STORYMIRROR

shibaram dalai

Abstract Others

4  

shibaram dalai

Abstract Others

ପାଗେଳି ମାଆ

ପାଗେଳି ମାଆ

1 min
756


 ୧୮ ବର୍ଷର ପୁଅ ବାହୁଡ଼ିବା ପରେ ମୋ ମାଆ ପାଲଟିଗଲା ଗୋଟେ ମାନସିକ ରୋଗୀ ।ମାଆ ଆଡୁସାଡୁ ଗପିବା ସହ କେତେବେଳେ କାନ୍ଦୁଥାଏ ତ କେତେବେଳେ ହସୁଥାଏ । ଏ ସମାଜ ତାକୁ ପାଗେଳି କହେ ।ବନ୍ଧୁ ବାନ୍ଧବ ଆମ ପରିବାର ଭାଙ୍ଗି ପଡ଼ିଲୁ ଦୁଇ ଦୁଇଟା ଦୁଃଖରେ । 

     

  ମାଘମାସର ଅକାଠୁଆ ଶୀତ ଗୋଟିଏ ଶାଢ଼ୀରେ ମାଆ ବିତଉଥିଲା ଶୀତ ଦିନ । ମୁଁ ମାଆ ପାଇଁ ଖଣ୍ଡେ ସାଲ କିଣି ଦେଲି । କିନ୍ତୁ କଣ ହେବ ସାଲ ଘୋଡେଇ ନ ହେଇ ପୂର୍ବ ପରି ଖଣ୍ଡେ ଶାଢୀରେ କାଟି ଚାଲିଲା ଶୀତ ଦିନ ସବୁ ।ସେଦିନ ମୋ ବଡ଼ ନାନୀ ଆମ ଘରକୁ ଆସିଥାଏ ମାଆକୁ ଦେଖିବାକୁ ।ନାନୀ ଦୁଇ ଦିନ ରହି ତୃତୀୟ ଦିନ ବାହାରିଲା ନିଜ (ଶଶୁର ଘରକୁ) ଘରକୁ ।ସେ ଯିବା ସମୟରେ ମାଆ ବାଡ଼ି ପଟରୁ ଧାଇଁ ଆସି ନାନୀ ହାତରେ ଧରେଇ ଦେଲା ସେହି ସାଲ ସହ ୫୦ ଟଙ୍କା ଆଉ କହିଲା ପିଲା ମାନଙ୍କ ପାଇଁ ବାଟରୁ କଣ କିଣି ନେବୁ ।ନାନୀ ଆଉ ମୋ ଆଖିରୁ ଶ୍ରାବଣର ଧାରା ଛୁଟି ଚାଲିଲା । ମୁଁ ଭାବୁଥିଲି ମୋ ମାଆ ନାଆଁ ଆଗରେ ପାଗେଳି ସିନା ଯୋଡିଗଲା ହେଲେ ତା ଠାରେ ଏବେ ବି ବଞ୍ଚିଛି ମାଆ ପଣିଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract