Lalita Mohan Mishra

Tragedy

3  

Lalita Mohan Mishra

Tragedy

ନିରପରାଧର ଅଭିଶାପ

ନିରପରାଧର ଅଭିଶାପ

6 mins
540



ମନରେ ବେଳେ ବେଳେ ଏମିତି ଏକ ପ୍ରଶ୍ନ ଉଠେ.... ସତରେ କ'ଣ ଅଭିଶାପ ଫଳପ୍ରଦ ହୁଏ ?   ଜିଜ୍ଞାସାଟି ବାଲ୍ୟ କାଳରୁ ଥିଲେ ମଧ୍ୟ ତାର ସଠିକ୍ ଉତ୍ତର ପାଇ ପାରେ ନାହିଁ । ଆମେ ଯଦି ପୁରାଣକୁ ଅବଲୋକନ କରିବା - ପୁରାଣରେ ବିଭିନ୍ନ ମୁନି ଋଷି, ସାଧୁ ସନ୍ଥ, ରାଜା ମହାରାଜା ଅଭିଶାପ ଦେବା ଏବଂ ଅଭିଶାପ ପାଇବାର ଉଲ୍ଲେଖ ଅଛି । ଯଥା -


- ଋଷି ଗୌତମ ତାଙ୍କର ପତ୍ନୀ ଅହଲ୍ୟା ଦେବରାଜ ଇନ୍ଦ୍ରଙ୍କ ସହିତ ରତିକ୍ରିଡାରେ ଲିପ୍ତ ଥିଲେ । ଏ ଦୃଶ୍ୟ ଦେଖି ଋଷି ଗୌତମ ଅହଲ୍ୟାଙ୍କୁ ଅଭିଶାପ ଦେଇଥିଲେ - ତୁମେ ପଥର ହୋଇଯାଅ ! ! 


- ସେହିପରି ମହାଭାରତରେ ଅନେକ ଅଭିଶାପର କଥା ବର୍ଣ୍ଣନା ଥିବାର ଦେଖାଯାଇଅଛି । ମହାବୀର କର୍ଣ୍ଣ ମହାଯୋଦ୍ଧା ହୋଇଥିଲେ ମଧ୍ୟ ପରଶୁରାମଙ୍କ ଠାରୁ ଧନୁର୍ବିଦ୍ୟା ଶିକ୍ଷା କରି ନିଜର ସଠିକ୍ ପରିଚୟ ପ୍ରଦାନ ନକରି ପାରିବାରୁ ସେ ତାଙ୍କ ଠାରୁ ଅଭିଶାପ ପାଇଥିଲେ । ସେହିପରି ଅର୍ଜୁନ ମଧ୍ୟ ଅପସରା ଉର୍ବଶୀଙ୍କ ଠାରୁ ଅଭିଶାପ ଆହୁରି ମଧ୍ଯ ଶ୍ରୀକୃଷ୍ଣ ଗାନ୍ଧାରୀଙ୍କ ଠାରୁ ଅଭିଶାପ , ଅଶ୍ଵତ୍ଥାମା ଶ୍ରୀକୃଷ୍ଣଙ୍କ ଠାରୁ ଶାପ, ଦୁର୍ଯ୍ୟୋଧନ ମହର୍ଷି ମୈତ୍ରେୟଙ୍କ ଠାରୁ ଶାପ, ଘଟୋତ୍କଚଙ୍କ ଦ୍ରୌପଦୀଙ୍କ ଠାରୁ ଶାପ , ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କୁ ଅଭିଶାପ, ମହର୍ଷି ଦୁର୍ବାଶାଙ୍କ ଅଭିଶାପ ଏହି ପରି ଅନେକ କଥା ପୁରାଣରେ ବର୍ଣ୍ଣନା କରାଯାଇଛି ।


- ଯୁଧିଷ୍ଠିର ନାରୀ ଜାତିକୁ ଯେଉଁ ଅଭିଶାପ ଦେଇଥିଲେ ତାହା ହୁଏତ କାଳ କାଳ କାଳକୁ ରହି ଆସିଛି । ବ୍ୟାସ ସମଗ୍ର କାଶୀ ନଗରିକୁ ଅଭିଶାପ ଦେଇଥିଲେ । ଏହା ବ୍ଯତୀତ ମଧ୍ୟ ଆହୁରି ଅନେକ ଅଭିଶାପର କାହାଣୀ ବର୍ଣ୍ଣନା ଅଛି ପୁରାଣ ଏବଂ ନିତିଶାସ୍ତ୍ରରେ ।


- ସନ୍ଧ୍ୟାଆଳତୀ ଦେଇ ସାରିବା ପରେ ନାଣ୍ଡି ଉଲୁକ ହର ବୁଢି - ଦାଣ୍ଡରେ ଦିପଟିଏ ଜାଳି ବସି ରହିଥାଏ..... ଏବଂ ବାରମ୍ବାର ଅଭିଶାପ ଦେଇ କହି ହେଉଥାଏ !  ହେ ପ୍ରଭୁ ! ଆମକୁ ଯିଏ ରଖେଇ ବସେଇ ଦେଉ ନାହିଁ ....... ତାର ବଂଶ ବୁଡି ଯାଉ...... ତାର ସମସ୍ତେ ଛିନ୍ନଛତ୍ର ହୋଇ ଯାଆନ୍ତୁ ! 


- ଆହୁରି ମଧ୍ଯ ବୁଢ଼ୀ ଅଭିଶାପ ଦେଇ କହୁଥାଏ -  ହେ ଧର୍ମ ଦେବତା ! ହେ ଚନ୍ଦ୍ର ସୂର୍ଯ୍ୟ ଦେବତା ! ହେ ଜଗନ୍ନାଥ ! ହେ ଠାକୁର ! ଯଦି ପୃଥିବୀରେ ନ୍ୟାୟ, ଧର୍ମ ଅଛି........ ତେବେ ମୋ ଅଭିଶାପରେ ସେମାନେ ମୋ ଭଳି ତିଳ ତିଳ ହୋଇ ଦୁଃଖ ଭୋଗ କରନ୍ତୁ ! ! ! 

     

- ଜଣେ ନିରାପରାଧୀ ବ୍ୟକ୍ତି କିମ୍ବା ତାର ପରିବାର ଯେତେବେଳେ କୌଣସି ନା କୌଣସି କାରଣରୁ ଅଯଥା ଶାରୀରିକ , ମାନସିକ ତଥା ଆର୍ଥିକ ନିର୍ଯ୍ୟାତନା ଭୋଗକରେ ଅଥବା ତାର ସର୍ବସ୍ବ ହରାଇବାକୁ ବାଧ୍ୟ ହୁଏ କିମ୍ବା ଅନ୍ୟ ଦ୍ବାରା ଦଣ୍ଡିତ ହୁଏ ........


 - ନିଜ ଆଖି ଆଗରେ ଅନ୍ୟ ଠାରୁ ଯନ୍ତ୍ରଣା ଭୋଗ କରେ..... ଆକୁଳ ହୁଏ... ସେତେବେଳେ ତା ମନରେ ପ୍ରଚଣ୍ଡ ଆଘାତ ସୃଷ୍ଟି ହୁଏ । ତାର ପ୍ରାଣକୁ ହୃଦୟକୁ ବାଧେ ଏବଂ ମର୍ମାନ୍ତିକ ଦୁଃଖ ଅନୁଭବ କରେ। ତାର ଦୁଃସ୍ଥ ଅସହାୟ ଅବସ୍ଥା ପାଇଁ ଯେଉଁ ବ୍ୟକ୍ତି ଦାୟି ତାକୁ କ୍ରୋଧରେ ଅନ୍ଧ ହୋଇ ଅଭିଶାପ ଦିଏ ।


- କାରଣ ସେତେବେଳେ ତାର ଭଲ -ମନ୍ଦ ବିଚାର କରିବାର ଶକ୍ତି ନ ଥାଏ । କ୍ରୋଧ ବ୍ରହ୍ମ ଚଣ୍ଡାଳ । ତାର କ୍ରୋଧ ଜର୍ଜରିତ ହୃଦୟରେ ପ୍ରତିହିଂସାର ବହ୍ନି ଜଳୁଥାଏ । ମାତ୍ର ପ୍ରତିଶୋଧ ନେବା ପାଇଁ ତାର ଶକ୍ତି ନ ଥାଏ । ନିଜକୁ ସେ ଅସମର୍ଥ ମନେକରେ । ସେଥିପାଇଁ ତାର ଅନ୍ତରାତ୍ମା ସ୍ବତଃ ପ୍ରବୃତ୍ତ ଭାବରେ ଅଭିଶାପ ଦେଇଥାଏ , ଆଉ ଯେଉଁ ଅଭିଶାପ କି ଅକ୍ଷରେ ଅକ୍ଷରେ ଫଳପ୍ରଦ ହୋଇଥାଏ ।


- ସେହିପରି ନାଣ୍ଡି ଉଲୁକର ଟିଣ ଘର ଉପରକୁ ସନ୍ଧ୍ୟା ହେଲା ମାତ୍ରକେ ଟେକା ପଥର ପଡିବାର ଆରମ୍ଭ ହୋଇଯାଏ । ଯାହାକି ଅଳ୍ପ ସମୟ ବ୍ୟବଧାନରେ ପକାଇବା ଆରମ୍ଭ ହୁଏ ଯେ ଶୀତ ଦିନ ରାତି ଦଶଟା ଏଗାରଟା ପର୍ଯ୍ୟନ୍ତ ଚାଲୁରହେ । ପ୍ରଥମେ ପ୍ରଥମେ ଗାଳିଗୁଲଜ କଟାବଛା କିନ୍ତୁ କିଏ କିଛି ଶୁଣନ୍ତି ନାହିଁ । ଗାଁ ରେ ସେତେବେଳେ ଆଜି କାଲିକା ପରି କରେଣ୍ଟ ରହୁ ନ ଥିଲା ତେଣୁ ଅନ୍ଧାରରେ ଟେକା ପଥର ପକାଇବାକୁ ସୁବିଧା ହେଉଥିଲା ।


- ଅନ୍ଧାରରେ ଟର୍ଚ୍ଚ ଲାଇଟ୍ ପକାଇ ଗଲା ବେଳକୁ ସେମାନେ ପଳାଇ ଯାଆନ୍ତି । ପ୍ରଥମେ ପ୍ରଥମେ ଜଣା ପଡିଲା ନାହିଁ କିଏ ଟେକା ପଥର ପକାଉଛି ? ? ? କଥାରେ ଅଛି - "ସତ କ'ଣ ଲୁଚି ରହେ" ଦିନେ ନା ଦିନେ ଧରା ପଡିବ ? ?  ?


- ଏବେ ଜଣା ପଡିଗଲା - କେତେଜଣ ମିଶି ଏ କାମ କରୁଛନ୍ତି ଏବଂ ଏଥିରେ ମୁଖ୍ୟ କିଏ ? ଏ ସବୁ ଜଣା ପଡିଲା ପରେ ଯିଏ ମୂଖ୍ୟ ତାକୁ କେବେହେଲେ କିଛି କହି ହେବ ନାହିଁ ବୋଲି ଅନୁଭବ କରି ସନ୍ଧ୍ୟା ହେଲେ ଦାଣ୍ଡରେ ଦିପଟିଏ ଜାଳି ଅଭିଶାପ ଦେବା ବ୍ୟତୀତ ଆଉ କିଛି ତାଙ୍କର ଚାରା ନ ଥିଲା ? 


- ଆନନ୍ଦ ମନରେ କେହି କାହାକୁ ଅଭିଶାପ ଦିଏ ନାହିଁ । ଯାହା ସହିତ ଯାହାର ସୁ -ସମ୍ପର୍କ ଥାଏ ଏବଂ ଉତ୍ତମ ସମ୍ଭାଷଣ ଥାଏ , ସେ ଉଭୟଙ୍କ ନିକଟରେ ସେହିପରି ସୁଷମ ବାୟୁର ପ୍ରଭାବ ଥାଏ । ଏକାଧିକ ଲୋକମାନଙ୍କ ପାଖରେ ମଧ୍ୟ ଏହି ପରି ଗୁଣ ରହି ଥାଇ ପାରେ, ଯଦି ସେମାନଙ୍କର ପରସ୍ପର ପ୍ରତି ଆତ୍ମୀୟତା, ସମ୍ବେଦନଶୀଳତା ଥାଏ ସୌହାର୍ଦ୍ୟ ପୂର୍ଣ୍ଣ ସମ୍ପର୍କ ଏବଂ ଭାବ ବିନିମୟ ଥାଏ ।


- ଏ ସମ୍ପର୍କ , ଗୁରୁ-ଶିଷ୍ୟର ସମ୍ପର୍କ , ଦାତା-ଗ୍ରାହୀତାର ସମ୍ପର୍କ , ଯାଜକ-ଯଯମାନର ସମ୍ପର୍କ ଭେଦରେ ବିଭିନ୍ନ ପ୍ରକାରର ହୋଇପାରେ । ଯେହେତୁ ମଣିଷ ଜଣେ ସାମାଜିକ ପ୍ରାଣୀ ଏବଂ ତାର ପ୍ରତିଟି ବ୍ୟବହାର ଏବଂ ଆଚରଣ ସ୍ୱାର୍ଥ ବିଜଡିତ ଏବଂ ଆତ୍ମରକ୍ଷା ଲାଗି ଅଭିପ୍ରେତ ।


- ଯିଏ ଅନିଷ୍ଟ କରୁଛି ଏବଂ ଯାହାର ଅନିଷ୍ଟ ହେଉଛି ସେ ଉଭୟଙ୍କର ଶରୀରରୁ ନିସୃତ ବାୟୁ ସେଇଠି ଥାଏ । ଜଣେ କ୍ରୋଧାନ୍ଧ ହୋଇ ଯେତେବେଳେ ଅଭିଶାପ ଦିଏ ସେତେବେଳେ ସେଠାରେ ଥିବା ବାୟୁ  ପ୍ରଦାହୀ ଓ ପ୍ରଦୂଷିତ ହୋଇଯାଏ ଏବଂ ତାରି ମାଧ୍ୟମରେ ସେହି ଭାବ ଅନୁବାହୀ 'ସୂକ୍ଷ୍ମାଣୁ ମାନେ' ଶବ୍ଦଜଗତରେ ପ୍ରବେଶ କରିଯାଆନ୍ତି ।


- ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ସେ ଉଭୟ ବାୟୁର ମିଶ୍ରଣ ଘଟେ । ପ୍ରଚଣ୍ଡ କ୍ରୋଧରେ ଯାହାର ନାମ ଉଚ୍ଚାରଣ କରି ସେ ଯେପରି ଅଭିଶାପ ଦେଇଥାଏ । ସେ ସମସ୍ତ ଅପଘାତୀ ଓ ଅପଜାତ ଶବ୍ଦାବଳୀ ବାୟୁମଣ୍ଡଳରେ କମ୍ପନ ସୃଷ୍ଟିକରି ଶବ୍ଦଜଗତରେ ଖେଳିଯାଏ ଏବଂ ସକ୍ରିୟ ହୋଇ ପୂର୍ବରୁ ସମ୍ପର୍କ ଥିବା ତଥା ବର୍ତମାନ ଅଭିଶାପ ଗସ୍ତ ବ୍ୟକ୍ତିର ସୁକ୍ଷ୍ମାଣୁ ମାନଙ୍କ ସହ ମିଶି , ସେହି ବ୍ୟକ୍ତିର ପାର୍ଶ୍ଵ ଅନୁସନ୍ଧାନ କରେ । 


- ସେ ଅଭିଶପ୍ତ ବ୍ୟକ୍ତି ପାଖରେ ଥାଆନ୍ତୁ ବା ଦୂରରେ ଥାଆନ୍ତୁ । ଯେଉଁଠି ଥିଲେ ମଧ୍ୟ ଖୋଜି ଖୋଜି (ଅଭିଶପ୍ତ ବ୍ୟକ୍ତି ର ଏ ଜନ୍ମରେ ପୁଣ୍ୟ ପ୍ରଭାବ ଅଧିକ ଥିଲେ ମଧ୍ୟ ପରଜନ୍ମରେ ) ଅପଛାୟା ଭଳି ସେ ତାଙ୍କ କାୟାରେ ସୁଯୋଗ ଦେଖି ସ୍ୱତଃ ଅନୁପ୍ରବେଶ କରେ ଏବଂ ଅନୁରୂପ ଅନିଷ୍ଟ ଓ ବିଭ୍ରାନ୍ତି ସୃଷ୍ଟି କରେ ।


- ଜୀବିତ ଅବସ୍ଥାରେ , ଯେଉଁ ଜୀବନୀ -ତଡିତ ଏବଂ ଚୁମ୍ବକୀୟ ଶକ୍ତିପ୍ରବାହାର ଧାରା ଶରୀରର ଅଧସ୍ତନ ବୃତ୍ତି ଗୁଡିକୁ ଅନୁପ୍ରାଣିତ କରୁଥାଏ । ପ୍ରାଣ ଯିବା ସମୟରେ ବା ଆତ୍ମାର ଉତକ୍ରମଣ କରିବା ସମୟରେ , ମୂମୂର୍ଷୁ ର ମସ୍ତକର ଚାରିପାଖରେ ଏକ ଜ୍ୟୋତିର ମଣ୍ଡଳ ବା ବଳୟ ରୂପରେ ପ୍ରକାଶ ପାଏ । 


- ସେହି ଜ୍ୟୋତିମଣ୍ଡଳରେ ସୂକ୍ଷ୍ମ ପରମାଣୁ ଗୁଡିକର ତୀବ୍ର କମ୍ପନର ସହାୟତାରେ 'ଅତିବାହିକ ' ଶରୀର । ଯାହାକୁ ସୂକ୍ଷ୍ମ-ଶରୀର ମଧ୍ୟ କୁହାଯାଇପାରେ । ମୃତ ଶରୀର ସହିତ ଯୋଗସୂତ୍ର ରକ୍ଷା କରେ ।


-ପରିଣାମରେ , ମରଣୋନ୍ମୁଖୀ ବ୍ୟକ୍ତିର ଇଚ୍ଛାଶକ୍ତିରୁ ସୃଷ୍ଟ ଅଭିଶାପକୁ ପରିବହନ କରି , ଅଭିଶାପ ଗ୍ରସ୍ତ ବ୍ୟକ୍ତିର ଅନୁଧାବନ କରେ ।ଅନ୍ୟପକ୍ଷରେ ଅପକାରୀ ଯେ କୌଣସି ବସ୍ତୁ , ଶକ୍ତି , ବ୍ୟକ୍ତି ଅଥବା କାର୍ଯ୍ୟ ଦ୍ୱାରା ପର୍ଯ୍ୟାବରଣର ଭାରସାମ୍ୟ ବିପର୍ଯ୍ୟସ୍ତ ହୁଏ ।


- ପରିବେଶର ବାୟୁ ପ୍ରଦୂଷିତ ହୁଏ ଏବଂ ଆମର ଚିନ୍ତା ଓ ଚେତନାରେ ତାରି ପ୍ରଭାବରୁ ପ୍ରତିକ୍ରିୟା ଦେଖାଦିଏ । ଯେଉଁମାନେ ନିଜର ସ୍ଵର୍ଥ୍ୟ ସାଧନ ପାଇଁ ଅନ୍ୟପ୍ରତି ଅକ୍ଷମଣୀୟ ଅପରାଧ କରନ୍ତି । ନିର୍ବିବାଦରେ ଅନିଷ୍ଟ କରାନ୍ତି ଏବଂ ଅନୈତିକ କାର୍ଯ୍ୟରେ ସର୍ବଦା ଲିପ୍ତ ରହନ୍ତି ସେମାନେ ଧନ , ମାନ , ବାହୁବଳରେ ଯେତେ ବଳିୟାନ ହେଲେ ମଧ୍ୟ ସେମାନଙ୍କ ଅପରାଧପ୍ରବଣ ମନରେ , ଅପରାଧ ଜନିତ ତ୍ରୁଟି ଏବଂ ଅନୁଶୋଚନା ପାଇଁ ଭୟ ଓ ଦୁର୍ବଳତାର ସଞ୍ଚାର ହୁଏ ।


- ଯେପରିକି ଅଜାଗା ଘା ଦେଖି ହୁଏନି କି ଦେଖେଇ ହୁଏନି...... ସେହିଭଳି ପରିସ୍ଥିତିରେ ପଡି ବିବେକର ଦଂଶନ ସେମାନଙ୍କୁ ସହିବାକୁ ପଡେ । ମନୋବଳ ଏବଂ ଆତ୍ମବିଶ୍ୱାସର ଅବକ୍ଷୟ ହେତୁ ସେ ଲୋକ ଚକ୍ଷୁରେ ନିନ୍ଦିତ ହୁଏ , ତେଣୁ ସବୁ ଦୃଷ୍ଟିରୁ ତାର ସ୍ଥିତି ନ୍ୟୁନ ହୁଏ ।


- ନୈତିକ ଅଧୋଗତି ଏବଂ ଦୁର୍ବଳ ମନସ୍ତତ୍ତ୍ୱର ପ୍ରଭାବରେ ତାର ଶରୀରର ପ୍ରତିରୋଧକାରୀ ଶକ୍ତି ମଧ୍ୟ କ୍ଷୀଣ ହୋଇଯାଏ । ଅନ୍ୟପକ୍ଷରେ ପ୍ରଚଣ୍ଡ କ୍ରୋଧରୁ ଜନ୍ମ ନେଇଥିବା ଅଭିଶାପ , ଉଦ୍ଦିଷ୍ଟ ବ୍ୟକ୍ତିକୁ ରାହୁଭଳି ସମ୍ପୂର୍ଣ ଗ୍ରାସ ନକଲା ପର୍ଯ୍ୟନ୍ତ ଜନ୍ମ -ଜନ୍ମାନ୍ତର ଧରି ତା ' ପଛରେ ଅନୁଧାବନ କରୁଥାଏ ।


- ପୂର୍ବ ଜନ୍ମର ଅଭିଶାପ ଇହ ଜନ୍ମରେ ସ୍ମରଣ ନ ଥିବା ହେତୁ ସେ ପ୍ରାୟଶ୍ଚିତର ପଥ ଖୋଜି ପାଏନା ଏବଂ ହା -ହୁତାସରେ କହିବୁଲେ -- କେଉଁ ଜନ୍ମରେ କଣ ଅପରାଧ କରିଥିଲି କେଜାଣି ଏ ଜନ୍ମରେ ଏତେ ଦୁଃଖ ଭୋଗ କରୁଛି ।


- ନାଣ୍ଡି ଉଲୁକର ବୁଢୀ ଏମିତି ସନ୍ଧ୍ୟା ହେଲେ ପ୍ରତିଦିନ ଦିପଜାଳି ଦାଣ୍ଡ ପିଣ୍ଡାରେ ବସେ । ଧିରେ ଧିରେ ଗାଳି ଗୁଲଜ କରିବା ଛାଡି ଦେଲା..... କେତେ କାହାକୁ ପ୍ରତିଦିନ ଗାଳି କରିବ ? ? ??


- ଦ୍ରୌପଦୀଙ୍କ ବସ୍ତ୍ରକୁ ଦୁଃଶାସନ ଟାଣୁ ଥାଏ ଏବଂ ଦୌପଦୀ ନିଜ ଲଜ୍ଜା ନିବାରଣ କରିବା ପାଇଁ ବସ୍ତ୍ରକୁ ଛାଡୁ ନ ଥିଲେ । ଯେତେବେଳେ କ୍ଳାନ୍ତ ହୋଇ ଉପରକୁ ହାତ ଟେକି ପ୍ରଭୁଙ୍କୁ ନିବେଦନ କଲେ.... ହେ ପ୍ରଭୁ ! ଆପଣଙ୍କର ସଖାର ଇଜ୍ଜତ ରକ୍ଷା କରନ୍ତୁ ସେତେବେଳେ ଭଗବାନ ବସ୍ତ୍ର ପ୍ରଦାନ କରିଥିଲେ ଯାହାକି ଦୁଃଶାସନ ଯେତେ ବସ୍ତ୍ର ଟାଣୁଥିଲେ ମଧ୍ୟ ସମାପ୍ତ ହେଉ ନ ଥିଲା । ମୋର କହିବାର ଉଦ୍ଦେଶ୍ୟ ନାଣ୍ଡି ଉଲୁକର ବୁଢୀ ଯେତେବେଳେ ଗାଳି ଗୁଲଜ ଛାଡି ଭଗବାନଙ୍କୁ ନିଜକୁ ସମର୍ପଣ କରିଦେଲା ସେତେବେଳେ ଭଗବାନ ଅପରାଧୀକୁ ଉଚିତ୍ ଦଣ୍ଡ ପ୍ରଦାନ କଲେ ।


- କିଏ କହେ - ଠାକୁର ନାହାଁନ୍ତି..... କିଏ କହେ - ଭଗବାନ୍ ନାହାଁନ୍ତି ? ? କମ୍ପୁଟର ଯୁଗରେ ମଧ୍ୟ ତାଙ୍କର ବିନା କିଛି ସମ୍ଭବ ନୁହେଁ ? ?


- ଯେଉଁମାନେ ପ୍ରତିଦିନ ଟେକା ପଥର ପକାଉ ଥିଲେ । ସେମାନଙ୍କର ଭାଇ ଭାଇ ଭିତରେ ଗଣ୍ଡଗୋଳ ଲାଗି ଗାଁ ଛାଡିଲେ । ଆଉ ଜଣଙ୍କର ବେପାର ଭଲ ନ ଚାଲିବାର ମାଳରେ ଯାଇ ରହିଲା । ଜଣେ ରୋଗଗ୍ରସ୍ତ ହେଲା । ଏହିପରି ଭାବରେ ଧିରେ ଧିରେ ସେମାନଙ୍କର ମେଳି ଭାଙ୍ଗି ଗଲା ଏବଂ ସମସ୍ତେ କିଛି ନା କିଛି ଅଭିଶାପରେ ଦଣ୍ଡିତ ହୋଇ କଷ୍ଟ ଭୋଗ କଲେ । ସେମାନଙ୍କର ଜୀବନ କଷ୍ଟକର ହୋଇ ପଡିଲା... 


- ଏବେ ମଧ୍ୟ ଗାଁକୁ ଗଲେ ନାଣ୍ଡି ଉଲୁକ ଘର କଥା ମନେପଡେ କିନ୍ତୁ ନା ଅଛି ସେ ନାଣ୍ଡି ଉଲୁକହର ବୁଢି ନା ଅଛି ସେ ଟିଣ ଘର ! ! !


- କାଳର କରାଳ ଗତିରେ କେ କୁଆଡେ ଲିନ ହୋଇ ଗଲେଣି ତ କିଏ ଅଭିଶପ୍ତ ରେ ଦୁଃଖ ଭୋଗ କରୁଛି କିନ୍ତୁ କଥାଟି ଏବଂ ସେ ସମୟଟି ଚିରଦିନ ପାଇଁ ସମସ୍ତଙ୍କ ମାନସପଟରେ ରହି ଯାଇଛି......।



Rate this content
Log in

Similar oriya story from Tragedy