STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ପାଇକ ବିଦ୍ରୋହ

ପାଇକ ବିଦ୍ରୋହ

1 min
307


ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ ଥିବା ହିନ୍ଦୁ ଓ ମୁସଲମାନ ମାନେ ବ୍ୟବହୃତ କରୁଥିବା ବନ୍ଧୁକରେ ଗାଇ ଓ ଘୁଷୁରୀ ଚର୍ବି ରେ ତିଆରି ହୋଇଥିବା ଫିତାକୁ ପ୍ରଥମେ ଦାନ୍ତରେ ଛିଣ୍ଡେଇ ଗୁଳି ଭର୍ତ୍ତି କରିବାକୁ ପଡୁଥିବାରୁ ସେମାନେ ଯେଉଁ ବିଦ୍ରୋହ କରିଥିଲେ ତାର ନାମ ସିପାହୀ ବିଦ୍ରୋହ.ଚାଖିଖୁଣ୍ଟିଆ ମଧ୍ୟ ଏହି ବିଦ୍ରୋହର ପୁରୋଧା ଥିଲେ, ଆଉ ତାଙ୍କ ସହ ସାମିଲ ହୋଇଥିଲେ ବହୁ ବିପ୍ଲବୀ ପାଇକ, ଓଡିଶା ରାଇଜର ସୁରକ୍ଷା ଓ ଦେଶ ଭାରତ ର ସ୍ବାଧୀନତା ପାଇଁ ପାଇକମାନେ ଜୀବନକୁ ବାଜି ଲଗେଇ ଦେଇଥିଲେ l

   ସେହି ପାଇକମାନଙ୍କ ବଂଶଧର ଆଜି କେବଳ ଖୋର୍ଦ୍ଧା ମାଟିରେ ନାହାଁନ୍ତି ବରଂ ଦେଶ ଓ ରାଜ୍ୟର କୋଣେ କୋଣେ ରହିଆସିଛନ୍ତି. ଆଜିବି ବିପ୍ଳବ ଚାଲିଛି. ରାଜରାସ୍ତା ସରଗରମ.ସେହି ପାଇକ ମାନଙ୍କର ଆତ୍ମା ଯେପରି ପ୍ରବେଶ କରିଛି ଦେଶର ପ୍ରତ୍ୟକ ନାଗରିକଙ୍କ ଭିତରେ ଜାଗିଛି ବହ୍ନି ଆଉ ତାହା ନାରୀ ସୁରକ୍ଷା ପାଇଁ, ଲାଗୁଛି ସେହି ଦେଶ ପ୍ରେମ ସ୍ୱରୂପ ଜାଗରଣ ଆଜି ପ୍ରତ୍ୟକ ସଚେତନ ନାଗରିକ ଭିତରେ ଉଜ୍ଜିବିତ ହେଲେ ନାରୀ ରୂପୀ ନାରାୟଣୀ ନିଜେ ନିଜର ସୁରକ୍ଷା କରିପାରିବ l

   ସେଦିନ ବି ସେହି ପାଇକ ଓ ସିପାହୀଙ୍କର ନୂତନ ସଂସ୍କରଣ ପୋଲିସବାବୁଙ୍କ ଆଖିଆଗରେ ଘଟୁଥିବା ଧର୍ଷଣ ଜଣେ ପାଇକରୂପୀ ସୈନିକ, ମୂକସାକ୍ଷୀ ଥାଇ ବି ବଞ୍ଚେଇ ପାରିନଥିଲେ କବିନା ସହ ନିଜକୁ, ହେଲେ ତାଙ୍କ ଦୁଃଶାହସ ଓ ସଂଗ୍ରାମ ପାଇଁ ଶହ ଶହ ପୋଲିସ ରୂପୀ ସିପାହୀ ଓ ପାଇକ ରୂପୀ ସାଧାରଣ ଜନତା ଆଜି ରାଜରାସ୍ତାକୁ ଓଲ୍ହାଇଛନ୍ତି. ଲାଗୁଛି ନାରୀ ଜାତିର ସମ୍ମାନ ପାଇଁ ଆଜି ବି ଜାଗିଉଠିବ ପାଇକବିଦ୍ରୋହ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract