The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Trushna Das

Drama Romance

4.4  

Trushna Das

Drama Romance

ନିସ୍ୱାର୍ଥ ପ୍ରେମର ମିଳନ

ନିସ୍ୱାର୍ଥ ପ୍ରେମର ମିଳନ

5 mins
73


ଆଦି ଆଉ ଦିଶା ଦୁଇ ଭାଇ ଭଉଣୀ ।ଆଦି ଦିଶା ଠାରୁ ତିନି ବର୍ଷ ଦୁଇ ମାସରେ ବଡ। ଛୋଟ ବେଳୁ ମାଆ ସେମାନଙ୍କର ମରି ଯାଇଛନ୍ତି।ବାପା ରାଜୁ ବାବୁ ସେମାନଙ୍କୁ ମାଆ ଆଉ ବାପା ଦୁଇ ଜଣଙ୍କ ସ୍ନେହ ଦେଇ ବଢାଇଛନ୍ତି।


ରାଜୁ ବାବୁଙ୍କର ପୁଅ ଝିଅ ବାହାଘରକୁ ନେଇ ବହୁ ସପନ।ଦିଶାର ପଚିଶି ବର୍ଷରେ ତାର ବାହାଘର ସ୍ଥିର ହୋଇଛି ଦାସ ବାବୁଙ୍କ ସାନ ପୁଅ ସଞ୍ଜୁ ସହ। 


ଲଗ୍ନଧରା ଦିନ ଆସି ପହଞ୍ଚିଛି। କିନ୍ତୁ ରାଜୁ ବାବୁ ପୁରା ଖୁସି ହୋଇ ପାରୁ ନାହାନ୍ତି। ଗୋଟିଏ ପଟେ ଝିଅ ବାହାଘର ସ୍ଥିର ହୋଇଛି ତ ଅନ୍ୟ ପଟେ ପୁଅ ବାହା ନ ହେବାକୁ ସ୍ଥିର କରିଛି। 


ଲଗ୍ନ ଧରା ପାଇଁ ପୁଅ ଘର ଆସି ପହଞ୍ଚିଲା ବେଳକୁ ଆଦି ସମସ୍ତଙ୍କୁ ସ୍ୱାଗତ କରିବାପାଇଁ ଗେଟ ପାଖରେ ଛିଡ଼ା ହୋଇଛନ୍ତି। ସେଥି ତାଙ୍କର ଦେଖା ହୋଇଛି ସଞ୍ଜୁଙ୍କର ବଡ ବିଧବା ଭାଉଜ ସୁମିଙ୍କ ସହ। ସୁମିଙ୍କୁ ଦେଖି ଆଦି ଆଉ ଦିଶା ଆଶ୍ଚର୍ଯ୍ୟ ଏବଂ ଅବାକ୍ ହୋଇଗଲେ। ଯାହା ବି ହେଉ ଲଗ୍ନ ଧରା ଠିକଠାକ ଭାବେ ସମ୍ପୁର୍ଣ ହୋଇ ଯାଇଛି। 


ରାତିରେ ଆଦି ନିଜକୁ ସମ୍ଭାଳି ନପାରି ଭଉଣୀ ପାଖରେ କାନ୍ଦି ଉଠିଛନ୍ତି । କାହିଁକି ନା ସୁମି ଆଦିର ପ୍ରେମିକା ଥିଲେ ।ଆଉ ଆଜି ସେ ବିଧବା ଏବଂ ତାଙ୍କର ଗୋଟିଏ କୁନି ଝିଅ ରିଆ ଅଛି। ସୁମି ଠାରୁ ଅଲଗା ହୋଇ ସେ ବାହା ନ ହେବାକୁ ସ୍ଥିର କରିଥିଲେ। 


ଆଦି ଆଉ ଦିଶା ବସି ଦୁହେଁ ଛୋଟ  ବେଳର କଥା ମନେ ପକାଇଛନ୍ତି। ପ୍ରଥମ ଶ୍ରେଣୀରୁ ଦିଶା ଆଉ ସୁମି ଭଲ ସାଙ୍ଗ ଥିଲେ। ସେ ଦୁହେଁ ଆଦିଙ୍କ ସହ ସ୍କୁଲ ସାଙ୍ଗ ହୋଇ ଯାଉଥିଲେ। ତିନି ଜଣ ଏକା ସାଙ୍ଗରେ ଖେଳାବୁଳା ସବୁ କରୁଥିଲେ। ସବୁବେଳେ ସୁମି ଆଦି ପରସ୍ପର ସହ ଲାଗୁଥିଲେ। 


ଆଦି ନିଜର 2 ସାରିବା ପରେ ବାହାରକୁ ଇଞ୍ଜିନିୟରିଂ କରିବା ପାଇଁ ଗଲେ। ସେତେବେଳକୁ ସୁମି ନବମରୁ ଦଶମ ଶ୍ରେଣୀକୁ ଯାଇ ଥାନ୍ତି । ଆଦି ଓ ସୁମି ଭଲ ପାଇବା ମାନେ ବୁଝି ନ ଥାନ୍ତି। କିନ୍ତୁ ପରସ୍ପର ପାଇଁ ଝୁରି ହେଉଥାନ୍ତି। 


ଏମିତି ବସି ଦୁଇ ଭାଇ ଭଉଣୀ ଅତୀତ କଥା ହେଉଥିବା ସମୟରେ ବାପା ଆସି କି କହିଲେ ସଞ୍ଜୁ ଆଉ ତାର ବଡ ଭାଉଜ କାଲି ଆସିବେ ବାହାଘର ସପିଂ ପାଇଁ। ତୁମେ ଦୁହେଁ ତାଙ୍କ ସହିତ ସପିଂ ସେଣ୍ଟରକୁ ଯିବ। ଜଳଦି ଶୋଇ ପଡ। ବାପାଙ୍କ କଥା ଶୁଣି ଦୁହେଁ ନିଜ ନିଜ ରୁମକୁ ଗଲେ। 


ଆଦି ରୁମକୁ ଯାଇ ଶୋଇ ପାରି ନାହାନ୍ତି । ମନରେ ଆଉ ଥରେ ଅତୀତର ଭାବନା ଲହରୀ ପରି ଖେଳି ଉଠିଛି ଯେ ସେ ଇଞ୍ଜିନିୟରିଂ ସାରିବା ପରେ ଘରକୁ ଆସି ରହି ଚାକିରୀ ଖୋଜୁ ଥାନ୍ତି। ସେତେବେଳେ ଦିଶାର ଦେହ ହଠାତ୍ ଖରାପ ହୋଇଗଲା। ସେତେବେଳେ ବାପା କାମ ପାଇଁ କିଛି ମାସ ବାହାରେ ଥାନ୍ତି। ସେଥିପାଇଁ ସୁମି ଆସି ଦିଶା ସହ ତାଙ୍କ ଘରେ ରହିଲା। ସୁମି ଏବେ ଏକ ସୁନ୍ଦରୀ ଯୁବତୀ। ସୁମି ବେଶୀ ଗୋରୀ କି କଳା ନୁହନ୍ତି ।ଆଖି ତାଙ୍କର କଥା କୁହେ, ଓଠରୁ ସବୁବେଳେ ଝରୁ ଥାଏ ମୁକ୍ତାର ହସ। ସମସ୍ତଙ୍କ ମନକୁ ସେ ଜଳଦି ଜିଣି ପାରୁଥିଲେ। ଆଦି ମଧ୍ୟ ଦେଖିବାକୁ ବେଶ ଭଲ।ଦୁହିଁଙ୍କ ଭିତରେ ଲୁଚି ରହିଥିବା ଭାବନା ଆଉ ଥରେ ଜାଗୃତ ହେଲା। ସୁମିକୁ ଦେଖିଲେ ଆଦି ମନରେ ନୂତନ ଉତ୍ସାହ ସୃଷ୍ଟି ହୁଏ। ସୁମି ମଧ୍ୟ ଆଦିକୁ ଦେଖି ଲାଜେଇ ଯାଉଥିଲେ। ଆଦି ସୁମିକୁ ପଢାରେ ସାହାଯ୍ୟ କରୁଥାଏ।


ଦିଶା ଭଲ ହେବା ପରେ ସୁମି ତା ଘରକୁ ପଲାଏ। କିନ୍ତୁ ବିଚ୍ଛେଦର ବେଦନା ଦୁହିଁଙ୍କ ମନରେ ଥାଏ। ସେଥିପାଇଁ ଲୁଚି ଲୁଚି ଦୁହେଁ ଦୁହିଁଙ୍କୁ ସନ୍ଧ୍ୟା ସମୟରେ ଦେଖା କରୁଥାନ୍ତି। ନଦୀ କୂଳରେ ସୁଲସୁଲ ମୃଦୁ ପବନରେ ଦୁହେଁ ଦୁହିଁଙ୍କ ମଧ୍ୟରେ ହଜି ଯାଉଥାନ୍ତି। ତାଙ୍କ ସମ୍ପର୍କ ଥିଲା ପବିତ୍ର। କେବେ ବି ନିଜର ଯୌବନ ସୀମାକୁ ଅତିକ୍ରମ କରି ନ ଥିଲେ।ଦୁହେଁ ଅନେକ ସପନ ମଧ୍ୟ ଦେଖିଥିଲେ। ଦିଶା ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲା। ବାପା କେବଳ ଜାଣି ଥିଲେ ଆଦି ଗୋଟିଏ ଝିଅକୁ ଭଲ ପାଉଛି। 


ଏମିତି ଅତୀତ ଭାବୁ ଭାବୁ ଆଦିଙ୍କ ଆଖି ଲାଗି ଯାଇଛି। ତାପର ଦିନ ସକାଳୁ ଆଦି ଓ ଦିଶା ସଞ୍ଜୁ ଆଉ ସୁମି ସହ ସପିଂ ଯାଇଛନ୍ତି। ଆଦି ଦୂରରେ ଥାଇ ଦେଖନ୍ତି ସୁମିଙ୍କ ଓଠରେ ସେ ହସ ଆଉ ନାହିଁ। ଆଖି ବହୁତ କଥା କହିବାକୁ ଚାହୁଁଛି କିନ୍ତୁ କହି ପାରୁ ନାହିଁ। ସୁମି ମଧ୍ୟ କୋଣେଇ କୋଣେଇ ଆଦିଙ୍କୁ ଦେଖିଥାନ୍ତି। 


ଇତି ମଧ୍ୟରେ ସଞ୍ଜୁ ଦିଶାକୁ ନେଇ ଅନ୍ୟ ଏକ ଦୋକାନକୁ ଚାଲିଯାଇ ଥାନ୍ତି। ସମୟ ଆଣିକି ଦୁହିଁଙ୍କୁ ଦୁହିଁଙ୍କ ସମ୍ମୁଖରେ ଛିଡ଼ା କରିଛି। ଗୋଟିଏ ଆଡେ ସୁମି ଆଦିଙ୍କ ପ୍ରେମିକା ଥିଲେ ତ ଆଉ ଗୋଟିଏ ଆଡେ ଜଣଙ୍କ ବିଧବା ସ୍ତ୍ରୀ। ଦୁହେଁ ପୁରା ନୀରବ, ଦୁହିଁଙ୍କ ଆଖିରୁ ଲୁହ ଝରଝର ହୋଇ ବହି ଯାଉଛି, ହେଲେ କିଛି କହି ପାରୁ ନାହାନ୍ତି।ସଞ୍ଜୁ ଡାକିବାରୁ ଦୁହେଁ ନିଜ ବେଦନାକୁ ଲୁଚାଇ ମିଛ ହସ ଓଠରେ ଆଣି ଘରକୁ ଫେରୁଛନ୍ତି।


ବାଟରେ ଦିଶାର ଶୁଖିଲା ମୁହଁ ସଞ୍ଜୁ ନଜର କରିଛନ୍ତି। ରାତିରେ ସଞ୍ଜୁ ଦିଶାଙ୍କ ସହ କଥା ହେଲା ବେଳକୁ କହିଲେ ବାହାଘରକୁ ଜମା ଦୁଇ ଦିନ।ହେଲେ ସେ ଦିଶାର ମୁହରେ ସେ ଖୁସି ଦେଖିବାକୁ ପାଉନାହାନ୍ତି। କଣ ସେ ବାହାଘରରେ ଖୁସି ନୁହଁନ୍ତି। ରାଣ ନିୟମ ଦେବାରୁ ଦିଶା ସବୁ କଥା ଖୋଲି କି କହିଲେ ଆଦି ଆଉ ସୁମିଙ୍କ ପ୍ରେମ କାହାଣୀ ବିଷୟରେ।ସଞ୍ଜୁ ସବୁ ଶୁଣି କିଛି ନ କହି ଦିଶାଙ୍କୁ ଶୁଭ ରାତ୍ରି କହି ଫୋନ ରଖିଦେଲେ। 


ସେପଟେ ଆଦିଙ୍କ ଆଖିରେ ସୁମିଙ୍କ ଶୁଖିଲା ମୁହଁ ନାଚି ଉଠୁ ଥାଏ। ପୁଣି ଅତୀତ କଥା ମନେ ପଡୁଥାଏ। ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଇବା ପରେ ହଠାତ୍ ସୁମି କାହିଁକି ଛାଡ଼ି ପଳାଇଲେ ସେ ଏବେ ଯାଏଁ ବୁଝି ପାରୁ ନାହାନ୍ତି। ଯିବା ପୂର୍ବରୁ ସୁମି ଦିଶାଙ୍କୁ କହି ଥିଲେ ଆଦିଙ୍କୁ କହିବୁ ମୋତେ କ୍ଷମା କରିବେ। ମୋର ବାହାଘର ଠିକ ହୋଇ ଯାଇଛି। ଆଉ ମୁଁ ବହୁତ ଖୁସି ଏବଂ ତାଙ୍କୁ ମୋତେ ଫୋନ କରିବାକୁ ଓ ଦେଖା କରିବାକୁ ମନା କରିବୁ। ଆଦି ମଧ୍ୟ ସୁମିଙ୍କୁ ଏତେ ମାନୁ ଥିଲେ ଯେ ସେ ଚୁପ୍ ଚାପ୍ ରହିଥିଲେ ଓ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥିଲେ। 


ସଞ୍ଜୁ ତାପର ଦିନ ସୁମି, ରିଆ, ବାପା ମାଆ ଓ ସୁମିଙ୍କ ବାପାଙ୍କୁ ନେଇ ଆଦିଙ୍କ ଘରେ ପହଞ୍ଚିଲେ। ବାହାନା କରି ସଞ୍ଜୁ ଆଦି ଆଉ ସୁମି ଆଉ ରିଆଙ୍କୁ ଏକ ରୁମରେ ଛାଡି ସମସ୍ତଙ୍କୁ ନେଇ ବାହାରକୁ ପଳାଇଲେ। 


କିଛି ସମୟ ଦୁହେଁ ଚୁପ ବସିଲା ପରେ ଆଦି ନିରବତା ଭାଙ୍ଗି ପଚାରିଲେ ସୁମି କେମିତି ଅଛ... ରିଆକୁ କେତେ ବର୍ଷ... ଏତିକି କହୁ କହୁ ସୁମି ନିଜକୁ ସମ୍ଭାଳି ପାରି ନାହାନ୍ତି। ଆସି କି ଆଦି ଆଉ ରିଆଙ୍କୁ କୁଣ୍ଢାଇ କାନ୍ଦି କହିଲେ ମୁଁ ମୋର କର୍ମ ଫଳ ପାଇଛି। ତୁମକୁ କେତେ କଷ୍ଟ ଦେଇଛି। ସେ ଆଦିଙ୍କୁ କହିଲେ ଯେତେବେଳେ ତାଙ୍କ ବାପା ଆଦିଙ୍କ ବିଷୟରେ ଜଣିଲେ ସେ ସୁମିଙ୍କ ବାହାଘର ଅ

ସଞ୍ଜୁଙ୍କ ଭାଇ ଅଜୁଙ୍କ ସହ ସ୍ଥିର କଲେ ଆଉ ସୁମି ସେତେବେଳେ ଜାଣିଲେ ତାଙ୍କ ମାଆ କ୍ୟାନସରର

ଶେଷ ପର୍ଯ୍ୟାୟରେ ଅଛନ୍ତି। ମାଆଙ୍କ ଶେଷ ଇଛା ପୁରଣ କରିବା ପାଇଁ ସେ ଅଜୁଙ୍କୁ ବିବାହ କଲେ। 


ବିବାହ ପରେ ସେ ଅଜୁଙ୍କୁ ସବୁ କହି ଦେଇଥିଲେ।ଅଜୁ ମଧ୍ୟ ସବୁ ବୁଝି ଥିଲେ, କେବଳ ବାପା ମାଆଙ୍କ ଖୁସି ପାଇଁ ଦୁହେଁ ଏକାଠି ରହୁଥିଲେ। କିଛି ମାସ ପରେ ସୁମି ଅଜୁଙ୍କ ଭଲ ଗୁଣ ଦେଖି ତାଙ୍କ ସହିତ ଘର ସଂସାର କରିବାକୁ ନିଷ୍ପତ୍ତି ନଲେ। ତାପରେ ରିଆ ଜନ୍ମ ହେଲା। ସବୁ ଠିକ୍ ଠାକ୍ ଚାଲିଥାଏ। ରିଆ ଛଅ ମାସର ହୋଇଥିବା ବେଳେ ଅଜୁ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କଲେ। ଏବେ ସୁମିଙ୍କ ଜୀବନ କହିଲେ ତାଙ୍କ ଝିଅ ରିଆ। 


ତାପରେ ସୁମି ଧୀର ସ୍ୱରରେ ଆଦିଙ୍କୁ କହିଲେ ସେ ସଞ୍ଜୁଙ୍କ ଠାରୁ ଶୁଣିଲେ ତମେ ପରା ତମ ପ୍ରେମିକା ପାଇଁ ଆଉ କେବେ ବିବାହ ନ କରିବାକୁ ନିଷ୍ପତ୍ତି ନେଇଛ। ତୁମ ପ୍ରେମିକା ମରି ସାରିଛି ....ସେ ଏବେ ଆଉ ଜଣଙ୍କ ବିଧବା ସ୍ତ୍ରୀ... ସେ ଗୋଟିଏ ଛୁଆର ମାଆ। କାହିଁକି ନିଜ ଜୀବନ ନଷ୍ଟ କରୁଛ ଗୋଟିଏ ଝରା ଫୁଲ ପଛରେ। 


ଆଦିଙ୍କ ଆଖିରୁ ଲୁହ ଝରଝର ବହି ଯାଉଛି। ସେ ସୁମିଙ୍କୁ କହିଲେ ମୁଁ ସେ ଝରା ଫୁଲ ଆଉ ତାର ଫୁଲକୁ ନିଜର କରିବାକୁ ଚାହେଁ । ହେଲେ ସମୟ ମୋତେ ଏମିତି ଦ୍ୱି ଛକିରେ ଛିଡ଼ା କରିଛି ଗୋଟିଏ ପଟେ ମୋ ଭଉଣୀର ବିବାହ ଓ ଆଉ ଗୋଟିଏ ପଟେ ମୋ ଜୀବନ, ମୋ ପ୍ରେମ। ମୁଁ ଜାଣି ପାରୁନାହିଁ ମୁଁ କଅଣ କରିବି ସୁମି, ମୋତେ ରାସ୍ତା ଦେଖାଅ କହି ସୁମିର ହାତ ଧରି କାନ୍ଦୁଛନ୍ତି ଆଦି।ସୁମି ଆଦିଙ୍କୁ କହିଲେ ଭଲ ହେବ ତୁମେ ଆମ ପ୍ରେମକୁ ଭୁଲି କି ନୂଆ ଜୀବନ ଆରମ୍ଭ କର। କାରଣ ଆମ ପ୍ରେମ ଥିଲା ନିସ୍ୱାର୍ଥ ...ଆମ ପ୍ରେମ ମରି ସାରିଛି। ତୁମେ ଆଉ କାହାକୁ ବାହା ହେଲେ ଦିଶା ଆଉ ସମସ୍ତଙ୍କ ପାଇଁ ଭଲ ହେବ.... ଏତିକି ଶୁଣି ଆଦି ସୁମିଙ୍କୁ ପଚାରିଛନ୍ତି ତୁମେ କଅଣ ମୋତେ ଆଉ କାହାର ହେବା ଦେଖି ପାରିବ...କହି ଦୁହେଁ ଦୁହିଁଙ୍କୁ କୁଣ୍ଢାଇ କାନ୍ଦୁଛନ୍ତି। 


ଏତିକି ବେଳେ ମମସ୍ତେ ରୁମକୁ ଆସିଛନ୍ତି। ସମସ୍ତଙ୍କୁ ଦେଖି ଦୁହେଁ ଚମକି ଯାଇ ଦୂରେଇ ଛିଡ଼ା ହୋଇଛନ୍ତି। ହେଲେ ଆଖିରୁ ଲୁହ ଝର ଝର ହୋଇ ବହି ଯାଉଛି। 


ସଞ୍ଜୁ ଆସି ଦୁଇ ଜଣଙ୍କ ହାତ ମିଶାଇ କହିଲେ ନିସ୍ୱାର୍ଥ ପ୍ରେମ କେବେ ମରେ ନାହିଁ। ନିସ୍ୱାର୍ଥ ପ୍ରେମର ମିଳନ ଏମିତି ହୋଇ ଥାଏ। ଦୁଇ ପରିବାର ମଧ୍ୟ ଏ ବାହାଘର ପାଇଁ ରାଜି ହୋଇ ଗଲେ। ସଞ୍ଜୁ ଏବଂ ଦିଶାଙ୍କ ବାହାଘର ଦିନ ଆଦି ଏବଂ ସୁମିଙ୍କ ବାହାଘର ହେବାକୁ ସ୍ଥିର ହେଲା। ଶେଷରେ ରାଜୁ ବାବୁଙ୍କର ସପନ ପୁରଣ ହେଲା। ପୁଅ ଝିଅଙ୍କ ବାହାଘର ଏକା ଦିନରେ ହେଲା।



Rate this content
Log in

More oriya story from Trushna Das

Similar oriya story from Drama