STORYMIRROR

Sunanda Mohanty

Abstract Fantasy Children

3  

Sunanda Mohanty

Abstract Fantasy Children

ନଜର ନଲାଗୁ ତତେ

ନଜର ନଲାଗୁ ତତେ

1 min
242


ଗାଡି ଗଡୁଛି ଆଗକୁ ଆଗକୁ, ବୋରିଗୁମ୍ମା ଟପି, କୋଟପାଡ଼ ଟପି, ଧରିଲାଣି ଜଗଦ୍ଳଲପୁର, ପୁଣି ସେଠୁ ବସ୍ତର ଜିଲ୍ଲା ର ଚିତ୍ରକୂଟ ଜଳ ପ୍ରପାତ, ପ୍ରାୟ ଶହେ କିଲୋମିଟରର ରାସ୍ତା, ହେଲେ ଛୋଟ ଛୁଆଟା କିଛି ଖାଇନି ଏଯାଏଁ, ଯେତେ ଚେଷ୍ଟା କଲେ ବି ପାଟିକୁ ନେଉନି କିଛି, କିନ୍ତୁ ଗାଡି ପଛକୁ ଚାହିଁ ପଛରେ ଆସୁଥିବା ବାଇକ ଓ ଟାକ୍ସି ସବୁକୁ ଖୁସିରେ ଟା ଟା କରି ଚାଲିଛି, ମାଆ, ଆଇ, ଜେଜେମା ବ୍ୟସ୍ତ ହୋଇ ପଡୁଛନ୍ତି ପିଲା କିଛି ଖାଉନି l

   ବସ୍ତର ଜଳପ୍ରପାତ ଦେଖି ଫୋଟୋ ଉଠାଇ, ଶିବମନ୍ଦିର ଦର୍ଶନ କରିସାରିବା ପରେ ପରେ ବର୍ଷା ତ, ଛୁଆଟା ଅଳ୍ପେ ବହୁତ ଓଦା, ତଥାପି ହସୁଛି ଫିକ ଫିକ, କହୁଛି ତା ଦାରୋଟି ଭାଷା ରେ କେତେ କଣ, ଦେଖଉଛି ହାତରେ ଯାଉଥିବା ଆସୁଥିବା ଅନେକ ରକମର ଗାଡିକୁ, ଆଉ ଚେଷ୍ଟା କରିବି କିଛି ଖୁଆଇ ହେଉନି ଛୁଆଟାକୁ l

  ବୁଲିବା ଭିତରେ ଏତେ ବାଟ ଆସିଛେ ତ ଦେଖିଦେଇ ଯିବା ସେଠାରୁ ଷାଠିଏ କିଲୋମିଟର ଭିତରେ ଥିବା ତିରତଗଡ଼ ଜଳପ୍ରପାତ, ତ ହଁ ନାହିଁ ଭିତରେ ଗାଡି ମୁଁହାଇଲା ସେଇ ଦିଗରେ ତ ପୁଣି ଛୁଆ ଟା ଚିନ୍ତା, ତଥାପି ମୁଁହ ରେ ଦେଉନି କିନ୍ତୁ ଖୁସି ଅଛି, ତ ସେଠାରୁ ଫେରୁ ଫେରୁ ବାଟସାରା ଚେକିଂ, ହଠାତ ପୋଲିସ ବାବୁ ଗାଡି ଭିତରକୁ ଉହୁଁକି ଗଲେ ତ ଛୁଆଟି ମାସ୍କ ସବୁ ନେଇ ପିନ୍ଧିନଥିବା ଆଇ ଜେଜେମା ଙ୍କୁ ପିନ୍ଧେଇ ଦେବାର ଚେଷ୍ଟା କରୁଥାଏ, ଆଉ ବୋତଲ ନେଇ ପାଟିରେ ଦେଉଥାଏ ତ ସମସ୍ତେ କାବା, ଏଡ଼େ ଛୋଟ ଛୁଆ ଟା କେତେବେଳେ କେମିତି ଏତେ କଥା ଅନୁକରଣ କରେ ସତରେ ? ଆଇ ଆଉ ଜେଜେମା ସମସ୍ୱରରେ କାହିଉଠିଲେ ନଜର ନଲାଗୁ କାହାର, ଛୁଆ ର ବୋତଲ ଖାଲି କରିବାରେ ତା ମାଆ ମୁଁହରେ ପ୍ରସନ୍ନତା ଦେଖିବାର କଥାଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract