ନିର୍ଦ୍ଦୋଷ କିଏ
ନିର୍ଦ୍ଦୋଷ କିଏ
ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ
ଅଙ୍ଗ ଦେଶରେ ବସନ୍ତ ଓ ସନ୍ଥ ନାମରେ ଦୁଇ ଭାଇଥିଲେ l ସେମାନେ ପରସ୍ପରକୁ ଭାରି ଭଲ ପାଉଥିଲେ l ଦିନେ ସେ ଦୁହେଁ ବୁଲିବୁଲି ନଗରର ଶେଷ ଭାଗରେ ଥିବା ଗୋଟିଏ ସୁନ୍ଦରୀ ସ୍ତ୍ରୀକୁ ଦେଖି ବେଶ୍ ବିମୋହିତ ହୋଇଗଲେ l ସେହି ସ୍ତ୍ରୀଟି ତାଙ୍କ ଆଗେ ଆଗେ ଯାଇ ଗୋଟିଏ ଛୋଟଘରେ ପଶିଗଲା l
ସେମାନେ ସେଠାରେ ପହଞ୍ଚି ତାକୁ ଖୋଜିଲେ l କିଛି ସମୟ ପରେ ଜଣେ ପୌଢ ମହିଳା ଆସି ତାଙ୍କର ମନକଥା ଜାଣିପାରିଲେ l ଆସନ୍ତା କାଲୀ ସେହି ବଗିଚାରେ ଦେଖା ହେବ ବୋଲି ସେ ତାଙ୍କୁ କହିଲା l
ଦୁଇ ଭାଇ ଘରକୁ ଫେରିଗଲେ l ସକାଳୁ ସେଠାକୁ ଯିବା ପାଇଁ ଦୁଇ ଭାଇଙ୍କ ଭିତରେ କଲି ହୋଇଗଲା l ଶେଷରେ ମୁଣ୍ଡ ଫଟା ଫଟି ହୋଇଗଲା l ପ୍ରଥମେ ବସନ୍ତ ଯାଇ ସେହି ସ୍ତ୍ରୀକୁ ବିବାହ କରିବାକୁ କହିଲା l ସ୍ତ୍ରୀଟି କହିଲା, ଏହା ତା’ର ପ୍ରକୃତ ରୂପ ନୁହେଁ l ମୋତେ ଯିଏ ଛୁଇଁବ ମୋର ପ୍ରକୃତ ରୂପ ଚାଲିଯିବ l ‘ ବସନ୍ତ ତା’ଠାରୁ ଏପରି କଥା ଶୁଣି ଚୁପ୍ ଚାପ ସେଠାରୁ ଚାଲି ଆସିଲା l
ଏହାପରେ ସନ୍ଥ ଯାଇ ସେପରି ନିଜର ମନର କଥା କହିଲା, ସ୍ତ୍ରୀ ମଧ୍ୟ ପୂର୍ବପରି କହିଲା, ‘’ ମୁଁ ତୁମ ରୂପ ଅପେକ୍ଷା ଗୁଣକୁ ଭଲ ପାଏ l ‘’ ତା’ ପରେ ସ୍ତ୍ରୀଟି ତା’ ସହିତ ତା’ର ଘରକୁ ଗଲା ଓ ତାକୁ ବିଭା ହୋଇ ରହିଲା l ହେଲେ ତା’ର ରୂପରେ କିଛି ପରିବର୍ତ୍ତନ ହେଲା ନାହିଁ l ବରଂ ସେ ପରୀକ୍ଷା ପାଇଁ ଏପରି କହିଥିଲା ବୋଲି ଉତ୍ତର ଦେଲା l
ଏସବୁ ଜାଣିଲା ପରେ ବସନ୍ତ ରାଗରେ ଜଳିଗଲା l ସେ ଭବିଲା ସନ୍ଥ ତା’ ପାଖରେ ଛଳନା କଲା ଆଉ ଏହି ସୁନ୍ଦରୀ ସ୍ତ୍ରୀକୁ ବିଭାହେଲା l ହେଲେ ମୁଁ ଥାଉ ଥାଉ ସନ୍ଥ ତା ପାଖରେ ରହି ପାରିବ ନାହିଁ l ସେ ଦିନେ ବଳପୂର୍ବକ ସେହି ସ୍ତ୍ରୀକୁ ଧରି ନେଇଗଲା l ସନ୍ଥ ଏସବୁ ଜାଣି ଆଉ ସହିପାରିଲା ନାହି l ନିଜର ଖଣ୍ଡାରେ ବଡ଼ ଭାଇର ମୁଣ୍ଡକୁ କାଟିଦେଲା l ରାଜା ଏକଥା ଜାଣିପାରି ସନ୍ଥକୁ ବନ୍ଦୀ କରି ନେଲେ ଓ ଶୂଳିରେ ବସାଇବାକୁ ଆଦେଶ ଦେଲେ l
ବେତାଳ କହିଲା – ରାଜା ! ତୁମେ ତ ଜଣେ ବିଚାରବନ୍ତ l ସେହି ରାଜା ଯେଉଁ ବିଚାର କଲେ,ତାହା ଠିକ୍ ହେଲା କି ?
ବିକ୍ରମାଦିତ୍ୟ କହିଲେ – ସନ୍ଥ ଯୁବତୀଟିର ଗୁଣକୁ ପସନ୍ଦ କରି ବିବାହ କରିଥିଲା l କାରଣ ରୂପ ଯେ ଅସ୍ଥାୟୀ ସେ ଭଲ କରି ଜାଣିଥିଲା l ଏଣୁ ମୋ ‘ ଦ୍ରୁଷ୍ଟିରେ ସନ୍ଥ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ l
ବିକ୍ରମାଦିତ୍ୟଙ୍କର ଉତ୍ତର ଶୁଣି ବେତାଳ ଏପରି ହସିଲା ଯେ ତାହା ଅତ୍ୟନ୍ତ ଭୟଙ୍କର ଥିଲା l ରାଜା ତାକୁ ଧରିବା ପୂର୍ବରୁ ସେ ତାଙ୍କ କାନ୍ଧରୁ ଖସି ଯାଇ ଗଛରେ ଓହଳି ପଡ଼ିଥିଲା l