର ଛାତି ଭିତରଟା କେମିତି ଏକ ଅଜଣା ଭୟରେ ଘାଣ୍ଟି ହେଉଥିଲା। 

ଆଖିରୁ ଧାର ଧାର ଲୁହ ବହି ଯାଉଛି, 

ପୋଛିବାକୁ ମାଆର ପଣତ ଖୋଜୁଛି।


ନିରୁପାୟ ହୋଇ ଜଲିପାଖକୁ ଫୋନ କଲା।ମନ ଭିତରେ ବାପା ମାଆ ଙ୍କୁ ନ ପାଇବାର କୋହ, 

ସେପଟେ ଅର୍ଧାଙ୍ଗିନୀ,ଯାହାକୁ ଭଲ ପାଇଛି, ତାକୁ ଯାବୁଡି ଧରିବାର ମୋହ। 


କଣ ପଚାରିବ ତାକୁ ବୁଝିପାରିଲାନି। ଜଲିର ପ୍ରଶ୍ନ, ତୁମେ କୋଉଠି ଅଛ, ଶିଘ୍ର ଘରକୁ ଆସ ବିଟୁ ଖୋଜୁଛି ତୁମକୁ। କିଛି ଉତ୍ତର ନ ଦେଇ ପଚାରିଲା, ବାପା ବୋଉ କଣ କରୁଛନ୍ତି? ଜଲିର ସିଧା ଉତ୍ତର, ସେ କାଲିଠୁ ଘରକୁ ଗଲେଣି। ସେ ତ ପହନ୍ଚିସାରିବେଣି।ତୁମେ ଏତେ ଦିନ ହେଲା ବାହାରକୁ ଯାଇଛ, ବିଟୁ ବହୁତ ଖୋଜୁଛି, ଘରକୁ ଆସ, ତୁମ ପାଇଁ ଏକ ସର୍ପ୍ରାଇଜ ଅଛି। 


ବିଜୟ କଣ କହିବ କିଛି ବୁଝି ପାରିଲାନି, କହିଲା ବିଟୁକୁ କୁହ ଚୋର ପୁଲିସ ଖେଳ ପରି ନିଜେ ପୋଲିସ ହୋଇ ମତେ ଖୋଜିବ, ଏହା କହି ଫୋନ ରଖିଦେଲା। ଜଲି କିଛି ବୁଝି ପାରିଲାନି। ମଜାରେ କଥାକୁ ନେଇ ପୁଅକୁ କହିଲା, ଧନରେ ତୁ ପୋଲିସ ହେଇ ବାପାକୁ ଖୋଜେ। ଏଇ ଖେଳ ସରିଲା ବେଳକୁ ତୋ ବାପା ଆସିଯାଇଥିବେ। 


ଫୋନ ରଖି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ବିଜୟ। ମନେ ପଡିଲା ତା ମାଆର ପଣତ କାନି ଓ ବାପାଙ୍କର ସ୍ନେହ ଭରା ଆଲିଙ୍ଗନ। କେତେ ଖୁସିରେ ସରକାରୀ ଘର ମିଳିଛି ବୋଲି ବାପା ମାଆଙ୍କୁ ନେଇ ରହିଥିଲା ନିଜଘରଠାରୁ ୨୦୦ କିମି ଦୂରରେ।। 


ତା ବାପା ଏକ ବେସରକାରୀ ଅନୁଷ୍ଠାନ ରେ ଚାକିରି କରୁଥିଲେ। ପେନସନ ନଥିଲା। ମାଆ ଗୃହିଣୀ। ପୈତୃକ ବାସଭବନ ସହରରେ ଥିଲା ବୋଲି ବେଶି କଷ୍ଟ କରିବାକୁ ପଡୁନଥିଲା ବିଜୟର ବାପା ରାମବାବୁଙ୍କୁ। ଯାହା ରୋଜଗାର କରୁଥିଲେ ସେଥିରେ ପୁଅକୁ ପାଠ ପଢାଇବା ଓ ଘର ଖର୍ଚ୍ଚ ହୋଇଯାଉଥିଲା। ଏପରିକି ଘରଟିକୁ ରଙ୍ଗ ଦେବା ସମ୍ଭବପର ହୋଇ ପାରୁ ନଥିଲା। ତେଣୁ କିଛି ଅର୍ଥ ସଞ୍ଚୟ କରିପାରି ନଥିଲେ। 


ସଞ୍ଚୟ କରିଥିଲେ କେବଳ ନିଜର ସଚ୍ଚୋଟତା। ସେହି କଲୋନୀରେ ସବୁଠୁ ଭଦ୍ର, ଶାନ୍ତ, ନିଷ୍କପଟ, ଓ ଦୟାବାନ ଭାବେ ସେ ଖୁବ ପରିଚିତ। ପାଖ ଆଖରେ କାହାର କିଛି ଅସୁବିଧା ହେଲେ ଦୌଡିଯାଆନ୍ତି। ନିଜର ଖାଇବା ଥାଳି ଉଠାଇ ଅନ୍ୟକୁ ଖାଇବା ଦେବା ବ୍ୟକ୍ତି ଉଭୟେ ସ୍ୱାମୀ ଓ ସ୍ତ୍ରୀ। ପୁଅଟି ଭଲ ପାଠ ମଧ୍ୟ ପଢେ। ସବୁ ଦୃଷ୍ଟିରୁ ସେ ଜଣେ ଭଦ୍ର ପରିବାର ହିସାବରେ ସେ ଅଞ୍ଚଳରେ ଜଣାଶୁଣା। 


ପୁଅ ବିଜୟ ପାଠପଢି ନିଜ ସହରଠାରୁ ଦୂରରେ ଚାକିରି କଲାଦିନୁ ବୁଢା ବୁଢୀ ଦୁହେଁ ଏକୁଟିଆ ରହୁଥିଲେ। ସମାଜ ସେବାରେ ଉଭୟ ମଜି ରହୁଥିବାରୁ ସମୟ ଜଣା ପଡୁନଥିଲା। ବିଜୟ ଛୁଟିରେ ଆସେ, କିଛି ଦିନ ରହି ପୁଣି ଯାଏ। 


ଦିନେ ଜଲିକୁ ସାଥିରେ ଧରି ଆସିଲା। ରାମବାବୁଙ୍କୁ ଏହା ଟିକେ ଅଡୁଆ ଲାଗିଲା ମାତ୍ର ଜଲିର ଭଦ୍ର କଥାବାର୍ତ୍ତା ତାଙ୍କ ମତାମତ ବଦଳାଇଦେଲା। ଜଲି ତା ମାମୁ ମାଇଁ ପାଖରେ ରହୁଥିଲା। ତାର ଆଉ କେହି ନଥିଲେ। ନିଜେ ଏକ ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଭାବେ ଚାକିରି କରୁଥିଲା। ଏସବୁ ଶୁଣି ବିବାହ ପାଇଁ ସମସ୍ତଙ୍କ ସହମତି ମିଳିଗଲା। ସ୍ୱଳ୍ପ ଧନରେ ନିଜ କଲୋନୀ ଭିତରେ ଧୁମଧାମରେ ବିବାହ ସମ୍ପନ୍ନ ହେଲା। କିଛି ଦିନ ପରେ ବିଜୟ ଫେରିଗଲା। ଜଲି ଶାଶୁଘରେ ଥାଏ। ଶାଶୁ ସବୁ କାମ କରନ୍ତି। ଜଲି ସବୁବେଳେ ତାଙ୍କ ରୋଷେଇକୁ ନେଇ ବହୁତ ଖୁଣ ବାହାର କରେ। ମାତ୍ର ଝଗଡା କରେ ନାହିଁ। ରାମବାବୁ ଓ ତାଙ୍କ ପତ୍ନୀ ଘରେ କମ ସମୟ ସମାଜ ସେବାରେ ବେଶି ସମୟ ଦିଅନ୍ତି ତେଣୁ ଏତେ କଥା ଧରନ୍ତି ନାହିଁ। 


ଧିରେ ଧିରେ ଜଲିର ସାଙ୍ଗ ସାଥି ତା ଶାଶୁ ଘରକୁ ଆସିବାକୁ ଲାଗିଲେ। ସେମାନଙ୍କ ଖାଇବା ପିଇବା ସବୁ ସେଇଠାରେ ହିଁ ହୁଏ। ରାମବାବୁଙ୍କର ତ ପେନସନ ନଥିଲା, ଯାହା କିଛି ପୁଅ ଦିଏ ସେଥିରେ ସେମାନେ ଚଳନ୍ତି। କିଛି ଦିନ ପରେ ସେମାନେ ବିଜୟକୁ ଏକଥା କହିଲେ। ବିଜୟ ବହୁତ ମନ ଦୁଃଖ କଲା। ଏବଂ ଅଧିକ ପଇସା ପଠେଇଲା। ତଥାପି ହେଲାନାହିଁ। ଜଲିର ବାହାର ଖର୍ଚ୍ଚ ବହୁତ ହୋଇଗଲା। ନିଜ ରୋଜଗାରର ଏକ ପଇସା ବି ସେ ଖର୍ଚ୍ଚ କରେନାହିଁ ।ଏହା ଦେଖି ବିଜୟ ବହୁତ ମନ ଦୁଃଖ କରେ ମାତ୍ର ବାପା ମାଆ ଙ୍କ କଥାନୁଯାୟୀ କିଛି କୁହେ ନାହିଁ। 

ବାପା ମାଆ ଙ୍କୁ ଆଉ କଷ୍ଟ ନଦେବା ପାଇଁ ସେ ଜଲିକୁ ତା ଭଡାଘରକୁ ନେଇଗଲା। ସେଠାରେ ମଧ୍ୟ ଜଲି ସେହିପରି ସାଙ୍ଗ ସାଥି ଡାକି ମଉଜ କରେ। ବିଜୟ କଳହ ସୃଷ୍ଟି ନକରି ଭଲରେ ବୁଝାଏ। ମାତ୍ର ଜଲି ବୁଝେ ନାହିଁ। କିଛି ଦିନ ଏପରି ଗଲା। ଜଲି ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ନାତି ଜନ୍ମଦିନ ଖୁବ ଧୁମଧାମରେ ପାଳନ କଲେ ରାମବାବୁ ନିଜ କଲୋନୀରେ। ସମସ୍ତେ ଖୁସି। କିଛିଦିନ ସେଠାରେ ରହି ବିଜୟ ଓ ଜଲି ବିଟୁକୁ ଧରି ବାହାରିଲେ ଯିବାପାଇଁ। ଏହାଦେଖି ରାମବାବୁ ଓ ତାଙ୍କ ପତ୍ନୀ ମନଖରାପ କଲେ। ଏକଥା ବିଜୟର ନଜରରେ ଥାଏ। ସେଠାରୁ ଫେରି ଅଫିସରେ ଏକ ବାସଭବନ ପାଇଁ ଦରଖାସ୍ତ ଦେଲା ଏବଂ କିଛି ମାସ ପରେ ତାହା ମଞ୍ଜୁର ହୋଇଗଲା।


 ବହୁତ ବଡ ଘର। ଜଲି ର ମନ କୁଣ୍ଢେମୋଟ। ତାର ତାସ୍ ପାର୍ଟି ପାଇଁ ତାକୁ ପ୍ରଶସ୍ତ ସ୍ଥାନ ମିଳିଥିଲା।ମାତ୍ର ବିଜୟ ସଙ୍ଗେ ସଙ୍ଗେ ବାପା ମାଆ ଙ୍କୁ ଆଣିବ ବୋଲି କହି ତାଙ୍କ ରୁମକୁ ସଜାଡି ଘର ଅଭିମୁଖେ ବାହାରିପଡିଲା।ବହୁତ ମନ ଖୁସିରେ ବାପା ମାଆଙ୍କୁ ଧରି ଆସିଲା ସେମାନଙ୍କ ଅନିଛା ସତ୍ତ୍ୱେ। ତାଙ୍କୁ ଦେଖି ବିଟୁ ବହୁତ ଖୁସି ହୋଇଗଲା। ବିଜୟକୁ କିଛି ଦିନ ପରେ ଏକ ଦୂର ସ୍ଥାନ କୁ ଅଫିସ କାମ ପାଇଁ ଯିବାକୁ ପଡିଲା।

ଆଖିରୁ ଧାର ଧାର ଲୁହ ବହି ଯାଉଛି ଓ ମାଆ, ବାପା ବୋଲି କାନ୍ଦି କାନ୍ଦି ଡାକୁଛି। 


ହଠାତ ହରିବାବୁଙ୍କ ପାଟି ଶୁଣି ଧଡପଡ କରି ଉଠି ବିକଳ ହୋଇ ପଚାରିଲା, ମାଆ ବାପା କୋଉଠି? 

ହରିବାବୁ ସବୁ କଥା କହିବାକୁ ଲାଗିଲେ। 


 ବିଜୟ ଗଲାପରେ ରାମବାବୁ ଓ ତାଙ୍କ ପତ୍ନୀ ଙ୍କୁ ଏକୁଟିଆ ଲାଗିଲା। ପାଖ ପଡିଶା କେହି ନାହିଁ। ଘରେ ବସି ବସି ଭଲ ଲାଗିଲା ନାହିଁ। ତେଣୁ ପାଖରେ ଥିବା ଜରାଶ୍ରୟ କୁ କିଛି ସାହାଯ୍ୟ କରିବା ନିମନ୍ତେ ଉଭୟେ ବାହାରି ଯାଆନ୍ତି। କିଛି ଦିନ ଏହା ଦେଖି ଜଲି ସମ୍ଭାଳି ନପାରି କହିଲା, ବାହାର ଜାଗା, ଆପଣମାନେ ଏପରି ଯାଉଛନ୍ତି, କେଉଁଠି କିଛି ଅସୁବିଧା ହେବ କିଏ ବୁଝିବ, ତାପରେ ଦାନ କରିବା ପାଇଁ ଆମ ପାଖରେ ପଇସା ନାହିଁ। ଯଦି ଆପଣଙ୍କ ପାଖରେ ଅଛି ତେବେ କରନ୍ତୁ। ଏହା ଶୁଣି ରାମବାବୁ କିଛି କହିଲେ ନାହିଁ। କାରଣ ବିଜୟ ତାଙ୍କ ଖର୍ଚ୍ଚ ପାଇଁ ପଇସା ଦେଇକି ଯାଇଥାଏ। ସେଥିରୁ ସଞ୍ଚୟ କରି ସେ କିଛି ଦାନ ଧର୍ମ କରନ୍ତି।ଛ ମାସ ବିତିଗଲା ବିଜୟର କାମ ସରୁନଥାଏ। ଏପଟେ ରାମବାବୁଙ୍କର ପାଖରେ ନିଜ ଖର୍ଚ୍ଚ ପାଇଁ ପଇସା ସରିଆସୁଥାଏ। ଜଲିକୁ ଶାଶୁ ଦିନେ କିଛି ପଇସା ମାଗିଲେ ଔଷଧ କିଣିବା ପାଇଁ। ସେ ସିଧା ମନା କରି ଦେଲା। ରାମବାବୁଙ୍କର ବହୁତ ମନଦୁଃଖ ହେଲା। ନିଜର ଘଣ୍ଟା ଟିକୁ ବିକି କିଛି ପଇସା ଆଣି ଔଷଧ କିଣିଲେ। ଏମିତି ଅବସ୍ଥା ହେଲା ଯେ ନିଜର ପାନ ଟିକେ ଖାଇବା ପାଇଁ ପଇସା ପାଇଲେ ନାହିଁ। ନିଜ ସଞ୍ଚିତ ସବୁ ଧନ ସରିଯାଇଥାଏ। ବିଜୟ ଦେଇଥିବା ପଇସା ମଧ୍ୟ। ଜଲି କେବଳ ଦୁଇଓଳି ଦୁଇମୁଠା ଖାଇବା ଛଡା ଆଉ କିଛି ବୁଝେନା। ରାମବାବୁଙ୍କର ପତ୍ନୀ ଙ୍କର ଔଷଧ ଅଭାବରୁ ଶରୀର ଅଧିକ ମାତ୍ରାରେ ହ୍ରାସ ପାଇବାରେ ଲାଗିଲା। ଉଭୟେ ପ୍ରତି ମୂହୁର୍ତ୍ତରେ ବିଜୟକୁ ଝୁରି ହେଲେ। ଫୋନ କରିବାକୁ ମଧ୍ୟ ପାଖରେ ଧନ ନାହିଁ। ତାଙ୍କୁ ଲାଗିଲା, ତାଙ୍କ ଜନ୍ମ ସ୍ଥାନ ଓ ତାର ପାଣି ପବନ, ସାଙ୍ଗ ସାଥି ଜେମିତି ତାଙ୍କୁ ଡାକୁଛି ।

ଶେଷରେ ରାମବାବୁ ନିଜ ଘରକୁ ଫେରିବାକୁ ନିଷ୍ପତି ନେଇ ଦିନେ ସକାଳୁ ବାହାରିଲେ। ପାଖରେ ପଇସା ନାହିଁ କେମିତି ଆସିବେ।ଜଲି ଉଭୟଙ୍କୁ ବିଦାୟ ଦେଲା ମାତ୍ର ଥରେ ହେଲେ ପଚାରିଲାନି କାହିଁକି ଯିବ ଓ ପଇସା ଅଛିକି ନାହିଁ। ମନ ଦୁଃଖରେ ଉଭୟଙ୍କୁ ଖୁସିରେ ଆଶିର୍ବାଦ ଦେଇ ବାହାରି ପଡିଲେ। ଏତେ ବାଟ ଯିବେ କେମିତି। ଯେଉଁ ଗାଡିକୁ କହିଲେ ସେ ମନାକଲେ ଓ ପଇସା ବହୁତ କହିଲେ। ରାମବାବୁ ଉପାୟ ନପାଇ ତାଙ୍କ ସ୍ତ୍ରୀଙ୍କ ହାତରେ ଥିବା ଚୁଡି ଦେଇ ଗୋଟିଏ ଗାଡି ଭଡା କରି ଆସି ନିଜ ଘରେ ପହଞ୍ଚିଲେ। ସେତେବେଳକୁ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର। 


ନିଜ ଜାଗା ହେତୁ ସାହାସ ସଞ୍ଚୟ କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଲେ। ମାତ୍ର ସେଠାରୁ ତାଙ୍କ ପତ୍ନୀ ଙ୍କୁ ଆଉ ଫେରାଇ ଆଣି ପାରିଲେ ନାହିଁ।ସମୟ ପାଇଥିଲେ ହୁଏତ ସେ ତାଙ୍କ ଧର୍ମପତ୍ନୀ ଯିଏ କି ସାରାଜୀବନ ତାଙ୍କ ସୁଖ ଦୁଃଖ ରେ ଭାଗି ତାଙ୍କୁ ବଞ୍ଚାଇ ପାରି ଥାନ୍ତେ। ଏହା ଭାବି ତାଙ୍କର ମଧ୍ୟ ହୃଦଘାତରେ ସେଇଠାରେ ହିଁ ଜୀବନ ଚାଲିଗଲା।


କଲୋନୀର ସମସ୍ତ ବ୍ୟକ୍ତି ସେଠାରେ ଥାନ୍ତି। ତାଙ୍କର ଏକମାତ୍ର ବନ୍ଧୁ ହରିବାବୁଙ୍କୁ ଏସବୁ କଥା ସେ କହିଥାନ୍ତି। ତେଣୁ ସବୁ ଲୋକ ସବୁକଥା ଜାଣିଲେ। ଦୁଇଜଣଙ୍କ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କଲେ ସମସ୍ତ କଲୋନୀ ବାସି ମିଶି। 


ଏପରି ପରିସ୍ଥିତି ଯେ ସେଠାକାର ଗଛ ଲତା ପାଣି ପବନ ଏବଂ ଯେଉଁ ବାସହୀନଙ୍କୁ ସେ ନଖାଇ ସାହାଯ୍ୟ କରିଥିଲେ ସମସ୍ତେ ତାଙ୍କୁ ଅଶ୍ରୁର ଶ୍ରଧାଞଳି ଜଣାଇଲେ। ବିଜୟକୁ ଜଣାଇବାର କୌଣସି ମାଧ୍ୟମ ନଥିବାରୁ ହରିବାବୁ ତାର ପୁରୁଣା ଅଫିସକୁ ଖବର ଦେଇଥିଲେ। ଖବର ପାଇ ସେ ଆସି ପହଞ୍ଚିଲା। ସେତେବେଳକୁ ତା ବାପା ମାଆଙ୍କର ସୁକ୍ଷ୍ମ ଶରୀର ପାଉଁଶ ରେ ପରିଣତ ହୋଇସାରିଥିଲା। 


 ତାଙ୍କ ଠାରୁ ସବୁ ଶୁଣି ଧାଇଁଲା ବାପା ମାଆଙ୍କ ପାଖକୁ। ସେଠି ପହଞ୍ଚି ଦେଖେ ତ ସବୁ ପୋଡି ପାଉଁଶ। ସେଥିରେ ଯେମିତି ତା ବାପା ଓ ମାଆଙ୍କର ଲୁହ ଭିଜା ମୁହଁ ଦୁଇଟି ସେ ଦେଖୁଛି। ଯେମିତି ସେମାନେ ତାକୁ କହୁଛନ୍ତି, ବାପାରେ ତତେ ଟିକେ ଦେଖିବା ପାଇଁ ଆମ ଆତ୍ମା ଏଠାରେ ଅଛି। ଯେମିତି ନାଲି ରଡ ପାଉଁଶ ଭିତରୁ ବୁକୁ ପଠାଇ ତା ବାପା କାନ୍ଦୁଛନ୍ତି ତା ମାଆକୁ ବଞ୍ଚାଇ ପାରିନଥିବାରୁ। 


ଯେମିତି ଲାଗିଲା ପାଉଁଶ ବି ଆଜି କାନ୍ଦୁଛି। ନିଜକୁ ବହୁତ ଧିକାର କଲା ବିଜୟ। ବାପା ଓ ମାଆଙ୍କ ଅସ୍ଥି ଧରି ଫେରିଲା ସେଇ ଘରକୁ ଯେଉଁଠି ମାଆର ପଣତ କାନିରେ ସେ ଗୁଡେଇ ହୋଇ ଖେଳୁଥିଲା, ଯେଉଁଠି ସେ ବାପାଙ୍କର ସ୍ନେହ ଭରା ଆଲିଙ୍ଗନ ପାଇଥିଲା। ଆସିଲାବେଳେ ଜଲିକୁ ସବୁ କଥା ଫୋନରେ କହି ନିଜକୁ ବହୁ ଧିକାର କଲା। ବାପା ମାଆଙ୍କ ଫଟୋ ପାଖରେ ଅସ୍ଥିକୁ ରଖି ମୁଣ୍ଡିଆ ମାରିବା ବେଳେ ସେଇ ଫଟୋ ପାଖରେ ହିଁ ତାର ପ୍ରାଣବାୟୁ ଉଡି ଯାଇଥିଲା। ସବୁଦିନ ପାଇଁ ସେ ଚାଲି ଯାଇଥିଲା ତାର ସେଇ ଅତି ପ୍ରିୟ ପଣତକାନୀ ଓ ସ୍ନେହ ଭରା ଆଲିଙ୍ଗନ ପାଖକୁ। 


ଇତି ମଧ୍ୟରେ ଜଲି ଆସି ପହଞ୍ଚି ଯାଇଥିଲା। ବିଟୁ କିଛି ବୁଝିନପାରି ବାପାକୁ ଧରି କହୁଥିଲା, ମୁଁ ଜିତିଗଲି, ଜିତିଗଲି , ବାପା ହାରିଗଲେ, ବାପା ହାରିଗଲେ। 

ଏପଟେ ନିସ୍ତବ୍ଦ ହୋଇ ଗୋଟେ କୋଣରେ ଠିଆ ହୋଇଥାଏ ଜଲି।



Rate this content
Log in

More oriya story from Suchismita Satpathy

Similar oriya story from Tragedy