Ranjit Sahu

Drama Horror Tragedy

3  

Ranjit Sahu

Drama Horror Tragedy

ଓମିକ୍ରୋନ୍

ଓମିକ୍ରୋନ୍

4 mins
165



ରାତି ସାରା କାଶ ହୋଇଥିବା ଯୋଗୁଁ ସାଇ ବହୁତ ଦୁର୍ବଳ ହୋଇ ଯାଇଥିଲା I ଦେହରେ ଦରଜ ହେଉଥିବାରୁ ବୋଉ ହାତ ଗୋଡ ଟିକେ ଘଷିଦେଉଥିଲା ତେଣୁ ବହୁତ ଆରମ୍ଭ ଲାଗୁଥିଲା ସାଇକୁ I କିନ୍ତୁ ସକାଳୁ ଗଳାରେ ବହୁତ ଦରଜ ସହିତ କାନ ଭିତରେ ମଧ୍ୟ ବହୁତ କଷ୍ଟ ହେବାକୁ ଲାଗିଥିଲା I ବୋଉ କହିଲା ପଡ଼ିଶାରେ ଥିବା ମଉସାଙ୍କ ଠାରୁ କିଛି ଔଷଧ ଆଣି ଆସିବ I ସାଇ, ସାଇ ବାବାଙ୍କ ଫୋଟୋ କୁ ଦୁଇ ତିନି ଥର ପ୍ରଣାମ କରି ପକେଇଲା I ଗୁରୁବାର ହୋଇଥିବାରୁ ପୂଜା କରିବାକୁ ବହୁତ ଇଛା ତାହାର କିନ୍ତୁ ଦେହର ଅସୁସ୍ଥତା ଯୋଗୁଁ ତାହାର ବୋଉ ପୂଜା କରିଦେବେ କହି ଦେଇଛନ୍ତି ମଉସାଙ୍କ ଘରୁ ଫେରିଲା ପରେ I ସିଏ କୁଆଡେ ସାଇବାବାଙ୍କ ଦର୍ଶନରୁ ଫେରିବା ପରେ ଜନ୍ମ ହେଇଥିଲା ତେଣୁ ତାହାର ନାମ ସାଇ ହିଁ ରଖା ଯାଇଛି ! କେଜାଣି କେମିତି କାଶ ଆରମ୍ଭ ହୋଇଗଲା ! ସିଏ ତ ଘରୁ ବାହାରକୁ ଜମା ଯାଉ ନଥିଲା I ଯଦି କେତେବେଳେ ଜରୁରୀ କାମ ଥିଲା ମାସ୍କ ଲଗେଇକି ହିଁ ବାହାରୁଥିଲା ! ସିଏ ତ ସବୁ ବେଳେ ଏତେ ଭକ୍ତି ସହିତ ପୂଜା କରୁଛି ଏମିତି କାହିଁକି ରୋଗୀଣା ହେଲା? ମନେ ମନେ ପଚାରି ହେଲା ସାଇI 

ଭାବୁ ଭାବୁ ମନେ ପଡ଼ିଗଲା କିଛି ଦିନ ତଳେ ଜଣେ ସାଙ୍ଗର ବାହାଘରେ ଲୁଚି କି ସିଏ ଆଉ ଦୁଇ ଜଣ ସାଙ୍ଗ (ରକି ଆଉ କ୍ରିସ୍ତୁ ) କିଛି ଦୂରରେ ଥିବା ଗୋଟିଏ ଦୋକାନରୁ ବିଦେଶୀ ମଦ କିଣି ପିଇଥିଲେ ଆଉ ଧୂମ ନାଚିଥିଲେ ! ସେହି ମଦ ପିଇବା ସମୟରେ ହିଁ କିଛି ସମୟ ଲାଗି ମାସ୍କ ନଥିଲା ତାହାର ମୁଁହରେ ଆଉ ସିଏ ଅନ୍ୟ ଦୁଇ ଜଣଙ୍କ ବହୁତ ନିକଟରେ ବସିଥିଲା ସାମାଜିକ ଦୂରତା ଅବଲମ୍ବନ ନ କରି ! ସେହି ଗୋଟିଏ ଦିନ ହିଁ ସିଏ ବାହାରେ ମାସ୍କ ନ ଲଗେଇ କିଛି ସମୟ ରହି ଯାଇଥିଲା I ଯେହେତୁ ତାହାର ଅତି ଘନିଷ୍ଠ ବନ୍ଧୁର ବାହାଘର ଥିଲା ତେଣୁ ଖୁସିରେ ରକି ବାଧ୍ୟ କରିବାରୁ ଦୁଇ ବୋତଲ ବିଅର ପିଇ ଦେଇଥିଲା ! କିଛି ଭାବିକି ତାହାର ସାଙ୍ଗ କ୍ରିସ୍ତୁକୁ ଫୋନ କଲା I ଖବର ଶୁଣିବା ମାତ୍ରକେ ସାଇ ଛାନିଆ ହୋଇଗଲା I ତାହାର ସାଙ୍ଗ କ୍ରିସ୍ତୁ ମଧ୍ୟ ଥଣ୍ଡା ଜ୍ଵରରେ ପୀଡ଼ିତ I କେବଳ ସେତିକି ନୁହେଁ, ପରୀକ୍ଷାର ରିପୋର୍ଟ ମଧ୍ୟ ପଜିଟିବ ଆସିଛି ଆଉ ଡାକ୍ତର କହିଛନ୍ତି ସିଏ ଓମିକ୍ରୋନ୍ ଦ୍ଵାରା ସଂକ୍ରମିତ ହୋଇଥିଲା ଭଳି ଲାଗୁଛି ! କଣ କରିବ କିଛି ବୁଝି ପାରିଲାନି ସାଇ I ଘରେ କେହି ଏତିକି ପାଠୁଆ ନାହାନ୍ତି ଓମିକ୍ରୋନ୍ ବିଷୟରେ ସବୁ ଜଣାଇବା ଲାଗି, କିନ୍ତୁ ଯଦି କେଉଁଠାରୁ ଜାଣିଲେ ଆଉ ରଖେଇ ଦେବେ ନାହିଁ ! ପୁଣି ତାକୁ ଦୁଇ ସପ୍ତାହ ଅଲଗାରେ ରହିବାକୁ ପଡିବ I କିଛି ଭାବିକି ସାଇ ପୁଣି କ୍ରିସ୍ତୁକୁ ଫୋନ କଲା ଏବଂ ପଚାରିଲା,"ତୁ କଣ କହିଲୁ ତୁମ ଘରେ?" କ୍ରିସ୍ତୁର କଥା ଶୁଣି ସାଇ ତାଟକା ହେଇଗଲା ସାଇ I କ୍ରିସ୍ତୁ ଆଉ ସିଏ ଯେଉଁ ସାଙ୍ଗ ରକି ସହିତ ମଦ ପିଇବାକୁ ସହିତ ଯାଇଥିଲେ ସିଏ କେବେ ମଧ୍ୟ ମାସ୍କ ବ୍ୟବହାର କରୁ ନଥିଲା I ନିଜର ଶରୀର ଆଉ ସ୍ଵାସ୍ଥ୍ୟ ଉପରେ ତାହାର ବହୁତ ଗର୍ଵ ଥିଲା I ନିୟମିତ ବଡି ବିଲଡିଂ କରୁଥିବା ହେତୁ ନିଜକୁ ପହଲୁୱାନ ବୋଲି ଭାବୁଥିଲା I ମନେ ପଡିଗଲା କେମିତି ହସି ହସି ଦୁହେଁ କୁକୁଡ଼ା ଚପ ସହ ମଦ ପିଇକି ବହୁତ ମଜା କରିଥିଲେ I ଘରେ ମଦ ପିଇଛି ଜାଣିଲେ ଗାଳି ଦେବେ ଭାବି ରକି ଭଡାରେ ରହୁଥିବା ରୁମରେ ସେହି ରାତି ବିତେଇଥିଲା !'କଣ ଗୋଟିଏ ରାତିରେ ଏତେ ବଡ ବିପଦଟିଏ ହେଇ ପାରେ?' ନିଜକୁ ବିଶ୍ବାସ କରି ପାରୁ ନଥିଲା ସାଇ I କିଛି ଭାବି ପୁଣି କ୍ରିସ୍ତୁକୁ ଫୋନ କଲା ଆଉ ପଚାରିଲା ,"ରକି କେମିତି ଅଛି?" 

"ରକି ଭୀଷଣ ଅସୁସ୍ଥ ଅଛି ଆଉ ଆଇ. ସି. ୟୁ. ରେ ଅଛି ବୋଲି ଶୁଣିବାକୁ ପାଇଲି I ମୋତେ ବି ଭାରି ଡର ଲାଗୁଛି I ତାହାର କକାଙ୍କ ପୁଅ କହିଲା ପ୍ରଥମେ ଟିକେ କାଶ ହେଇଥିଲା ପରୀକ୍ଷାରେ ପଜିଟିଭ ଆସିଲା ଆଉ ଜଣା ପଡିଲା ଓମିକ୍ରୋନ୍ ବୋଲି I ସେଇଟା ବାହାଘରରୁ ଫେରିବାର ଦୁଇ ଦିନ ପରର ଘଟଣା କୁଆଡେ I ତାହାର କିଛି ଦିନ ପରେ ରକି ସୁସ୍ଥ ହେଇ ଯାଇଥିଲା I କିନ୍ତୁ ଚାରି ଦିନ ତଳେ କୁଆଡେ ପୁଣି ଥରେ ଜ୍ଵର ଆଉ କାଶ ହେବାରୁ ପୁଣି ଥରେ ଟେଷ୍ଟ କଲା ଆଉ ଏଥର କୁଆଡେ ଡେ଼ଲ୍ଟା ରେ ଆକ୍ରାନ୍ତ ହେଇଛି I \ ଡାକ୍ତର କହିଥିଲେ କୁଆଡେ, ନିଜର ସ୍ଵାସ୍ଥ୍ୟ ନିଜର ଦାଇତ୍ଵ I ରକି ର ମା କୁଆଡେ ବହୁତ କାନ୍ଦୁଛନ୍ତି ଯେହେତୁ ତାହାର ଦୁଇଟି ଯାକ ବୃକକରେ ମଧ୍ୟ ସଂକ୍ରମଣ ହେଇଛି, " କ୍ରିସ୍ତୁ କହିଲା I "ଆଉ ତୋତେ ଡାକ୍ତର କଣ କହିଲେ କହୁନୁ?" ସାଇ କହିଲା I "ଡାକ୍ତର କହିଲେ ଡେ଼ଲ୍ଟା ଭଳିଓମିକ୍ରୋନ୍ ଘାତକ ସିଦ୍ଧ ହୋଇନି କିନ୍ତୁ ଭୁତାଣୁ ବିଷୟରେ କିଛି କହି ହେବ ନାହିଁ I ତେଣୁ ଏବେ ସବୁ ପ୍ରକାର ପଦକ୍ଷେପ ନେବାକୁ ପଡିବ ଯାହା ଯାହା ନିୟମିତ ଭାବରେ ବିଭିନ୍ନ ସରକାରୀ ସଂସ୍ଥା ଦ୍ଵାରା କୁହା ଯାଉଛି," କ୍ରିସ୍ତୁ କହିଲା I "ଓଃ ଆଉ କଣ କହିଲେ ?" ସାଇ ପୁଣି ପଚାରିଲା I "ଆଉ କିଛି କହିଲେନି ଯାହା ନିୟମିତ ରୂପରେ ସୂଚନା ଦିଆ ଯାଉଛି ସେହି ଅନୁସାରେ ରହିବାକୁ କହିଲେ I ଯେହେତୁ ମୁଁ ଟୀକା ନେଇଛି ସେଥି ପାଇଁ କୁପ୍ରଭାବ କମ ହେବ ବୋଲି ଆଶ୍ଵାସନ ଦେଲେ ଆଉ କହିଲେ ଅନ୍ୟ ମାନଙ୍କ ଠାରୁ ଦୂରରେ ରହିବାକୁ," କ୍ରିସ୍ତୁ ଉତ୍ତର ଦେଲା I "କିନ୍ତୁ ତୁ ଘରେ କଣ କୈଫିୟତ ଦେଲୁ?" ସାଇ ପଚାରିଲା I " ମୁଁ କହି ଦେଲି ହାଟରେ ଯେଉଁ ଲୋକ ଠାରୁ ମୁଁ ପରିବା କିଣୁଥିଲି ସିଏ ବହୁତ କାଶୁ ଥିଲା, ହୁଏତ ସେହି ଠାରୁ ଆସିଛି I ତେଣୁ ମୁଁ ଆଉ ହାଟକୁ ଯିବିନି କେବେ ମଧ୍ୟ, ସାହିକୁ ଆସୁଥିବା ପରିବା ବିକାଳୀ ଠାରୁ ଯାହା ପାରୁଛ କିଣ I ଗୋଟିଏ ତୀରରେ ଦୁଇଟା ଶିକାର କରି ଦେଲି, ଆଉ ସେ ହାଟକୁ ଯବାକୁ ପଡିବନି ସକାଳୁ ସକାଳୁ," କ୍ରିସ୍ତୁ କହିଲା I କିଛି ସମୟ ଚୁପ ହେଇଗଲା ସାଇ I କ୍ରିସ୍ତୁ ମଦୁଆ ସହ ମିଛୁଆ ମଧ୍ୟ? ମନେ ମନେ ନିଜକୁ ଧିକ୍କାର କରିଲା ଆଉ ଭାବିଲା ଏମିତି ସାଙ୍ଗ ସାଥି କାହିଁକି କରିଛି ସିଏ?

"ତୋତେ ପଡିଶା ଘରର ଡାକ୍ତର ମଉସା କୋଭିଡ ଟେଷ୍ଟ କରେଇବାକୁ କହିଛନ୍ତି I ଏହି ଔଷଧ ଦେଇଛନ୍ତି ଖାଇବକୁ ଆଉ ମୋତେ ମଧ୍ୟ ମନା କରିଛନ୍ତି ତୋ ପାଖକୁ ନ ଆସିବା ପାଇଁ I ତେଣୁ ମୁଁ ଆଉ ତୋର ହାତ ଗୋଡ ଘଷି ପାରିବିନି ଏବେ Iତୋତେ ସବୁଠାରୁ ଅଲଗାରେ ରହିବାକୁ ହେବ କିଛି ଦିନ," ବୋଉ କହିଲେ ଆଉ ଚାଲିଗଲେ ପୂଜା କରିବାକୁ I ସାଇର ଆଖିରୁ ଦୁଇ ଧାର ଲୁହ ଗଡ଼ିଗଲା I Iପଶ୍ଚାତାପ କରିବାକୁ ଲାଗିଲା ତାହାର ଭୁଲ ଯୋଗୁଁ ଆଉ ମନେ ପଡିଗଲା ବାପାଙ୍କର ଆକଟ I କଥା କଥାରେ ବାପା କୁହନ୍ତି, " ଆପଣା କରିବା କର୍ମ ମାନ ବେଳୁ ହୋଇବ ସାବଧାନ ! ନିଜର ଅବହେଳା ଯୋଗୁଁ ଆଜି କେତେ ବଡ ଶାସ୍ତି ଭୋଗୁଛି ସିଏ!"ହେ ଭଗବାନ ଆଉ କେବେ ଏମିତି ଭୁଲ କରିବି ନିI ଆମ ଘରେ ଆଉ କାହାକୁ ନ ହେଉ କୋଭିଡ I ଆଉ ଯଦି ବି ପଜିଟିଭ ହୁଏ ମୋର ଜଣଙ୍କର ହେଉ ଆଉ ଡେ଼ଲ୍ଟା ନ ହେଉ ଓମୀକ୍ରୋନ ହେଉ, କି ଡେ଼ଲ୍ଟା ହେଉ କି ଯାହା ବି ହେଉ I ଯଦି ହେଇଯାଏ ଘାତକ ନ ହେଉ," କହୁ କହୁ ସାଇ ଭଗବାନଙ୍କ. ଫୋଟୋକୁ ଜୁହାର କରି କାନ୍ଦିବାକୁ ଲାଗିଲା I 


Rate this content
Log in

Similar oriya story from Drama