STORYMIRROR

Trushna Das

Drama Tragedy Inspirational

3  

Trushna Das

Drama Tragedy Inspirational

ନୟନା

ନୟନା

2 mins
72

ଅନ୍ଧାର ରାତିରେ ରୁଣୁଝୁଣୁ ସ୍ୱରରେ ନୟନା ଅସହାୟ ନରୀଟିଏ । ଆଗକୁ ବଢି ଚାଲିଛି କାନ୍ଦି କାନ୍ଦି ଭାବି ଭାବି ଅତୀତ ସ୍ମୃତି । ଥିଲା ସେ କୃତି ଛାତ୍ରୀ ପାଇଥିଲା ସେ ମେଧାବୀ ବୃତ୍ତି।


ଇଛା ଥିଲା ପାଠ ପଢି , ଚାକିରି କରି କରିବ ସେବା ସମାଜର । ହେଲେ ଅଲଗା ଖେଳ ଭାଗ୍ୟର ବାପାମାଆ ଭାଇ ମିଶିକରି ନୟନାର କରିଦେଲେ ବାହାଘର ।


ନୟନା ମଧ୍ୟ ତା' ଶାଶୁଘରେ ସ୍ୱାମୀ ସହ ବେଶ ଖୁସିରେ ଥାଏ। କିନ୍ତୁ ଭାଗ୍ୟରେ ଥିଲା ବିଡମ୍ବନା ବାହାଘର ତିନି ମାସ ନ ପୁରୁଣୁ ନୟନାର ସ୍ୱାମୀ ଏବଂ ବାପାମାଆ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କଲେ। ନୟନା ଦୁଃଖରେ ମର୍ମାହତ ହୋଇ ଯାଇଥିବା ବେଳେ ତା' ଶାଶୁଘର ଲୋକମାନେ ତାକୁ ଅଲକ୍ଷଣୀ, ଡାହାଣୀ କହି ଘରୁ ବାହାର କରିଦେଲେ। ଭାଈ ଭାଉଜ ମଧ୍ୟ ବାପଘରୁ ବାହାର କରିଦେଲେ। 


ବିଚାରି ନୟନା ଏବେ ଏତେ ରାତିରେ ଯିବ କୁଆଡ଼େ । ଯାହାର ଇଚ୍ଛା ଥିଲା ସମାଜ ସେବାର ଏବେ ସେ ନିଃସହାୟ ଯାଯାବର ଯିବ କୁଆଡ଼େ? 


ଠିକ ଏତିକି ବେଳେ ଆଶାର ଆଲୋକ ହୋଇ ତା ଜୀବନରେ ଆସିଥିଲେ ଦେବ ବାବୁ । ନାମ ଯେମିତି କାମ ସେମିତି ଦେବ ତୁଲ୍ୟ ସେ । ସେ ମଧ୍ୟ ଥିଲେ ଜଣେ ସମାଜସେବୀ। ସେ ନୟନାକୁ ନିଜ ଅନାଥ ଆଶ୍ରମରେ ରଖି ପଢାଇଲେ।


ନୟନା ମଧ୍ୟ ଆଗ୍ରହ ସହ ପଢି ନିଜ ସପନ ଆଡକୁ ବଢିଲା ଆଉ ଆଶ୍ରମରେ ଥିବା ଅସହାୟଙ୍କ ସେବା କଲା।ନିଜ ଅତୀତକୁ ଭୁଲି ଆଗକୁ ସେ ବଢିଛି । ଇତି ମଧ୍ୟରେ ଦେବ ବାବୁ ଆଉ ନୟନା ମଧ୍ୟରେ ମଧୁର ପବିତ୍ର ଭଲ ପାଇବା ସମ୍ପର୍କ ସୃଷ୍ଟି ହୋଇଛି , କିନ୍ତୁ କେହି କାହାକୁ କହିପାରିନାହାନ୍ତି। 


ଦୁଇ ବର୍ଷ ଏମିତି କଟିଲା ପରେ ନୟନାର ପରିଶ୍ରମ ଫଳ ଆସିଛି ସେ ବିଡିଓ ଭାବେ ନିଜ ବ୍ଳକରେ ନିୟୋଜିତ ହୋଇଛି। 


ଏବେ ତା ଶାଶୁଘର ଲୋକମାନଙ୍କୁ ଆଉ ଭାଈଭାଉଜଙ୍କୁ ନୟନା କଥା ମନେ ପଡିଛି ସବୁ ଆସିଛନ୍ତି ତାକୁ ନେବାକୁ। 


ଦେବ ବାବୁ, ନୟନାକୁ ଅଟକାଇବାକୁ ଚାହିଁ ମଧ୍ୟ କିଛି ନ କହି ଛିଡ଼ା ହୋଇଛନ୍ତି। କିନ୍ତୁ ନୟନା, ଦେବ ବାବୁଙ୍କ ମନ କଥା ଜାଣି ଥିଲା। ସେ ନେବାକୁ ଆସି ଥିବା ସମସ୍ତଙ୍କୁ କହିଲା ସେଦିନ ମୁଁ ଥିଲି ଆପଣଙ୍କ ଘର ପାଇଁ ଅଲକ୍ଷଣୀ, ଡାହାଣୀ ଆଜି ଚାକରୀ ମିଳିବାରୁ ଆପଣଙ୍କ ଘରର ମୁଁ ଲକ୍ଷ୍ମୀ ହୋଇଗଲି!!!! 


ମୁଁ ତାଙ୍କ ଘରର ଲକ୍ଷ୍ମୀ ହେବି ଯାହା ପାଇଁ ମୁଁ ଆଜି ଏ ଜାଗାରେ ପହଂଚିଛି।


 ନୟନା ଆଉ ଦେବ ବାବୁ ସମସ୍ତଙ୍କ ସାମ୍ନାରେ ବିବାହ କଲେ। ଦୁଇ ଜଣ ମିଶି କରି ନିଜ ନିଜର ଚାକିରୀ ସହ ସମାଜ ସେବା କରି ଖୁସିରେ ଘର ସଂସାର କଲେ।


Rate this content
Log in

Similar oriya story from Drama