Sunanda Mohanty

Inspirational

3  

Sunanda Mohanty

Inspirational

ପାଞ୍ଚମିନିଟ

ପାଞ୍ଚମିନିଟ

1 min
336



ଦୀପାବଳିରେ ପୟା ଶ୍ରାଦ୍ଧ ସାରି ସ୍ୱାମୀ ସ୍ତ୍ରୀ ଦୁହେଁ ବାହାରିପଡିଲେ ଉତ୍ତରପ୍ରଦେଶର ହରିଦ୍ୱାରରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜ୍ଜନ ପାଇଁ l ପୁଅ ଯେତେ ପ୍ରବର୍ତ୍ତାଇଲେ ବି ସ୍ୱାମୀ ଫ୍ଲାଇଟରେ ଯିବାକୁ ଜମା ରାଜି ହେଲେନାହିଁ ତ ବାଧ୍ୟ ହୋଇ ଟ୍ରେନରେ ଟିକେଟ କାଟି ଦେଇଥିଲା ପୁଅ l

 ହରିଦ୍ୱାର ପରେ ହୃଷିକେଶ ଯିବାକୁ ସ୍ଥିରକରି ସ୍ୱାମୀ ସ୍ତ୍ରୀ ଦୁହେଁ ଟ୍ରେନରୁ ଓଲ୍ହେଇ ଆରପଟକୁ ସେହି ଟ୍ରେନ ଲାଇନ ଦେଇ ଅତିକ୍ରମ କରୁ କରୁ ଦକ୍ଷିଣ ଦିଗରୁ ଟ୍ରେନଟିଏ ମାଡିଆସିଲା ତ ସ୍ତ୍ରୀଙ୍କୁ ପାଞ୍ଚମିନିଟରେ ଏକରକମ ଭିଡି ନେଲେ ସ୍ୱାମୀ, ଜୀବନ ରହିଗଲା ସତ, ହେଲେ ସେଇ ପାଞ୍ଚମିନିଟର ସ୍ମୃତି, ପ୍ରାପ୍ତ ବୟସ୍କ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ଜୀବନରେ ଉଭୟ ବିନାଶ ଓ ପରବର୍ତ୍ତୀ ଆନନ୍ଦ ସୃଷ୍ଟି କରିଥିଲାl

 ଦୁହେଁ ସାଙ୍ଗରେ ନେଇଥିବା ବାପା ମାଆ, ଦାଦା ଖୁଡିଙ୍କ ନାଲି ପାଟକନାରେ ସଯତ୍ନରେ ଗୁଡା ଅସ୍ଥି ପୁଡିଆ ସୁରକ୍ଷିତ ଅଛି କି ନାହିଁ ପରୀକ୍ଷା କରିବା ସହ ନଇଁ ପଡି ସାଷ୍ଟାଙ୍ଗ ପ୍ରଣିପାତ କରି ଜୀବନ ଓ ମୃତ୍ୟୁର ଦୋଛକିରେ ଠିଆ ହୋଇ ଆର୍ଶୀବାଦ ଭିକ୍ଷା କରୁଥିଲେ l



Rate this content
Log in

Similar oriya story from Inspirational