କଳୁଷିତ ଆତ୍ମା
କଳୁଷିତ ଆତ୍ମା
ମହୋଦଧି ର ବେଳା ଭୂମି ରେ ପାଦ କୁ ପାଦ ଛନ୍ଦି ମୃଣ୍ମୟ ଓ ମଧୁମିତା, ସୀମା ହୀନ ଦରିଆ ଭିତରେ ହଜି ଯାଇଥିଲେ।
ଶରଧାବାଲି ରୁ ମେଡିକାଲ ଛକ ଦେଇ ମୃଣ୍ମୟ କାର ଡ୍ରାଇଭ୍ କରି ମଧୁମିତା କୁ ସାଙ୍ଗରେ ଧରି ମହୋଦଧି ରେ ପହଞ୍ଚି ଯାଇ ଥିଲା।
କାର କୁ ପାର୍କିଂ କରି ଦୁହେଁ ବସିପଡ଼ି ଥିଲେ ,
ଯୋଉଠି ଦୁଗ୍ଧ ଫେନନିଭ ଢେଉ ଦି'ଜଣଙ୍କ ପାଦ ଚୁମି ଚୁମି ଯାଉଥିଲା।କେତେବେଳେ ବି ଚୁମି ଯାଉଥିଲା ମଧୁମିତା ର ଚିକୁର। ଯଥା ସମ୍ଭବ ଶବ୍ଦାୟିତ ଢେଉ ମାନଙ୍କୁ ଟପି ଉଚ୍ଚ ସ୍ବରରେ ପଚାରୁ ଥିଲା ମଧୁମିତା,"ସଚରାଚର ଯାହାର ସୃଷ୍ଟି ତାଙ୍କୁ ପ୍ରଥମେ ଦର୍ଶନ କରିବା ଉଚିତ ଥିଲା, ନୁହେଁ?"
"ସମସ୍ତେ ତ ସେଇୟା କହନ୍ତି। ମୋ ଚିନ୍ତା ଚେତନାରେ ସେ ଥାନ୍ତି । ତେଣୁ ମୁଁ ଭାବେ, ମନ୍ଦିର ଭିତରେ ଥିବା ଦାରୁ ବ୍ରହ୍ମଙ୍କୁ ହୃଦୟ ଭିତରେ ରଖି ପାରିଲେ ,ତମେ ଯୋଉଠି ଥିଲେ ବି ତାଙ୍କୁ ଦର୍ଶନ କରିପାରିବ ; ମୋ ଭିତରେ ସିଏ, ତାଙ୍କ ଭିତରେ ମୁଁ।"
"ମୁଁ ଶୁଣିଛି ମନରେ ପାପ ନେଇ ,ତାଙ୍କୁ ଦର୍ଶନ କଲେ କିଛି ମିଳେନାହିଁ। ନା କ'ଣ କହୁଚ ?"
"ଏ ସଂସାର ରେ ଜନ୍ମ ହେଲେ ପାପ ହିଁ କରିବାକୁ ପଡେ_ ଧନ, କ୍ଷମତା,ପ୍ରତିଷ୍ଠା ପ୍ରଭୃତି ସହଜ ଲବ୍ଧ ନୁହେଁ।ବନ୍ଧୁ ମାହାନ୍ତି, ଭକ୍ତ ସାଲବେଗ,ଦାସିଆ ବାଉରୀ ମାନଙ୍କର ମହାପ୍ରଭୁ ଙ୍କୁ ସଂପୂର୍ଣ୍ଣ ସମର୍ପଣ କାୟିକ ଓ ଆତ୍ମିକ। ପାରିବାରିକ ପରିସ୍ଥିତି କୁ ଲାଘବ କରିବା ପାଇଁ ସେମାନେ ଅନୁ ପ୍ରେରିତ ହେଉନଥିଲେ।କିଏ ଜଣେ ଭକ୍ତ ଲେଖିଥିବା ଜଣାଣ,"ମଣିମା ଶୁଣିମା ହେଉ ଗରିବ ଡାକ,"କେ'କି ଦେଲା ମୁଁ ନ ଦେଲି","ଚକାଡୋଳା କିମ୍ପା ଡକା" ଏମିତି ଅସଂଖ୍ୟ ଜଣାଣ ଭଜନ ଅଛି ଯେଉଁ ଗୁଡିକ ତତ୍କାଳିନ ପରିବେଶ ଏବଂ ମଣିଷର ଆର୍ଥିକ ସ୍ଥିତି କୁ ନେଇ ଲେଖା ଯାଇନଥିଲା। ସେମାନେ ଥିଲେ ମୁକ୍ତିକାମି । ନିରୁପାୟ ହୋଇ ମଣିଷ ,ଗୀତା, ଭାଗବତ, ରାମ ଚରିତ ମାନସ,ରେ ବର୍ଣ୍ଣିତ ହୋଇଥିବା ଅଦୃଶ୍ୟ ମହାଶକ୍ତିଙ୍କର କରୁଣା ଲାଭ ପାଇଁ ଦୁଇ ହାତ ଟେକି ଦିଏ। ରାମାୟଣ ,ଗୀତା କିମ୍ବା ନାମ ରତ୍ନ ଗୀତା ରେ ପଦ୍ୟାନୁବାଦ ର ଅବିକଳ ଚେହେରା ଟିଏ ଶିଳ୍ପି ଆଙ୍କିଦିଏ ,ଯେଉଁଟି କୁ ଭକ୍ତ ହୃଦୟ ଭିତରେ ଯତ୍ନ ସହକାରେ ସାଇତି ରଖେ। କିନ୍ତୁ ମଣିଷ ର ଇମୋଶନାଲ ବଣ୍ଡିଂ ଏତେ ଯେ ସେ ବେତ ମାଡ ଖାଇ ପଇସା ଦିଏ, ପୂର୍ବ ଦିନ ର ବନ୍ଧା ହୋଇ ଥିବା ବାନା କୁ ଗୋଟାକ ପାଞ୍ଚଶ ଟଙ୍କା ଦେଇ କିଣେ ;ହଜାର ହଜାର ଟଙ୍କା ବଢେଇ ଦିଏ ଠକ ସାଧୁ ମାନଙ୍କ ହାତରେ। ଯିଏ ପ୍ରକୃତ ଭକ୍ତ ସେ ପ୍ରକୃତ ସାଧୁ କୁ ଚିହ୍ନି ପାରେ। ଦାରୁ ବିଗ୍ରହ ଭିତରେ ମଜ୍ଜି ଯାଏ"
"ତା ମାନେ ତୁମେ କହୁଚ,ଅଧାଗଢା ତିନି ଅପୂର୍ଣ୍ଣ ମୁର୍ତ୍ତି ଙ୍କୁ ନିଜ ମନ ଭିତରେ ସଂପୂର୍ଣ୍ଣ କରିଦିଏ ମଣିଷ!"
"ହଁ ସେଇୟା ହିଁ ଠିକ୍।ଜଣେ ମହାଶକ୍ତି ଅଛନ୍ତି ଯାହାକୁ କେହି ଦେଖି ପାରି ନାହାନ୍ତି; ଦେଖି ପାରିବେ ବି ନାହିଁ । ଯେଉଁ ମାନେ ଦେଖିଛନ୍ତି , ସେମାନେ ଲୋକ ଲୋଚନ ର ଅନେକ ଦୂରରେ।'ଆପଣା ପୟର ତ ବିରଞ୍ଚି କୁ ଗୁପତ', ଯାହାର ଆକାର ନାହିଁ_ ସୃଷ୍ଟି,ସ୍ଥିତି ବିଲୟ ବି ନାହିଁ। ତାଙ୍କୁ ଚର୍ମ ଚକ୍ଷୁରେ ଦେଖିବ କେମିତି ?"
"ତୁମ କହିବା କଥା ହେଉଚି ,ମଣିଷ ଅଶେଷ କଷ୍ଟ ସହି ନିଜ ପୁରୁଷାର୍ଥ ଦେଖାଇ ଯେତେ ଚେଷ୍ଟାରେ କଲେବି ତା'ର ଇପ୍ସିତ ଫଳ ତାକୁ ମିଳେ ନାହିଁ। ତାକୁ ସ୍ବୀକାର କରିବାକୁ ପଡେ ସେ ମହାପ୍ରଭୁ ହିଁ ସ୍ବୟଂ ସଂପୂର୍ଣ୍ଣ । ସେ ଚାହିଁଲେ ଦୁବ ଦାରୁ ହୁଏ।
ତୁମେ କିଏ,ଏ ଅସମ୍ଭବ କୁ ସମ୍ଭବ କରିବା ପାଇଁ ?ମହାପ୍ରଭୁଙ୍କ ଙ୍କ କରୁଣା ନ ହେଲେ ତୁମ ମନୋବାଞ୍ଛl ପୂର୍ଣ୍ଣ ହୋଇ ପାରିବନି।"
ମନ୍ଦିର କୁ ଯିବା ପୂର୍ବ ରୁ ଆଉ ଏକ ନିର୍ଦ୍ଦିଷ୍ଟ ଦିଗ ର ଆଲୋକ ପାତ କରିଥିଲେ ମୃଣ୍ମୟ।
"ସେ କ'ଣ ସେଇ ପ୍ରଭୁ ନୁହନ୍ତି ," ବନ୍ଧୁ ମାହାନ୍ତି କୁ ଅନ୍ନ ଥାଳି ଯାଚି ଦେଇ ଥିଲେ, ପାଞ୍ଚାଳୀ କୁ କୋଟି ବସ୍ତ୍ର ଦେଇଥିଲେ,ଗଜ କୁ ଉଦ୍ଧାର କରିଥିଲେ । କୃପାସିନ୍ଧୁ ଙ୍କ ଅଶେଷ କୀର୍ତ୍ତି ଅବର୍ଣ୍ଣନୀୟ ଯାହା ପୁରାଣ ଶାସ୍ତ୍ର ଗୁଡିକ ପଢି ସମସ୍ତେ ଜାଣନ୍ତି। ମୁଁ ତାଙ୍କୁ ସାମନା ସାମନି ପଚାରିବା ପାଇଁ ଚାହେଁ ,ତୁମେ ଜଗନ୍ନାଥ ହୋଇ ଗମ୍ଭିରୀ ଭିତରେ ବସିଛ କାହିଁକି? କଳକୀ ହୋଇ ପାପୀ ସଂହାର କରୁନ?"
"ଚାଲୁନ ପଚାରିବ?"
"ନା, ମୁଁ ମନ୍ଦିର ଭିତରକୁ ପ୍ରବେଶ କରି ପାରିବିନି ।"
"ତୁମେ କ'ଣ ହିନ୍ଦୁ ନୁହେଁ?"
" ହଁ, ମୁଁ ହିନ୍ଦୁ ? କିନ୍ତୁ ମୁଁ କରିଥିବା ପାପ ପାଇଁ ମତେ ମୋ ବିବେକ ମନା କରୁଛି ମନ୍ଦିର କୁ ଯିବା ପାଇଁ । ଯଦି ଯାଏ ତାହେଲେ ଜଗନ୍ନାଥ ମତେ ଦର୍ଶନ ଦେବେ ନାହିଁ।"
"କି ପାପ?" ପଚାରିଲା ମଧୁମିତା ।
"ଦୁଷ୍କର୍ମ ! "
"ହଁ ଦୁଷ୍କର୍ମ କାରୀ ରାତି ରେ ଅନ୍ଧକାର ଭିତରେ ପଳେଇ ଯାଇଥିଲା । ସ୍ପଟ୍ ରେ ମତେ ଧରିନେଇ ଗୁଡାଏ ଛେଚି ଲୋକମାନେ ମତେ ପୋଲିଶ ରେ ଦେଇଥିଲେ । ସେଇ ନାବାଳିକା ବି କୋର୍ଟ ଚିହ୍ନଟ କରିଥିଲା, ଇଏ ସେଇ ଟୋକା। ମୋ ତରଫ ରୁ ମୁଁ ଓକିଲ ଦେଇ ନଥିଲି ; ଦୃଢ ବିଶ୍ଵାସ ଥିଲା ଜଗନ୍ନାଥ ଇ ମତେ ନ୍ୟାୟ ଦେବେ। କିନ୍ତୁ ମୁଁ କୋର୍ଟ ରେ ଦୋଷୀ ସାବ୍ୟସ୍ତ ହୋଇ କୋଡିଏ ବର୍ଷ ଜେଲ ଦଣ୍ଡ ପାଇଲି।"
"ଜେଲ ରୁ ମୁକ୍ତି ପାଇ ଆସି ଦେଖିଲି,ମୋ ପରିବାର ର ଏକ ମାତ୍ର ସାନ ଭାଇ ବ୍ୟତିତ ଆଉ କେହି ଜୀବିତ ନାହାନ୍ତି । ସିଏ ବି କର୍କଟ ପରି ଦୂରାରୋଗ୍ୟ ବ୍ୟାଧିରେ ପୀଡିତ। ମୁଁ ଜେଲ ରୁ ମୁକୁଳି ବାର କିଛିଦିନ ଭିତରେ ସ୍ବର୍ଗ ଦ୍ଵାର ଦେଖିଥିଲା ସେ ।
ଜୀବନ ର ଏପରି ଘଡି ସନ୍ଧି ସମୟରେ ,କେତେବେଳେ ଭାବୁଥିଲି ଏହା ମୋର ପ୍ରାରବ୍ଧ ତ ଅନ୍ୟ କେତେବେଳେ ,ସବୁ ମିଛ ,ସବୁ ଦେବାଦେବୀ ମିଛ _ ଚକାଡୋଳା ବି .....।" ତା'ଆଖି ରୁ ଅବାରିତ ଧାରା ବହି ଚାଲୁଥିଲା ।
"ମୋ ଆଗରେ ଦୁଇଟି ରାସ୍ତା ଥିଲା _ ଗୋଟିଏ ପୁଣ୍ୟ ,ଅନ୍ୟଟି ପାପ।
ଆବାହମାନ କାଳରୁ ଆମର ଶିବ ମନ୍ଦିର ସଂଲଗ୍ନ ଏକ ଫୁଲ ଦୋକାନ ଥିଲା କିନ୍ତୁ ଯତ୍ନ ଅଭାବରୁ ସେ ଦୋକାନ ଟି ଏକପ୍ରକାର ବନ୍ଦ ହୋଇ ପଡିଥିଲା।
କାଣି କଉଡି ଟିଏ ମୋ ପାଖରେ ନଥିଲା। ନିଜ ଉଦ୍ୟମ ରେ ଆମ ବାଡି ଚାରିପାଖ ରେ ବାଡ ଟିଏ ଘେରି ବିଭିନ୍ନ ପ୍ରକାର ଫୁଲ ଚାରା ରୋପଣ କରିଥିଲି । ଦୋକାନ କୁ ସଜାଡି, ବଡି ଭୋର ଫୁଲ ର ପସରା ନେଇ ବସି ଯାଉଥିଲି ।ମାତ୍ର ଘଣ୍ଟାଏ ,ଦେଢ ଘଣ୍ଟା ଭିତରେ ଫୁଲ ବିକ୍ରି ହୋଇ ଯାଉ ଥିଲା। ହାତରେ ପୁଞ୍ଜି ବଢିବାରୁ ମାଳୀ ମାନଙ୍କଵ ଠାରୁ ଫୁଲ ରଖିଲି ଦୋକାନ ଘର ଟିକୁ ଦି'ଭାଗ କରି ଭୋଗ ଦୋକାନ ଟିଏ କଲି।
ମୁଁ ଯେଉଁ ପଇସା ରୋଜଗାର କରୁଥିଲି ତାହା ପୁଣ୍ୟ ମାର୍ଗ ରୁ ନ ଥିଲା କି ? ମୁଁ ନିଜେ ହିଁ ନିଜର ବିପଦ ହୋଇ ଖାଡା ହେଲି।"
"କେମିତି?" ପଚାରିଲା ମଧୁମିତା।
"ମୋର ଏଇ ହଟା କଟା ଚେହେରା ଝିଅ ମାନଙ୍କ ଠାରୁ ନିଦ ଛଡେଇ ନେଉଥିଲା।ମୋ ସହିତ ସେମାନେ ମୂଲ ଚାଲ କରୁଥିଲେ ଗୋଟିଏ ରାତି ପାଇଁ କେତେ ନେବି।
ତମେ ବିଶ୍ଵାସ କର ବା ନକର ,ମୁଁ ସେମାନଙ୍କୁ ସତର୍କ କରି ଦେଉଥିଲି, ମୁଁ କୌଣସି ପଣ୍ୟ ଦ୍ରବ୍ୟ ନୁହେଁ ଯେ ମତେ ମୂଲ ଚାଲ କରିବ। ଧମକ ପାଉଥିଲି ବି ସେମାନଙ୍କ କଥା ନ ମାନିଲେ ଗୋଟିଏ ଦିନରେ ଦୋକାନ ଟି ଉଡେଇ ଦେବେ । ଭାବୁଥିଲି ସେମାନେ ଯାହା କରିବେ କରନ୍ତୁ ସେ ପାପ ପଥରେ ଗୋଡ ରଖିବି ନି।"
ମୋଠାରୁ ଗୋଲାପ ଟିଏ କିଣି, ମତେ ସେଇଟି କୁ ଉପହାର ଦେଉଥିଲେ ସହର ର ସମ୍ଭ୍ରାନ୍ତ ପରିବାର ର ବହୁ ସୁନ୍ଦରୀ।
"ତମେ ସେମାନଙ୍କ ଠାରୁ ଏ ସବୁ ଗୋଲାପ ଗ୍ରହଣ କରୁଥିଲ କାହିଁକି ?"
"ଏ ପ୍ରଶ୍ନ ର ଉତ୍ତର ସେମାନଙ୍କୁ ପଚାରି ପାରି ଥାନ୍ତ। କୋଡିଏ ବର୍ଷ ତଳର ସେମାନେ ଏବେ ଗୃହିଣୀ କି କୋଉଠି ଚାକିରି କରି, ବିଭା ହୋଇଥିବା ଲୋକଟିକୁ ଟଙ୍କା ଦେଇ ରାତି ର ସାଥି କରୁଥିବେ।"
"ମୁଁ ତମର କେତେ ନମ୍ବର ପ୍ରେମିକା ,ଯିଏ ତମକୁ ପାଠ ପଢେଇ ଛାଡିଛି ।"
"ମୋ କଥା ସରିନି । ଧର୍ଯ୍ୟ ହରାଇ ଦିଅନି । ଆହୁରି ଅନେକ କାହାଣୀ ବାକି ଅଛି,ଆଗ ମନ୍ଦିର ବୁଲି ଆସ।"
"ମନ୍ଦିର ବୁଲି ଆସିବି ? ସେଇଠି କ'ଣ ମେଳା ବସିଛି?"
"ହଁ,ମେଳା।
କାଚ,ସିନ୍ଦୂର,ଆଇନା, ପାନିଆ,ଦୁବ,ବରକୋଳି ,ତୁଳସୀ,ଦୟଣା,ଖଜା ,ଅନ୍ନ ,ଶାଗ,ବେସର, ସବୁର ମେଳା ପଡିଛି ।"
"ତୁମର ଏ ଜଗନ୍ନାଥ ବିରୋଧି କଥା ,ଜଗନ୍ନାଥ ପ୍ରେମୀ ଙ୍କୁ କହିଲେ, ତୁମକୁ ଧକ୍କା ଦେଇ ପୁରୀ ରୁ ବାହାର କରିଦେବେ।"
"ହଉ ଚାଲ ଏଥର। ମୁଁ ସିଂହ ଦ୍ବାର ପର୍ଯ୍ୟନ୍ତ ତମ ସାଙ୍ଗରେ ଯିବି। ତୁମ,ଜୋତା,ଛତା,ଭେନିଟିବ୍ୟାଗ,ମୋବାଇଲ ଫୋନ ,ଜଗି କରି ରହିବି । ତୁମେ ଫେରି ଆସିଲେ ,ବାକି ଥିବା କାହାଣୀ କହିବି;ଏବେ ସେ ସବୁ ଭୁଲି ଯାଅ; ନହେଲେ ମତେ ଅବା ସେଇ ସୁନ୍ଦରୀ ମାନଙ୍କର କାଳ୍ପନିକ ଚେହେରା ତୁମେ ଦେଖୁଥିବ,ଦୁଇ ଚକାଡୋଳା ଭିତରେ ନିଜକୁ ହଜାଇ ଦେଇ ପାରିବନି।"
ମଧୁମିତା ମନ୍ଦିର ଭିତର କୁ ଯିବାର ମାତ୍ର ଅଧ ଘଣ୍ଟାଏ ଭିତରେ ,ଟପ୍ ଟପ୍ ପାଣି ଆକାଶରୁ ଝରିଲା।କ୍ଷଣକ ଭିତରେ ପ୍ରଳୟ ରଚନା କଲା ବର୍ଷା। ଅରୁଣ ସ୍ତମ୍ବ ର ଦୀପ ସବୁ ଲିଭି ଗଲା।ସେବାୟତ ମାନେ ସେଇ ବର୍ଷାରେ ସମ୍ପୁର୍ଣ୍ଣ ଭିଜି ଯାଇ ବି ଟଙ୍କା ପଇସା ସବୁ ଗଣ୍ଠୁଲି କରିବାରେ ଲାଗି ପଡିଥିଲେ।ମୃଣ୍ମୟ ଛତା ମୁଣ୍ଡେଇ,ଯୋତା,ବ୍ୟାଗ ଧରି 'ବଡ ଓଡିଆ ମଠ' ର ସମ୍ମୁଖ ଭାଗରେ ଆଶ୍ରୟ ନେଇ ଥିଲା। ହତା ଚାପୁଡା ର ମଣିଷଟିଏ ମୃଣ୍ମୟ। ସମସ୍ତଙ୍କ ଭିତରେ ବାରି ହୋଇ ପଡୁଥିଲା।
ତାକୁ ପଛ ରୁ କିଏ ଡାକୁଥିଲା,ସେ ମୁହଁ ବୁଲେଇ ଚାହିଁଲା ; ଇଏ ତ ପ୍ରତିଭା !
"ତମେ ଏଠି!"
"ହଁ,ମୁଁ ଏବେ ଶ୍ରୀକ୍ଷେତ୍ର ରେ ରହୁଚି। ମତେ ମୋ ସ୍ବାମୀ ଏବଂ ପୁଅ ଘରୁ ବାହାର କରି ଦେଇଛନ୍ତି।" ଏହା କହିବାବେଳେ ତା'ଆଖି ଯୋଡାକ ଓଦା ହୋଇ ଯାଉଥିଲ।ସେ ଶୋକ ଦରିଆରେ ଭାସୁ ଭାସୁ କହୁଥିଲା
ଭଲ ପାଇବା ନାଁ ରେ ମତେ ଯେଉଁମାନେ ପତନ ର ରାସ୍ତା ଦେଖେଇ ଦେଇ ଥିଲେ ସେମାନେ ଏବେ କୋଉଠି ମୁଁ ଜାଣେନି । କିନ୍ତୁ ସେଥି ଯୋଗୁଁଏବେ ସୁଦ୍ଧା ବି ଅନୁତାପ ରେ ଦଗ୍ଧିଭୂତ ହେଉଛି। ଏହା ଯୌବନ ର ଅପରାଧ ର ପରିଣାମ।"
ବର୍ଷା କମି ଗଲାଣି ତମେ ଏଠୁ ଯାଅ_ ନ ହେଲେ ମୁଁ ଚାଲି ଯିବି।"
ପ୍ରତିଭା ଚାଲି ଯାଉ ଥିଲା । ତାକୁ ଡାକି କହିଲା ମୃଣ୍ମୟ ,"ମୋର ଏଠି ତିନି ଚାରୋଟି ଫୁଲ ଦୋକାନ ଅଛି ,ତମେ ସେଇ ଗୁଡିକର ତଦାରଖ କର ,ମାସକୁ ମାସ ଦରମା ଆକାର ରେ ତମକୁ ମୁଁ ଦେବି । ମୁଁ ଫୋନ୍ କରି ଦେଉଚି ସେଠାକୁ ଯାଅ।"
"ଆପଣ ଜଣେ ମହାନ ପୁରୁଷ। ଆପଣଙ୍କ ନାଁ ରେ କେହି କିଛି କହିଲେ ମୁଁ ସହି ପାରେନି।"
ଚାଲି ଯାଉ ଯାଉ ପଚାରିଲା ପ୍ରତିଭା," ସେ ଅନିତା ର ଖବର କ'ଣ?"
"ସେଇ ଅପେରା ବାଲି ଅନିତା? ତା'ର ନଗ୍ନ ନୃତ୍ୟ କୁ ପ୍ରତିବାଦ କରି, ଦର୍ଶକ ମାନେ ଷ୍ଟେଜ କୁ ଉଠି ଆସି ତାକୁ ଟାଣି ଘୋଷାରି ନେଉ ଥିବା ଦେଖି ମୁଁ ସହ୍ୟ କରି ନ ପାରି , ଏଥିରେ ୟାର କିଛି ଭୁଲ ନାହିଁ। କେତେ ଜଣ ନୀତି ବାଦି ଙ୍କୁ ଛାଡିଦେଲେ, ଆଜି କାଲି ର ୟଙ୍ଗ ମାସ ଏପରି ନାଚ ପସନ୍ଦ କରୁଛନ୍ତି।ନୀତି ନୈତିକତା କୁ ଜୀବନ ର ଅଂଶ ବୋଲି ଯିଏ ଭାବେ ସିଏ ଅପେରା ଦେଖିବାକୁ ଆସିବା ଉଚିତ ନୁହେଁ।"
ଫାଷ୍ଟ ସୋ ସରି ଯାଇଥାଏ,ସେକେଣ୍ଡ ସୋ ଆରମ୍ଭ ହେବା ପୂର୍ବରୁ, ଷ୍ଟେଜ କୁ ଫୁଲରେ ସଜାଡି ବା ବାବଦକୁ ମୋର ଦେୟ ମାଲିକ ଠାରୁ ଚୁକ୍ତି କରିବା ଅବସରରେ ,ଅନିତା ମୋ ନିକଟ କୁ ଧାଇଁ ଆସି ମୋ ପାଦ ସ୍ପର୍ଶ କରି ମାଲିକ ଯିବା ଯାଏଁ ଠିଆ ହୋଇ ରହିଥିଲା।
ସେ ଯିବା ପରେ କହିଲା,"ଆପଣ ମାନ ଉଦ୍ଧାରଣ। ମୋ ମାନ ଇଜ୍ଜତ କୁ ଲୋକହସା କରି ବାକୁ ଦେଇ ନାହାନ୍ତି। ଆଜି ଠାରୁ ଆପଣ ମୋ ଇହ ପର କାଳର ଦେବତା" କହି ଆକସ୍ମିକ ଭାବରେ ସେ ମୋ ଗଳାରେ ଫୁଲ ମାଳ ଟିଏ ଲମ୍ବାଇ ଦେଇ ଥିଲା।। ମତେ ବାଧ୍ୟ କରିଥିଲା ତା'ବେକ ରେ ଫୁଲ ମାଳ ଦେବା ସକାଶେ
ଏଇ ସମୟରେ ଅପେରା ବିଗୁଲ ବାଜି ଉଠିଲ।।
" ଆସନ୍ତା କାଲି ସକାଳେ ମୁଁ ଆପଣ ଙ୍କ ଫୁଲ ଦୋକାନ ରେ ପହଞ୍ଚିବି । ଆମେ ବିଧି ବିଧାନ ଅନୁସାରେ ବିବାହ କରିବା। ଆପଣଙ୍କ ଫୋନ ନମ୍ବର ଦିଅନ୍ତୁ କଥା ହେବି।"
ସେ ଫୋନ ନମ୍ବର ଟି ନେଇ ଚାଲି ଯାଇ ଥିଲା। କୌଣସି ଏକ କାରଣ ରୁ ରାତି ପାହିବା ବେଳକୁ ମୁଁ ଚରମ୍ପା ଛାଡି ପଳେଇ ଆସି ଥିଲି। ତା' ଫୋନ ମୁଁ ସେଭ୍ କରି ନଥିଲି। ସେଥି ପାଇଁ ଅଜଣା ହେଇଗଲା ସେ।ସାଇବର ଠକ ଙ୍କ ଭୟ ରେ ମୁଁ ତା'ର ଫୋନ୍ ନ ଉଠାଇବାର କାରଣରୁ ତା' ଫୋନ ବ୍ଲକ ହୋଇଗଲା।ଇତି ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇ ଯାଇ ଥିଲା । ସେ ମୋ ମାନସ ପଟରୁ ଲିଭି ଯିବା ବେଳକୁ, ଦିନେ ପେପର ରୁ ପଢିଲି,"ଅପେରା ପାର୍ଟି ର ବିଖ୍ୟାତ ଅଭିନେତ୍ରୀ ଅନିତା ର କୋରନା ରେ ଆକସ୍ମିକ ମୃତ୍ୟୁ। ସେଇ ଦିନ ଠାରୁ ସେଇ ଅଧ୍ୟାୟ ର ପରି ସମାପ୍ତି ଘଟିଥିଲା। ମୁଁ ନିଜକୁ ତା' ସ୍ନେହ ରୁ ବହୁ ଦିନ ଧରି ମୁକ୍ତ କରି ପାରିନଥିଲି। ଅର୍ଥ,ପଦାର୍ଥ,ପ୍ରଣୟିନୀ; ନିଜ ଇଚ୍ଛା ରେ କିଛି ବି ମିଳେ ନହିଁ। ମୋ ଜୀବନରେ ଏମିତି ସବୁ ହେଉଚି ମତେ ବିଶ୍ଳେଷଣ କରିବା ପାଇଁ ସମୟ ଦେଇ ନଥିଲା ଶ୍ରେୟା। 'ଏଅର୍ ଇଣ୍ଡିଆ' ରେ ଦିଲ୍ଲୀ ଯିବା ବେଳେ ମୋ ଡାହାଣ କୁ ବସିଥିଲା ସେ। ମୋ ପରି ସୌମ୍ୟ ସୁନ୍ଦର ପୁରୁଷ ସେ ଆଗରୁ ଦେଖି ନ ଥିଲା ବୋଧେ।
କିଛି ସମୟ କଥା ହେବା ପରେ ସେ ଅଚାନକ ମତେ ଚମକେଇ ଦେବା ପରି କଥାଟିଏ ପଚାରିଲା," ମତେ ମ୍ୟାରେଜ କରିବ ? ଯଦି ମ୍ୟାରେଜ କରି ଥାଅ ବି ମୁଁ ଡିଭୋର୍ଷ ର ବ୍ୟବସ୍ତା କରିଦେବି। ଜଣେ ବିଲଡର ବାପା ଙ୍କ ର ଏକ ମାତ୍ର ସନ୍ତାନ ମୁଁ ; ଅଧା ଓଡିଶା ଆମର।ମୋ କଥା ନ ମାନିଲେ ମୁଁ ତମକୁ ଅପହରଣ କରି ନେବି।" ଆମେ ଦି'ଜଣ ଦିଲ୍ମୀ ପହଞ୍ଚି ଯାଇଥିଲୁ। ତା' ଅନ୍ୟମନସ୍କ ତା ର ସୁଯୋଗ ନେଇ ମୁଁ ଖସି ଆସିଥିଲି।
ପଳେଇ ଯାଅ ଆଉ ଡେରି କର ନାହିଁ_ ସିଏ ଆସିଯିବ।"
"କିଏ?
"ଯାହା ଛତା, ଜୋତା,ବ୍ୟାଗ ଜଗି କରି ରହିଛନ୍ତି ସେ ଝିଅ ଯିଏ ବି ହେଇ ଥାଉ ତା' ନାଁ,ଗାଁ ଗୋତ୍ର ଜାଣିବାକୁ ଚାହୁଁନି କିନ୍ତୁ ଆପଣଙ୍କୁ ଉଡେଇ ନେବା ପାଇଁ ଯିଏ ଧମକ ଦେଇଛି_ ତା'ନାଁ.... ହଁ ମନେ
ପଡିଗଲା, ଶ୍ରେୟା।ତା'ଛଞ୍ଚାଣ ଆଖି ସବୁ ଆଡେ ଘୁରି ବୁଲୁଛି,ସାବଧାନ ରହିଥିଵେ।"
ଘଣ୍ଟାଏ ,ଦି'ଘଣ୍ଟା,ତିନି ଘଣ୍ଟା ଅପେକ୍ଷା କରି କରି 'ବଡ ଓଡିଆ ମଠ ରୁ ବାହାରି ଆସୁଥିବା ବେଳେ, ସେ ଦେଖିଲା ଆଗରେ ମଧୁମିତା ପଛରେ ଶ୍ରେୟା।
ନିରୁପାୟ ମୃଣ୍ମୟ ବଡ ଦାଣ୍ଡ ରେ ଥିବା ଥାନା ଭିତର କୁ ପଶି ଯାଇ ଇନ୍ସପେକ୍ଟର ଙ୍କ ହାତ ଧରି ନିବେଦନ କରୁଥିଲା ,"ମତେ ସାହାଯ୍ୟ କରନ୍ତୁ ଏ ଦୁହେଁ ମତେ ବିଭା ହେବା ପାଇଁ ଚାହୁଁଛନ୍ତି"
ମଧୁମିତା କହିଲା," ବିବାହ ପ୍ରମାଣ ପତ୍ର ଯିଏ ଦେଖେଇ ପାରିବ ସିଏ ହିଁ ୟାଙ୍କୁ ବିବାହ କରିଛି। ଏହା ବ୍ୟତିତ, ଭଏସ କଲ ଆପଣ ଶୁଣନ୍ତୁ।"
ସମସ୍ତ ପ୍ରମାଣ ପତ୍ର ହସ୍ତ ଗତ ହେବା ପରେ ,ଅନଧିକାର ଭାବରେ ଆଉ ଜଣ ଙ୍କ ସ୍ବାମୀ କୁ ନିଜର କରିବା ଅପରାଧ ରେ ଶ୍ରେୟା କୁ ପୋଲିସ କାଷ୍ଟୋଡି କୁ ନେବା ବେଳେ ସେ କହିଲା," ଗୋଟିଏ ଫୋନ କଲ ରେ ଆପଣ ଙ୍କ ଚାକିରି ଆଉ ନଥିବ; ତୁମେ ସବୁବେଳେ ମନେ ରଖିଥିବ ମୃଣ୍ମୟ ତମକୁ ମୁଁ ଏ ଝିଅର ହେବା ପାଇଁ ଦେବିନି।ତମ ନିଦ ମୁଁ ଛଡେଇ ନେବି।"
ଶ୍ରେୟା ର ବାପା ଙ୍କ ନାଁ ଶୁଣୁ ଶୁଣୁ ପୋଲିସ ତା' ବିରୁଦ୍ଧରେ ,ଫାଇଲ ଅପନ କରି ପାରି ନ ଥିଲା।
କାର ପାର୍କିଂ ଆଡକୁ ଯିବା ବେଳେ ,ମଧୁମିତା କହୁଥିଲା,"ସେ ଝିଅ ଯଦି କେତେବେଳେ ଫୋନ କରେ, ମତେ ଫୋନ ଟା ଦବ, ମୁଁ ତାକୁ ଏମିତି ବତେଇ ବି ଯେ,ଦ୍ବିତୀୟ ଥର ଫୋନ କରିବାକୁ ସେ ସାହସ କରିବନି।"
ଭୁବନେଶ୍ଵର ପହଞ୍ଚିବା ଯାଏଁ ଦୁଇ ଜଣ ଯାକ ଚୁପ ଚାପ ବସିଥିଲେ। କାର ର ହର୍ନ ମଝିରେ ମଝିରେ ନିସ୍ତବ୍ଧତା ଭଙ୍ଗ କରୁଥିଲା।
......... .......
'

