STORYMIRROR

Sunanda Mohanty

Abstract Drama Action

4  

Sunanda Mohanty

Abstract Drama Action

ନୀରବ କ୍ଷମା

ନୀରବ କ୍ଷମା

2 mins
216

  ସବୁ କୋଳାହଳ ଉର୍ଦ୍ଧରେ ମାଆଟି ବୁକୁ ଫଟାଇ କାନ୍ଦୁଥିଲେ। ସବୁ କଳ୍ପନା କଳ୍ପନା, କେତେ ଆଶା ଆକାଂକ୍ଷା ଧୂଳିସାତ ହୋଇସାରିଥିଲା, ପଢା ସରିଲେ ଭଲ ଘର ଭଲ ବର ଦେଖି ବାହା ଦେବାର ସ୍ବପ୍ନ ମଉଳି ଯାଇଥିଲା, ଭଲ ଭଲ ଡିଜାଇନର ସୁନା ରୂପା ଗହଣା କିଣା ସରିଥିଲା, ଭଲ ଭଲ ଶାଢୀ କିଛି ସହ ମ୍ୟାଚିଂ ବ୍ଲାଉଜ ମଧ୍ଯ ସାଇତା ହୋଇଥିଲା।ବିଶେଷ ଭାବରେ ଏକମାତ୍ର ଝିଅର ଫେରିବା ପଥକୁ ଚାତକିନୀ ପରି ଚାହିଁ ରହୁଥିବା ମାଆ ଏବେ କେମିତି ବଞ୍ଚିବ ଭାବିପାରୁନଥିିଲେ। ମୁଣ୍ଡ କୋଡି କଚାଡି କାନ୍ଦିବାକୁ ମଧ୍ଯ ମିଡ଼ିଆ ଭାଇମାନେ, ପୋଲିସ୍ ଅଫିସର ମାନେ ଫୁରୁସତ୍ ଦେଉନଥିଲେ। ସେ କିଛି କହିନପାରି ଭୂଇଁ ସାଉଁଟି ରୋଦନ କରୁଥିଲେ।

    ଡାକ୍ତରୀ କୋଚିଙ୍ଗ କ୍ଲାସକୁ ସବୁଦିନ ସ୍କୁଟିରେ ଯାଇ ଫେରୁଥିବା ଝିଅର ଏ ଅବସ୍ଥା କିଏ କେମିତି କାହିଁକି କଲା ର ସୁରାକ୍ ବି ଜାଣିନଥିବା ମାଆ କେବଳ, ଝିଅର ସ୍ମୃତିକୁ ଓ ଆସନ୍ତା କାଲିଠାରୁ ଝିଅର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ, ଅଳି, ଅର୍ଦ୍ଦଳି, ମାନ ଅଭିମାନ ସହ ତା ରୁଟିନ ରେ ନିଜ ଭୂମିକା ଆଉ ଦେଖିବାକୁ ମିଳିବନି ବୋଲି ଜାଣି ବେଶି ବେଶି କୋହ ଲୁହ ଢ଼ାଳି ଚାଲି ସ୍ବାମୀଙ୍କୁ ଚାହୁଁଥିଲା ବିକଳରେ। ଝିଅକୁ ଡ଼ାକ୍ତରୀ ପଢ଼ାଇବାକୁ ଯାଇ କରଜ ଦାମରେ ବୁଡି ମଧ୍ଯ ବାପାଙ୍କ ସୁନେଲୀ ସ୍ଵପ୍ନ ଭୁଷୁଡି ପଡ଼ିଥିଲା।

    ସବୁ କୋଳାହଳ ଉର୍ଦ୍ଧରେ ଝିଅର ଚରିତ୍ରକୁ ନେଇ ପ୍ରଶ୍ନବାଣରେ ବାପା ନାମକ ପିତୃତ୍ଵ ଖଣ୍ଡ ଖଣ୍ଡ ହେଇ ଚୁରମାର ହୋଇ ଧୂଳିସାତ ହେଉଥିଲା। ତାଙ୍କ ଆଦର୍ଶ, ନୀତି ଅନୁସରଣ କରି ଝିଅଟି ସୀତା ପରି ବୋଲି କହିଲେ ଆଜି ଶୁଣିବାକୁ କେହି ପ୍ରସ୍ତୁତ ନଥିଲା। ଏଡେ ବଡ ସହରର, ଏତେ ଆଲୋକ ଭିତରେ, କୋଉ ଦୁର୍ବୃତ୍ତ ଝିଅଟିର ସର୍ବନାଶ କରିପାରିଲା ଭାବି ପିତା ମାତା ସନ୍ତୁଳିତ ହୋଇ ଝିଅର ଶବ ପାଖକୁ ଦୌଡ଼ିଯିବା ପାଇଁ ସୁଯୋଗ ମିଳିନଥିଲା। ବାପା ମାଆ ଦିଟା ଘରକୁ ଯିବାକୁ ବି ପାଦ ଚାଲୁନଥିଲା। ଶେଷରେ ଅତ୍ୟଧିକ ଏସିଡ ମାଡ଼ରେ ଝିଅଟି ଛଟପଟ ହେଇ ଚିତ୍କାର କରିଥିବା ଶୁଣି ମାଆ ବାପା ଛାତି କୋଡି କଚାଡି, ବୁକୁ ଫଟା ଆର୍ତ୍ତନାଦ କରିଥିଲେ ବି ଝିଅଟି, ଏକତରଫା ପ୍ରେମର କରୁଣ ପରିଣତି ଯୋଗୁଁ ମରିଛିର ଟୁପୁରୁ ଟାପୁରୁ ମନ୍ତବ୍ୟରେ ବାପା ମାଆ ଦିଟା ସଳଖ ହୋଇ ଉଠିବସିଲେ।

     ମାଆ ଟି ସେହିଦିନୁ, ଦ୍ରୌପଦୀଙ୍କ ଭଳି ବାଳ ମୁକୁଳା ରଖିଥିଲେ ବି ଏଯାଏଁ ଝିଅ ହତ୍ୟାକାରୀର ସନ୍ଧାନ ମିଳିନଥିଲା। ବାପାଜଣଙ୍କ ଥାନା,ଡାକ୍ତରଖାନା, କୋର୍ଟ, କଚେରୀ ଦଉଡି଼ ଦଉଡ଼ି ନୟାନ୍ତ ହୋଇସାରିଲେଣି। ମାଆ ବାପା ଦିଟା ଅଶ୍ରୁ ବଦଳରେ ଲହୁ ଝରାଉଥିଲେ ବି, କୌଣସଠାରେ କିଛି ସନ୍ଧାନ ପାଉନଥିଲେ।ଛଟପଟ ହୋଇ, ପ୍ରଶ୍ନର ଉତ୍ତର ଦେଇ ଦେଇ ଥକି ପଡୁ ପଡୁ ସେଦିନ ଝିଅ ବହି ଥାକରୁ ଚିଠିଟି ପାଇଲେ . ସେହି ବେନାମୀ ଚିଠି ଆଧାରରେ ଝିଅ ନିର୍ଦ୍ଦୋଷ ଜଣାପଡିଥିଲା। ଏକତରଫା ପ୍ରେମିକକୁ ଖୁବ ଶୀଘ୍ର ଧରିବାକୁ ସଫଳ ହେଲା ପୋଲିସ ଓ ଏସିଡ ମାଡ କରିଥିବା ହତ୍ୟାକାରୀକୁ ହେଲା ଫାଶୀଦଣ୍ଡ।

      ସବୁରି ଉର୍ଦ୍ଧରେ ସେଦିନ ଏକ ଅଭାବନୀୟ ଘଟଣା ଘଟିଲା। ହତ୍ୟାକାରୀ ଯୁବକର ବାପା ମାଆ ପହଞ୍ଚିଲେ ଝିଅ ବାପା ମାଆ ଘରେ। ପୁଅର ମାଆଙ୍କର୍ ଗୋଟାଏ କିଡନୀ ନଷ୍ଟ ହେବାର ପ୍ରମାଣ ପତ୍ର ସହ ବାପାଙ୍କର ଦୁଇଥର ହାର୍ଟ ଆଟାକ୍ ସାରିଥିବା ରେପୋର୍ଟ ଦେଖାଇ କୃପା ଭିକ୍ଷା କରୁଥିଲେ ଦୋଷୀ ପୁଅର ଜୀବନ ପାଇଁ। ଝିଅଟିର ମାଆ ଓ ବାପା ଚାହିଁଲେ ସେ ଦୁହିଁଙ୍କୁ ଓ ଝିଅର ମୃତ୍ୟୁ ପରେ ଆଜିଯାଏଁ ତାଙ୍କ ଜୀବନ କେମିତି କଟିଛି ଟିକେ ଚିନ୍ତା କଲେ କିନ୍ତୁ କିଛି କହିଲେ ନାହିଁ। ଝିଅର ଫଟୋ ପାଖେ ଠିଆ ହୋଇ ନୀରବ ଅଶ୍ରୁ ଗଡ଼ାଇ ଚାଲିଲେ। ଦୋଷୀ ହତ୍ୟାକାରୀ ପୁଅର ବାପା ମାଆ ଫେରିଗଲେ। ରାତିସାରା ଝିଅର ବାପା ମାଆ ଶୋଇପାରିନଥିଲେ। ସକାଳୁ ସକାଳୁ କୋର୍ଟ ଯାଇ କେଶ ଦଫା ରଫା କରିଦେଇଥିଲେ।



Rate this content
Log in

Similar oriya story from Abstract