ଓଲୁଅ ଏକ ସ୍ପନ୍ଦନ
ଓଲୁଅ ଏକ ସ୍ପନ୍ଦନ
ଅଯୋଧ୍ୟା ନଗରରେ ଝିପି ଝିପି ବର୍ଷା, ସବୁ ଆଡ଼େ ସବୁଜିମା ଭରା ଧରିତ୍ରୀ l ଏଇପରି ମନୋରମ ପରିବେଶ ରେ ଗଛ ଲତା ତରୁ ତୃଣ ସଭିଏଁ ଖୁସିରେ ମସଗୁଲ୍ l କେହି କେହି ନିଜ ନିଜ ଭିତରେ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରିଦେଲେ।
ସମୟ କ୍ରମେ ତ୍ରେତୟା ଯୁଗରେ ରାଜା ରାମଚନ୍ଦ୍ର ପ୍ରଜାଙ୍କ ସୁଖ ଦୁଃଖ ବୁଝିବା ନେଇ ଏକଦା ରାତିରେ ଛଦ୍ମ ବେଶରେ ନଗର ଭ୍ରମଣରେ ବାହାରିଲେ l ଏମିତି ବୁଲୁଥିଲା ବେଳେ ଗୋଟାଏ ଗାଆଁ ମୁଣ୍ଡ ରେ ରହୁଥିବା ଥିବା ଧୋବା ଧୋବଣୀ କଳି ହେଉଥିବା ଦେଖି ଚମକି ପଡ଼ିଲେ। ଧୋବଣୀ କହିବା ଅନୁଯାୟୀ " ମାତା ସୀତା କୁ ତ ରାବଣ ଚୋରୀ କରି ଲଙ୍କା ଗଡ଼ରେ ରଖିଥିଲା। ତାର କାଇଁ କିଛି ସତୀତ୍ୱ ନଷ୍ଟ ହେଲା ନାହିଁ, ଆଉ ସେ...
ପାଞ୍ଚ ସାତ ମାଇଲି ହେବ ଗୋଟାଏ ଗାଆଁ କୁ ସଫା ଲୁଗା ପଟା ଦେବା ପାଇଁ ଯାଇଥିଲା l ଘରେ ପହଞ୍ଚିଲେ ରାତି ଅଧ ହେଇଯିବ , ପୁଣି ବାଟରେ ଯେତିକି ଚୋରୀ, ଭୂତ ପ୍ରେତଙ୍କ ଭୟ ନାହିଁ, ସେତିକି ମଣିଷ ଖିଆ ବାଘଙ୍କ ଉପଦ୍ରବ l ଏଇୟା ଭାବି ଗୋଟିଏ ରାତି ପାଖ ଗାଆଁରେ ରହିଗଲା ବୋଲି ଇଜ୍ଜତ ଗଲା l ସେଇଟା ପୁଣି ଗାଆଁ ସାହୁକାରଙ୍କ ଘର l ଯିଏ କି ଭଲରେ ମନ୍ଦରେ ପୁନେଇଁ ପରବରେ ନୂଆ ନୂଆ ଲୁଗା ପଟା ସହ ବରତନି ଦେଇଥାନ୍ତି l"ଏହି କଥା ଧୋବଣୀ ମୁହଁରୁ ଶୁଣି ମନ ଦୁଃଖରେ ଚାଲି ଆସିଲେ l ଗୋଟାଏ ପଟେ ପ୍ରଜା ,
ଅନ୍ୟ ପଟେ ଭାର୍ଯ୍ୟା l
ଗୋଟାଏ ପଟେ
ଜନ ଗଣ ମନ,
ଅନ୍ୟ ପଟେ ଆତ୍ମନ ପ୍ରାଣ ଧନ l
ଏଇପରି ସଂଦେହ , ଲୋକ ଅଦାଲତରେ ଉଠୁଥିବା ପ୍ରଶ୍ନ, କୁହୂଳିକାର ଅନ୍ତ କରିବା ନେଇ ବାଟ ସାରା ଭାବି ଭାବି କେତେବେଳେ ଯେ ରାଣୀ ଅନ୍ତଃପୁରରେ ପହଂଚି ଗଲେ l ତାହା ଜାଣି ହେଲା ନାହିଁ l ସୀତାଙ୍କ ପାଖେ ଭ୍ରମଣ ର ସମସ୍ତ ବୃତ୍ତାନ୍ତ କହି ଚାଲିଲେ ଓ ଜନସମୂହର ସାମାଜିକ ଦ୍ୱନ୍ଦ ଦୂର କରିବା ନେଇ ପରିତ୍ୟାଗ ପାଇଁ ଆଦେଶକୁ ମଧ୍ଯ ସାଦରେ ଗ୍ରହଣ କଲେ ସୀତା ଠାକୁରାଣୀ l ସ୍ବାମୀଙ୍କ ଠାରୁ ଏଇ ପ୍ରକାର ମନ୍ତବ୍ୟ ଶୁଣି ସୀତା ଦେବୀ କାନ୍ଦି କାନ୍ଦି ପୃଥିବୀ ମାତା କୁ ଅନୁରୋଧ କଲେ , ଦି ଫାଳ ହେବା ପାଇଁ, ସତକୁ ସତ ସୀତାଙ୍କ ଦୁଃଖ ସହି ନ ପାରି ପୃଥିବୀ ଦି ଖଣ୍ଡ ହେଇଗଲା। ସୀତା ଦେବୀ ମାଟି ତଳକୁ ଚାଲି ଗଲେ।
ଏ ସବୁ ଅଭାବନୀୟ ଦୃଶ୍ୟ ଗୋଟିଏ ଛୋଟ ଗୁଲ୍ମ ଜାତୀୟ ଗଛ ଦେଖୁଥାଏ। ଗଡ଼େଇ ଦେଲା ସମ ବେଦନାର ଲୁଣିଆ ଧାର lସେ ଆଉ ବଢ଼ିବାକୁ ଇଛା କଲା ନାହିଁ, ଧିକାର କଲା ପୁରୁଷ ଜାତିକୁ,ଯିଏ ପର କଥା ଶୁଣି ନିଜ ସ୍ତ୍ରୀକୁ ପରିତ୍ୟାଗ କଲେ । ଗଛଟି ଧୀରେ ଧୀରେ ନିଜ ଅସ୍ତିତ୍ବକୁ ବଜାୟ ରଖିବାକୁ ଅନିଚ୍ଛା ପ୍ରକାଶ କଲା l ଆପେ ଆପେ ଚେରେଇ ଯିବା ସହ ସୀତାଙ୍କ ପାଖକୁ ଧାଇଁ ଡାକିଲା ମା.... ମା....
ସୀତା ଦେବୀ ଚମକି ପଡ଼ିଲେ।
କିଏ କିଏ ???
ମୁଁ ଗଛ ଟିଏ, ଗୁଲ୍ମ ଜାତୀୟ
କୋହ ଭରା କଣ୍ଠ ରେ ଗଛ କହିଲା "ମା...ଆ ....ଲୋ....,
ମା..... ଆ.... ଲୋ....."
l ଦୁହିଙ୍କ ମଧ୍ୟରେ ଭାବ ବିନିମୟ ଜାରି ରହିଲା l
ଗୁଳ୍ମ ଜାତୀୟ ଗଛ କହୁଥାଏ
" ମା ଆ ଲୋ "ବୋଲି l
ସେତେଥର ଉଚ୍ଚାରିତ ହେଉଥାଏ ,ସେତେ ଥର ପ୍ରତିଧ୍ଵନିତ ହେଉଥାଏ "ଓ...ଲୋ ....ଅ ...
ଓ ...ଲୋ... ଅ....l"
ସୀତା ଠାକୁରାଣୀ ଗୁକ୍ମ ଜାତୀୟ ଗଛର ଭାବ ବିନ୍ୟାସ ରେ ପ୍ରୀତ ହୋଇ ତାକୁ ଓ ଲୁ ଅ ବୋଲି ନାମିତ କଲେ l
ଛୋଟ ଗଛଟି ସେଇ ସମୟରେ ସୀତାଙ୍କ ପାଖେ ଅଳି କଲା ଯେ ତାର ଫଳ ମିଠା ଯୁକ୍ତ ନ ହେଇ କଣ୍ଡୁ ଯୁକ୍ତ ହେଉ l ସୀତା ଠାକୁରାଣୀ ତଥାସ୍ତୁ ବୋଲି ଆଶିଷ ଦେଲେ ଓ ଏକ ଲୟରେ ଚାହିଁ ରହିଲେ ଓଠଝରା ଶଦ୍ଦ ଲହରୀ କୁ "ମୋତେ ଯିଏ ଖାଦ୍ୟରୁପେ ଗ୍ରହଣ କରିବ, ତାର ଜିଭ କୁଣ୍ଡେଇ ହେବ, କିନ୍ତୁ ଖଟା ରାଗ ମସଲା ଦେଲେ ରୁଚିକର ଓ ଖାଦ୍ୟଯୋଗ୍ୟ ହେଇ ପାରିବ। ଯେମିତି କଥାରେ ଅମୃତ ଝରିବା ପାଇଁ ମିଠା ମିଠା ଭାବ, ଭାଷା ଦରକାର, ସେଇମିତି....l"