Satyabati Swain

Tragedy

4  

Satyabati Swain

Tragedy

ପାଷାଣି ପ୍ରଭା

ପାଷାଣି ପ୍ରଭା

3 mins
397


ମିଠୁ ...ମିଠୁରେ ବାପାକୁ ଡାକେ ଧନ।


ଉଠୁନ ଚା ଥଣ୍ଡା ହୋଇଗଲାଣି। ଦାନ୍ତ ପତ୍ର ଘସି ନିତ୍ୟକର୍ମ ସାରୁ ସାରୁ ତୁମର ତ ଘଣ୍ଟାଏ ଲାଗିବ। ସବୁବେଳେ ଅଳସୁଆ କୋଢ଼ିଆ ହେଲ ? ଏ ମିଟୁ ବାପାଙ୍କୁ ଡାକିଲୁ ଟାଇମ ହେଲାଣି କାମକୁ ଯିବେ। କେହି ନ ଉଠିଲେ ବାଡ଼ିପଡ଼ା , ଗଜା ତୋ ଉପରେ ବସ ଚଢି ଯାଉରେ । ହଇରେ ଅଳସୁଆ ତୋତେ ଯଦି ଏତେ ନିଦ ପର ମାଈକିନିଆଙ୍କ ପାଖରେ ରାତି ଅଧଯାଏ କାହିଁକି ଦାନ୍ତ କିଲାଉ ? ଗଜା ଉଠୁଛୁ ନା ଏଇଲେ ଦେଖିବୁ ବାଲଟିଏ ପାଣି ଢାଳି ଦେବି ଯେ ଶୋଇବା ଛାଡ଼ିଯିବ।

       ପ୍ରତିଦିନ ଭୋଅରୁ ଭୋଅରୁ ଏଇ କଥାଟି ମୋ କାନରେ ପଡେ ଠିକ ମୋ ସାମନା ତଳ ଘରୁ। ଇନ୍ଦିରା ଆବାସ ପ୍ଲାଷ୍ଟର ହୋଇ ନ ଥିବା ବଖୁରେ ଘର। ଘର ମୁହଁ ପାଖ କାନ୍ଥକୁ ଲାଗି ସରକାରୀ ପାଣି ପାଇପ ଟ୍ୟାପ। ଘର ଆଗରେ ଛୋଟ ଚଉରାଟିଏ। ଚଉରା ପାଖକୁ ବାଉଁଶ ପୋତା ପଲିଥିନ ଢଙ୍କା ଚୁଲି ଥିବା ଚାଳିଆ ଯେଉଁଥିରୁ ସକାଳେ ସନ୍ଧ୍ୟାରେ ଧୂଆଁ ଉଠିବା ଦିଶେ। ତିରିଶି କି ପଇଁ ତିରିଶି ବର୍ଷର ସ୍ତ୍ରୀ ଲୋକଟିଏ ଟ୍ୟାପ ପାଖରେ ଗାଧୋଉଥିବ , ଧୁଆ ଧୋଇ କରୁଥିବ ଓ ତା ପାଟି ଚାଲୁଥିବ। ଅଥଚ ନା ସେ କହୁଥିବା ବାପା ଦିଶୁଥିବ ନା ମିଟୁ। ଆଶ୍ଚର୍ଯ୍ୟ ଲାଗେ ପ୍ରତି ଦିନ ଗୋଟିଏ କଥା କୁହେ କିନ୍ତୁ କେହି ଦିନେ ବି ମୋ ଆଖିରେ ପଡ଼ନ୍ତିନି କେମିତି ?

      ସନ୍ଧ୍ୟାରେ ବି ଏକା କଥା ଶୁଭେ। ମିଟୁ ଏ ମିଟୁ ବାପା କାମରୁ ଆସି ନାହିଁ ? ଜାଣିଛି ପରା ବାଡ଼ିପଡ଼ା କେଉଁ ମାଈପ ପାଖେ ହେଁ ହେଁ ଫେଁ ଫେଁ ହେଉଥିବ। ଶୁଣ ମୁଁ ଶୋଉଛି ବାପା ଆସିଲେ କହିବୁ ଚୁଲି ପାଖେ ଖାଇବା ଘୋଡା ହୋଇଛି ଖାଇ ନେବ। ତୁ ବି ଖାଇବୁ। ମୋ ଦେହଟା କାଇଁକି କଣ ହଉଛି। ଖାଇବାକୁ ଇଛା ନାହିଁ। ବୁଝି ଖବରଦାର ମୋତେ ଖାଇବାକୁ ନ ଡାକ ଯେମିତି। ତୁ ଜାଣିଛୁ ଥରେ ନିଦ ଭାଙ୍ଗି ଗଲେ ଆଉ ମୋତେ ନିଦ ହେବ ନାହିଁ।ସକାଳୁ ସକାଳୁ ପୁଣି ହାଡ଼ଭଙ୍ଗା ପରିଶ୍ରମ କରିବାକୁ ଯିବି। ସନେଇଁ ନନାଙ୍କର କାଲି ଛାତ ପଡିବ।

      ସତରେ ସ୍ତ୍ରୀ ଲୋକଟି କଥା ଶୁଣି କାବା ହୁଏ। ମିଟୁ ଓ ତା ବାପାକୁ ଖୋଜେ। ସେମାନଙ୍କୁ ଭେଟିବାକୁ ଇଛାଟିଏ ମନ ଭିତରେ ଜାଗେ। ଏଇ ଅଳ୍ପ ଦିନ ହେବ ବଦଳି ହୋଇ ଆସିଛି ଏ ଜାଗାକୁ।ସମ୍ପୂର୍ଣ୍ଣ ଅଚିହ୍ନା ଜାଗା।ଦୁଇ ମହଲାରେ ଭଡା ଘରଟିଏ ନେଇଛି।ମୋ ରୋଷେଇ ଘର ଝର୍କା ସିଧା ସ୍ତ୍ରୀ ଲୋକଟି. ତଳେ ଘର। ତା କଥା ଓ କାର୍ଯ୍ୟରୁ ସେଇଟି ତାଙ୍କ ଘର ହୋଇଥିବ ଅନୁଭବ ହୁଏ। ସିଙ୍ଗଲ ହେତୁ ରୋଷେଇ ମୋତେ କରିବାକୁ ପଡେ। କମ୍ ବୟସରୁ ଡାଇବେଟିସ । ବାହାରେ ଖାଇବା ମୋ ପାଇଁ ନିଷେଧ। ବଢି ଭୋଅରୁ ରୋଷଇ ଘରକୁ ଯାଇ ଝରକା ଖୋଲୁ ଖୋଲୁ ଏକା ପ୍ରକାର ଦୃଶ୍ୟ ଓ କଥା ଶୁଣି ଶୁଣି ମୋ ମସ୍ତିଷ୍କ ଅଜାଣତେ ସେ ଦୃଶ୍ୟ ପ୍ରତି ଆସକ୍ତ ହୋଇଗଲାଣି। ଏମିତି ବି ପ୍ରତି ରବିବାର ମିଟୁ ଓ ତା ବାପା କିଏ ଦେଖିବାକୁ ଅପେକ୍ଷା ରଖେ। କିନ୍ତୁ ନା ଆମର ସିନା ସରକାରୀ ଚାକିରୀ ବୋଲି ରବିବାର ଛୁଟିଦିନ। ଯେଉଁମାନେ ଦିନ ମଜୁରିଆ ତାଙ୍କର ରବିବାରରେ କି ଯାଏ ? ପ୍ରତିଦିନ ମୂଳ ଲାଗିବା ତାଙ୍କର ଥୟ। ଯେତେ ଖଟିଲେ ବି ସେମାନେ ସରକାରୀ ଚାକିରିଆ ଜୀବନ ବଂଚି ପାରନ୍ତି କେତେବେଳେ।

       ଦଶହରା ପାଇଁ ତିନିଦିନ ଛୁଟି। କୁହୁ ନାନୀ ଓ ମଳୟ ଭାଇନା ଦଶହରା ଦେଖିବାକୁ ମୋ ପାଖକୁ ଆସିଥାନ୍ତି। ନାନୀ ଆସିଲେ ମୋର ଭଲ। ଭଲମନ୍ଦ ରୋଷେଇ କରି ଖାଇବାକୁ ଦିଏ। ମୋ ସାର୍ଟ ପ୍ୟାଣ୍ଟ ସଫା ଓ ଆଇରନ ସହ ମାସକ ପର୍ଯ୍ୟନ୍ତ ମୋ ପାଇଁ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ଦେଇଯାଏ। ଦଶହରା ଦିନ ନାନୀ କୋବି ଓ କାବୁଲ ବୁଟ କସା ପୁର ଦେଇ ସିଝା ମଣ୍ଡା କରୁଥାଏ। ସିଝା ମଣ୍ଡା ମୋର ଭାରି ପ୍ରିୟ। ମୁଁ ନାନୀ ପାଖେ କସା ଟିକେ ଟିକେ ଛାଖୁଥାଏ ତ ଶୁଭିଲା ମିଟୁ ! ବାପା ପିଠା ଘୋଡେଇ ଯାଇଥିଲି ଖାଇଲେଣି ? ମୁଁ ଟିକେ ଉହୁଁଙ୍କି ଚାହିଁ କହିଲି ନାନୀ ଦେଖିଲୁ ଏ ମଣିଷଟି ପ୍ରତି ସକାଳ ସଂଜରେ ମିଟୁ ଓ ତା ବାପାଙ୍କ କଥା କହୁଛି। କିନ୍ତୁ ଦିନେ ମିଟୁ କି ବାପାଙ୍କୁ ମୁଁ ଦେଖୁନାହିଁ। ନାନୀ ଝରକା ଦେଇ ତଳକୁ ଚାହିଁ କହିଲା ପ୍ରଭା ତୋ ଘର ଏଇଠି ?


କୁହୁ ନାନୀ ତୁମେ କେମିତି ଏଠି ?


ମୋ ଭାଇ ଏଇ ଘରେ ଭଡାରେ ରହୁଛି।

    

ଆଉ ମୋ ବୋଉବାପା କେମିତି ଅଛନ୍ତି କୁହୁ ନାନୀ ?


ଭଲ।


ଗଲାବେଳେ ମୋତେ କହିବ ନାନୀ ବାପାବୋଉ ପାଇଁ ଚାନାଚୁର ଓ ଗୁଆଗୁଣ୍ଡି ପଠେଇବି।

  

ହେଉ ଗଲା ବେଳେ କହିବି।

   

ନାନୀ ତୁ ୟାଙ୍କୁ ଜାଣିଛୁ !

     

ହଁ ଗୁଡ଼ୁ ଏ ପରା ପ୍ରଭା। ମୋ ଶାଶୁଘର ଗାଁରେ ୟା ଘର। ପ୍ରଭା ବାପା ବୋଉ ମୋ ଶାଶୁ ଘର କାମଧନ୍ଧା ବୁଝନ୍ତି। ବିଚାରିଟି ଭାରି ହିଁନି କପାଳୀ। କୋରନାରେ ବର ଓ ଶଶୁର ୟାକୁ ଏକା କରି ମରି ଯାଇଛନ୍ତି। ମିଟୁ ବୋଲି ଶୁଆଟିଏ ପାଳିଥିଲା ଯେ ତାକୁ ବି ବିଲେଇ ଖାଇଦେଲା। ଏଠି ସେ ଏକା। କିନ୍ତୁ ନିଜ ଏକାକୀ ପଣ ହଟେଇବା ପାଇଁ ପ୍ରଭା ନିଜ ସହ କଥାହୁଏ। ସତେକି ତା ବର ତା ସହ ରହିଛି। ଭାରି ଭଲ ଓ ପରିଶ୍ରମୀ ଝିଅଟିଏ। ସାତଟି ପୁରୁଷର କାମ ଏକା କରିଦିଏ। ଏବେ ପାଷାଣି।  


 ତା ଅର୍ଥ ମିଟୁ ଓ ତା ବାପା ... ଓଃ ଭଗବାନ ! 



Rate this content
Log in

Similar oriya story from Tragedy