STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ନିରାଶ୍ରୟ....

ନିରାଶ୍ରୟ....

4 mins
167

ଜୀବନ ର ରୁଦ୍ଧ ଦ୍ୱାର ରେ ଅହରହ ଶୁଭୁଥାଏ ସମୟ ର ପାଦ ସ୍ବନ l ବିତିଯାଏ ଏମିତି ଆୟୁଷ ର କେତେ ଯେ ଶ୍ରାବଣ l କେବେ ଶୁଭୁଥାଏ ଫଗୁଣ ର ମଧୁର ଗୁଞ୍ଜନ ପୁଣି କେବେ ସ୍ତବ୍ଧ ହୋଇଯାଏ ସେ ସ୍ଵନ୍ଦନ l

ମିଶିଯାଏ ସମୟ ର ତାଳେ ତାଳେ ନିଜକୁ ହଜେଇ ପୁଣି ସେଇ ସମୟ ର

କରାଳ ସ୍ରୋତ ରେ l ସରିଯାଏ ଆୟୁଷ ର ଚୋରlବାଲି ସହ ଖେଳ l

ଧୀରେ ଧୀରେ ମୃତ୍ୟୁ ର ଶୀତଳ ସ୍ବର୍ଶ ରେ ଶିଥିଳ ପଡ଼ିଯାଏ ସେ ଚିର ଚଞ୍ଚଳ ଶରୀର l କେବେ ମାପି କି ପlରେ କେହି ସେ ସମୟ ର ବେଗ ?

ବୟସ ର କେତେ ଯେ ବସନ୍ତ ବିତିଯାଏ ଏ ସମୟ ସ୍ରୋତ ରେ l କେବେ ଦୁଃଖ ର କରାଳ ଛାୟା ମାଡିଆସେ ତ କେତେବେଳେ ସୁଖ ର ଇନ୍ଦ୍ରଧନୁ

ଫୁଟି ଉଠେ l ହେଲେ ସମୟ ସବୁବେଳେ ଗତିଶୀଳ l ସେ କାହାକୁ ଅପେକ୍ଷା କରେନି l ସୁଖ ର ଦିନ ଗୁଟିକ ଖୁବ ଶୀଘ୍ର ସରିଯାଇଛି ସେ ଫୁଲଝରି ପରି l ହେଲେ ଦୁଃଖ ର ବୋଝ ଟା ବେଳେ ବେଳେ ମଣିଷ କୁ ଅଣନିଶ୍ଵାସୀ କରି ପକାଏ l ଜୀବନ ଜିଇଁ ବାର ମୋହ ତୁଟି ଯାଏ l

                       ସେଦିନ ମୋହନ ବାବୁ ବୃଦ୍ଧା ଶ୍ରମ ରେ ଏକ ଚୌକି ରେ ବସି କେତେ କଣ ଭାବୁଛନ୍ତି l ହଜେଇ ଦେଇଛନ୍ତି ନିଜକୁ ସେ ସୁନ୍ଦର ଅତୀତ ଭିତରେ l ଖୋଜି ଚାଲିଛନ୍ତି ଚେନାଏ ଖୁସି ସେ ଅତୀତ ର ରୁଦ୍ଧ କାନ୍ଥ ଭିତରେ l ସେ ଜଣେ ଲେଖକ l ଦୁଇ ପୁଅ ରୁହନ୍ତି ଆମେରିକା ରେ l

ପଇସାର ଅଭାବ ନାହିଁ ହେଲେ ମନ ର ଅଭାବ ମଣିଷ କୁ ବେଳେ ବେଳେ ଏକାକୀତ୍ୱ ବୋଧ ର ପରିସୀମା ଭିତରକୁ ଅନିଚ୍ଛା ସପ୍ତେ ଟାଣି ନିଏ l କେତେ ସୁନ୍ଦର ଥିଲା ସେ ଦିନ ଗୁଡିକ l ଶୋଭା ଦେବୀ ଯେତେବେଳେ ତାଙ୍କ ଜୀବନ ରେ ପାଦ ଦେଇଥିଲେ l ଘର ଟା ପୁରା ସ୍ୱର୍ଗ ପାଲଟି ଯାଇଥିଲା l ସବୁବେଳେ ସ୍ୱାମୀ ସେବା ପୁଅ ଙ୍କ ସେବା ରେ ସମର୍ପି ଦେଉଥିଲେ ନିଜକୁ l ଲେଖା ଲେଖି କଲା ବେଳେ କେତେ ସମୟ ବସି ରହି ଶୁଣୁଥିଲେ ତାଙ୍କରି କବିତା l ସବୁବେଳେ କୁହନ୍ତି ଦେଖିବ ତୁମେ ଦିନେ ଜଣେ ଭଲ ଲେଖକ ଟେ ହେବ l ଦୁଇ ଏକର ଜାଗା ରେ ଥିଲା ତାଙ୍କରି ଘର ଆଉ ସୁନ୍ଦର ବଗିଚା l ହେଲେ ସୁପୁତ୍ର ଙ୍କ ଦୟା ରୁ ଆଜି ବୃଦ୍ଧା ଶ୍ରମ ର ରୁପ ନେଇ ସାରିଛି ସେ ଘର l କାହିଁକି ନା ବାପ ତାଙ୍କର ସେଇଠି ଭଲ ରେ ରହିବେ l ଆଉ ସେ ବିଦେଶ ରୁ ଆସି ଏ ଭାରତ ରେ କିଏ ରହିବ l ସେମିତି ବି ସେ ଦେଶ ର ନାଗରିକତ୍ୱ ଗ୍ରହଣ କରିସାରିଲେଣି ସମସ୍ତେ l

ବହୁତ ଅନୁରୋଧ କଲେ ମା ଙ୍କ ମୃତ୍ୟୁ ପରେ ବାପା ଙ୍କୁ ସେଠିକି ଯିବାପାଇଁ ହେଲେ କୁଆଡେ ନିଜ ମାଟି ର ମୋହ ତୁଟେଇ ପାରିଲେନି ମୋହନ ବାବୁ l ସେଥିପାଇଁ ତାଙ୍କ ର ସବୁ ବ୍ୟବସ୍ଥା କରି ଯାଇଛନ୍ତି l

ତାଙ୍କ ଇଚ୍ଛା ରେ ଏ ଵୃଦ୍ଧାଶ୍ରମ ହେଇଛି l ସବୁ ପେନସନ ଏଠାରେ ଖର୍ଚ୍ଚ କରି ଦିଅନ୍ତି l କାରଣ ଏବେ ପୁଅ ମାନେ ରୋଜଗାର କ୍ଷମ ଆଉ ତାଙ୍କ ପଇସା ର ଆବଶ୍ୟକତା ନାହିଁ l ଆଜିବି ସେ ପିଜୁଳି ଗଛ ନଡ଼ିଆ ଗଛ ସପେଟା ଗଛ ଦେଖି ଶୋଭା ଙ୍କ ହସ ହସ ମୁହଁ ମନେ ପଡ଼ିଯାଏ .... ସବୁ ଗଛ ରେ ପାଣି ଦେଲା ପରେ ନିଜ ଶାଢ଼ୀ କାନି ରେ ପୋଛୁ ପୋଛୁ ନିଜ ଝାଳୁଆ ମୁହଁ ଟା କହି ଉଠନ୍ତି ଦେଖିବ ମୋ ନାତି ନାତୁଣୀ ହେଲେ ଏ ଗଛ ରୁ ଫଳ ଖାଇବେ l ମୁଁ ନ ଥିଲେ ବି ମୋତେ ମନେ କେଇବେ l ହେଲେ ସେ ସପ୍ନ ଆଜି ସପ୍ନ ରେ ରହିଗଲା l ସେ ଗଛ ଆଜିବି ଅଛି .... ସେ ଅଗଣା ରେ ଧୁପ ଗୁଗୁଲ ଆଜିବି ମହାକୁଛି l ହେଲେ ସମୟ ସୁଅ ରେ ଭାସିଯାଇଛି ସବୁ ସପ୍ନ ସବୁ ଆକାଂକ୍ଷା l କାନ୍ଥ ରେ ଟଙ୍ଗା ହୋଇଥିବା ବଡ଼ ଫଟୋ ରେ ଏବେବି ସେ ବିବାହ ବାର୍ଷିକୀରେ ମଲ୍ଲୀ ମାଳ ଟେ ଦିଅନ୍ତି l କାରଣ ମଲ୍ଲୀ ଫୁଲ ତାଙ୍କୁ ଖୁବ ଭଲ ଲାଗେ l ସେଥିପାଇଁ ବାଡ଼ିପଟେ ଆଜି ବି ସେ ମଲ୍ଲୀ ଆଉ ମାଳତି ର ବଣ ଅଛି ହେଲେ ଅତୀତ ର ସୁଗନ୍ଧ ହଜିଯାଇଛି ସମୟର କରାଳ ସ୍ରୋତରେ l ଏବେ ବି କିଛି କିଛି ଫୁଲ ଆଶ୍ରମରେ ପୂଜା ପାଇଁ ଆଣେ ରାମୁ (ଚାକର ) ହେଲେ ବୁଢା ବାବୁଙ୍କ ଆଉ ଶରଧା ନାଇଁ ସେ ଫୁଲରେ l ସେ କୁହନ୍ତି ଏ ଫୁଲ ର ମାଲିକାଣି ତ ଚାଲିଗଲl ଆଉ ଏ ଫୁଲ ମୋ ର କଣ ହେବ l

ଆଖି ଆଗରେ ଭାସିଯାଉଥିଲା ସେଦିନ ର ଦୃଶ୍ୟ l ସବୁଦିନ ପରି ସକାଳୁ ମୁଣ୍ଡିଆ ଟେ ମାରି ସ୍ୱାମୀ ଙ୍କ ଠୁ ଅହିସୁଲକ୍ଷଣୀ ଆର୍ଶୀବାଦଟା ସବୁଦିନ ପାଇଁ ନେଇଗଲେ ସେ l ସେଦିନ ବିପି ବଢ଼ିଯିବାରୁ ହଠାତ ପଡିଗଲେ ଶୋଭା ଦେବୀ l ଆଉ ହୋସ ରହିଲାନି l କୁଆଡେ ବ୍ରେନ ହେମରେଜ ହୋଇଗଲା l ଏ ବୟସ ରେ ବି ନିଜେ ହସ୍ପିଟାଲ ନେଲେ ହେଲେ ଆଉ ସେ ଆଖି ଖୋଲିଲାନି l ସାତଦିନ ସତରାତି ନିଜ କୋଲ ରେ ତାଙ୍କ ମୁଣ୍ଡ ରଖି କେତେ ସେବା କରିଛନ୍ତି l ବିଦେଶରେ ପୁଅ ମନେ ଥିବାରୁ ପାଣି ଟୋପେ ବି ପାଇପାରିଲେନି ସେ l ଶେଷରେ ଶବ ଦାହ ବି ନିଜେ କଲେ l

ମୃତ୍ୟୁ ର ଚାରିଦିନ ପରେ ପହଂଚିଲେ ପୁଅ ମlନେ l ସେଇ ଭିଶା ର ବାହାନା ନେଇ ନିଜକୁ ନିର୍ଦୋଷ କରିଦେଲେ l ହେଲେ ମୋହନ ବାବୁ କାହିଁକି କେ ଜଣେ ସେଦିନ ରୁ ପୁରା ପୁରୀ ନିରବ ହୋଇଗଲେ l ଇଚ୍ଛା ହେଲେ କାହା ସହିତ ଟିକେ କଥା ହୁଅନ୍ତି ନ ହେଲେ ନିଜ ଡାଏରୀ ନେଇ ଚାଲିଯାଆନ୍ତି ସେଇ ଗଛ ମାନଙ୍କ ପାଖକୁ l ବହୁତ ସମୟ ବସିବା ପରେ ପୁଣି ଫେରି ଅସନ୍ତି ନିଜ କୋଠରୀ କୁ l ସ୍ତ୍ରୀ ର ମୃତ୍ୟୁ ରେ ଯେମିତି ତାଙ୍କ ଅସ୍ତିତ୍ୱ କୁ ହଜେଉ ଦେଇଛନ୍ତି ସେ ସମୟ ର କରାଳ ସୁଅରେ l



Rate this content
Log in

Similar oriya story from Tragedy