pratap nayak

Tragedy

2  

pratap nayak

Tragedy

ନଷ୍ଟସ୍ୟ କାନ୍ୟା ଗତି

ନଷ୍ଟସ୍ୟ କାନ୍ୟା ଗତି

3 mins
7.1K


(ଗଳ୍ପ -ଏକ ନିଷ୍ଟୁର ସତ୍ୟର)

ପ୍ରତାପ ନାୟକ

୭୦୦୮୦୫୪୨୮୨

ରାହା ଧରି କାନ୍ଦୁଥିଲି ନଶୋଇକି, ବୋଉ କହେ ଶୋଇପଡ ଦାଣ୍ଡରେ ଶଶି ପାଗିଳି ବୁଲୁଛି। ଏତିକିରେ ପଶେ ଛନକା ଛାତିରେ,ନିଦ କାଇଁ କେଉଠୁ ଚାଲିଆସେ,ସାତ ତାଳ ପଂକରୁ ।

ପିଲାବେଳର ମନରେ ବାନ୍ଧିଥିବା ଏହି ଶଶି ପାଗିଳି ରୂପଟି କେମିତି ଝାପସା ହେଲାଣି ମନରୁ । ପାସୋରା ହେଲାଣି ଇତିବୃତ୍ତ ଇତି । ଶଶି ପାଗିଳି ମନର କେଉଁ ଦୃଶ୍ୟପଟରୁ ଅଦୃଶ୍ୟ ହେଲାଣି ।

ଚାଉଁକିନା ଲାଗିଗଲା ଛନକା ମନ ବିବେକ ବୁଦ୍ଧିରେ ଶଶି ପାଗିଳି ନାଁ ଶୁଣି ।

ଝରଝରି ବାଣରେ ନିଆଁ ସଂଯୋଗପରି ଯେତେବେଳେ ସାଂଗ ସତୁରା କହଲା ହେଇ ଦେଖ ସେଠି ଯିଏ ଦିଇଟା ବୁଜୁଳା ପକେଇ ଘାସ ଓପାଡୁଛି ମାଟିରେ ଗଡୁଛି ବରବର ହଉଛି ସିଏ ଆମ ଗାଁର ଶଶି ପାଗିଳି ।

ମନପଡିଗଲା ମୋ ବୋଉ କଥା ,ଅଝଟ ହେଲେ ଖରାବେଳେ ନଶୋଇଲେ ପାଠ ନପଢିଲେ କି ରାତିରେ ଖାଇବା ପୂର୍ବରୁ ଶୋଇପଡିଥିଲେ ନଉଠି ଖାଇଲେ ବୋଉ ଡରଉ ଥିଲା ଶଶି ପାଗିଳି....ଏଇ ସେହି ।

ପଚାରିଲି ସତୁରାକୁ ଇତିବୃତ୍ତ ତାର ।

ତୁ ଯାଣିନୁବେ ମଇଆ ସେଇଟା ଗୋଟିଏ ବିଟପି,ସେଇଟା ଗୋଟିଏ ପାପିନୀ,ସେଇଟା ଗୋଟିଏ ନଷ୍ଟ ଚରିତ୍ରା।ସିଏ ତାର କଲା କର୍ମର ଫଳ ପାଉଛି,ଦଣ୍ଡୁଛି ସମାଜ,ଦଣ୍ଡୁଛି ଇଶ୍ୱର । ସିଏ ଗୋଟିଏ ପାପିନୀର ଉଦାହରଣ ।

ତା ବିଷୟରେ ଯିଏ ଯାଣିବ,କେବେବି ଭୁଲ ଅସାମାଜିକ ପାପ କାମ କରିବନି ।

ସିଏ ଗୋଟିଏ ବ୍ରାହ୍ମଣ ଘର ଝିଅ,ଗରିବ ବ୍ରାହ୍ମଣ ଘରର ବୋହୁ ମଧ୍ୟ ସିଏ । ଦିଇଟି ଝିଅ ଗୋଟିଏ ପୁଅରେ ତା ସୁନ୍ଦର ସଂସାର । ତା ଗୋସେଂଇଆ ରଘୁଆନା ମନ୍ଦିର ପୂଜାକରେ ପିଣ୍ଡ ଶ୍ରାଦ୍ଧ ପକାଏ,ଦୁଃଖେ କଷ୍ଟେ ଚଳି ଯାଆନ୍ତି ପାଞ୍ଚ ପରାଣୀ । ଦିନେ ରଘୁଆନା ମନ୍ଦିର ପୂଜା କରି ସଅଳ ଆସନ୍ତେ ଅସଂଜତ ଅବସ୍ଥାରେ ଦେଖିଲେ ଶଶିକି ଦେଢଶୁର ସାଂଗରେ । ହଉ ଯାହା ହେଲା ହେଲା ଏପରି ନକରିବାକୁ ବାରଣକଲେ ତାକୁ ।

ବୁଡିଗଲା ଗୋଡ ତଳକୁ ତଳକୁ,ଯିଏ ପଘା ଛିଣ୍ଡେଇଲାଣି ଆଉ ରାଜି ନୁହଁ ତା ବେକର ପଘାକୁ ଗଳାମାଳୀ କରିବ ? ପର ପୁରୁଷର ମଜା ଯିଏ ଚାଖିଲାଣି,ଧରାପଡିଲାଣି ସ୍ୱମୀର ହାତରେ, ତାର ଆଉ କାହାକୁ ଭୟ ଯେ ।

ବଢିଲା ହଳାହଳ ବଢିଲା ପାପ ଥରିଲା ମେଦିନୀ । ଲୁଚାଛପା କଥା ପ୍ରଘଟ ହେଲା କାନରୁ ଦିକାନ,ଦିକାନରୁ ଚାରିକାନ କାନ୍ଥ ବାଡର ତ କାନ ଅଛି ମାନିଲାକି ରଘୁଆନାକୁ ଅନେଇଲାକି ନିଷ୍ପାପ ସରଳ ଜନ୍ମକଲା ଛୁଆଙ୍କ ମୁହଁକୁ.....ଏବେ ତାର ଭୟ ନାହିଁ ସ୍ୱାମୀ କି, ରଘୁଆନା ପାଖରୁ ରାତିରେ ଯାଏ ଦେଢସୁରପୁରକୁ ।

ଚୋର ମା ଆଖି ମଳି ମଳି କାନ୍ଦେ ଅଜାଗା ଘା ଦେଖି ହୁଏନା କି ଦେଖେଇ ହୁଏନା ମନ୍ଦିରର ପୂଜକ ରଘୁଆନା ଧିକ୍କାରେ ନିଜକୁ । ଧିକ୍କାରେ ତା ପୁରୁଷ ପଣିଆକୁ ଧିକ୍କାରେ ତା ସ୍ତ୍ରୀ ଭାଷାରେ ତା ନମ୍ପୁଷକତାକୁ ଧିକ୍କାରେ ବି ନିଇତି ପୂଜୁଥିବା ଜଗା କାଳିଆକୁ.....ସବୁ ସେହି ପାଲାଙ୍କ ମୁହଁକୁ ଚାଲିଯାଏ । ତାଙ୍କ ମୁହଁକୁ ଅନେଇ କିଛି କରିପାରେନା ରଘୁଆନା ନା ଶଶିର ନା ପଡିଶା ବଡଭାଇ ଜଦୁଆର....ହାତ ଟେକିଦିଏ ।

ଦିନେ ରାତିରେ ଝଗଡା କଲା ଶଶି କଣ୍ଟାବାଡରେ ଲୁଗା ପକେଇ ଅକାରଣରେ ଅଥାନ ଥାନରେ ମାରିଲା ପିଲା ତିନିଟାକୁ । ରଘୁଆନାକୁ ବି ହାତ ଉଠେଇବାକୁ ପଛେଇଲାନି,ତା ବିବେକ ବାଧା ଦେଲାନି..? ସକାଳୁ ଶୁଣାଗଲା ଦେଢଶୁର ଯଦୁଆ ସହିତ ତିନିଛୁଆର ମା ଶଶି ପଳେଇ ଯାଇଛି ।

ଦେଖୁ ଦେଖୁ ଯାଇ ରହିଛନ୍ତି ପାଖ ଦିଚାରିଟା ଗାଁ ଛାଡି । ମୁଲପାତି ଲାଗୁଛନ୍ତି ଉଭୟେ ଶଶି ଆଉ ଯଦୁଆ ।ରାତିରେ ରାଣି ହଉଛି ଯଦୁଆର ଶଶି।

ଦିନ କେଇଟା ଗଲାନି ପଡିଲା କଅଁଳ ଛୁଆଁଙ୍କ କାନ୍ଦୁରା ମୁହଁର ନିଶ୍ୱାସ,ଫଳିଲା ରଘୁଆନାର ମନସ୍ଥାପ ଅଭିଶାପ,କଲା ବିଚାର ରଘୁଆନା ପୂଜୁଥିବା ସେହି ଜଗାକାଳିଆ । ହେଲା ଦୈବୀ ମାଡ । ଗହିର ବିଲରେ ଝରାଶ୍ରାବଣରେ ଧାନ ବାଛୁଥିଲେ ଦୁହେଁ । ବଜ୍ରାଘାତରେ ସେଇଠି ଅଧା ଜଳି ମରିଗଲା ଯଦୁଆ,ହେଲେ ଶଶି ଦେହରେ ବଜ୍ରବାଣ ଧାର ଧାରିନି ।

ଆସିଲା ପୋଲିସ ହେଲା ପଞ୍ଚନାମା କେହିଛୁଇଁଲେନି ପାପି ଯଦୁଆରଶବ,କରିଛି ମାଇପ ଭାଇବୋହୁ ଦେଢଶୁର ହେଇ ,କରିଛି ମାତୃହରା ନିଷ୍ପାପ ଶିଶୁଙ୍କୁ ।

ଦିନ ଯାଇ ରାତିହେଲା ,ରାତିପାହି ସକାଳ କନେଷ୍ଟବଳ ସାଂଗରେ ଯଗିଛି ଶବକୁ ଶଶି । ଶେଷରେ ନଳିତା ପଟୁଆରେ ଯଦୁଆର ଗୋଡବାନ୍ଧି ଟାଣି ଟାଣିନେଲା ଶଶି ବହୁ କଷ୍ଟରେ,କୋଉଠି ଠିକରା ଖାଇ ଶବ ଅଟକୁଛି ବିଲହିଡ ଅବା କୋଉ ଅରମାରେ । ପୁଣି ଶବକୁ ଠିକରା ଆଡେଇ ଟାଣୁଛି ଗୋବରି ନଈକି । ଓପାସରେ ବଳ ପାଉନି ଶଶିର ଝାଳନାଳ କାଦୁଅରେ ଲଟପଟ ଲୁଗାପଟା....।

ଦେଖୁଛନ୍ତି ଦେଖଣା ହାରୀ ସାଖ୍ୟାତ ଜଗନ୍ନାଥ ମେଲିଛନ୍ତି ଚକାଡୋଳା ସଭିଙ୍କ ଆଖିରେ ବିଚାର ଦଉଛନ୍ତି ତାର ସେବକ ରଘୁଆନା ଆଉ ତା ପିଲାମାନଙ୍କୁ ।

ଅତଡାରୁ ଠେଲି ଗଡେଇଦେଲା ଶବ ଶଶି । ଦାଲୁକିରି ଶବ୍ଦରେ ଶବ ବୁଡିଗଲା,ଧିରେ ଧିରେ ପୁଣି ଶବ ଯାଇ ଲାଗିଲା ଅତଡାର ଅରମାଝଟୀରେ ସୁଅରେ ଗଲାନି ଯମା । ଛୋଟପିଲାମାନେ ମାରିଲେ ଢେଲା କରି ତାଳ ଗୋଟମାକୁ ଶବ ଉପରକୁ । ସତେକି ଦଇବ ମଲାପରେବି ସାଧୁଛି ରାଗ କରୁଛି ବିଚାର ପିଲା ମାଧ୍ୟମରେ..।

ଦଇବ ବିଚାର ଦଣ୍ଡିବ ପାପୀଙ୍କି,ଯଦୁଆଶବ ମାଛ କୁମ୍ଭୀର ପାଟିରେ ଗଲା କି କୋଉଠି ଲାଗି ଚିଲ ଶାଗୁଣା ଥଣ୍ଟରେ ଗଲା କେହି ଦେଖିନାହାଁନ୍ତି ।

ପାଳିପଡିଲା ଶଶିର ,ପିଣ୍ଢାରେ କେହି ଛିଡା କରିଦେଲେନି ରଖ୍ୟଣଶୀଳ ବ୍ରାହ୍ମଣ ବୋହୁକୁ ,ବିଟପୀ ପୀପିନୀ କହି ସର୍ବେ ଗୋଡେଇଲେ । କା ଗୁହାଳ କା ଘସିଭାଡି ସମସ୍ତେ କଲେ ଦୁରଦୁର ମାରମାର,ଦିନେ ମାଗି ଖାଇଲେ ଦିଦିନ ଉପାସ କଲା ମନସ୍ଥାପ ମନେ ମନେ ଝୁରିହେଲା କଣ କିଏବା ଯାଣିଛି ,ଗୁଣୁଗୁଣୁ ହେଲା ,ଛିଣ୍ଡା କପଡା କାଠିକୁଟା ଗୋଟେଇଲା ,ମିଳିଲେ ଖାଇଲା ନହେଲେ ଓପାସ ରହିଲା ପୋଲ ତଳେ ବାର ମୁଳେ ବସା ବାନ୍ଧିଲା ହସିଲା କାନ୍ଦିଲା ଗାଁ ଗାଁ ବୁଲିଲା କୂଳ ବୋହୁରୁ କୋଉ ଦିନ ହେଇଗଲା ଶଶିପାଗିଳି ।

ଏକା ନିଶ୍ୱାସରେ କହିଗଲା ସତୁରା ମଇଆକୁ ........

କିଛିଦିନ ଗଲାପରେ ଆଉ କେହି ଦେଖିନାହାନ୍ତି ଶଶିପାଗିଳିକୁ । କିଏ କହୁଛି ମୁଁ ଦେଖିଥିଲି କଟକରେ ଛିଣ୍ଡା ଲୁଗା ପିନ୍ଧି ବୁଲୁଛି ତିଏ କହୁଛି କା ଘରେ ନଡିଆପିଞ୍ଛ ଊଞ୍ଛୁଥିଲା ଖାଇବାକୁ ଦବାନବାକଲେ କହୁଥିଲା ସେଇଠିରଖ ଛୁଉଁନା ଛୁଉଁନା ମୁଁ ସେଇଠୁ ନେବି ମତେ ଛୁଉଁନା ଛୁଉଁନା।ହସୁଥିଲା କାନ୍ଦୁଥିଲା ବରବର ହେଉଥିଲା ।ତମ୍ବା ରଂଗର ବ୍ରାହ୍ମଣବୋହୁ କର୍ମଫଳରୁ ରାସ୍ତା କଡର ଶଶିପାଗିଳୀ ହୋଇ ସାରିଥିଲା । ଭୋଗୁଥିଲା ଦେବ ଦଣ୍ଡ ବଂଚିବା ପର୍ଯ୍ୟନ୍ତ । ସମସ୍ତେ କହୁଥିଲେ ଶଶିପାଗିଳୀ ଶଶିପାଗିଳୀ ।


Rate this content
Log in

Similar oriya story from Tragedy