STORYMIRROR

Sunanda Mohanty

Tragedy Inspirational Thriller

3  

Sunanda Mohanty

Tragedy Inspirational Thriller

ନର୍କକୁ ରାସ୍ତା

ନର୍କକୁ ରାସ୍ତା

2 mins
190

ନର୍କକୁ ରାସ୍ତା ମଣିଷ ନିଜେ ହିଁ ତିଆରି କରିଥାଏ। ସଂସାରରେ ଜନ୍ମ ନେଲେ ନିଶ୍ଚିନ୍ତ ମୃତ୍ୟୁ ଜାଣି ମଧ୍ୟ ମଣିଷ ଲୋଭ ,ମୋହ, ସ୍ୱାର୍ଥ, ଇର୍ଷାର ବଶବର୍ତ୍ତୀ ହୋଇ ଆପଣା ସୁଖୀ ହୋଇଯାଏ, ଆଉ ସେଭଳି ମଣିଷ ନର୍କ କୁ ଯିବନି ତ କିଏ ଯିବ! ଆପେ ଆପେ ନର୍କ ର ରାସ୍ତା ତିଆରି ହୋଇ ସାରିଥାଏ ତା ପାଇଁ ।

ସେଦିନ ସୁକାନ୍ତ ଆସି ପହଞ୍ଚିଥିଲା କିଛି ଟଙ୍କା କରଜ ସୂତ୍ରରେ ମାଗିବାକୁ ମତେ। ମୁଁ ଜାଣେ ସେ ସଚ୍ଚୋଟ, ତା ପାଖେ ପଇସା ବୁଡିବାର ନାହିଁ, ଏମିତିରେ ଥରେ ଦୁଇଥର ସେ ପଇସା ନେଇଛି ଓ ଫେରାଇ ଦେଇଛି, କିନ୍ତୁ ଅପେକ୍ଷା କରିବାକୁ ପଡିଛି, ଦୁଇମାସ ଜାଗାରେ ଛଅ ମାସ ହେଲେ ବୁଡ଼ିଯିବାର ଭୟ ନାହିଁ l

ସୁକାନ୍ତ ନିଜେ ସରକାରୀ ଚାକିରିଆ, ସୁନ୍ଦର ଘର ଟିଏ ତାର, ସ୍ତ୍ରୀ ମରିଗଲା କ୍ୟାନ୍ସରରେ ତ ଆଉ ଗୋଟିଏ ବହାହୋଇଛି, ତାର ମଧ୍ୟ ପୁଅଟିଏ ଥିବାରୁ ସୁକାନ୍ତର ନିସନ୍ତାନ ଦୋଷ କଟିଯାଇଛି ସତ ହେଲେ ନୂଆ ସ୍ତ୍ରୀ ଓ ପୁଅ ପଛରେ ଧୁମ୍ ପଇସା ଉଡ଼ାଉଛି , ସୁକାନ୍ତ ବୋଲି ଅନ୍ୟ ସହକର୍ମୀ ମାନେ କଥାବାର୍ତ୍ତା ହେଲାବେଳେ ହଠାତ୍ ସୁକାନ୍ତ ସତକୁ ସତ ବାପା ହେବାର ଖୁସିରେ ଖର୍ଚ୍ଚ ବଢ଼ିଯାଇଛି ତାର, ଭୋଜି, ପାର୍ଟି ଫଙ୍କସନ ରେ ଯାବତୀୟ ଖର୍ଚ୍ଚ କରି ସମସ୍ତଙ୍କୁ ହାତ ପତେଇବା ପରେ ମୋ ପାଖକୁ ଆସିଛି, ନେହୁରା ହୋଇ ମାଗିଛି ଟଙ୍କା , ହେଲେ ମୋର ଦିଲ୍ଲୀ ଯିବାର ଅଛି, ପଇସା ଖର୍ଚ୍ଚ ହେବାର ଅଛି ବହୁତ କହି ମୁଁ ତାକୁ ନିରାଶ କରି ଫେରାଇ ଦେଇଛି ।

ଭୁବନେଶ୍ୱର ପ୍ଲାଟଫର୍ମରେ ରାଜଧାନୀ ଏକ୍ସପ୍ରେସରେ ବସିବାକୁ ଯାଇ ମତେ ଅନାନିଶ୍ୱାସୀ ଲାଗିଛି, ଓଲ୍ହେଇଯିବା ପୂର୍ବରୁ ପଇସା ପାଣିରେ ପଡିବା କଥା ଭାବିଲା ବେଳକୁ, ସୁକାନ୍ତ ମୁହଁ ଦେଖାଯାଇଛି ମତେ, ଆଉ ଏଇଟା ହିଁ ନର୍କକୁ ରାସ୍ତା ବୋଲି ହୃଦବୋଧ ହେବା ପରେ ନିଜକୁ ଯେତେ ଆଡଜଷ୍ଟ କରିବି ଭାବିଲେ ବି ଏତେବାଟ ଆଡଜଷ୍ଟ କରିବା ଅବିଶ୍ବାସ ଭିତରେ ନଯାଇ ସ୍ବାମୀ ସ୍ତ୍ରୀ ଦୁହେଁ ଓଲ୍ହେଇପଡି ପ୍ଲାଟଫର୍ମ ଉପରେ ଆଖି ମୁଜି ବସିଥିଲା ବେଳେ ପୁଅ ପୁଣି ପରବର୍ତ୍ତୀ ନନଏସି, ଟ୍ରେନ ଦୁରନ୍ତରେ ଟିକେଟ କାଟୁଥିଲା ଶୁଣି ମୋର ଖାଲି ସୁକାନ୍ତର ବିକଳ ମୁହଁ ମନେପଡିଯାଉଥିଲା, ଏହାଠୁ ବଳି ନର୍କକୁ ରାସ୍ତା କଣ ଆଉ ହୋଇପାରେ, ବୋଲି ମୋ ମୁହଁରୁ ଥରକୁ ଥର ଶୁଣି ସ୍ବାମୀ ପୁଅ ସିନା ସାନ୍ତ୍ଵନା ଦେଉଥିଲେ ହେଲେ ମୋ ମନ ବୁଝୁନଥିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy