STORYMIRROR

Rashmi Ranjan Nayak

Tragedy

4  

Rashmi Ranjan Nayak

Tragedy

ନକଲି ସ୍ବପ୍ନ

ନକଲି ସ୍ବପ୍ନ

2 mins
555


ବୟସ ପାଖାପାଖି ୬୫ କି ୭୦ ହେବ,ଦୁର୍ବଳ ଶରୀର, ହାତ ଦୁଇଟା ଭାରି ଜୋରରେ ଥରୁଥାନ୍ତି, ଦାନ୍ତ ଗୁଡାକ ମଧ୍ୟ ଝଡିଯାଇଥାଏ ବାସ କିଛିଟା ରହିଯାଇଥାଏ,ଦୃଷ୍ଟି ଶକ୍ତି ମଧ୍ୟ ଶେଷ ଅବସ୍ଥାରେ, ଏତେ ମାତ୍ରାରେ ରୁଗ୍ଣ ହୋଇ ମଧ୍ୟ ଘର ବାରଣ୍ଡାରେ ବୁଢ଼ା ମଉସା ନାତି ଟୋକା ସହ ବସି ଖୁସି ଗପରେ ମସଗୁଲ ଥାଏ ।ନାତି ଟୋକାକୁ ପାଇ ବୁଢ଼ାର ମନ ପୁରା କୁଣ୍ଢେମୋଟ ଯେମିତି ମୋତିମାଣିକ ପାଇଯାଇଛି ବୁଢ଼ା।ବୁଢ଼ୀ ଗଲା ପରେ ବୁଢାର ସାଙ୍ଗ କହିଲେ ନାତି ଟୋକା।ଓଃ କି ଗପ, କି ନାଚ କାହିଁ କହୁଛ ସେ କଥା ପୁରା ଦୁଇ ସାଙ୍ଗ ତ। ଏ ତ ଗଲା ନାତି ଟୋକା କଥା ପୁଅ ବୋହୂଙ୍କ କଥା କାଇଁ କହୁଛ।


ବୁଢା ମଉସାର ପୁଅ ବୋହୂ ବୁଢାକୁ ଭାରି ଯତ୍ନ ସହକାରେରେ ରଖିଥାନ୍ତି।ବୁଢ଼ାର ଖାଇବା ପିଇବା ଠାରୁ ଆରମ୍ଭ କରି ଦେହପା କଥା ମଧ୍ୟ କେଉଁଥିରେ ଅବହେଳା କରନ୍ତି ନାହିଁ ସେମାନେ। ଛିଙ୍କ ଟିକେ ହେଲେବି ସିଧା ଡାକ୍ତର ପାଖକୁ ନେଇ ଯାଆନ୍ତି ବୁଢାକୁ।ବୋହୂ ବୁଢ଼ାଟିକୁ ଅନେକ ସେବାଯତ୍ନ କରେ ନିଜ ବାପା ପରି ମାନେ(ବାପା ତ ନିଜ ଆଉ ପର କଣ ଯେ)। ମନେ ମନେ ବୁଢା ମଉସା ନିଜକୁ ଭାରି ଭାଗ୍ୟବାନ ଭାବୁଥାଏ।କହେ କି ପୁଣ୍ୟ ଅର୍ଜନ କରିଥିଲି ଯେ ଏ ଜନ୍ମରେ ଏତେ ସୁଖ ପାଉଛି ।


ପୁଅ ପାଇଁ ଖରାରେ ଖଟି, ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ତାକୁ ଛୋଟରୁ ବଡ଼ ମଣିଷ କରିବା ପାଇଁ ଦେଇଥିବା ବଳିଦାନ ଓ କରିଥିବା କଷ୍ଟ ଧୀରେ ଧୀରେ ପୁଅ ତାର ସୁଝି ଚାଲିଥାଏ ବୋଲି ବୁଢ଼ା ଭାବି ଖୁସି ହୋଇଯାଏ(ସତରେ କଣ ସୁଝିହେବ କେବେନୁହେଁ) ଛାତି କୁଣ୍ଢେମୋଟ ହୋଇଉଠେ।ସେ ଯାହାବି ହେଉ ପୁଅ ବୋହୂ ଓ ନାତି ଟୋକା ସହ ବୁଢ଼ାର ସମୟ କଟିଯାଉଥାଏ ବେଶ ଆରାମରେ।


ବାସ.........କିଛି ସମୟ ପରେ ବୁଢା ମଉସାର ନିଦ ଭାଙ୍ଗି ଯାଏ ଓ ଆଖି ଆଗରେ ବୃଦ୍ଧାଶ୍ରମକୁ(ଯେଉଁଠାରେ ବୁଢା ମଉସା ବାସ କରେ) ଦେଖି ବୁଢା ମଉସାର ଆଖିରୁ ଲୁହର ଧାର ବହିବା ଆରମ୍ଭ ହୋଇଯାଏ କଷ୍ଟରେ ଚିତ୍କାର କରିବାକୁ ଲାଗେ ।

ସେ ଲୁହ ତ ସତ ଥାଏ ଏଥିରେ ସନ୍ଦେହ ନାହିଁ ମାତ୍ର ସେ ସ୍ବପ୍ନ ସାଧାରଣ ସ୍ବପ୍ନ ନୁହେଁ ଏକ ନକଲି ସ୍ବପ୍ନ ଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy