Pramod Kumar Jena

Comedy

2  

Pramod Kumar Jena

Comedy

ପାଲଟା ଉତ୍ତର

ପାଲଟା ଉତ୍ତର

1 min
566



ଅଫିସରେ ବସି ଟେବୁଲ୍ ଉପରେ ବ୍ୟାଗ୍ ରଖି ଆଗେ ପାନିଆଁ ବାହାର କରିବେ ପାତ୍ର ବାବୁ l ତା’ପରେ ସାଏଁ ସାଏଁ ମୁଣ୍ଡରେ ପାନିଆଁଟାକୁ ବୁଲେଇ ନିଜର ବାଘୁଆ ନିଶକୁ ଟିକେ ବାଗେଇ ନେବେ l ଏମିତି ପୁରା ଚନ୍ଦା ନ ହେଲେ ବି ଅଧାରୁ ଅଧିକ ଚୁଳ ଝଡିଗଲାଣି ତାଙ୍କର l ବୟସ ବି କିଛି କମ୍ ନୁହେଁ l ଦୁଇ ବର୍ଷ ପରେ ଅବସର l ହେଲେ ଖାଦି କିଛି କମ୍ ନାହିଁ l ସେ ଦିନ ତାଙ୍କର ଚିକ୍ ଚିକ୍ ମୁଣ୍ଡ ଉପରେ ପାନିଆଁ ଚାଳନା ଦେଖି ରାଓ ବାବୁ ଚୁପ୍ ହୋଇ ବସି ପାରିଲେନି l କହିଲେ, ‘ଚୁଳ ବୋଇଲେ ଗୋଟେ ନାଇଁ, ପାନିଆଁ ବୁଲୁଛି ସାଇଁ ସାଇଁ l’ ସମସ୍ତେ ଟିକିଏ ହସି ଦେଲେ l ହେଲେ ପାତ୍ର ବାବୁ କି ଛାଡିବା ଲୋକ l ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ‘ଆହେ ବାବୁ ! ଯା’ ଘର ମାର୍ବଲରେ, ତା’କୁ କ’ଣ ଝାଡୁ ଲଗେଇବା ମନା କିଏ ?’



Rate this content
Log in

Similar oriya story from Comedy