STORYMIRROR

Sunanda Mohanty

Tragedy Inspirational

3  

Sunanda Mohanty

Tragedy Inspirational

ପାଣି ଫୋଟକା

ପାଣି ଫୋଟକା

2 mins
228


  ମଧ୍ୟବିତ୍ତ ପରିବାରର ଝିଅ ସୁମତି ସବୁବେଳେ ଭବିଷ୍ୟତ ଚିନ୍ତାରେ ପିଲାଦିନୁ, ଏଇ ଯେମିତି ବାପା ମାଆ ଚିନ୍ତା କରନ୍ତି ପିଲାଏ କେମିତି ମଣିଷ ହେବେ, ହାତକୁ ଦିହାତ ହେବେ, ଆଉ କେଡେ ଚଞ୍ଚଳ ସେସବୁ ହେଇଯିବାପରେ ବାପା ବୋଉଙ୍କର ମନ ବୋଲି କିଛି ଅଛି, ଆବଶ୍ୟକତାର ମାନେ କଣ ଖାଲି ମୁଣ୍ଡ ଗୁଞ୍ଜିବାକୁ ଘର, ଖାଇବା ପିନ୍ଧିବା, ଆଉ କିଛି ନଥାଏ???? 

   ଏମିତି ଭାବୁଭାବୁ ନିଜର ବି ସେଇ ଅବସ୍ଥା ଆସି ଗଲାଣି ସୁମତିଙ୍କର, ଆଉ ସବୁ ଜଞ୍ଜାଳ ସାରିଦେଇଥିବାରୁ ଏଥର ସ୍ୱାମୀଙ୍କ ଅବସର ପଇସାରୁ ସେ ନିଜ ପାଇଁ ନିଶ୍ଚୟ ହାର ଖଣ୍ଡେ କରିବେ ଭାବିଛନ୍ତି, ହେଲେ ସ୍ୱାମୀଙ୍କ କଥାରେ ବି ଭାଙ୍ଗିପଡିଛନ୍ତି, ବୁଢ଼ୀ ବୟସରେ ହାର କଣ ହେବ, ଉତ୍ତରରେ ତାଙ୍କ କର୍ଣ୍ଣ ପଟଳ ଭାଙ୍ଗି ପଡିବା ବେଳେ ସ୍ୱାମୀଙ୍କର ଘରଟାକୁ ଦୋ ମହଲା କରିବା ଉଦ୍ଦେଶ୍ୟରେ ମଥା ନଇଁ ଗଲା ସୁମତିଙ୍କର, ଯାହେଉ ହାର ନପିନ୍ଧିଲେ ନାଇଁ, ପୁଅ ପାଇଁ ଘରଟା କରିଦେବାକୁ ଯଦି ସ୍ୱାମୀ ଚାଁହୁଛନ୍ତି ଭଲକଥା l

   ସେଦିନ ହଠାତ ପୁଅ ଯେବେ ଘରଟା ବିକ୍ରି କରିଦେବାର ପ୍ରସ୍ତାବ ରଖିଥିଲା, ତ ସ୍ୱାମୀ ସ୍ତ୍ରୀ ଦୁଇଜଣ ହଡ଼ବଡେ଼ଇ ଯାଇ ଆମେ କୋଉଠି ରହିବୁ ଉତ୍ତରରେ ପୁଅ ଯେବେ ଏହି ଘର ବିକା ଟଙ୍କାରେ ଆଉ ମିଶାଇ ସହରରେ ଘର କିଣି ରହିବା ପ୍ରସ୍ତାବ ଦେଲା ବାପା ମାଆ ଦିଟା ପୁଣି କୁରୁଳି ଉଠିଲେ, ହେଲେ ପୁଅ ଟଙ୍କା ନେଇ ଘର କିଣିଲା କି ନାହିଁ ସେତ ଅଲଗା କଥା ବରଂ ତା ପୁଅର ଏକୋଇଶାକୁ ହାର ନନେଇ ଯାଇଥିବାରୁ ଅପମାନିତ ହୋଇ ସ୍ୱାମୀସ୍ତ୍ରୀ ଦୁହେଁ ଏଵେ ପୁରୁଣା ଗାଆଁ ଘରେ ରହୁଛନ୍ତି l

   ସେଦିନ ହଠାତ ପୁଅ ତା ପିଲାପିଲି ନେଇ ଗାଆଁରେ ପହଞ୍ଚି, ଏଇଠି ବାଡ଼ି ବଗିଚାର ଦେଖାଶୁଣା କରି ମାଛଚାଷ କରି ଜମିଜମା କଥା ବୁଝି ଗାଆଁରେ ରହିବ ବୋଲି ତା ନିଷ୍ପତ୍ତି ଜଣେଇ ଦେଇଥିଲା, ବାପା ମାଆ ଦୁହେଁ ଖୁସି ହୋଇଗଲେ ସତ ହେଲେ ସ୍ୱାମୀ ଯେବେ ଏକାନ୍ତରେ ତୁମକୁ ହାର ଖଣ୍ଡିଏ କିଣି ଦେଇଥିଲେ କେତେ ଭଲ କାମଟେ କରିପାରିଥାନ୍ତି କହୁଥିଲେ, ତାଙ୍କ ପାଟିରେ ହାତ ଦେଇ ସୁମତି ଚୁପ, ଚୁପ ରୁହ, ଆମେ ତ ହୀରା ଫେରିପାଇଛେ ଆମ ହାତ ମୁଠାରେ, ହାର କଣ ତାଠୁ ଅଧିକା? ତ ଚାଳ ତଳେ ଟୋପି ଟୋପି ବର୍ଷାରେ ସୃଷ୍ଟି ହେଉଥିବା ପାଣି ଫୋଟକା ଭିତରେ ସ୍ୱାମୀଙ୍କ ସହ ସୁମତି କଣ ସବୁ ଶୂନ୍ୟରେ ମିଳାଇଯାଇଛିର ଟେର ପାଉନଥିଲେ, ସ୍ୱମୀ ଖାଲି ଏ ଜୀବନ ଏକ ପାଣି ଫୋଟକା କହିବାରେ ସୁମତି ପ୍ରକୃସ୍ଥିତ ହୋଇ ବି ପୁଣି ହଜି ଯାଉଥିଲେ କେତେ କେତେ ଫର୍ଦ୍ଦର ଜୀବନ୍ତ ଲାଗୁଥିବା ଜୀବନ କାହାଣୀକୁ ସ୍ମୃତି ଭିତରେ ସାଇତି ରଖିବାକୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy