STORYMIRROR

Sunanda Mohanty

Abstract

4  

Sunanda Mohanty

Abstract

ପାପ ଓ ପାପୀ

ପାପ ଓ ପାପୀ

2 mins
404

  ମହାଳୟା ପାଇଁ ଧୁଆ ଥୁଆ ରଖା ଶୁଖା ଭିତରେ ମୂଷାର ଅଦଉତି ଅର୍ଥାତ ଜରି, ରନ୍ଧାଖାଦ୍ୟ, ଲଙ୍କା, ପାମ୍ପଡ ବଡି, ରୁଟି ଇତ୍ୟାଦି ଏଣେତେଣେ ପକାଇ ଜଞ୍ଜାଳ ସହ ଆତଙ୍କ ସୃଷ୍ଟି କରିଚାଲିବା, ସହ୍ୟ ହେଉନଥିଲା ଜୁହିଙ୍କୁ। ମୂଷା ଆସିବା ବାଟ ବନ୍ଦ ଯୋଜନା ବିଫଳ ପ୍ରମାଣିତ ହୋଇଛି ଜାଣିବା ପରେ ଜୁବି ବ୍ୟସ୍ତ ହୋଇପଡ଼ିଥିଲେ । ତାଙ୍କ ଘରକୁ ଆସୁଥିବା ଶ୍ରମିକଟି ସାହାଯ୍ୟ କରିବାକୁ ଯାଇ, ଗୋଟେ ଲୁଚି ରହିଥିବା ମୂଷାକୁ ପିଟିକି ମାରିଦେଲା ଓ ବାକିଥିବା ରୁମ୍ ଗୁଡ଼ିକର ସ୍କାଏଲାଇଟ ର ଫାଙ୍କ ସବୁକୁ ତାର ଜାଲି ଦେଇ ବନ୍ଦକରିବା ସହ ପାଣି ଯିବା ଆସିବା ରାସ୍ତାର ସବୁ ଫାଙ୍କରେ ପାଣିଭରା ବୋତଲ ରଖି ଜାମ କରିଦେବା ପରେ ମଧ୍ୟ ମୂଷା ଆସୁଥିଲା।

ଗୋଟେ ମୂଷାକୁ ବାଡେଇ ମାରିଦେଲେ କଣ ହେବ ତା ଯୋଡି ଟା ରହିଥିବ କହି ଶ୍ରମିକ ପୁଅ ଓ ଜୁବି ଲାଗିପଡି ସବୁ ରୁମ ଝାଡି ରଖାଥୁଆ କରିବା ବେଳେ ଜୁବି ଲକ୍ଷ କଲେ ,ଘର ସାରା ଖାଦ୍ୟ ଟୁକୁଡ଼ା ଓ ଲଣ୍ଡି ରେ ଭର୍ତ୍ତି କିନ୍ତୁ ଲୁଗାପଟା, ବେଡସିଟ୍ ସହ ବାହାରେ ଥିବା କିଛି ଶୀତ ବସ୍ତ୍ର ବି ମହଜୁଦ ଅର୍ଥାତ୍ ସୁରକ୍ଷିତ ଥିଲା। କିଛି ବି ମୂଷା କାଟିନଥିଲା। କିନ୍ତୁ ରାତି ସାରା ଖଡ ଖାଡ ଧଡଧାଡ ଚାଲୁରହିଥିଲା ତ ଶ୍ରମିକ ପୁଅ ତା କଥା ଦୋହରାଇ ଆଉ ପଟେ କୋଉଠି ଥିବ ମାଆ କହି ଖୋଜି ପାଉନଥିଲା ଆଉ ଜୁହି ଅଳିଆ ସଫା କରୁ କରୁ ଭାବୁଥିଲେ କୋଉ ପଟେ ଆସୁଛି ସେ??

ମହାଳୟା ଆଉ ଦୁଇଦିନ ବାକି। କିଛିବି ଅଇଁଠା ଶଙ୍ଖୁଡ଼ି ପଡ଼ିବନି । ସବୁ ଧୁଆ ପୋଛା ମାରି ଓଳେଇଲା ବେଳେ ଜୁହି ଦେଖିଲେ ମୂଷାଟିକୁ। ଧାଇଁଲେ ବାଡ଼ି ଧରି, ହେଲେ ମାରିତ ପାରିବେନି, ଧରିଲେ ହିଟ ସ୍ପ୍ରେ ଆଉ ଦୌଡିଲେ ତା ପଛରେ । ବାଟ ନପାଇ ସେ ଯେଉଁ ସବୁ ସ୍ଥାନରେ ଲୁଚିଲା ସ୍ପ୍ରେ କରିଚାଲିଲେ ହିଟ। ତା ପରଠୁ ମୂଷା ଆଉ ଆସୁନଥିଲା। ଠାକୁର ଘରେ ପଶି ଭୋଗ କିସମିସ ଖାଉନଥିଲା, ଠାକୁର ଙ୍କ ଫଟୋ ଫିଙ୍ଗି ପକାଇ ଭାଙ୍ଗୁ ନଥିଲା,ରାତିସାରା କୁଟ କୁଟ କରି ଡବା ଖୋଳ ଚାରିପଟ କଣା କରୁନଥିଲା। ଗର୍ବରେ ଜୁହି କହୁଥିଲେ, ହିଟ ପକାଇ ମୂଷା ମାରିଦେଇଛି। ହେଲେ ମୂଷା ତାଙ୍କର କି କ୍ଷତି କରିଥିଲା ଯେ ହିଟ ପକାଇ ଛଟପଟ କରି ମାରିଲେ ବିଚରାକୁ। କୁଆଡ଼େ ଯାଇ କେତେ କଷ୍ଟ ରେ ମରିଥିବ ବିଚରା। କି ମାୟା ଇଏ ! ମୂଷା ଆସୁଥିଲା ବେଳର ଆଶଙ୍କା ମାୟାରେ ପରିଣତ ହୋଇ ଜୁହିଙ୍କୁ କୁଟକୁଟ କରି ମାରୁଥିଲା। ନିଜେ ପାପୀ ଓ ନିଜର ପାପ, କାହା ପାଇଁ ଏ ମାୟା !



Rate this content
Log in

Similar oriya story from Abstract