STORYMIRROR

sumita behera

Inspirational

4  

sumita behera

Inspirational

ନଟ ****

ନଟ ****

3 mins
194


         

   ଆଣିବ ଟି ପାଞ୍ଚଣଟା।ଏ ବଗୁଲିଆ ଟୋକାର ପିଠି ଫଟାଏ। ଗୁରୁଜୀ ଯେମିତି ଚିଲେଇଛନ୍ତି, ନଟ ଗୋଟେ ଡିଆଁ ମାରି ଶ୍ରେଣୀରୁ ବାହାରକୁ ଦୌଡ଼ିଲା। ତା' ପଛେ ପଛେ ଗୁରୁଜୀ। ନଟକୁ ଧରିବା କଣ ଏତେ ସହଜ କି? କୋଉ ଫାଙ୍କରେ କୁଆଡେ ଯେ ଛୁ ମାରିଲା,ଯେମିତି ଧୂଆଁ ହେଇଗଲା ତ ଆଉ! ଆଜି ତାକୁ ଯେମିତି ହେଲେ ଧରିବାର ପଣ କରି ଗୁରୁଜୀ ସିଧା ଚାଲିଲେ ନଟ ଘରକୁ। 


   ଦି ଘଣ୍ଟା ପରେ ବୁଲି ବୁଲି ବୀର ଦର୍ପରେ ନଟ ଯେମିତି ଘରେ ପଶିଛି, ସିଧା ମାଡି ବସିଲେ ଗୁରୁଜୀ । ବାପା ବୋଉ କାବା ହେଇକି ଚାହିଁଛନ୍ତି। କଥା କଣ? ଗୁରୁଜୀ ଦୁଇ ଘଣ୍ଟା ବସିଲେ ଉଁ ଚୁଁ କିଛି ହେଲେ କହି ନାହାଁନ୍ତି । ନଟ ଏମିତି କ'ଣ ଅପରାଧ କଲା। ବୁଝୁ ବୁଝୁ କଥାଟି ଏମିତି, ନଟ ସବୁଦିନ ସ୍କୁଲ ଅସୁନି,ପାଠ କିଛି କରୁନି,ଦୁଷ୍ଟାମିରେ ପ୍ରଥମ।ସବୁଠୁ ମାରାତ୍ମକ ଦୋଷ ହେଲା ପରୀକ୍ଷାରେ ଫେଲ ହେଇକି ପ୍ରୋଗ୍ରେସ ରିପୋର୍ଟରେ ନିଜେ ବାପାଙ୍କ ଦସ୍ତଖତ କରିକି ଦେଇ ଦେଇଛି।


ପାଠ ପଢା ଛାଡି ନଟ ଦିନରାତି ଟିଭିରେ ଖାଲି ଡୋରେମନ କାର୍ଟୁନ୍ ଦେଖେ। ବୋଉ ଯେତେ କହିଲେ , ଟିକେ ହେଲେ କଥା ଶୁଣେନି। ଓଲଟି କହେ, " ତୁ କ'ଣ ଜାଣିଛୁ କହିଲୁ ଡୋରେମନ ବିଷୟରେ ? ନୋବିତା ବି ପାଠ ପଢେନି। ତା' ହୋମ୍ ୱର୍କ୍ ଡୋରେମନ୍ କରିଦିଏ। ତା ' ପାଖେ ବହୁତ ପ୍ରକାରର ଗେଜେଟ୍ ଅଛି। ସେଥିରେ ଯାହା ଚାହିଁବ ସିଏ କରି ପାରିବ। ଜାଣିଛୁ ବୋଉ ଆକାଶରେ ଉଡ଼ି ପାରିବ। ସମୁଦ୍ରରେ ଭାସି ପାରିବ। ସବୁ... ସବୁ... କରିପାରିବ। ମୁଁ ପରା ନୋବିତା ହେବି ଆଉ ଡୋରେମନ୍ ରଖିବି। "


ବିରକ୍ତ ହେଇକି ବୋଉ କୁହନ୍ତି, " ଛେନାଗୁଡ଼ ହବୁ ତୁ। କାର୍ଟୁନ୍ ଦେଖି ଦେଖି ନିଜେ ଗୋଟିଏ କାର୍ଟୁନ୍ ହେଇ ସାରିଲୁଣି। ଯା ଯା ଦର୍ପଣରେ ଦେଖିବୁ। ନିଜେ ସେମିତି କାର୍ଟୁନ୍ ପରି ଦୁଶୁଚୁ। ପାଠ ସାଠ ତ କିଛି ନାହିଁ। ଏଥିର ଫେଲ୍ ହେଲେ ଜାଣିବୁ ଯେ ! ତୋ ପିଠିରେ କୂଅ ଖୋଳିଦେବେ ମାଷ୍ଟ୍ରେ । ' ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି ବୁଦ୍ଧି ଜ୍ଞାନ ଟିକେ ଦେବାପାଇଁ ପୁଅକୁ।


   ପରିବେଶ ଗମ୍ଭୀର। କ'ଣ କରାଯିବ। ନଟ ସୁଧୁରିବ କେମିତି? ଏତେ ଚଞ୍ଚଳ ସ୍ୱଭାବର ନଟ ସ୍ଥିର ହେଲେ ସିନା କିଛି ହେବ! ଘରକୁ ନଟର ମଉସା ଆସିଥିଲେ। ସେ ବି ଜଣେ ଶିକ୍ଷକ। ସବୁ ବିଷୟ ଶୁଣୁଥିଲେ। ସେ କହିଲେ " ଅଛି। ଉପାୟ ଅଛି। ସେଥିପାଇଁ ପିତାମାତା,ଶିକ୍ଷକ ଓ ନିଜେ ନଟକୁ ଚେଷ୍ଟା କରିବାକୁ ପଡିବ"। ଏକା ସାଙ୍ଗରେ ସମସ୍ତେ ପଚାରିଲେ "କ'ଣ, କ'ଣ ସେ ଉପାୟ ? ଆମେ ରାଜି ସବୁଥିରେ"।


   " ମଉସା କହିଲେ, ପ୍ରତିଦିନ ନିୟମିତ ଯୋଗ,ପ୍ରାଣାୟମ ,ଧ୍ୟାନ କଲେ ମନ ସ୍ଥିର ହୁଏ,ସ୍ମରଣ ଶକ୍ତି ବି ବଢେ। ମନରୁ ଚଂଚଳତା ଦୂର ହୁଏ। ପଢ଼ାରେ ମନ ବି ଲାଗେ। ମନ ଲାଗିଲେ ପାଠ ମନେ ରହେ। ଶିକ୍ଷକମାନେ ଶ୍ରେଣୀରେ ପାଠ ପଢେଇବା ପୂର୍ବରୁ ଅଳ୍ପ ସମୟ ଧ୍ୟାନ କରେଇଲେ,ପିଲାମାନଙ୍କର ଏକାଗ୍ରତା ବଢେ। ପିତାମାତା ମଧ୍ୟ ପିଲାଟିକୁ ଯତ୍ନର ସହ ସୁସଂସ୍କାର ଦେଲେ ପିଲାର ବିକାଶ ସୁନ୍ଦର ଭାବେ ହେଇପାରେ ମୁଁ ନଟକୁ ସବୁକିଛି ଶିଖେଇ ଦେଇ ପାରିବି। ମୁଁ ଚାହୁଁଚି ଆପଣଙ୍କ ସ୍କୁଲରେ ସବୁ ପିଲା ଶିଖନ୍ତୁ। ସମସ୍ତଙ୍କର ବିକାଶ ହେଉ। ବଡ଼ ହେଇକି ସବୁ ଶିଶୁ ସୁନାଗରିକ ହୁଅନ୍ତୁ। "


ନଟକୁ ପାଖକୁ ନେଇ , ତା' ମୁଣ୍ଡ ଆଉଁସି ମଉସା କହିଲେ, ପୁଅ ନଟବର ! ଟିଭିରେ ଯାହା ଦେଖୁଛ ସବୁ କ'ଣ ସତ ? କାର୍ଟୁନ ମାଧ୍ୟମରେ ପିଲାମାନଙ୍କୁ ବହୁତ କିଛି ଭଲ ଭଲ କଥା ମଧ୍ୟ ଶିକ୍ଷା ଦିଆଯାଏ। ସେସବୁ ଗ୍ରହଣ କର। ବୁଝ। କାର୍ଟୁନ୍ ଦେଖ, କେହି ମନା କରୁନାହାଁନ୍ତି। ମାତ୍ର କ'ଣ କଲେ ନିଜର ଭବିଷ୍ୟତ ଉଜ୍ଜ୍ୱଳ ହେବ, ବଡ଼ ଓ ଭଲ ମଣିଷଟିଏ ହୋଇ ଯଶ ସ୍ଥାପନ କରିବ , ସେ କଥା ବି ଭାବିବା ଦରକାର ନା? "

   

   କେହି କିଛି କହିବା ପୂର୍ବରୁ ନଟ କହିଲା," ମୁଁ ବି ସୁନାପିଲା ହେବାକୁ ଚାହେଁ,ପାଠ ପଢିବାକୁ ଚାହେଁ। ପାଠ ମନେ ରହୁନି। ପଢିଲା ବେଳେ ନୋବିତା, ଡୋରେମନ୍ , ସିଜୁକା, ଜିଆନ୍ , ସୁମିଓ ,ପୋଖରୀ,ତୋଟା,ଖେଳ ପଡିଆ ମୋ ଅଖିରେ ନାଚୁଛି। ସତ କହୁଛି, ଏଥର ସବୁ କଥା ମାନିବି। ଭଲପିଲା ହେବି।" ଗୁରୁଜୀ କହିଲେ ଠିକ ଭାବରେ ମାର୍ଗଦର୍ଶନ କଲେ ଆପଣ। ଆମର ବି ବହୁତ ବଡ଼ ଭୂମିକା ରହିଛି ଛାତ୍ରର ବିକାଶ ପାଇଁ। ବୋଉ ବାପା ବି ସହମତ ହେଲେ ମଉସାଙ୍କ କଥାରେ।ଆଗାମୀ ପରୀକ୍ଷାରେ ନଟ ବହୁତ ଭଲ ନମ୍ବର ରଖିଲା। ଏଥର କିନ୍ତୁ ଗୁରୁଜୀ ପାଞ୍ଚଣ ନୁହେଁ ମିଠା ନେଇକି ନଟ ଘରକୁ ଆସିଲେ।


       ଅସମ୍ଭବ କିଛି ନୁହେଁ ଏଠି

       ମନ ଲାଗେଇକି ସାଧନା କରିଲେ

       ବାଧା ବିଘ୍ନ ଯେତେ ଯିବ କଟି।

       ନଟିଆ ଆମର ସୁନାପିଲା

       ଗୁରୁ ଗୁରୁଜନ କଥା ମାନି ସିଏ

       ଯଶ କୀର୍ତ୍ତି ମାନ ବଢାଇଲା।

     *************************


Rate this content
Log in

Similar oriya story from Inspirational