shibaram dalai

Abstract

1.0  

shibaram dalai

Abstract

ନିର୍ବାଚନ

ନିର୍ବାଚନ

1 min
323


ଚାଁହୁ ଚାଁହୁ ପାଞ୍ଚ ବର୍ଷ ବିତିଗଲାଣି । ଆଉକେଇଟା ଦିନ ପରେ ପୁଣି ନୂଆ କରି ସରପଞ୍ଚ ଟେ ହେବେ । ଜୋରଦାର ରେ ପ୍ରଚାର ଚାଲିଛି । ଠାଏ ଠାଏ ଦଳିଅ ସଭା ସାଙ୍ଗକୁ ଗଣ୍ଠି ଝୋଳ ବିଦେଶୀ ପାଣି ର ଆୟୋଜନ କହିଲେ ନସରେ ।

    ଗତଥର ର ସରପଞ୍ଚ ଏଥର ବି ନିର୍ବାଚନ ଦୌଡ଼ି ରେ ଭାଗ ନେଇଛି । ଆଜି ତାଙ୍କର ଦଳିଅ ସଭା ଚାଲିଥିଲା । ଶହ ଶହ ସଂଖ୍ୟାରେ ଆବାଳ ବୃଦ୍ଧ ବନିତା ସେହି ସଭାରେ ଯୋଗ ଦେଇଥିଲେ। ସରପଞ୍ଚ ମହାଶୟ ପିଣ୍ଡି ଉପରେ ଠିଆ ହୋଇ ଆଗାମୀ ସମୟରେ ଗାଁ ର ଉନ୍ନତି ତଥା ନାରୀ ସଶକ୍ତିକରଣ ବିଷୟରେ ବଡ଼ ଭାଷଣ ଦେଉଥାନ୍ତି । ଗାଁର ଉନ୍ନତି ତ ଛାଡ଼ ଯେବେ ନାରୀ ସଶକ୍ତି କରଣ ବିଷୟରେ କହିବାକୁ ଲାଗିଲେ ବିଧବା ପ୍ରମିଳା ପିଣ୍ଡି ଉପରକୁ ଉଠିଯାଇ ଥୁ କରି ଲଣ୍ଡାଏ ଛେପ ସରପଞ୍ଚ ମୁଁହକୁ ଫୋପାଡ଼ି ଦେଲା । ସରପଞ୍ଚ ମହାଶୟ ମୁଁହରୁ କାଳୀମା ର ଛେପ ପୋଛୁ ପୋଛୁ ନିଜ ଭାଷଣ ଭୂଲି ସାରିଥିଲେ ।


Rate this content
Log in

Similar oriya story from Abstract