ଵୋହୁ ନୁହେଁ ସେ ଝିଅ
ଵୋହୁ ନୁହେଁ ସେ ଝିଅ
ଆଲୋ ନାନୀ ଓଳିଖି ।
ଆଲୋ ରମା କେମିତି ଅଛୁ !
ହଁ ଲୋ ନାନୀ ସେମିତି ।
ତୁ କେମିତି ଅଛୁ ନାନୀ !
ତୁ ତ ମତେ ନିଜେ ଦେଖୁଛୁ ପଚାରୁଛୁ ଆଉ କଣ ? ପାଚିଲାପତର କେତେ ବେଳେ ଝଡିପଡିବି । ଯିବାକୁ ହେଲାଣି ସଜ ତୁଣ୍ଡରେ ରାଧେ ଗୋବିନ୍ଦ ଭଜ!
ଯାହା ହେଉ ନାନୀ କେତେ ବର୍ଷ ପରେ ତୋର ମୋର ଦେଖା ସାକ୍ଷାତ ହୋଇଗଲା । ବୋଧହୁଏ ପାଞ୍ଚ ବର୍ଷ ହେବଣି ନାନୀ ତୋ ସହ ମୋର ଦେଖା ସାକ୍ଷାତ ହୋଇ ନାହିଁ ।
ହଁ ହୋଇଯାଇଥିବ...... । ସମୟ ରହୁଛି କି ଲୋ ! ଆସେ ବସ । ଛିଡା ହୋଇ କଣ କେତେ କଥା ହେଵା ! କାବେରୀର ବାହାଘରଟା ଲାଗି ଯାହାହେଉ ଆମର ଦେଖା ସାକ୍ଷାତ ହୋଇଗଲା । ଭଉଣୀ ଜୋଇଁ ପିଲାମାନେ ସବୁ ଭଲ ଅଛନ୍ତି ତ ରମା !
ଆଉ ତୋ ନାତୁଣୀ କେମିତି ଅଛି କହିଲୁ ।
ହଁ ଭଲ ଅଛି ଭାରି ଗୁଲଗୁଲିଆଟିଏ ହୋଇଛି ।
ତୋ ବୋହୁ ! ଛି ଛି କାଳ ନାଗୁଣୀଟାଲୋ ମୋ ଘରକୁ ଵୋହୁ ହୋଇ ଆସିବାର ଥିଲା । ମୁହଁରେ ଜବାବ ସୁଆଲ ଦେଉଛି । ଯାହା ମୋର ଭାଗ୍ୟ । ତା କଥା କଣ କହିବି ଲୋ ନାନୀ । ଆଜିକାଲିର ବୋହୁ । ଆମେ ଯଦି ନ ସହିଲେ ସହିବ କିଏ ସହିବ । ସିଧା ଯାଇ କୋର୍ଟରେ ହାଜର ହୋଇଯିବ । ଆମକୁ ଜେଲରେ ମାରିବ । ଦୂରୁ ଜୁହାର କରି ରହିଛି । ପୁଅ ତ ତା କଥାରେ ବସଉଠ ହେଉଛି । ଆମେ ଦୁଇଜଣ ବୁଢାବୁଢୀ ପଡିରହିଛୁ । ଗତିମତି ଆଉ କିଛି ନାହିଁ । ଝିଅ ସରୁନଥିଲା ଆମ ଘରକୁ ଆସିଲା । କିଛି ଆଣିଛି ଲୋ ନାନୀ । ଖାଲି ହାତରେ ତା ବୋପା ପଠାଇଛି ଘରକୁ । ଛି ଛି ମୋର ପୋଡା କପାଳ କରିବି କଣ! ପାଠସାଠ ପଢିଛି ଚାକିରି କରିବି କହୁଛି । ସିଏ ଚାକିରିକୁ ଗଲେ ଘର କାମ କିଏ କରିବ! ତାକୁ ରୋକଠୋକ ମନା କରିଦେଇଛି । ତା ପାଠ ସବୁ ଚୁଲିକି ଯାଉ । ନାତୁଣୀ ଜଞ୍ଜାଳ ଲାଗୁଛି ମତେ ।
ସେଥିପାଇଁ ଟିକେ ଝଡିଯାଇଛୁ ରମା ବୋଧହୁଏ । ତୁ ଚୁଟିରେ କଣ ରଙ୍ଗମାରୁନୁ କି ଲୋ ରମା ! ଧୋବ ଫରଫର ଚୁଟି ରଖିଛୁ ।
ବୁଢୀ ହେଲିଣି ଆଉ ଚୁଟିରେ କଣ ରଙ୍ଗ ମାରିବି ନାନୀ । ସମୟ ହେଲେ ତ! ତୋ ଭଉଣୀ ଯୋଇଁର କଥା ବୁଝିବି, ନାତୁଣୀର କଥା ଵୁଝିବି ଘରର ସବୁ ଦାୟିତ୍ୱ ମୋ ଉପରେ ।
ଆଲୋ ରମା ତୁ ଯେତେ ମୁଣ୍ଡେଇବୁ ସବୁ ଦାୟିତ୍ୱ ତୋ ଉପରେ ପଡିବ । କିଛି ଦିନ ରହ ଏଠି ଭଲ ଲାଗିବ । ଶୁଣେ ରମା ତୁ ଏତେ ଦିନକରେ ତୋ ନାନୀ ଘରକୁ ଆସିଛୁ କିଛିଦିନ ରହିଲା ପରେ ଯିବୁ ।
ନାଇଲୋ ନାନୀ ଘରେ ଦୁଇ ଦୁଇଟି ଗାଈ,ଗୋଟିଏ କୁକୁରକୁ ଛାଡି ଆସିଛି ଆଉ ରହିବା କଥା କହନି ଦେଖା ହୋଇଗଲା ବାସ୍ ।
ତୁ ଆଉ ତୋ ନାନୀକୁ କାହିଁକି ପଚାରିବୁ ଯେ.......
ନାଇଲୋ ନାନୀ ଏମିତି କଣ କହୁଛୁ ......ସବୁବେଳେ ତୁ ମନେ ପଡୁଛୁ । ଫୋନରେ ପଦେ କଥାହୋଇଗଲେ ଦେଖିଲାଠୁ ଅଧିକ ଲାଗୁଛି । ସେଥିପାଇଁ ତ ପ୍ରାୟ ସବୁଦିନେ ଫୋନ କରିଥାଉଛି ତୋ ପାଖକୁ । ଆଲୋ ନାନୀ ଇଏ ତୋ ନାତୁଣୀ ଏତେବଡଟିଏ ହୋଇଗଲାଣି ।
ଜୋଇଁ ଓଳିଖି ।
ଆଲୋ ରମା ତୁ କଣ ଏମିତି ଦେଖାଯାଉଛୁ? ତତେ ଜମ୍ମା ଚିହ୍ନି ହେଉନି । ତୁ ପରା ତୋ ନାନୀଠୁ ବୟସରେ କେତେ ଛୋଟ ତୋର କଣ ଦେହପା କଣ ଭଲ ରହୁନି କି! ସବୁ ଠିକଠା
କ ତ! ଆଉ ଆମର ସଢୁ ଭାଇ କାହାନ୍ତି!
ସେ ପରା ଘରେ ଅଛନ୍ତି । ଘର ଜଗାଳି ।
ହଉ ହଉ ତୁମେ ଦୁଇ ଭଉଣୀ କଥାବାର୍ତ୍ତା କର ତେଣେ ମୋର କେତେ କାମ ଅଛି ।
ଆଲୋ ନାନୀ ଇଏ ତୋ ନାତୁଣି ଚୁମୁକି । କେତେ ବଡ ହୋଇଗଲାଣି ।
ହଁ ଛଅ ବର୍ଷ ହୋଇଗଲାଣି ।
ଆସ ଆସ ମୋ ପାଖକୁ ଆସ ମୁଁ ପରା ତୁମର ଜେଜେ ମାଆ । ଆସ ଆସ ।
ଚୁମୁକି ଯାଉନୁ ସେ ଜେଜେ ମାଆ ପାଖକୁ ଯାଆ ତତେ ଗେଲ କରିବେ ମୁଁ ଯେମିତି ତୋର ଜେଜେ ମାଆ ସିଏ ବି ଜଣେ ।
ଆଉ ଅଭି କୁଆଡେ ଗଲାକି ନାନୀ ?
ବ୍ୟସ୍ତତାରେ ଥିବ ।
ଆଉ ଆମ ବୋହୁ ମାମିନୀ!
ମୁଁ ଓଳିଖି ହଉଚି ମାଉସୀ
ହଁ ଲୋ ମା ଅଇସୁଲକ୍ଷଣୀ ହୋଇଥା । ତୋର ହାତ କାଚ ବଜ୍ର ହେଉ ।
ଆଲୋ ନାନୀ ତୋ ବହୁର କେଡେ ଉଗ୍ର ଆଧୁନିକତା ମୁଣ୍ଡରେ ଓଢଣା ନାହିଁ । ଜିନସ୍ ପିନ୍ଧି ବୁଲୁଛି । ତୁ ତାକୁ କେମିତି କିଛି କହୁନୁ! ବଡ ମାନେ ପରା ଆମେ ସବୁ ଅଛୁ । ସଂସ୍କାର କଣ ତାକୁ ଜଣାନାହିଁ? ହେ ଭଗବାନ ଯାହା ହେଉଛି ସେ ଫଡଫଡ ।
ତାର ଶ୍ୱଶୁର ପରା ପାଖରେ ଅଛନ୍ତି । ମଉଳାଶୁର, ଦେଢଶୁର ପାଖରେ ଅଛନ୍ତି କିଛି ସଙ୍କୋଚ ନାହିଁ ଏତେ କଣ ଫ୍ରି ଛାଡିଦେଉଛୁ ତାକୁ ।
ଦେଖିଲୁ ତ ଏବେ ତୁ ଖାଲି ତୋ ବୋହୁ ନାଆରେ ଇଆଡୁ ସିଆଡୁ କହୁଥିଲୁ ଏବେ ମୋ ବୋହୁକୁ ଦେଖିଲୁ ତ । ଯଦି ଆମେ ତାକୁ ଝିଅ ଭଳି ବ୍ୟବହାର କରିବା ସିଏ ଆମକୁ ମାଆ ଭଳି ବ୍ୟବହାର କରିବ । ଯଦି କଥା କଥାରେ ଆମେ ତାର ଦୋଷ ଦୁର୍ବଳତା ବାହାର କରିବା ସିଏ ଆମ ଉପରେ ଯବାବ ସୁଆଲ ଦେବ । ତେଣୁ ଆମକୁ ହିଁ ଏଥିପାଇଁ ଆଡଜେଷ୍ଟ ହେବାକୁ ପଡିବ । ଆମମାନଙ୍କଠୁ ହିଁ ସେ ସବୁ ଶିଖିବ । ତେଣୁ ବୋହୁକୁ ଝିଅ ଭଳି ଦେଖିବା ନିହାତି ଆବଶ୍ୟକ । ପୋଷାକ ପତ୍ରରୁ କଣ ଯାଏ ଆସେ ତା ଭିତର ଗୁଣଟି ଭଲ ରହିବା ଦରକାର । ଗୋଟେ ମାଆ ହିସାବରେ ଆମେ ଯଦି ତାକୁ ଭଲ ବ୍ୟବହାର କରିବା ସିଏ ଆମକୁ ଶାଶୁ ହିସାବରେ ଆମକୁ ଭାରି ସମ୍ମାନ ଦେବ । ଭାବିବ ସିଏ ଖାଲି ଶାଶୁ ନୁହଁ ମୋର ମାଆ ବି ।
ସିଏ ଖାଲି ଏ ଘରର ବୋହୁ ନୁହେଁ ଝିଅଟିଏ ମଧ୍ୟ ।
ଏମିତି କଣ କହୁଛୁ ଲୋ ନାନୀ ବୋହୁ କେବେ ଝିଅ ହେଲାଣି! ତୋର ବୁଦ୍ଧି ସୁଦ୍ଧି ବୋଧହୁଏ ନାହିଁ । ବୋହୁକୁ ବୋହୂ ଭଳି ରଖେ ।
ଘର କୋଣରେ ଆବଦ୍ଧ ହୋଇ ରହିବାର ବେଳ ଚାଲିଗଲାଣି ଲୋ ରମା । । ମୋ ଵୋହୁ ଗୋଟେ ଆଈ. ଟି କମ୍ପାନୀରେ ଚାକିରି କରୁଛି । ବୋହୁ ନୁହେଁ ସେ ଘରର ଲକ୍ଷ୍ମୀ । ବୋହୂ ଆଉ ଝିଅ ଭିତରେ ଫରକ କଣ! ଫରକ ହିଁ ଆମେ ମାନେ ସୃଷ୍ଟି କରୁଛେ । ଆମେ ହିଁ ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖୁଛେ ।
ଖାଲି ତୋ ଘର ଆଉ ମୋ ଘର ଭିତରେ ଏ କାହାଣୀ ନୁହଁ । ପ୍ରତି ଘରଘର ଭିତରେ ଏ କାହାଣୀ । ଆମେ ବୋହୁରୁ ଶାଶୁ ହୋଇଛେ । ସବୁ ଜାଣିଛେ । ଆହୁ କହି ଲାଭ କଣ ?
ହଁ ଲୋ ନାନୀ ତୁ ଠିକ୍ କଥା କହିଲୁ । ମୁଁ ଯାଏ ମୋ ବୋହୁକୁ ଟିକେ ଫୋନ କରିଦିଏ ଏକୁଟିଆ କଣ କରୁଥିବ ଖାଇଲାଣି କି ନାହିଁ ! ତା ଶଶୁର କଣ କରୁଛନ୍ତି ।