Anuradha Nath

Inspirational

3  

Anuradha Nath

Inspirational

ପାପର ନିକିତି

ପାପର ନିକିତି

4 mins
149


ସେଦିନ ସଭାରେ ଭୈରବ ସହିତ ଦିନା ମାଷ୍ଟ୍ରେ ଯେଉଁ ଵ୍ୟଵହାର କଲେ, ଗାଁ ଲୋକଙ୍କ ଆଗରେ ସେହି କାରଣରୁ ଛୋଟ ହୋଇଗଲେ । ଯଦି ଦିନା ମାଷ୍ଟ୍ରେଙ୍କ ଜାଗାରେ ଆଉ କିଏ ହୋଇଥାନ୍ତା ଵୋଧହୁଏ ଗାଁ ଲୋକେ ନିଆଁ ପାଣି ବନ୍ଦ କରି ଦେଇଥାନ୍ତେ।

କିନ୍ତୁ ଦିନା ମାଷ୍ଟ୍ରେଙ୍କୁ ଗାଁରେ ସମସ୍ତେ ଭୟ କରନ୍ତି । କାରଣ ସଵୁ ନେତା, ପୋଲିସ୍, ବଡ ବଡ ଅଫିସରଙ୍କ ସହିତ ତାଙ୍କର ଉଠା ଵସା।

ସେ ଚାହିଁଲେ ମିଛ ଆରୋପ ଲଗାଇ ନୀରିହ ଲୋକଙ୍କୁ ଵି ଜେଲରେ ପୁରେଇ ଦେଵେ । ଏମିତି କି ମିଛରେ ଲାଞ୍ଚ କେସ ଲଗାଇ ଚାକିରିରୁ କାଢିଦେଵେ । ଖାଲି ସେତିକି ନୁହେଁ । ଦୀର୍ଘ ବର୍ଷ ଧରି ତାଙ୍କ ସାନ ପୁଅ ଗାଁରେ ସରପଞ୍ଚ । ତାଙ୍କୁ ଡରି ଗାଁରେ କେହି ତାଙ୍କ ପୁଅ ଵିପକ୍ଷରେ ଠିଆ ଵି ହୁଅନ୍ତି ନାହିଁ । ତାଙ୍କ ବଡ ପୁଅ ଵିଦେଶରେ ରୁହେ ତାଙ୍କ ବଡ ଵୋହୂ ସହିତ । ଅର୍ଥର ଅଭାବ ନାହିଁ ତାଙ୍କ ପାଖରେ, ଏଣୁ ଅହଂକାର ଭିତରେ ଘର କରି ରହୁଥିଲେ ସେ।

ଦିନା ମାଷ୍ଟ୍ରେଙ୍କ ଵାପା ଗାଁର ଜମିଦାର ଥିଲେ । ତାଙ୍କ ସମୟରେ ଭାରି ଖାତିରି ଥିଲା ତାଙ୍କର । ନୂଆ ନୂଆ ଵାହାଘର ହୋଇଥିଲା ଦିନା ମାଷ୍ଟ୍ରେଙ୍କ ସେତେବେଳେ । ଵାହାଘରର ୧୮ ଦିନ ପରେ ଜମିଦାର ମୃତ୍ୟୁ ବରଣ କଲେ । ଜମିଦାରଙ୍କ ମୃତ୍ୟୁ ପରେ ଏକମାତ୍ର ଭଉଣୀ ରେଵକୁ ନିଜ ଘର ଚାକର ଭୈରବ ସହ ଵାହାଘର କରିଦେଲେ । ଯେଉଁ ଘରର ଝିଅ ଥିଲା ସେଇ ଘରେ ସ୍ୱାମୀ ଭୈରବ ସହିତ ମିଶି ଚାକରାଣୀ କାମ କଲା ରେଵ ।

ଝିଅର ଦୁଃଖ ଦେଖି ଜମିଦାର ଵାଵୁଙ୍କ ପତ୍ନୀ କିଛି ଜମି ଭୈରବ ନାଁରେ କରିଦେଲେ । ଆଉ କହିଲେ ଏଥିରେ ଚାଷ କରି ଦୁଇ ପ୍ରାଣୀ ଚଳିଯାଅ କିନ୍ତୁ ଏ ଘରେ କାମ କର ନାହିଁ । ଭୈରବ ଶାଶୁଙ୍କ କଥା ମାନି ସେୟା କଲା । ଯେତେବେଳେ ଏହି ଵିଷୟରେ ଦିନା ମାଷ୍ଟ୍ରେ ଜାଣନ୍ତି, ରାତି ଅଧରେ ତକିଆ ଚାପି ମାଆଙ୍କ ହତ୍ୟା କରିଦେଲେ । ପୋଲିସ୍ ମଧ୍ୟ ଆସିଲା ନାହିଁ ଘଟଣାର ପର୍ଦାଫାସ କରିଵା ପାଇଁ । ଖାଲି ସେତିକି ନୁହେଁ ରେଵକୁ ଵି ଆଡ ଆଖିରେ ଚାହିଁଲେ ନାହିଁ ସେ।

ଭୈରବ କିନ୍ତୁ ଭାରି ଭଲ ପିଲା ଥିଲା । ଗରିବ କୁଡିଆରେ ଵି ରେଵକୁ ରାଣୀ ପରି ରଖୁଥିଲା । ରେଵ ମେଧାବୀ ଛାତ୍ରୀ ଥିଲା, ଏଣୁ ଗାଁ ପିଲାଙ୍କୁ ଟିଉସନ କରୁଥିଲା ତା ବଳକା ସମୟରେ । ଭୈରବର ଵି ଚାଷ କାର୍ଯ୍ୟ ଭାରି ଭଲ ଚାଲୁଥିଲା । ଧିରେ ଧିରେ ତାଙ୍କ ପରିସ୍ଥିତିରେ ସୁଧାର ଆସିଲା । ଦୁହେଁ ଘର ଖଣ୍ଡିଏ ଵନାଇଲେ । ନିଜ ସଂସାର ଗଢିଲେ।

ବର୍ଷ ପରେ ବର୍ଷ ଵିତି ଚାଲିଲା । କିନ୍ତୁ ଦିନା ମାଷ୍ଟ୍ରେଙ୍କ ଅହଂକାର କମ ହୋଇ ନଥିଲା । ଯେହେତୁ ଗାଁ ହାଇସ୍କୁଲରେ ସେ ମାଷ୍ଟ୍ରେ ଥିଲେ ରେଵର ପୁଅର ନାଆଁ ଲେଖାଇ ଦେଲେ ନାହିଁ । ରେଵ କାନ୍ଦି ପକାଇଲା । ଭୈରବ କହିଲା ଚିନ୍ତା କରନାହିଁ ରେଵ ଆମେ ଆମ ପୁଅକୁ ହଷ୍ଟେଲରେ ରଖି ପଢାଇବା । ତା ପଢା ଖର୍ଚ୍ଚ ପାଇଁ ଯଦି ଆମକୁ ଅଧିକ ପରିଶ୍ରମ କରିବାକୁ ପଡେ କରିଵା । ସେୟା ଚିନ୍ତା କରି ସେମାନେ ପୁଅକୁ ଵାହାରେ ପଢାଇଲେ।

ସେଦିନ ରେଵ ପୁଅର ଵ୍ରତଘର ଥାଏ । ଵିନା ମାମୁରେ ଵ୍ରତଘର ସମ୍ଭବ ନୁହେଁ । ଏଣୁ ଗାଁ ଲୋକଙ୍କ ପରାମର୍ଶ କ୍ରମେ ରେଵ ଆଉ ଭୈରବ ଭାଇ ଦୁଆରକୁ ମଉଳା ନିମନ୍ତ୍ରଣ ନେଇ ଗଲେ । କିନ୍ତୁ ସେ ଭୁଲି ଯାଇଥିଲା ତା ଭାଇ ଅହଂକାରରେ ଅନ୍ଧ ହୋଇ ଯାଇଛି । ଗାଁ ଲୋକଙ୍କ ଆଗରେ ସେ ଭୈରବକୁ ଅପମାନ ଦେଲେ । କହିଲେ ତୁ ଚାକର ଥିଲୁ ମୋ ଘରେ, ତୋ ସାଙ୍ଗ ମୋର ଚାକର ଆଉ ମାଲିକର ସମ୍ପର୍କ । ତୋର ସାହସ କେମିତି ହେଲା ମୋ ଘରେ ମଉଳା ନିମନ୍ତ୍ରଣ ଦେଵାକୁ । ଜୋତାର ସ୍ଥାନ ପାଦତଳେ ଶୋଭା ପାଏ, ମସ୍ତକରେ ନୁହେଁ । ଯଦି ତୋ ପୁଅର ମାମୁ ହୋଇ ମୁଁ ତୋ ଘରକୁ ଯିବି, ମୋ ଇଜ୍ଜତ୍ ଚାଲିଯିବ । ଘୃଣା କରେ ମୁଁ ତତେ ଆଉ ତୋ ପରିଵାରକୁ।

ଦିନା ମାଷ୍ଟ୍ରେଙ୍କ କଥା ଶୁଣି ରେଵ ଆଉ ଭୈରବ କାନ୍ଦି କାନ୍ଦି ଚାଲିଗଲେ । ଗାଁ ଲୋକେ ଦିନା ମାଷ୍ଟ୍ରେଙ୍କୁ ଡରି କିଛି କହିଲେ ନାହିଁ ସତ କିନ୍ତୁ ମନ ଭିତରେ ଛି ଛାକର କେତେ କଥା କହିଲେ।

ଭାଗ୍ୟ ଖେଳ ବଡ ଵିଚିତ୍ର ଭୈରବ ଆଉ ରେଵର ପୁଅ ବଡ ହୋଇ ଡାକ୍ତର ହେଲା । ଏପଟେ ଦିନା ମାଷ୍ଟ୍ରେଙ୍କ ପୁଅ ମାନେ ଦୁର୍ନୀତିରେ ଲିପ୍ତ ରହିଲେ । ମଣିଷ ଅହଂକାରରେ ହଜିଯାଇ ସବୁକିଛି ଭୁଲି ଯାଏ । କିନ୍ତୁ ଏଇଠି ସ୍ଵର୍ଗ, ଏଇଠି ନର୍କ।

ଦିନା ମାଷ୍ଟ୍ରେର ସାନ ପୁଅ ମଦପିଇ ଗାଡି ଚଲାଉଥିବା ସମୟରେ ତାର ମୃତ୍ୟୁ ହେଲା । ବଡ ପୁଅ ଚୋରି କେସରେ ଜେଲ ଚାଲିଗଲା । ଵୋହୂ ଏକ ଵିଦେଶି ପିଲା ସହ ଆଉ ଥରେ ଵିଵାହ କରି ଚାଲିଗଲା । ପତ୍ନୀ ସର୍ପାଘାତରେ ମୃତ୍ୟୁ ବରଣ କଲା । ଏମିତି ଗୋଟିଏ ପରେ ଗୋଟିଏ ଘଟଣା ଘଟିବା ପରେ ଦିନା ମାଷ୍ଟ୍ରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଲା । ଜୀବନରେ ଵାକି ରହିଗଲା କେବଳ ବଡ ପୁଅ, ଯିଏ ଵିଦେଶର ଜେଲରେ।

ଦିନା ମାଷ୍ଟ୍ରେ ଚାହିଁ ମଧ୍ୟ କିଛି କରି ପାରିଲା ନାହିଁ । ସେତେବେଳେ ଅତୀତର ଡାଏରୀରୁ ଗୋଟିଏ ଗୋଟିଏ ଅପରାଧର ପୃଷ୍ଠା ତା ସାମ୍ନାରେ ଉଡ଼ିବାକୁ ଲାଗିଲା । ଜାଣି ପାରିଲା ଏସବୁ ତାର ପୂର୍ବ କର୍ମର ଫଳ । ନିରୂପାୟ ହୋଇ ରେଵ ଆଉ ଭୈରବର ଗୋଡତଳେ ପଡିଗଲା । ଆଉ କହିଲା ଜୀବନଟା କେତେ ଛୋଟ ଆଜି ମୁଁ ଅନୁଭବ କରୁଛି । ଆଉ ସେଥିରେ ମୁଁ ଅହଂକାରକୁ ମୋ ଭିତରେ ପାଳିଥିଲି । ଯଦି ପାର ମତେ କ୍ଷମା କରିଦେଵ । ତମେ ମାନେ କ୍ଷମା କଲେ ମୋ ମୃତ ବାପା ମାଆଙ୍କ ଆଗରେ ମୁଁ ଅପରାଧ ମୁକ୍ତ ହୋଇଯିବି । ଆଉ ଏତିକି କଥା ପରେ ଦିନା ମାଷ୍ଟ୍ରେର ପ୍ରାଣବାୟୁ ଉଡି ଯାଇଥିଲା । 

ଦିନା ମାଷ୍ଟ୍ରେ ଗଲା ପରେ ଗାଁ ଲୋକେ ଶାନ୍ତିରେ ନିଃଶ୍ୱାସ ପକାଇଲେ । ଏଣୁ ଅନ୍ୟାନ୍ୟ କରିଵା ପୂର୍ବରୁ ଦଶ ଥର ଭାବିବା ଉଚିତ୍ । ଉପରଵାଲା ସଵୁ ଦେଖୁଛି । ପାପର ନିକିତିର ହିସାବ ସବୁ ତା ପାଖରେ ଅଛି।



Rate this content
Log in

Similar oriya story from Inspirational