STORYMIRROR

Akshayakumar Dash

Inspirational

4  

Akshayakumar Dash

Inspirational

ନଟିଆର ଖଟି

ନଟିଆର ଖଟି

2 mins
636

ନଟିଆର ବୟସ ବାର ।କିନ୍ତୁ ବୟସ୍କ ବ୍ୟକ୍ତିମାନଙ୍କ ସହିତ ସାଙ୍ଗ ହୁଏ ।ତାର କଥାବାର୍ତ୍ତା ଲୋକମାନେ ପସନ୍ଦକରନ୍ତି ।ବେଳେବେଳେ ବି ନିଜ ସାଙ୍ଗ ସାଥି ମାନେ ନଟିଆକୁ ଚିଡ଼େଇ ଦିଅନ୍ତି କେବଳ ବଡ଼ଲୋକଙ୍କ ସହିତ ମିଶୁଥିବାରୁ ।କିଏ କିଏ ତାକୁ ବୁଢା ବୋଲି ଡାକନ୍ତି ।ହେଲେ ତାକୁ ସବୁକାମରେ ଲୋଡନ୍ତି,ସାଙ୍ଗମାନେ ଖେଳିବା,ବୁଲିବା, ବିଧାଳୟକକୁ ଯିବା ଆଦି ନଟିଆର ଉପସ୍ଥିତ ଚାହାନ୍ତି ।କାରଣ ନଟିଆର ଉପସ୍ଥିତ ବୁଦ୍ଧି ସମସ୍ତଙ୍କୁ ଭରଷା ଦିଏ ।ସାଙ୍ଗମାନଙ୍କ ବିପଦ ଆପଦରେ ନଟିଆ ସହଯୋଗ କରେ । ବିଡ଼ ନଟିଆ କୌଣସି ଦିନ ନଗଲେ ସାଙ୍ଗମାନଙ୍କ ଭିତରେ ଭାଲେନି ପଡେ ।ନଟିଆ ଘରକୁ ଯାଇ ପଚାରି ଆସନ୍ତି ।ନଟିଆର ମା ବେଳେ ବେଳେ ତାକୁ କାମରେ ଲଗେଇଦିଅନ୍ତି । ମା କଥା ନଶୁଣି ନଟିଆ ଯିବା ପିଲା ନୁହେଁ । ମା ଦେହ ଖରାପ ଥିଲେ ଡାକ୍ତରଙ୍କୁ ଦେଖାଇ ଔଷଧ ଦେବା ,ମା ପାଇଁ ପଥୀ ଦେବାସହିତ ଗୋଡ଼ରେ ତୈଳଲଗେଇ ଦିଏ ।ବାପା ତାର ଆରପାରି କୁ ଚାଲିଯାଇଛି । ନଟିଆର ହେଜ ନାହିଁ । ନଈବଢିରେ ପାଣିରେ ବୁଡିମଲା ବୋଲି ଲୋକେ କୁହନ୍ତି । ବାପର ମଲାକଥା ମା ପାଖରୁ ଶୁଣିନାହିଁ । ମା ତାର କୁହନ୍ତି ,ତା ବାପା କୁଆଡେ ଗାଁରେ ନିଶାପ କରେ। ଗାଁ ଲୋକଙ୍କ ଦୁଃଖ ସୁଖରେ ଥାଏ । କେବେ କାହାସହିତ ତାର ଶତ୍ରୁତା ନଥିଲା । ଅନ୍ତଦାଦା କୁହନ୍ତି, "ତୋ ବାପା ଡ଼ଙ୍ଗାରେ ଖସିପଡି ପାଣିରେ ବୁଡିଯାଉଥିବା ଲୋକଟିକୁ ଉଦ୍ଧାରକରିବାକୁ ଯାଇ ନିଜେ ପାଣିରେ ବୁଡିମଲା" । ଅନ୍ତ ଦାଦା ଯେକି ସେଇଗ୍ରାମର ଲୋକ । ନଟିଆ ସହିତ ମିଶନ୍ତି,ଭଲ ମନ୍ଦ ବୁଝନ୍ତି । ବେଳେ ବେଳେ ନଟିଆକୁ ତାଙ୍କଘରକୁ ଡାକି ପିଠା ଖାଇବାକୁ ଦିଅନ୍ତି ।ଅନ୍ତ ଦାଦା ଖୁଡୀ ବୋଲି ନଟିଆ ଅନ୍ତର ପତ୍ନୀକୁ ଡାକେ ।ସେ ମଧ୍ୟ ନଟିଆକୁ ଭଲ ପାଆନ୍ତି ।


ଦିନେ ତାର ସାଙ୍ଗ ମାନଙ୍କ ସହିତ ମେଳାକୁ ବାହାରିଲା । ମାକୁ କହିଲା,ମା ଦଶଟଙ୍କା ଖଣ୍ଡେନୋଟ ଧରେଇ ଦେଇ ବେଗିବେଗି ଫେରିଆସିବୁ କହିଲେ । ମେଳାରେ ପହଁଚି ସାଙ୍ଗମାନେ କେତେକଣ କିଣି ଖାଇଲେ ।କିଏ ଜଲିପି,ଲଡୁ ତ କିଏ ଚରିକିଦୋଳିରେ ବସି ଘୁରିଲେ । କିଏକିଏ ମିଶି ଜୁଆଖେଳି ସବୁ ଟଙ୍କା ହରେଇଲେ ।ନଟିଆ କିନ୍ତୁ ବଦଖର୍ଚ୍ଚ ନକରି ପହଁରା ଟିଏ କିଣିଲା । ସାଙ୍ଗମନେ ଦେଖି ହସିଲେ । କହିଲେ କଣ ଝାଡୁମାରିବୁ, ହାଡ଼ିହେବୁ । ନଟିଆ କିନ୍ତୁ ଚୁପରହିଲା ।କାହାକୁ କିଛି ନକହି ମନେ ମନେ ମାକଥା ମନେ ପକାଇ ଝାଡୁଟି ଧରି ବିରଦର୍ପରେ ପାଦଆଗକୁ ପକାଇ ଚାଲିଲା । ବାଟରେ କଦଳି ଖାଇ କିଛିଲୋକ ଚୋପା ରାସ୍ତାରେ ପକାଇ ପଳେଇଲେ ।ନଟିଆ ନିଜ ପହଁରାରେ ଖରକି ରାସ୍ତା ପରିଷ୍କାର କରିଦେଲା ।ବାଟରେ ଯାଉଥିବା ଅନ୍ୟ ଯାତ୍ରୀମାନେ ନଟିଆକୁ ପ୍ରଶଂସା କଲେ । ତାର ସାଙ୍ଗମାନେ ନଟିଆର ପ୍ରଶଂସା ଶୁଣି ବୁଝିଗଲେ ଯେ ଝାଡୁଟିକୁ କିଣି ନଟିଆ ଭଲକାର୍ଯ୍ୟ କରିଛି । ନିଜ ନିଜ ଭୁଲପାଇଁ ଅନୁତାପ କଲେ ।

ନଟିଆ ଘରେ ପହଁଚିଲା । ତାର ମା ଙ୍କୁ କିଣିଆଣିଥିବା ଝାଡୁ ଟି ଦେଲା । ମା ଙ୍କୁ କହିଲା ତୁମେ ,ଦାଣ୍ଡ ଦୁଆର ଖରକିବା ପହଁରାଟି ଘୋରିହୋଇ ମୁଣ୍ଡାହେଲାଣି ।

ତୁମପାଇଁ କିଣିଆଣିଲି । ଖୁସିରେ ମାଆ ଙ୍କଆଖିରୁ ଦିଟୋପା ଲୁହ ଗଡିଗଲା ।ତେବେ ମାତାର କହିଲେ ତତେ ତୋ ସାଙ୍ଗଙ୍କ ସାଥିରେ ମିଶି କିଣି ଖାଇବାକୁ ଦେଇଥିଲି । ନଟିଆ କହିଲା , ତୁମ ପାଇଁ କିଣିଆଣିଥିବା ପହଁରାଟି ମୋ ପେଟ ଭରିଦେଇଛି ମାଆ ।ପୁଅର ବିବେକ ମାଆ ମନେମନେ ପ୍ରଶଂସା କଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational