Archana Sahoo

Tragedy Fantasy Inspirational

4.5  

Archana Sahoo

Tragedy Fantasy Inspirational

ନୂଆ ଜୋତା

ନୂଆ ଜୋତା

5 mins
328


(କୋହ ଗୋଟେ ଝିଅ ର)

ଇତି ଖୁସି ରେ କୁରୁଳି ଉଠି କହି ପକେଇଲା :-ଏ ସାନ ମାଆ ! ଏହା କ'ଣ ତୁମର ନୂଆ ଜୋତା କି ? ଭାରି ଭଲ ଲାଗୁଛି । କେତେ ଟଙ୍କା ପଡିଲା କି ? 

ଗୋଟିଏ ଶକ୍ତ ଚାପୁଡ଼ା ରେ ଇତି ର ସେ ହିଲ୍ ଉପରୁ ଧ୍ୟାନ ଭାଙ୍ଗିଗଲା । ଥଙ୍ଗ ମଙ୍ଗ ହେଇ କହିଲା , ସାନ ମାଆ ! ମୋର ଭୁଲ୍ ହେଇଯାଇଛି । 

ସାନ ମାଆ ରାଗିକି କହିଲେ,"ତତେ କେତେ ଥର କହିଲିଣି ସେ ସବୁ ରେ ହାତ ମାରେନା ବୋଲି । " 

   ଏମିତି ଅତୀତ କୁ ଭାବି ଭାବି ଇତି ଦୁଇ ଟୋପା ଲୁହ ଗଡଉଥିଲା । ଆଉ ଭାବୁଥିଲା ସେଇ ବିଗତ ଦିନ ମାନଙ୍କର କଥା ସବୁକୁ । ଦିନ ଥିଲା ତା' ପାଖରେ ଗୋଟେ ଚପଲ ବି ନଥିଲା । ଆଉ ଏ ନୂଆ ଜୋତା(ହାଇ ହିଲ୍) ଆସିବ କୋଉଠୁ ? 

  ଯେବେ ତା' ମାଆ ଆଉ ବାପା ଅଲଗା ହେଇଗଲେ । ସେବେ ଠୁ ସେ ତ ଅନାଥ । ମାଆ ଆଉ ଗୋଟେ ନୂଆ ବାପା ଙ୍କ ସହ ଚାଲିଗଲେ । ଆଉ ବାପା ନୂଆ ମାମା ଙ୍କ ସହ । ମଝିରେ ଇତି ହିଁ ବଳି ପଡ଼ିଗଲା। କୁନି ଝିଅ ଇତି ବା ଦୋଷ କ'ଣ ? 

    ପରେ ଇତିକୁ ତା'ର ସାନ ମାଆ ଆପଣେଇ ନେଲେ ନିଜ କୋଳ କୁ । ହେଲେ ପ୍ରତି କଥା ରେ ଗାଳି ଆଉ ମାଡ଼ । କୌଣସି ଜିନିଷ ରେ ହାତ ମାରିଲେ ସାନ ମାଆ ବହୁତ ଗାଳି କରନ୍ତି ବେଳେବେଳେ ବହୁତ ମାଡ଼ ବି ମାରନ୍ତି । ଇତି ତାଙ୍କର ଶାସନ କୁ ନିରବ ରେ ସହି ଯାଏ । ଯାହା ହେଲେ ବି ସେ ତ ସାନ ମାଆ । ସତ କଥା ତାଙ୍କ ହିଲ୍ ରେ ହାତ ମାରିବା ଭୁଲ୍ କଥା । ଭାରି ଦାମୀକିଆ ହେଇଥିବ ବୋଧେ । ଏସବୁ ଭାବି ଇତି କିଛି କୁହେନି କାହାକୁ । ହେଲେ ମନେ ମନେ ନିଜକୁ ଖୁବ୍ ଏକୁଟିଆ ଅନୁଭବ କରେ । 

    ଏଇ ସମୟରେ ଅମିତ୍(ଇତିଙ୍କ ସ୍ୱାମୀ) ଇତିର କାନ୍ଧରେ ହାତ ପକେଇ କହିଲେ, ଆରେ ଇତି ! ଏତେ କଣ ଭାବୁଛ ଯେ ? ଚାଲନା ମତେ ଟିକେ ଖାଇବାକୁ ଦେବ । ଇତି ହଁ କହି ଉଠି ଗଲା ରୋଷେଇ ଘରକୁ । ଡାଇନିଂ ଟେବୁଲ ରେ ଖାଇବା ବଢ଼ିଦେଇ ଇତି କହିଲା ,ଅମିତ୍ ! ମୁଁ କଣ କହୁଥିଲି କି

ଅମିତ ଖାଇବା ପାଟିରେ ପୁରେଇ କହିଲେ,ଉଁ ..କ'ଣ କହିବ ? କୁହ ରହିଗଲ କାହିଁକି ? 

ଇତି ଥଙ୍ଗ ମଙ୍ଗ ହେଇ କହିଲା, ଟିକେ ସାନ ମାଆ କୁ ଦେଖିବାକୁ ଗଲେ କେମିତି ହୁଅନ୍ତା ? 

ଅମିତ୍ ନିଜ ଖାଇବା ଥାଳି ରୁ ମୁହଁ ଉଠେଇ ଆଶ୍ଚର୍ଯ୍ୟ ର ସହ କହିଲେ, ତମେ ପୁଣି ସେଇ ଜାଗା କୁ ଯିବାକୁ ଚାହୁଁଛ ? ଯେଉଁଠି ଦିନେ ତୁମର ନର୍କ ଥିଲା । 

ଇତି ଗୋଟିଏ ଦୀର୍ଘ ଶ୍ଵାସ ନେଇ କହିଲା, ଯେତେ ଯାହା ହେଲେ ବି ସେ ମୋ ସାନ ମାଆ । ତାଙ୍କୁ ଟିକେ ଦେଖିବାକୁ ମୋର ଭାରି ଇଚ୍ଛା ହେଉଛି । ତମେ ଯାହା କୁହ । ମୁଁ ଟିକେ ଯିବି ତାଙ୍କୁ ଦେଖା କରିବାକୁ । 

ଅମିତ୍ ମୁହଁ ଟାକୁ ଟିକେ ଆମ୍ବିଳା କରି କହିଲେ, ଇତି ତମର ବୋଧେ ସେଇ ବର୍ଷା ରାତି କଥା ମନେ ନାହିଁ । 

ଇତି ଅତି ସ୍ୱାଭାବିକ ଭାବରେ କହିଲା,ହଁ ବାବା ମୋର ସବୁ କଥା ମନେ ଅଛି । ତଥାପି ମୋର ସାନ ମାଆ କୁ ଦେଖିବାକୁ ଭର ଇଚ୍ଛା ହେଉଛି । ୟା ଭିତରେ ଦଶ ବର୍ଷ ବିତି ଗଲାଣି । ସେ ଏବେ କେମିତି ଥିବେ ? କ'ଣ କରୁଥିବେ ? କେଜାଣି ?


ବର୍ଷା ଅଳ୍ପ ଅଳ୍ପ ପକଉଛି । ଇତି ବାହାରିଗଲା ତା' ସାନ ମାଆ ଙ୍କୁ ଦେଖା କରିବା ପାଇଁ । ଅମିତ୍ ଆଉ କ'ଣ ବା କରିବେ ? ବାଧ୍ୟ ହେଇ ଇତି ଙ୍କୁ କାର୍ ରେ ବସେଇ ଚାଲିଲେ କଟକ ର ଅଭିମୁଖେ । ବାଟରେ ଦୁହେଁ କଥା ହେଉଥିଲେ । ହେଇ ଦେଖ ଅମିତ୍ ମୋ ଚିହ୍ନା ପରିଚିତ ରାସ୍ତା ଆସିଗଲା । ହେଇ ଦେଖ ସେଇ ଦୋକାନ ରୁ ସଉଦା ନେଲାବେଳେ ,ମୁଁ ସବୁବେଳେ ଚକଲେଟ ଖାଉଥିଲି । ଆଉ ସାନ ମାଆ ମତେ ଗାଳି ଦେଉଥିଲେ । ହେଇ ଦେଖ ସେ ମୋ ସ୍କୁଲ । ତା' ଆଗକୁ ମୁଁ ଆଉ ଯାଇନି । 

  ଅମିତ୍ କହିଲେ , ବାପ୍ ରେ ! ଖାଲି ବିଦ୍ୟାଳୟ ପାଠ ପଢି ତମେ ଗୋଟେ ବଡ ଜୋତା କାରଖାନା କରିଛ । ଆଉ ଯଦି ଆଗକୁ ପଢ଼ିଥାନ୍ତ ତେବେ ? ଦୁହେଁ ହସି ପକେଇଲେ ଏକା ଥରକେ

   କାର୍ ଟି କଟକ ର ଗଳି ଭିତରେ ପଶି ଗୋଟେ ଘର ସାମ୍ନା ରେ ରହିଲା । ଇତି କାର୍ ର ଡୋର୍ ଖୋଲି ବାହାରକୁ ପାଦ କାଢ଼ିଲା । ସେ ବାହାରିବା ଆଗରୁ ତା' ପାଦ ର ହାଇ ହିଲ୍ ପ୍ରଥମେ ବାହାରି ରାସ୍ତା ଉପରେ ପଡ଼ିଲା । ଅମିତ୍ କାର୍ କୁ ପାର୍କିଂ କରି । ଇତି ସହ ସେ ଘର ଭିତରକୁ ପଶିଲେ । ଘର ଟି ବେଶ୍ ବଡ଼ ହେଇଥିଲେ ମଧ୍ୟ ଆଜି ପୁରା ଶୁନ୍ ଶାନ୍ ଲାଗୁଥିଲା । ଇତି ଧୀରେ ଧୀରେ ଡାକିବାକୁ ଲାଗିଲା, ସାନ ମାଆ ! ସାନ ମାଆ ! 

   ଘର ଭିତରୁ ପାଟି ଶୁଣା ଗଲା । ଇତି ମାଆ ମୋର ଆଃ ମୋ ପାଖକୁ ଆଃ

ଇତି ଧୀରେ ଧୀରେ ତା' ସାନମାଆ ଙ୍କ ପାଖକୁ ଗଲା । ସାଙ୍ଗରେ ଅମିତ୍ ବି ଥାଆନ୍ତି । ଇତି ଙ୍କ ସାନ ମାଆ ଇତି କୁ ଦେଖି ଖୁସି ରେ ଫାଟି ପଡିଲେ । ମୁଣ୍ଡ ଆଉଁସି ଦେଇ କହିଲେ, ସେ ଦିନ ବର୍ଷା ରାତିରେ ସାମାନ୍ୟ ଜୋତା ପାଇଁ ତତେ ମାଡ଼ ମାରି ଘରୁ ବାହାର କରିଦେବା ମୋର ସବୁଠୁ ବଡ ଭୁଲ୍ ଥିଲା ରେ ମାଆ । ମତେ ତୁ କ୍ଷମା କରି ଦେ ରେ ମାଆ । ମୁଁ ଜାଣିନଥିଲି ତୁ ସତରେ ଘର ଛାଡ଼ି ଚାଲିଯିବୁ ବୋଲି । ସେଇ ଦିନ ଠାରୁ ମୁଁ ଏକା। ମୋ ପାଖରେ ତମେ ଦୁହେଁ କିଛି ଦିନ ରହିଲେ ହୁଅନ୍ତାନି । ବେଶୀ ନାହିଁ ମ । ମାତ୍ର ଗୋଟିଏ ମାସ ରହିଯାଅ ଭଲା

    ଇତି କହିଲା, ହଁ ସାନ ମାଆ ! ମୁଁ ରହିବି ତମ ପାଖରେ । ମୁଁ ତ ରହିବାକୁ ହିଁ ଆସିଛି ଏଠିକୁ । ଆଉ ତମର କିଛି ଭୁଲ୍ ନାହିଁ । ସବୁ ଦୋଷ ମୋର । ସେଦିନ ଯଦି ମୁଁ ତମ କଥା ମାନି ସେ ଜୋତା ରେ ହାତ ମାରି ନଥାନ୍ତି ତେବେ ଏତେ କଥା ହେଇ ନଥାନ୍ତା । ଅମିତ୍ ହସି ଦେଇ କହିଲେ, ହଁ ମୁଁ ବି ମୋ ମାଲିକାଣି ପାଖରେ ସବୁଦିନ ପାଇଁ ରହିଥାନ୍ତି । 

   ଇତିର ସାନ ମାଆ ମୁହଁ ରେ ଖୁସିର ଜୁଆର ଆଣି କହିଲେ , ତା' ମାନେ ତୁ ସେଇ ଅମିତ୍ । ଯିଏ ମୋ ଘରେ ଥିଲା । ଅମିତ୍ ହସି ଦେଇ କହିଲେ, ହଁ ମାଲିକାଣି ମୁଁ ସେଇ ଅମିତ୍ । ଯିଏ ତମ ଘରେ କାମ କରି ପାଠ ପଢୁଥିଲା । 

   ତେବେ ତମେ ଦୁହେଁ ଆଉ ମୋ ପାଖରୁ ଯାଅନି କୁଆଡେ

ଦୁହେଁ ହସି ହସି କହିଲେ , ନା ନା ଆମେ କୁଆଡେ ଯିବୁନି ତୁମକୁ ଛାଡି

ମୋ ସୁନା ପୁଅ  ଏବେ ମୋ ଘର ପୁରା ପୁରା ଲାଗିବ ରେ ଆହାଃ ଆଜି କି ଶାନ୍ତି ଲାଗୁଛି ମୋ ଘର

    ଇତି ତା' ସାନ ମାଆ କୁ ଖୁଆଇ ଦେଉ ଦେଉ କହିଲା, ସାନ ମାଆ ଚାଲନା ତମେ ମୋ ଘରେ ରହିବ । ମୁଁ ଏବେ କଲିକତା ରେ ରହୁଛି । ଆମେ ସାଙ୍ଗ ହେଇ ସେଇଠି ରହିବା। ସେଠି ଆମର ଜୋତା କାରଖାନା ଅଛି । 

ସାନ ମାଆ ମୁହଁ ରେ ଏକ ବିଚିତ୍ର ଭାବ ଫୁଟେଇ କହିଲେ, ହଁ ରେ ମାଆ ମୁଁ ଯାଇଥାନ୍ତି ଯଦି ମୋର ଆୟୁଷ ଥାଆନ୍ତା । 

ଇତି ଆଉ ଅମିତ୍ ଦୁହେଁ ଅଜବ ଭାବରେ କିଛି ନବୁଝିଲା ପରି ଏପଟ ସେପଟ ଚାହିଁ କହିଲେ, ସାନ ମାଆ ! ତମେ ଏମିତି କ'ଣ କହୁଛ ? 

ସାନ ମାଆ ଟିକେ ହସି ଦେଇ କହିଲେ , ହଁ ଆଉ ଦୁଇ ମାସ ମୋର ଆୟୁଷ । ମୋ ପାଖରେ ଦୁହେଁ ରୁହ । ଆଉ ମାତ୍ର ଅଳ୍ପ ଦିନ ର କଥା ଖୁସି ମୋ ପାଖକୁ ଶେଷ ସମୟରେ ଆସିଲା କଣ କରିବି ମୋ ଭାଗ୍ୟ ରେ ସୁଖ ଲେଖା ଥିଲା । ହେଲେ ମୁଁ ନିଜେ ତ ତାକୁ ଦୂରକୁ ଠେଲି ଦେଲି । ଏବେ କହିଲେ ,କ'ଣ ହେବ ? 

  ଇତି କାନ୍ଦି ପକେଇଲା ସାନ ମାଆ ର କଥା ଶୁଣି


ଚାହୁଁ ଚାହୁଁ ସମୟ ବିତିଗଲା । ଦିନେ ସଞ୍ଜ ବେଳେ ଇତି ସେଇ ନୂଆ ଜୋତା (ହାଇ ହିଲ୍ ) କୁ ଜାବୁଡି ଧରି ବସିଥିଲା । ଅମିତ୍ ଆସି କହିଲେ, ଇତି ଏବେ ଚାଲ ଘରକୁ ଯିବା । ଯାହା ପାଇଁ ତ ଆସିଥିଲେ, ସେ ତ ଆଉ ନାହାନ୍ତି । ଏଠି ରହିଲେ କିଛି ଲାଭ ହେବନି । ଇତି କାନ୍ଦ କାନ୍ଦ ହେଇ ସେ ଘର ଛାଡିଲା । ଆଉ ଯିବା ବେଳେ ତା' ସାନ ମାଆ ଙ୍କ ର ହାଇ ହିଲ୍ ବି ସାଙ୍ଗରେ ନେଇ ଗଲା । ସେଥିରୁ ରଙ୍ଗ ଛାଡି ଯାଇଛି , ଠାଏ ଠାଏ ଚମଡା ବି ତା'ର ଆଉ ନାହିଁ । ହେଲେ ସାନ ମାଆ ର ବାସ୍ନା ତ ଅଛି । ସ୍ନେହ ଅପେକ୍ଷା ଶାସନ ଅଧିକା ହେଇ ଯାଇଥିଲା । ହେଲେ ରକ୍ତ ର ବନ୍ଧନ କଟିବ କିପରି ? ଶେଷ ସ୍ନେହ ଟିକକ ବି ତ ଥିଲା , କ୍ୟାନ୍ସର ପିଡିତା ସାନ ମାଆ ର ସେଇ ଶେଷ ମୂହୁର୍ତ୍ତରେ

    ଏ ସବୁ ଭାବନା ଭିତରେ ଅମିତ୍ ଇତି ଙ୍କୁ ହଲେଇ ଦେଇ କହିଲେ, ଇତି ! କ'ଣ ଭାବୁଛ ? ଆସ ଘର ଭିତରକୁ ଯିବା ।


Rate this content
Log in

Similar oriya story from Tragedy