STORYMIRROR

Rajesh Kumar Barik

Inspirational

3  

Rajesh Kumar Barik

Inspirational

ନଣନ୍ଦ ଆଟେଜ୍

ନଣନ୍ଦ ଆଟେଜ୍

2 mins
490


ସେଦିନ ଆମ ଘରକୁ ସବୁ ବଂଧୁୁ ବାନ୍ଧବ ଆସିଥାନ୍ତି ମୋ ବାହାଘର କଥା ଛିଡା ପାଇଁ। ଝିଅ ଘରକୁ ଜିବେ, ସେଠି କେଉଁ କେଉଁ ବିଷୟରେ ଆଲୋଚନା କରିବେ, କେଉଁ ବିଷୟରେ ନାହିଁ। ବାପା, ଦାଦା,ମଉସା,ପିଉସା,ମାମୁଁ,ବୁଢାବାପା ବସି କଥା ହେଉଥାନ୍ତି । ଝିଅ ଘରୁ କେତେ କଣ ଆଣିବା, ଆମ ଘର ଲେଡିସ୍ ଗୋଷ୍ଠି ବସି କଥା ହେଉଥାନ୍ତି। ଆଉ ଏସବୁ ଭିତରେ ମୋ ସାନ ଭାଇ ମାନସର ଏକାନ୍ତ ଜିଦ୍ଦ କି ମାର୍ଚ୍ଚ ୧୪ ରେ ଭାଇର ବାହାଘର ହେବ। ମାଁଙ୍କର ପ୍ରଶ୍ନ ନଣନ୍ଦ ଆଟେଜ୍ କିଏ ନବ ?


ମୁଁ ଜନ୍ମ ହେବାପରେ ସମସ୍ତେ ଖୁସି ଥିଲେ କିନ୍ତୁ ଝିଅ କୁ ଚାହୁଁ ଚାହୁଁ ମାନସର ଜନ୍ମ, ଏମିତି ବି ଦାଦା,କକାଙ୍କର ସମାନ ଅବସ୍ତା। ଫାଇନାଲି କହିବାକୁ ଗଲେ ଆମ ଘରେ ଝିଅ ନାହାଁନ୍ତି। ମୋ ମାଁଙ୍କ ମୁଁ ଝିଅ ମୁଁବି ପୁଅ। ଏବେ କଥା ଉଠିଛି ନଣନ୍ଦ ଆଟେଜ୍ ଉପରେ। ପିଉସୀ, ମାମୁଁଙ୍କର ଝିଅ ଅଛନ୍ତି ଯେ କିନ୍ତୁ ରାକ୍ଷୀରେ ହାତ ଖାଲି । କିନ୍ତୁ ଏବେ ନୁହଁ ମୋ ସାଙ୍ଗ ଚକରାର ଭଉଣି ଆସି ବାନ୍ଧି ଦେଉଛି। ବାପା ପିଉସୀଙ୍କ ଝିଅକୁ କନ୍ୟା ଦାନ କରିଛନ୍ତି ସତ ସେ କେବେବି ଫୋନ୍ କରେନି । କେହିଜଣେ କହିଲେ ଜାହା ମିଳିବ ଦୁଇ ଭାଗ କରିଦବା, ଆଉ କେହିଜଣେ କହିଲେ ୨ଟି ମଗାଇବା। ମାଁଙ୍କ ଗୋଟିଏ କଥା ଝିଅ ଘର ବାଲାଙ୍କୁ ଅଧିକ ଖର୍ଚ୍ଚାନ୍ତି କରିବାନି ଗୋଟିଏ ମାନେ ଗୋଟିଏ। ଏମିତି କଥା ବୁଲି ବୁଲି ମୋର ପାଖରେ ଆସି ପହଞ୍ଚିଲା ଏବେ ମୋ ପାଖରେ। ଗୋଟିଏ ପଟ ବାପାଙ୍କ କନ୍ୟା ଦାନ , ଅନ୍ୟପଟେ ଭାଇ ବୋଲି ଗ୍ରହଣ। ମୋପାଇଁ ଗୋଟେ କାଠିକର ପାଠ ଥିଲା। କିନ୍ତୁ ଯେତେବେଳେ କଥାଟା ମୋ ପିଖକୁ ଆସିଛି ଭାବିବାକୁ ଲାଗିଲି ଭାଇ ଭଉଣୀ ର ସମ୍ପର୍କ ଏମିତି ନିଆରା ଯେ ବର୍ଷର ଗୋଟିଏ ଦିନ ବେଶି ମନେପଡେ ଭାଇ ଭଉଣୀକୁ ଭଉଣୀ ଭାଇକୁ ପାଖରେ ପାଇବାକୁ ବ୍ୟାକୁଳ ହୋଇ ଉଠେ। ଭାଇ ଭଉଣୀ ପାଇଁ ସାହସ, ଭଉଣୀ ପାଖରେ ଭାଇ ଥିଲେ ଦୁନିଆକୁ ଜିତି ଯିବା ଭଳି ଲାଗେ ଠିକ୍ ସେମିତି ଭାଇକୁ ଭଉଣୀ ସହ ଝଗଡା କରେ ସତ ହୃଦୟରେ ଚାନ୍ଦ ପରି ସାଇତି ରଖେ। ଅବୁଝା ମନକୁ ବୁଝେଇ ହୁଏନି ରାକ୍ଷୀ ପୂର୍ଣ୍ଣିମା ଦିନ ମାନସ ମୋ ହାତରେ ବାନ୍ଧି ଦିଏ ମୁଁ ମାନସ ହାତରେ। ମାଁ ଚାଲିଯାନ୍ତି ମାମୁଁଙ୍କ ଘରକୁ । ମାଁ ଡାକନ୍ତି ମାନସ ବି ମନାକରେ। ବାପାଙ୍କୁ ପଉସୀମା ପଠାନ୍ତି ସେଥିରେ ବାପା, ଦାଦା ଙ୍କର ୪ଟା ଥାଏ। ଯେମିତି ଖୋଲେ ସେମିତି ରଖିଦିଏ। ଚପ୍ଚାପ୍ ମନ ଦୁଃଖ ହୁଏ....... ଛାଡ୍ ମୋର ଭଉଣୀ ନାହିଁପରା । ପୁତୁଲ୍ ଦିଦି ରାକ୍ଷୀ ବାନ୍ଧିବା ଦିନଠୁ ଶେଷବୁକୁ ଭୁଲିଗଲିଣି । ଆଜି ମୁଁ ଚାକିରି କଲିଣି ,ଆଜିଯାଏ ତାକୁ ରାକ୍ଷୀ ପୂର୍ଣ୍ଣିମାରେ କେବେବି ମୁଁ କିଛି ଦେଇନି କି ସେ କେବେବି କିଛି ମାଗେନି ଆଜି ଯଦି ତାର ନା' ନନେବି ମୋତେ ଠିକ୍ ଲାଗିବନି । ମାନସ କଥାରେ ମୋର ବାହାଘର ମାର୍ଚ୍ଚ ୧୪ ରେ ହେଲା ଆଉ ମୋର କଥାବି ରହିଲା। ଆଜିର ସମୟରେ ଝିଅ ଜନ୍ମ କେତେ ଯେ ଜରୁରୀ ଆମ ଘର ଲୋକ ତ ବୁଝି ଯାଇଛନ୍ତି।ଆଉ ଆପଣ ମାନେ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational